ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କଲମ୍ବୋରେ ଆଇପିକେଏଫ୍ ସ୍ମାରକ ବୁଲିରେ ପ୍ରଧାନମନ୍ତ୍ରୀ

प्रविष्टि तिथि: 05 APR 2025 7:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଲମ୍ବୋରେ ଆଇପିକେଏଫ ସ୍ମାରକ ବୁଲିବା ସହ ସେଠାରେ ପୁଷ୍ପଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀଲଙ୍କାର ଶାନ୍ତି, ଏକତା ଏବଂ କ୍ଷେତ୍ରୀୟ ଅଖଣ୍ଡତା ସେବାରେ ପ୍ରାଣବଳି ଦେଇଥିବା ଭାରତୀୟ ଶାନ୍ତିସେନାର ବାହାଦୂର ଯବାନମାନଙ୍କୁ ସେ ଏହି ଅବସରରେ ପ୍ରଶଂସା କରିଥିଲେ ।

ଏକ୍ସ ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି:

“କଲମ୍ବୋରେ ଆଇପିକେଏଫ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଜଣାଇଲି । ଆମେ ଭାରତୀୟ ଶାନ୍ତିସେନାର ସେହି ଯବାନମାନଙ୍କୁ ସ୍ମରଣ କରୁଛୁ, ଯେଉଁମାନେ କି ଶ୍ରୀଲଙ୍କାର ଶାନ୍ତି, ଏକତା ଏବଂ କ୍ଷେତ୍ରୀୟ ଅଖଣ୍ଡତା ସେବାରେ ପ୍ରାଣବଳି ଦେଇଥିଲେ । ସେମାନଙ୍କ ଅତୁଟ ସାହସ ଏବଂ ପ୍ରତିବଦ୍ଧତା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ।”

SR


(रिलीज़ आईडी: 2119460) आगंतुक पटल : 39
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Tamil , Tamil , Telugu , Kannada , Malayalam