ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସନ୍ଥ କବୀର ଦାସଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
Posted On:
11 JUN 2025 10:18AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଥ କବୀର ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କୁ ହାର୍ଦ୍ଧିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିସହ ସାମାଜିକ ସଦ୍ଭାବ ଏବଂ ସୁଧାର ପାଇଁ ତାଙ୍କର ଆଜୀବନ ସମର୍ପଣକୁ ସ୍ମରଣ କରିଛନ୍ତି ।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ସାମାଜିକ ସଦ୍ଭାବ ତଥା ସଂସ୍କାର ପ୍ରତି ଆଜୀବନ ସମର୍ପିତ ରହିଥିବା ସନ୍ଥ କବୀର ଦାସଙ୍କୁ ତାଙ୍କ ଜୟନ୍ତୀରେ ମୋର କୋଟି କୋଟି ପ୍ରଣାମ । ତାଙ୍କର ଦୋହାରେ ଶବ୍ଦର ସରଳତା ସହିତ ଭାବର ଗଭୀରତା ମଧ୍ୟ ରହିଛି । ସେଥିପାଇଁ ଆଜି ବି ଭାରତୀୟ ଜନମାନସ ଉପରେ ସେଗୁଡିକର ଗଭୀର ପ୍ରଭାବ ଦେଖିବାକୁ ମିଳୁଛି । ସମାଜରୁ କୁସଂସ୍କାର ଦୂର କରିବାରେ ତାଙ୍କର ଯୋଗଦାନକୁ ସର୍ବଦା ଶ୍ରଦ୍ଧାପୂର୍ବକ ସ୍ମରଣ କରାଯିବ ।”
SR
(Release ID: 2136136)
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam