PIB Headquarters
ପିଏମ୍-ଏବିଏଚ୍ଆଇଏମ୍
ମହାମାରୀ-ପ୍ରସ୍ତୁତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ନିର୍ମାଣ
Posted On:
24 OCT 2025 2:39PM by PIB Bhubaneshwar
ପ୍ରମୁଖ ବିନ୍ଦୁ
ପିଏମ୍-ଏବିଏଚ୍ଆଇଏମ୍ ମହାମାରୀ ପ୍ରସ୍ତୁତି ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ପାଇଁ ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୬୪,୧୮୦ କୋଟି ଟଙ୍କା (୨୦୨୧-୨୬ ) ଆବଣ୍ଟନ କରିଛି
ଅକ୍ଟୋବର ୨୦୨୧ରେ ଆରମ୍ଭ ହୋଇଥିବା, ପିଏମ୍-ଏବିଏଚ୍ଆଇଏମ୍ ଦେଶବ୍ୟାପୀ ଏଏଏମ ଗୁଡ଼ିକ, ଲ୍ୟାବ, କ୍ରିଟିକାର କେୟାର ବ୍ଲକ ଏବଂ ଦେଶବ୍ୟାପୀ ନିରୀକ୍ଷଣ ବ୍ୟବସ୍ଥା ସମେତ ପ୍ରାଇମେରୀ ସ୍ତରରୁ ଟର୍ସିଆରୀ ଲେଭଲ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ସୁବିଧାକୁ ସୁଧାର କରିଥାଏ

ମିଶନ ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ ଲକ୍ଷ୍ୟକୁ ଆଗକୁ ବଢ଼ାଇଥାଏ ଏବଂ ଏସଡିଜି-୩ ଲକ୍ଷ୍ୟ ସହିତ ମେଳ ଖାଇଥାଏ ।
କୋଭିଡ଼୍-୨୦୧୯ ମହାମାରୀ ସମୟରେ, ସାର୍ବଜନୀନ ସ୍ୱାସ୍ଥ୍ୟ ସେବା - ପରୀକ୍ଷଣ, ମାମଲା ଚିହ୍ନଟ, ନିରୀକ୍ଷଣ, ଆଉଟବ୍ରେକ୍ ପରିଚାଳନା, କ୍ରିଟିକାଲ କେୟାର, ଏବଂ ଅନ୍ୟଗୁଡ଼ିକର – ବହୁତ ଅଧିକ ଚାହିଦା ଥିଲା । ମହାମାରୀ ଭବିଷ୍ୟତରେ ହେବାକୁ ଥିବା ଆଉଟବ୍ରେକ୍ ପରିଚାଳନା,ଜରୁରୀକାଳୀନ ପରିସ୍ଥିତି ଏବଂ ବଦଳୁଥିବା ସାର୍ବଜନୀନ ସ୍ୱାସ୍ଥ୍ୟ ଧାରା ଉପରେ ପ୍ରଭାବଶାଳୀ ପ୍ରତିକ୍ରିୟା ସୁନିଶ୍ଚିତ କରିବା ପାଇଁ ପ୍ରାଥମିକ, ମାଧ୍ୟମିକ ଏବଂ ତୃତୀୟ ସ୍ତରରେ ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତାକୁ ଉଜାଗର କରିଥିଲା।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମହାମାରୀ ଚୁକ୍ତି
୨୦୨୫ ମେ ମାସରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ଦେଶମାନେ କୋଭିଡ୍-୧୯ର ଯବାବରେ ତିନି ବର୍ଷର ଆଲୋଚନା ପରେ ବିଶ୍ୱର ପ୍ରଥମ ମହାମାରୀ ଚୁକ୍ତିକୁ ଗ୍ରହଣ କରିଛନ୍ତି। ଏହି ଚୁକ୍ତିର ଉଦ୍ଦେଶ୍ୟ ମହାମାରୀ ମୁକାବିଲାର ଉପାୟଗୁଡ଼ିକୁ ଅଧିକ ନ୍ୟାୟସଙ୍ଗତ କରିବା ଏବଂ ମୁକାବିଲା, ପ୍ରସ୍ତୁତି ଓ ପ୍ରତିକ୍ରିୟାରେ ବୈଶ୍ୱିକ ସମନ୍ୱୟକୁ ମଜବୁତ କରିବା – ଯାହା ଦ୍ୱାରା ଟିକା, ନିଦାଓ ଓ ଚିକିତ୍ସା ପ୍ରଭୃତି ସମସ୍ତଙ୍କ ପାଖରେ ସମାନଭାବେ ପହଞ୍ଚିବ।
ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବାର ଦିଗରେ ପଦକ୍ଷେପ ଦର୍ଶାଉଛି, ଯେଉଁଥିରେ ଏକ ଇଣ୍ଟରଗଭର୍ଣ୍ଣମେଣ୍ଟାଲ୍ ୱାର୍କିଙ୍ଗ୍ ଗ୍ରୁପ୍ (ଆଇଜିଡବ୍ଲୁଜି) ମାଧ୍ୟମରେ ପ୍ୟାଥୋଜେନ୍ ଆକ୍ସେସ୍ ଏଣ୍ଡ୍ ବେନିଫିଟ୍-ଶେୟାରିଙ୍ଗ୍ (ପିଏବିଏସ୍ ) ବ୍ୟବସ୍ଥା ସ୍ଥାପନ କରିବା ପାଇଁ ଏକ ଆନେକ୍ସର ଚିଠା ପ୍ରସ୍ତୁତ କରିବା ଅନ୍ତର୍ଭୁକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ୬୦ଟି ଦେଶ ଦ୍ୱାରା ଅନୁମୋଦିତ ହେବା ପରେ ଏହି ଚୁକ୍ତି କାର୍ଯ୍ୟକାରୀ ହେବ।
ସଦସ୍ୟ ଦେଶମାନେ ଆଇଜିଡବ୍ଲୁଜି କୁ ମହାମାରୀର ମୁକାବିଲା, ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ପାଇଁ କୋଅର୍ଡିନେଟିଙ୍ଗ୍ ଫାଇନାନ୍ସିଆଲ୍ ମେକାନିଜ୍ମ ଏବଂ ଗ୍ଲୋବାଲ୍ ସପ୍ଲାଇ ଚେନ୍ ଏଣ୍ଡ୍ ଲୋଜିଷ୍ଟିକ୍ସ ନେଟୱର୍କ୍ (ଜିଏସସିଏଲ ) ସ୍ଥାପନ କରିବାରେ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ମହାମାରୀ ସମୟରେ ସ୍ୱାସ୍ଥ୍ୟ ଉତ୍ପାଦଗୁଡ଼ିକ ପର୍ଯ୍ୟନ୍ତ ସମୟୋଚିତ ଏବଂ ସୁଲଭ ପହଞ୍ଚ ନିଶ୍ଚିତ କରିବ। ଏହି ଚୁକ୍ତି ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀର ପୂରକ ଅଟେ, ଯେଉଁଥିରେ ଗତ ବର୍ଷ ବୈଶ୍ୱିକ ରୋଗ ବିସ୍ଫୋରଣର ଚିହ୍ନଟିକରଣ ଏବଂ ପ୍ରତିକ୍ରିୟାକୁ ଉନ୍ନତ କରିବା ପାଇଁ ସଂଶୋଧନ କରାଯାଇଥିଲା।
୨୫ ଅକ୍ଟୋବର ୨୦୨୧ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ୍ ପିଏମ୍-ଅଭୀମ) ସ୍ୱାସ୍ଥ୍ୟ, ଅନୁସନ୍ଧାନ ଏବଂ ନିରୀକ୍ଷଣରେ ଭିତ୍ତିଭୂମି ଉପରେ ଧ୍ୟାନ ଦେଇଛି। ୨୦୨୧-୨୬ ଅବଧିରେ ୬୪,୧୮୦ କୋଟି ଟଙ୍କାର ନିବେଶ ସହିତ ଏହି ଯୋଜନା ପ୍ରାଥମିକ ସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକର ବିସ୍ତାର ଏବଂ ସୁଦୃଢିକରଣ, ରୋଗ ନିରୀକ୍ଷଣ ବ୍ୟବସ୍ଥାର