ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରସିଦ୍ଧ ଲେଖକ ବିନୋଦ କୁମାର ଶୁକ୍ଳାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ପୋଷ୍ଟ କରାଯିବା ଦିନାଙ୍କ: 23 DEC 2025 7:24PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରସିଦ୍ଧ ଲେଖକ ଓ ଜ୍ଞାନପୀଠ ପୁରସ୍କାର ବିଜେତା ବିନୋଦ କୁମାର ଶୁକ୍ଳାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ହିନ୍ଦୀ ସାହିତ୍ୟ ଜଗତରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

"ପ୍ରସିଦ୍ଧ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ପ୍ରସିଦ୍ଧ ଲେଖକ ବିନୋଦ କୁମାର ଶୁକ୍ଳାଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତହିନ୍ଦୀ ସାହିତ୍ୟ ଜଗତରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ସର୍ବଦା ମନେ ରଖାଯିବ। ଏହି ଦୁଃଖର ମୁହୂର୍ତ୍ତରେ, ମୋର ସମବେଦନା ଓ ସଦ୍‌ଭାବନା ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ସହିତ ରହିଛି। ଓମ୍ ଶାନ୍ତି ଶାନ୍ତି।"

 

 

*****

MT


(ରିଲିଜ ଆଡି: 2237130) ପରିଦର୍ଶକ କାଉଣ୍ଟର : 21