ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ-କତାର ମିଳିତ ବିବୃତି
Posted On:
18 FEB 2025 8:17PM by PIB Bhubaneshwar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ କତାର ଅମୀର ଶେଖ ତମିମ ବିନ ହମାଦ ଅଲ ଥାନି ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ । ଚଳିତବର୍ଷ ସେ ୧୭ ଓ ୧୮ ଫେବୃୟାରୀ ଦୁଇ ଦିନ ଧରି ଭାରତ ଗସ୍ତ କରିଥିଲେ । ଅମୀରଙ୍କର ଏହାର ଦ୍ୱିତୀୟ ଭାରତ ଗସ୍ତ । ଅମୀରଙ୍କ ସହ ଏକ ଉଚ୍ଚସ୍ତରୀୟ ମନ୍ତ୍ରିମଣ୍ଡଳ, ପଦାଧିକାରୀ ଓ ବ୍ୟବସାୟୀମାନେ ବି ଭାରତ ଗସ୍ତରେ ଆସିଥିଲେ ।
୧୮ ଫେବୃୟାରୀରେ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ଭାରତର ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କତାର ଅମୀରଙ୍କୁ ସ୍ୱାଗତ କରିଥିଲେ । ରାଷ୍ଟ୍ରପତିଙ୍କ ପକ୍ଷରୁ ଅମୀର ଓ ତାଙ୍କ ସାଥିମାନଙ୍କୁ ଏକ ଭବ୍ୟ ଭୋଜିରେ ଆପ୍ୟାୟିତ କରାଯାଇଥିଲା । ସେହି ଦିନ ହାଇଦ୍ରାବାଦ ହାଉସରେ ଅମୀରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ଐତିହାସିକ ବାଣିଜ୍ୟିକ ସମ୍ପର୍କ, ଅଧିବାସୀମାନଙ୍କ ଭିତରେ ସଦଭାବ ଓ ଅନ୍ୟାନ୍ୟ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଉଭୟ ନେତାଙ୍କ ଭିତରେ ଆଲୋଚନା ହୋଇଥିଲା । ଉଭୟ ଦେଶ ଭିତରେ ବିଭିନ୍ନ ପ୍ରସଙ୍ଗରେ ବହୁମୁଖୀ ସମ୍ପର୍କକୁ ଆହୁରି ମଜଭୂତ କରିବା ପାଇଁ ଉଭୟ ଦେଶର ନେତା ଆଗ୍ରହ ପ୍ରକାଶ କରିଥିଲେ । ଉଭୟ ପକ୍ଷ ଭିତରେ ଏକ ଦ୍ୱିପାକ୍ଷିକ ସହଭାଗିତା ପ୍ରତିଷ୍ଠା ପାଇଁ ହୋଇଥିବା ଚୁକ୍ତିନାମା ନେଇ ଉଭୟ ଦେଶ ଖୁସି ପ୍ରକଟ କରିଥିଲେ ।
ତେବେ ନୂଆକରି କରାଯାଇଥିବା ଷ୍ଟ୍ରାଟେଜିକ ପାର୍ଟନରସିପ ଅନୁସାରେ ଉଭୟ ପକ୍ଷ ଏଣିକି ଅଙ୍ଗୀକାରବଦ୍ଧ ହୋଇ କାମ କରିବେ ବୋଲି ରାଜି ହୋଇଥିଲେ । ରାଜନୀତି, ବାଣିଜ୍ୟ, ପୁଞ୍ଜି ନିବେଶ, ନିରାପତା, ଶକ୍ତି, ସଂସ୍କୃତି, ଶିକ୍ଷା, ପ୍ରଯୁକ୍ତି ବିଦ୍ୟା, ଉଦଭାବନ ସହ ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୂତ କରିବା ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ । ପରିବର୍ତିତ ଡବଲ ଟ୍ୟାକ୍ସେସନ ଆଭଏଡାନ୍ସ ଏଗ୍ରିମେଂଟ ଓ ଭାରତ-କତାର ଦ୍ୱିପାକ୍ଷିକ ଇନଭେଷ୍ଟମେଂଟ ଟ୍ରିଟି ଉପରେ ଉଭୟ ଦେଶ ଖୁସି ପ୍ରକଟ କରିବା ସହ ଏଣିକି କାମକୁ ତ୍ୱରାନ୍ୱିତ କରିବେ ବୋଲି ସହମତି ପ୍ରକାଶ କରିଥିଲେ ।
ଭାରତ ଓ କତାର ଭିତରେ ରହିଥିବା ବହୁମୁଖୀ ସମ୍ପର୍କକୁ ନେଇ ବିଭିନ୍ନସ୍ତରରେ ଆଗରୁ ଚାଲିଆସିଥିବା କଥାବାର୍ତାକୁ ନେଇ ଉଭୟ ପକ୍ଷ ଖୁସି ପ୍ରକଟ କରିଥିଲେ । ମାର୍ଚ୍ଚ ୨୦୧୫ରେ କତାର ଅମୀରଙ୍କ ଭାରତ ଗସ୍ତ ଓ ଜୁନ ୨୦୧୬ ଓ ଫେବୃୟାରୀ ୨୦୨୪ରେ ଭାରତର ପ୍ରଧାନମନ୍ତ୍ରୀଙ୍କ କତାର ଗସ୍ତ କଥା ଏହି ଅବସରରେ ସ୍ମୃତିଚାରଣ କରାଯାଇଥିଲା । ମନ୍ତ୍ରିସ୍ତରୀୟ ଓ ବରିଷ୍ଠ ପଦାଧିକାରୀଙ୍କ ଭିତରେ ଉଚ୍ଚସ୍ତରୀୟ କଥାବାର୍ତା ଜାରି ରଖିବା ନେଇ ଉଭୟ ପକ୍ଷ ରାଜି ହୋଇଥିଲେ ।
ଦ୍ୱିପାକ୍ଷିକ ବାଣିଜ୍ୟିକ ସହଯୋଗ କ୍ଷେତ୍ରରେ ଉଭୟ ଦେଶର ବାଣିଜ୍ୟ ଓ କମର୍ସ ପରି କ୍ଷେତ୍ର ଗୋଟିଏ ଗୋଟିଏ ସଶକ୍ତ ଖମ୍ବ । ତେବେ ଉଭୟ ପକ୍ଷ ଭିତରେ ବାଣିଜ୍ୟିକ କାରବାର ବୃଦ୍ଧି ଦିଗରେ ରହିଥିବା ସମ୍ଭାବନା ପ୍ରତି ଉଭୟ ଦେଶ ଗୁରୁତ୍ୱ ପ୍ରକାଶ କରିଥିଲେ । ଚଳନ୍ତି ଜଏଂଟ ବାର୍କିଂ ଗ୍ରୁପ ଅନ ଟ୍ରେଡକୁ ଜଏଂଟ କମିଶନ ଅନ ଟ୍ରେଡ ଆଣ୍ଡ କମର୍ସରେ ପରବର୍ତନକୁ ଉଭୟ ଦେଶ ସ୍ୱାଗତ କରିଥିଲେ । ଉଭୟ ଦେଶର ଆର୍ଥିକ ସମ୍ପର୍କକୁ ସମୀକ୍ଷା ସହ ଅନୁଧ୍ୟାନ କରିବାକୁ ଏହି ଜଏଂଟ କମିଶନ ସୂଚାରୁ ରୂପେ କାମ କରିବ ବୋଲି ସହମତି ପ୍ରକାଶ ପାଇଥିଲା । ତେବେ ଉଭୟ ଦେଶର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଏହା ଦାୟିତ୍ୱରେ ରହିବେ ।
ବିଶେଷକରି ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଉଭୟ ଦେଶ ପାରସ୍ପରିକ ସହଯୋଗ ବୃଦ୍ଧି କରିବା ପାଇଁ ଗୁରୁତ୍ୱ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୩ ଫେବୃୟାରୀରେ ହେବାକୁ ପ୍ରଥମ ଜଏଂଟ ବିଜିନେସ କାଉନସିଲକୁ ସ୍ୱାଗତ କରାଯାଇଥିଲା ।
ବୃଦ୍ଧି ପାଇଥିବା ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାରର ବିଭିନ୍ନ ଦିଗ ପ୍ରତି ଉନ୍ମୁଖ ରହିବାକୁ ଦୁଇ ଦେଶ ରାଜି ହୋଇଥିଲେ । ସେବା ଓ ଦ୍ରବ୍ୟ କ୍ଷେତ୍ରରେ ବଜାର ସୁବିଧା କରିବାକୁ ପ୍ରାଧାନ୍ୟ ଦିଆଯାଇଥିଲା । ଦ୍ୱିପାକ୍ଷିକ ଓ ବ୍ୟାପକ ଆର୍ଥନୀତିକ ସହଭାଗିତା ରାଜିନାମାର ବିଭିନ୍ନ ଦିଗ ଆବିଷ୍କାର କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ । ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବା ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ ।
ଉଭୟ ଭାରତ ଓ କତାର ଭିତରେ ରହିଥିବା ବନ୍ଧୁତାପୂର୍ଣ୍ଣ ସମ୍ପର୍କକୁ ମନେ ପକାଇ କତାର ଇନଭେଷ୍ଟମେଂଟ ଅଥରିଟି ଭାରତ ପରି ବିକାଶଶୀଳ ରାଷ୍ଟ୍ରରେ ଏକ କାର୍ଯ୍ୟାଳୟ ଖୋଲିବାକୁ ଏହି ଅବସରରେ ପ୍ରସ୍ତାବ ଦିଆଯାଇଥିଲା । ପୁଞ୍ଜିନିବେଶ କ୍ଷେତ୍ରର ଯୁଗ୍ମ ଟାସ୍କ ଫୋର୍ସର ଉଲ୍ଲେଖନୀୟ ସଫଳତା ଉପରେ ଜୁନ ୨୦୨୪ର ପ୍ରଥମ ବୈଠକ ବେଳେ ଆଲୋଚନା ହୋଇଥିଲା । ତେବେ ଏହାର ଅଗ୍ରଗତି ନେଇ ଉଭୟ ଦେଶ ପକ୍ଷରୁ ଖୁସି ପ୍ରକଟ କରାଯାଇଛି ।
ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ସହ ବିଦେଶୀ ଶୈକ୍ଷିକ ପୁଞ୍ଜି ନିବେଶ କ୍ଷେତ୍ରରେ ଭାରତବର୍ଷ ଉପଯୁକ୍ତ ବାତାବରଣ ସୃଷ୍ଟି କରିଥିବା କତାର ପକ୍ଷ କହିଥିଲେ । ତେଣୁ ଏଥିପାଇଁ ଭିତିଭୂମି ବିକାଶ, ପ୍ରଯୁକ୍ତି ବିଦ୍ୟା, ଖାଦ୍ୟ ସୁରକ୍ଷା, ଲଜିଷ୍ଟିକ୍ସ, ଆତିଥେୟତା ପରି ବିଭିନ୍ନ ବିଭାଗରେ କତାର ପକ୍ଷରୁ ପୁଞ୍ଜି ନିବେଶ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଭାରତରେ ପ୍ରାୟ ୧୦ କୋଟି ଆମେରିକୀୟ ଡଲାର ପୁଞ୍ଜି ନିବେଶ କରାଯିବ ବୋଲି ଘୋଷଣା କରାଯାଇଥିଲା ।
ସେହିପରି କତାରରେ ପୁଞ୍ଜି ନିବେଶ ପାଇଁ ଭଲ ବାତାବରଣ ସୃଷ୍ଟି କରାଯାଇଥିବାରୁ ଭାରତ ପ୍ରତିପକ୍ଷ ଖୁସି ପ୍ରକଟ କରିଥିଲେ । ସେବା ଓ ଦ୍ରବ୍ୟ ପାଇଁ କତାର ଏକ ଭଲ ପୁଞ୍ଜି ନିବେଶ କ୍ଷେତ୍ର ବୋଲି ଭାରତ କହିଥିଲା । କତାରର ଭୌଗୋଳିକ ଅବସ୍ଥିତି, ବିଶ୍ୱସ୍ତରୀୟ ଭିତିଭୂମି, ବାତାନୁକୂଳ ଯୋଜନାକୁ ଭାରତ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ପୁଞ୍ଜି ନିବେଶ ଓ ବାଣିଜ୍ୟ ବୃଦ୍ଧି ନେଇ ଉଭୟ ଦେଶର ଅଧିକାରୀ, ବାଣିଜ୍ୟିକ ପ୍ରତିଷ୍ଠାନ, ବେପାର ବଣିଜ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଥିଲା ।
ଆନ୍ତର୍ଜାତିକ ମାନଦଣ୍ଡ ଅନୁସାରେ ନିଜ ନିଜ ଆଂଚଳିକ କ୍ଷେତ୍ରରେ ବାଣିଜ୍ୟ ଓ ଆର୍ଥନୀତିକ ସହଯୋଗ ବୃଦ୍ଧି ନେଇ ଉଭୟ ଦେଶ କାମ କରିବାକୁ ଆହ୍ୱାନ ଦିଆଯାଇଥିଲା । ଦୀର୍ଘସୂତ୍ରୀ ଯୋଜନା କରି ଉଭୟ ଦେଶ ସଶକ୍ତ ବାଣିଜ୍ୟ କ୍ଷେତ୍ର ସୃଷ୍ଟି କରିବା ସହ ବିଭିନ୍ନ ଉତ୍ପାଦ ବିନିମୟ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରକାଶ କରିଥିଲେ । ଉଭୟ ଦେଶର ଘରୋଇ ଉଦ୍ୟୋଗ କ୍ଷେତ୍ରରେ ମିଳିତ ପ୍ରକଳ୍ପ କରିବା ପାଇଁ ପ୍ରୋତ୍ସାହିତ କରିବା ପାଇଁ କୁହାଯାଇଥିଲା । ୧୮ ଫେବୃୟାରୀରେ ଉଭୟ ଦେଶର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ଦ୍ୱାରା ଅନୁଷ୍ଠିତ ହୋଇଥିବା ଜଏଂଟ ବିଜିନେସ ଫୋରମକୁ ସ୍ୱାଗତ କରାଯାଇଥିଲା ।
ଆର୍ଥନୀତିକ କାରବାର ନେଇ ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଦର୍ଶାଯାଇ ବାଣିଜ୍ୟ ମେଳାର ବ୍ୟାପକ ଆୟୋଜନ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏପରି ପ୍ଲାଟଫର୍ମ ଦ୍ୱାରା ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବୃଦ୍ଧି, ବାଣିଜ୍ୟିକ ସହଭାଗିତା ପ୍ରୋତ୍ସାହନ ଓ ପୁଞ୍ଜି ନିବେଶ ପରି କ୍ଷେତ୍ର ବିକଶିତ ହୋଇପାରିବ ବୋଲି କୁହାଗଲା ।
ଏପରି କାର୍ଯ୍ୟକ୍ରମ ଦ୍ୱାରା ବିଭିନ୍ନ ରପ୍ତାନୀ ଏଜେନ୍ସି ସୃଷ୍ଟି, ବଜାର ସମସ୍ୟା ସମାଧାନ, ଅନ୍ତର୍ଜାତୀୟ ବାଣିଜ୍ୟିକ ମେଳାରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପରି ଏକାଧିକ କାମ ହୋଇପାରିବ । ଏହାଦ୍ୱାରା ଉଭୟ ଦେଶର ବ୍ୟବସାୟୀମାନେ ନିଜ ନିଜ ଉତ୍ପାଦଗୁଡିକର ପ୍ରଦର୍ଶନ କରିପାରିବା ସହ ନୂଆ ବ୍ୟାବସାୟିକ ଦିଗ ଉନ୍ମୋଚିତ ହୋଇପାରିବ ଏବଂ ଦୁଇ ଦେଶ ଭିତରେ ବାଣିଜ୍ୟିକ ସମ୍ପର୍କ ମଜଭୂତ ହୋଇପାରିବ ।