ବିସ୍ତାର, ସ୍ୱାସ୍ଥ୍ୟ ଅନୁସନ୍ଧାନକୁ ସମର୍ଥନ ଏବଂ ମହାମାରୀ ପ୍ରସ୍ତୁତି ସହିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସାର୍ବଜନିକ ସ୍ୱାସ୍ଥ୍ୟ ପ୍ରଯୋଗଶାଳା ଏବଂ କ୍ରିଟିକାଲ କେୟାର ସୁବିଧାଗୁଡ଼ିକର ନିର୍ମାଣ ମାଧ୍ୟମରେ ଭାରତର ସର୍ବଜନୀନ ସ୍ୱାସ୍ଥ୍ୟ କଭରେଜ୍ ଲକ୍ଷ୍ୟକୁ ଆଗକୁ ବଢ଼ାଇବାର କାମ କରୁଛି ।
ନୀତିଗତ ଢାଞ୍ଚା
ପିଏମ୍-ଅଭୀମ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ ଉପରେ ଆଧାରିତ ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ୍ ଏବଂ ଆୟୁଷ୍ମାନ ଭାରତ ଯୋଜନା ସହିତ ମିଶି ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରୁଛି। ଏଗୁଡ଼ିକ ଭାରତ ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ଉଦ୍ୟମ ଅଟନ୍ତି, ଏବଂ ଯଦିଓ ଏଗୁଡ଼ିକ ଅଲଗା କାର୍ଯ୍ୟକ୍ରମ ଅଟନ୍ତି, କିନ୍ତୁ ସେମାନେ ନିଜ ନିଜ ଲକ୍ଷ୍ୟରେ ପରସ୍ପର ସହିତ ନିକଟତର ଭାବେ ସମ୍ପର୍କିତ ଏବଂ ପୂରକ ଅଟନ୍ତି।
ନୀତିର ଆଧାର: ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି ୨୦୧୭
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ ସାମୁଦାୟିକ ସ୍ୱାସ୍ଥ୍ୟ ବ୍ୟବସ୍ଥାଗୁଡ଼ିକର ଗୁରୁତ୍ୱ ଉପରେ ଜୋର ଦେଇଛି, ଯେଉଁଥିରେ ସ୍ଥାନୀୟ ସ୍ୱୟଂଶାସିତ ଏବଂ ସମୁଦାୟ-ଆଧାରିତ ସଂଗଠନଗୁଡ଼ିକର ସହଯୋଗରେ କାର୍ଯ୍ୟ କରୁଥିବା ପ୍ରଶିକ୍ଷିତ ପ୍ରଥମ ପ୍ରତିକ୍ରିୟାକାରୀମାନେ ଅନ୍ତର୍ଭୁକ୍ତ, ଯାହା ବିପଦ ପ୍ରସ୍ତୁତି ଏବଂ ସାର୍ବଜନିକ ସ୍ୱାସ୍ଥ୍ୟ ଜରୁରୀ ଅବସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ୍ - ୨୦୦୫ ମସିହାରେ ଆରମ୍ଭ ହୋଇଥିଲା – ଆର୍ଥିକ ଭାବେ ଦୁର୍ବଳ ଜନସଂଖ୍ୟାକୁ ସୁଲଭ, ଶସ୍ତା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସମୁଦାୟିକ-ମାଲିକାନା ବିଶିଷ୍ଟ ଏବଂ ବିକେନ୍ଦ୍ରୀକୃତ ସ୍ୱାସ୍ଥ୍ୟ ବ୍ୟବସ୍ଥା ସ୍ଥାପନ କରୁଛି। ଏନଏଚଏମ୍ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ, ରୋଗ ନିର୍ମୂଳ ଏବଂ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ସହିତ ଅନେକ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି କରିଛି। ମିଶନର ପ୍ରଚେଷ୍ଟା ଭାରତର ସ୍ୱାସ୍ଥ୍ୟ ସୁଧାର ପାଇଁ ଅବିଚ୍ଛେଦ୍ୟ ରହିଛି, ବିଶେଷକରି କୋଭିଡ୍-୧୯ ମହାମାରୀ ସମୟରେ, ଏବଂ ସମଗ୍ର ଦେଶରେ ଅଧିକ ସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି।
ଯଦିଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ୍ ସମୁଦାୟ-ଆଧାରିତ ସ୍ୱାସ୍ଥ୍ୟ ସେବା ବଣ୍ଟନର ଭିତ୍ତି ସ୍ଥାପନ କରିଥିଲା, ୨୦୧୭ର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି ଏହି ପ୍ରାଥମିକତାଗୁଡ଼ିକୁ ମଜବୁତ କରିଛି ଏବଂ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଆହୁରି ସୁଧାର ପାଇଁ ମଞ୍ଚ ପ୍ରସ୍ତୁତ କରିଛି, ଯାହା ଉପରେ ଏବର ପିଏମ୍-ଏବିଏଚାଇଏମ୍ ଆଧାରିତ ଅଟେ।
ଆୟୁଷ୍ମାନ ଭାରତ ଯୋଜନା
୨୦୧୮ରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଏନଏଚଏମର ଭିତ୍ତି ଉପରେ ଗଢ଼ା ହୋଇଛି ଏବଂ ଚାରିଟି ମୁଖ୍ୟ ସ୍ତମ୍ଭ ମାଧ୍ୟମରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ବଣ୍ଟନକୁ ମଜବୁତ କରୁଛି:
୧. ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ)
୨. ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଏଏଏମ୍)
୩. ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍)
୪. ପିଏମ୍–ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ୍ (ପିଏମ୍-ଏବିଏଚଆଇଏମ )
ଆୟୁଷ୍ମାନ ଭାରତ ତିନି ସ୍ତରରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ସୁଲଭ କରାଏ – ପ୍ରାଥମିକ, ଦ୍ୱିତୀୟ ଏବଂ ତୃତୀୟ।
ପିଏମ୍-ଏବିଏଚଆଇଏମ୍: ମୁଖ୍ୟ ଉଦ୍ଦେଶ୍ୟ ଏବଂ ଉପାଦାନ
