ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗଣତନ୍ତ୍ର ଦିବସର ଗୁରୁତ୍ୱକୁ ମନେକରି ସଂସ୍କୃତ ସୁଭାଷିତମ ସେୟାର କଲେ ପ୍ରଧାନମନ୍ତ୍ରୀ Posted On: 26 JAN 2026 8:22AM by PIB Delhi

ପୋଷ୍ଟ କରାଯିବା ଦିନାଙ୍କ: 26 JAN 2026 8:22AM by PIB Bhubaneswar

ଭାରତର ସ୍ୱାଧୀନତା, ସମ୍ବିଧାନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ ଗଣତନ୍ତ୍ର ଦିବସ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଦେଶ ନିର୍ମାଣରେ ଏକ ନବୀକୃତ ଊର୍ଜ୍ଜା ଓ ଉତ୍ସାହର ସହ ଏକାଠି ହୋଇ ଆଗକୁ ବଢିବାକୁ ଏହି ଉତ୍ସବ ପ୍ରେରଣା ଦେଇଥାଏ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସଂସ୍କୃତର ଏକ ସୁଭାଷିତମକୁ ସେୟାର କରିଛନ୍ତି ।

“ପାରତନ୍ତ୍ର୍ୟାଭିଭୂତସ୍ୟ ଦେଶସ୍ୟାଭ୍ୟୁଦୟଃ କୁତଃ ।

ଅତଃ ସ୍ୱାତନ୍ତ୍ର୍ୟମାପ୍ତବ୍ୟମେକ୍ୟଂ ସ୍ୱାତନ୍ତ୍ର୍ୟସାଧନମ୍”

ଏହି ସୁଭାଷିତମ କୁହେ ଯେ, ଏକ ନିର୍ଭରଶୀଳ କିମ୍ବା ଅଦାଲତଶ୍ରୟ ଦେଶ ଅଗ୍ରଗତି କରିପାରିବନି । ତେଣୁ ମାର୍ଗଦର୍ଶନ ହିସାବରେ ସ୍ୱାଧୀନତା ଓ ଐକ୍ୟଭାବକୁ ଆପଣେଇଲେ ଦେଶ ଅଗ୍ରଗତି ଲାଭ କରିପାରିବ ।

Xରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ,

‘ଗଣତନ୍ତ୍ର ଦିବସ ଆମ ସ୍ୱତନ୍ତ୍ରତା, ସମ୍ବିଧାନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସଶକ୍ତ ପ୍ରତୀକ ଅଟେ । ଏହି ପର୍ବ ଆମକୁ ଏକାଠି କରି ରାଷ୍ଟ୍ର ନିର୍ମାଣ ସଂକଳ୍ପ ସହ ଆଗକୁ ବଢିବାକୁ ନୂଆ ଊର୍ଜ୍ଜା ଓ ପ୍ରେରଣା ଦେଇଥାଏ ।   

ପାରତନ୍ତ୍ର୍ୟାଭିଭୂତସ୍ୟ ଦେଶସ୍ୟାଭ୍ୟୁଦୟଃ କୁତଃ ।

ଅତଃ ସ୍ୱାତନ୍ତ୍ର୍ୟମାପ୍ତବ୍ୟମେକ୍ୟଂ ସ୍ୱାତନ୍ତ୍ର୍ୟସାଧନମ୍’

PBD


(ରିଲିଜ ଆଡି: 2225282) ପରିଦର୍ଶକ କାଉଣ୍ଟର : 42