୨୦୨୧ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ–ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ୍ (ପିଏମ୍-ଏବିଏଚଆଇଏମ୍) ଭାରତର ସବୁଠାରୁ ବଡ଼ ସର୍ବଭାରତୀୟ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରୁ ଅନ୍ୟତମ ଯାହାର ଲକ୍ଷ୍ୟ ଏକ ମଜବୁତ, ସୁଲଭ ଏବଂ ଆତ୍ମନିର୍ଭରଶୀଳ ସାର୍ବଜନିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିକଶିତ କରିବା।
ଏହି ମିଶନ୍ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଏଏଏମ୍), ବ୍ଲକ୍ ପବ୍ଲିକ୍ ହେଲ୍ଥ ଇଉନିଟ୍,ଏକୀକୃତ ଜିଲ୍ଲା ସାର୍ବଜନୀନ ସ୍ୱାସ୍ଥ୍ୟ ଲ୍ୟାବ୍ ଏବଂ ପ୍ରତ୍ୟେକ ଜିଲ୍ଲାରେ କ୍ରିଟିକାଲ୍ କେୟାର ହସ୍ପିଟାଲ୍ ବ୍ଲକର ସ୍ଥାପନା ଏବଂ ଉନ୍ନୟନ ମାଧ୍ୟମରେ ତୃଣମୂଳ ସ୍ତରରୁ ଜିଲ୍ଲା ସ୍ତର ଯାଏ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ଉପରେ କେନ୍ଦ୍ରିତ। ଏହି ସୁବିଧାଗୁଡ଼ିକର ଲକ୍ଷ୍ୟ ସେବା ବଣ୍ଟନରେ ଅଭାବକୁ ଦୂର କରିବା ଏବଂ ସମୁଦାୟଗୁଡ଼ିକ ନିକଟରେ ବ୍ୟାପକ ପ୍ରାଥମିକ, ଦ୍ୱିତୀୟ ଏବଂ କ୍ରିଟିକାଲ କେୟାର ସୁନିଶ୍ଚିତ କରିବା।
ପିଏମ୍-ଏବିଏଚଆଇଏମ୍ ଏକ ଆଇଟି-ସକ୍ଷମ, ରିଅଲ୍-ଟାଇମ୍ ରୋଗ ନିରୀକ୍ଷଣ ନେଟୱର୍କର ବିସ୍ତାର କରି ମହାମାରୀ ଏବଂ ବିପଦ ପ୍ରସ୍ତୁତିକୁ ମଧ୍ୟ ପ୍ରାଥମିକତା ଦେଇଛି ଯାହା ବ୍ଲକ୍, ଜିଲ୍ଲା, କ୍ଷେତ୍ରୀୟ ଏବଂ ଜାତୀୟ ସ୍ତରରେ ପ୍ରଯୋଗଶାଳାଗୁଡ଼ିକୁ ଏକୀକୃତ କରୁଛି ଯାହା ଦ୍ୱାରା ରୋଗ ବିସ୍ଫୋରଣଗୁଡ଼ିକର ପ୍ରଭାବଶାଳୀ ଭାବେ ଚିହ୍ନଟୀକରଣ, ଯାଞ୍ଚ ଏବଂ ମୁକାବିଲା କରାଯାଇପାରିବ।
ଏହା ଅତିରିକ୍ତ ଭାବେ ଏକ ସ୍ୱାସ୍ଥ୍ୟ ଦୃଷ୍ଟିକୋଣକୁ ଆଗେଇ ନେଇ ସ୍ୱାସ୍ଥ୍ୟ ଅନୁସନ୍ଧାନ ଏବଂ ନବୀକରଣକୁ ପ୍ରୋତ୍ସାହିତ କରୁଛି, ବିଶେଷକରି କୋଭିଡ୍-୧୯ ଏବଂ ଅନ୍ୟ ସଂକ୍ରାମକ ରୋଗଗୁଡ଼ିକ ଉପରେ, ଯାହା ମାନବ, ପଶୁ ଏବଂ ପରିବେଶଗତ ସ୍ୱାସ୍ଥ୍ୟର ପରସ୍ପର ନିର୍ଭରଶୀଳତାକୁ ସ୍ୱୀକାର କରୁଛି।
ମିଶନର ଲକ୍ଷ୍ୟ ମଧ୍ୟ ବସ୍ତି ଅଞ୍ଚଳଗୁଡ଼ିକରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏଏଏମ୍) ଗଢ଼ି ଏବଂ ଉପ-କେନ୍ଦ୍ରଗୁଡ଼ିକୁ ଏଏଏମରେ ପରିଣତ କରି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟରେ ଗୁରୁତ୍ୱପୂର୍ଣ୍ଣ ଅଭାବକୁ ପୂରଣ କରିବା ଅଟେ।
ସମୁଦାୟ ଭାବେ ପିଏମ୍-ଏବିଏଚଆଇଏମ୍ ଏକ ମଜବୁତ ସ୍ୱାସ୍ଥ୍ୟ ପାରିସ୍ଥିତିକ ତନ୍ତ୍ରର ପରିକଳ୍ପନା କରୁଛି ଯାହା ଭବିଷ୍ୟତର ସ୍ୱାସ୍ଥ୍ୟ ଜରୁରୀ ଅବସ୍ଥାର ସାମ୍ନା କରିବାରେ ସକ୍ଷମ ହେବ ଏବଂ ସମସ୍ତ ନାଗରିକଙ୍କ ପାଇଁ ସମାନ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରିବ।
୨୦୩୦ ସୁଦ୍ଧା ସଂକ୍ରାମକ ରୋଗଗୁଡ଼ିକର ମହାମାରୀକୁ ସମାପ୍ତ କରିବା, ସର୍ବଜନୀନ ସ୍ୱାସ୍ଥ୍ୟ କଭରେଜ୍ ହାସଲ କରିବା ଏବଂ ସମସ୍ତଙ୍କ ପର୍ଯ୍ୟନ୍ତ ନିରାପଦ ଏବଂ ସୁଲଭ ଔଷଧ ଏବଂ ଟୀକା ପହଞ୍ଚ କରିବା ସତତ ବିକାଶ ଲକ୍ଷ୍ୟ – ୩ର କିଛି ଲକ୍ଷ୍ୟ ଅଟେ। ଭାରତ ସରକାର ଏସଡିଜି ଗୁଡ଼ିକୁ ସମର୍ଥନ କରୁଛନ୍ତି।
ପିଏମ୍-ଏବିଏଚଆଇଏମ୍ : ମୁଖ୍ୟ ଉଦ୍ୟମଗୁଡ଼ିକ
ପ୍ରଧାନମନ୍ତ୍ରୀ-ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ୍ (ପିଏମ୍-ଏବିଏଚଆଇଏମ୍) ତାର କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସଏସ୍) ଉପାଦାନ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି, ଯାହା ଆର୍ଥିକ ବର୍ଷ ୨୦୨୧-୨୨ରୁ ବିତ୍ତୀୟ ବର୍ଷ ୨୦୨୫-୨୬ ସମୟରେ ସମସ୍ତ ସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ଉପରେ କେନ୍ଦ୍ରିତ।
ନବୀନତମ ତଥ୍ୟ ଅନୁସାରେ, ୧୭,୭୮୮ଟି ଭବନହୀନ ଉପ-ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଏଏଏମ୍)ରେ ଅପଗ୍ରେଡ୍ କରିବାକୁ ଅନୁମତି ଦିଆଯାଇଛି, ଏବଂ ବସ୍ତି ଓ କମ୍ ସେବା ପ୍ରାପ୍ତ ସହରାଞ୍ଚଳଗୁଡ଼ିକରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାର ବିସ୍ତାର ପାଇଁ ୧୧,୦୨୪ଟି ସହରାଞ୍ଚଳ ଏଏଏମ୍ (ୟୁ-ଏଏଏମ୍) ସ୍ଥାପନ କରାଯାଉଛି। ଏହା ଛଡ଼ା, ବ୍ଲକ୍ ସ୍ତରରେ ସ୍ୱାସ୍ଥ୍ୟ ପ୍ରଶାସନ ଏବଂ ସେବା ବଣ୍ଟନକୁ ମଜବୁତ କରିବା ପାଇଁ ୩,୩୮୨ଟି ବ୍ଲକ୍ ସାର୍ବଜନିକ ସ୍ୱାସ୍ଥ୍ୟ ଏକକ (ବିପିଏଚୟୁ) ସ୍ଥାପନ କରାଯାଉଛି, ଯେତେବେଳେ ନିଦାନ ଏବଂ ନିରୀକ୍ଷଣ କ୍ଷମତାକୁ ବଢ଼ାଇବା ପାଇଁ ୭୩୦ଟି ଏକୀକୃତ ସାର୍ବଜନିକ ସ୍ୱାସ୍ଥ୍ୟ ପ୍ରଯୋଗଶାଳା (ଆଇପିଏଚଏଲ୍) ବିକଶିତ କରାଯାଉଛି – ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ। ତୃତୀୟକ ଯତ୍ନକୁ ମଜବୁତ କରିବା ପାଇଁ, ପାଞ୍ଚ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ଜିଲ୍ଲାଗୁଡ଼ିକରେ ୬୦୨ଟି କ୍ରିଟିକାଲ କେୟାର ହସ୍ପିଟାଲ୍ ବ୍ଲକ୍ (ସିସିବି) ସ୍ଥାପନ କରାଯାଉଛି।
ଏହି ଉଦ୍ୟୋଗଗୁଡ଼ିକ ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମୋଟ ୩୨,୯୨୮.୮୨ କୋଟି ଟଙ୍କାର ପ୍ରଶାସନିକ ଅନୁମତି ଦିଆଯାଇଛି, ଯେଉଁଥିରେ ୯,୫୧୯ଟି ଏଏଏମ୍, ୫,୪୫୬ଟି ୟୁ-ଏଏଏମ୍ ୨,୧୫୧ଟି ବିପିଏଚୟୁ, ୭୪୪ଟି ଆଇପିଏଚଏଲ୍ ଏବଂ ୬୨୧ଟି ସିସିବି ଅନ୍ତର୍ଭୁକ୍ତ। ଏହି ସମସ୍ତ ପ୍ରଚେଷ୍ଟା ମିଳିତ ଭାବେ ଦେଶବ୍ୟାପୀ ସମୟୋଚିତ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସକ୍ଷମ ଏକ ନମନୀୟ, ବିକେନ୍ଦ୍ରୀକୃତ ଏବଂ ସୁଲଭ ସାର୍ବଜନିକ ସ୍ୱାସ୍ଥ୍ୟ ନେଟୱର୍କ୍ ଗଢ଼ିବାର ଦିଗରେ ଏକ ବଡ଼ ପଦକ୍ଷେପ ଅଟେ।
ଆରମ୍ଭର ଚାରି ବର୍ଷ ପରେ, ପିଏମ୍-ଏବିଏଚଆଇଏମ୍ ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପରିବର୍ତ୍ତନ କରିଛି, ମହାମାରୀ ପ୍ରସ୍ତୁତି ଏବଂ ଜରୁରୀ ପ୍ରତିକ୍ରିୟା କ୍ଷମତାକୁ ମଜବୁତ କରିବା ପାଇଁ ୬୪,୧୮୦ କୋଟି ଟଙ୍କାର ନିବେଶ କରିଛି। ପ୍ରାଥମିକରୁ ତୃତୀୟ ଯତ୍ନ ସ୍ତର ଯାଏ ସୁବିଧାଗୁଡ଼ିକୁ ଅପଗ୍ରେଡ୍ କରି ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ବଢ଼ାଇ, ଏହି ଯୋଜନା ଏକ ଅଧିକ ନମନୀୟ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଗଢ଼ିଛି। ଯେତେବେଳେ ଭାରତ ସର୍ବଜନୀନ ସ୍ୱାସ୍ଥ୍ୟ କଭରେଜ୍ ଏବଂ ଏସଡିଜି-୩ ଲକ୍ଷ୍ୟଗୁଡ଼ିକ ଆଡ଼କୁ ଅଗ୍ରସର ହେଉଛି, ପିଏମ୍-ଏବିଏଚଆଇଏମର ସମୁଦାୟ-କେନ୍ଦ୍ରିତ ଉପାୟ – ଯାହା ଆୟୁଷ୍ମାନ ଭାରତ ଉଦ୍ୟମଗୁଡ଼ିକ ସହିତ ଏକୀକୃତ ଏବଂ ବୈଶ୍ୱିକ ସ୍ୱାସ୍ଥ୍ୟ ଢାଞ୍ଚା ସହିତ ସମନ୍ୱିତ – ଏହା ନିଶ୍ଚିତ କରୁଛି ଯେ ଦେଶ ସଙ୍କଟ ସମୟରେ ସାର୍ବଜନିକ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଉତ୍ତମ ଭାବେ ପ୍ରସ୍ତୁତ ଅଟେ।
--
(Release ID: 2182516)
Visitor Counter : 4