କତାର କ୍ୱୁଏନବିର ପଏଂଟସ ଅଫ ସେଲ୍ସଗୁଡିକରେ ଭାରତର ୟୁପିଆଇ ସେବା ଲାଗୁ କରାଯାଇଥିବାରୁ କତାର ପକ୍ଷରୁ ସ୍ୱାଗତ କରାଯାଇଥିଲା । ତେବେ ଆଗାମୀ ଦିନରେ ସାରା ଦେଶରେ ଏହା ଲାଗୁ ହେବାକୁ ଯାଉଥିବା ସୂଚନା ଦିଆଯାଇଛି । ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ଉଭୟ ଦେଶର ମୁଦ୍ରାକୁ ବ୍ୟବହାର କରିବା ନେଇ ବି ଗୁରୁତ୍ୱ ପ୍ରକାଶ ପାଇଛି । ସେହିପରି ଭାରତର ଗିଫ୍ଟ ସିଟିରେ କ୍ୱିଏନବିର ଅଫିସ ଖୋଲାଯାଇ ଏହାକୁ ସମ୍ପ୍ରସାରିତ କରାଯାଇଥିବା କୁହାଯାଇଥିଲା ।
ଦୁଇ ଦେଶ ଭିତରେ ପାରମ୍ପରିକ ବୁଝାମଣା ଘଟି ଶକ୍ତି ଭିତିଭୂମି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଲେ ଉଭୟ ଦେଶ ଏ ଦିଗରେ ଭଲ କାମ କରିପାରିବେ ବୋଲି ମତପ୍ରକାଶ ପାଇଛି । ଶକ୍ତି କ୍ଷେତ୍ରରେ ଯୁଗ୍ମ ଟାସ୍କ ଫୋର୍ସର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇ ଉଭୟ ପକ୍ଷର ଅଂଶୀଦାରମାନଙ୍କ ଭିତରେ ଆଲୋଚନା ଏ ଦିଗରେ ବିଶେଷ ସୁଫଳ ଆଣିପାରିବ ବୋଲି କୁହାଯାଇଛି ।
ଆତଙ୍କବାଦ ଓ ସୀମାପାର ଆତଙ୍କବାଦକୁ ନେଇ ଉଭୟ ଦେଶ ମିଳିତ ଭାବେ କାମ କରିବେ ବୋଲି କୁହାଯାଇଛି । ବିଭିନ୍ନ ଦ୍ୱିପାକ୍ଷିକ ଓ ବହୁମୁଖୀ ମେକିନିଜିମ ଦ୍ୱାରା ଏହାକୁ ପ୍ରତିହତ କରିବାରେ ଉଭୟ ଦେଶ ସଫଳ ହୋଇପାରିବେ ବୋଲି ମତପ୍ରକାଶ ପାଇଛି । ସୂଚନା ଓ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ, ଅନୁଭୂତି ଆଧାରିତ ତଥ୍ୟ ବିନିମୟ, ଉତମ ଅଭ୍ୟାସ ଓ ନୂଆ ପ୍ରଯୁକ୍ତି ବିଦ୍ୟା, ଆଇନର କାର୍ଯ୍ୟକାରିତା ନେଇ ସହଯୋଗ ବୃଦ୍ଧି ସହ ମନିଂ ଲଣ୍ଡ୍ରିଂକୁ ଲଗାମ, ନିଶା ଚାଲାଣ, ସାଇବର କ୍ରାଇମ ପରି ବିଭିନ୍ନ ଅପରାଧକୁ ରୋକିବା ଦିଗରେ ଉଭୟ ଦେଶ ପରସ୍ପରକୁ ସହଯୋଗ କରିବେ ବୋଲି ମତପ୍ରକାଶ ପାଇଛି । ସାଇବର ସୁରକ୍ଷା ସହ ଆତଙ୍କବାଦ ପାଇଁ ସାଇବର ସ୍ପେସ ବ୍ୟବହାର, ଉଗ୍ରବାଦ ଓ ସାମାଜିକ ସଂହତିକୁ ନଷ୍ଟ କରୁଥିବା ବିଭିନ୍ନ ଉପାଦାନ ବିରୋଧରେ ଦୁଇ ଦେଶ ମିଳିତ ଭାବେ କାମ କରିବେ ବୋଲି ରାଜି ହୋଇଥିଲେ । ସୁରକ୍ଷା ଓ ଆଇନ ପ୍ରଣୟନ ଦିଗରେ କାମ କରୁଥିବା ଯୁଗ୍ମ କମିଟିର ନିୟମିତ ବୈଠକ ଉପରେ ଉଭୟ ଦେଶ ରାଜି ହୋଇଥିଲେ ।
ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏନେଇ ଆଗାମୀ ଦିନରେ ଗୁରୁତ୍ୱ ଦେବାକୁ ଏହି ଅବସରରେ ମତପ୍ରକାଶ ପାଇଥିଲା । ସ୍ୱାସ୍ଥ୍ୟ ସମ୍ପର୍କିତ ଯୁଗ୍ମ ବାର୍କିଂ ଗ୍ରୁପ ସହ କୋଭିଡ ସମୟରେ ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଇଥିବା ଉତମ ସମ୍ପର୍କକୁ ଉଭୟ ପକ୍ଷ ସ୍ୱାଗତ କରିଥିଲେ । କତାରକୁ ଫାର୍ମାସିଟ୍ୟୁକାଲ ଦ୍ରବ୍ୟ ସହ ମେଡିକାଲ ଯନ୍ତ୍ରପାତି ରପ୍ତାନୀ କରିବା କ୍ଷେତ୍ରରେ ଭାରତ ପକ୍ଷରୁ ବିଶେଷ ଫୋକସ ଦିଆଯାଇଥିଲା । ତେବେ ଜାତୀୟ କମ୍ପାନୀଗୁଡିକର ପଞ୍ଜିକରଣ ସହ ଫାର୍ମାସିଟ୍ୟୁକାଲ ଦ୍ରବ୍ୟର ପଞ୍ଜିକରଣ ନେଇ ଉଭୟ ପକ୍ଷ ରାଜି ହୋଇଥିଲେ ।
ପ୍ରଯୁକ୍ତି ବିଦ୍ୟା ଓ ଉଦଭାବନ କ୍ଷେତ୍ରରେ ଗଭୀର ସହଯୋଗ ନେଇ ଉଭୟ ଦେଶ ପରସ୍ପରକୁ ସହଯୋଗ କରିବାକୁ ସହମତି ପ୍ରକାଶ କରିଥିଲେ । ନୂଆ ନୂଆ ପ୍ରଯୁକ୍ତି ବିଦ୍ୟା, ଷ୍ଟାର୍ଟ ଅପ, କୃତ୍ରିମ ବୁଦ୍ଧିମତା ନେଇ ଉଭୟ ଦେଶ ଭିତରେ ସହଯୋଗ ରହିବ ବୋଲି ଆଶା ପ୍ରକଟ କରାଯାଇଥିଲା । ଇ-ଗଭର୍ଣ୍ଣାନ୍ସ ଓ ଡିଜିଟାଲ କ୍ଷେତ୍ରର ବିଭିନ୍ନ ଦିଗ ଉପରେ ବି ଏହି ଅବସରରେ ଉଭୟ ଦେଶ ଆଲୋଚନା କରିଥିଲେ । ୨୦୨୪-୨୫ରେ କତାର ଦୋହାରେ ଅନୁଷ୍ଠିତ ବେବ ଶିଖର ସମ୍ମିଳନୀରେ ଭାରତୀୟ ଷ୍ଟାର୍ଟ ଅପ କମ୍ପାନୀର ଯୋଗଦାନକୁ ଉଭୟ ଦେଶ ସ୍ୱାଗତ କରିଥିଲେ ।
ଖାଦ୍ୟ ସୁରକ୍ଷା ସହ ସପ୍ଲାଇ ଚେନ ସୁରକ୍ଷା ନେଇ ଉଭୟ ଦେଶ ଗୁରୁତ୍ୱ ଦେଇଥିଲେ । ଏ କ୍ଷେତ୍ରରେ ଆଗକୁ ଉଭୟ ଦେଶ ଭିତରେ ସହଯୋଗ ବଢିବ ବୋଲି ବି ମତପ୍ରକାଶ ପାଇଥିଲା ।
ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭାବ ବିନିମୟ ସହ ସାଂସ୍କୃତିକ ପ୍ରତିଷ୍ଠାନ ଭିତରେ ବାତାନୁକୂଳ ସହଭାଗିତା ବୃଦ୍ଧି ନେଇ ଉଭୟ ଦେଶ ରାଜି ହୋଇଥିଲେ । ସେହିପରି କ୍ରୀଡା କ୍ଷେତ୍ରରେ ଉଭୟ ଦେଶର ଖେଳାଳିମାନଙ୍କ ଭାବ ବିନିମୟ ସହ ନିୟମିତ ଭାବେ ସେମିନାର, କର୍ମଶାଳା, କନଫରେନ୍ସର ଆୟୋଜନ କରାଗଲେ ଦୁଇ ଦେଶ ଭିତରେ ରହିଥିବା ସମ୍ପର୍କ ବୃଦ୍ଧି ଘଟିବ । ଆଗାମୀ ଦିନରେ ଭାରତ-କତାର ମଧ୍ୟରେ ବନ୍ଧୁତା, କ୍ରୀଡା ଓ ସଂସ୍କୃତି କ୍ଷେତ୍ରରେ ଉତମ ସମ୍ପର୍କ ସ୍ଥାପନ ହେବାକୁ ଉଭୟ ଦେଶ ସ୍ୱାଗତ କରିଥିଲେ ।
ଉଭୟ ଦେଶର ଶିକ୍ଷାନୁଷ୍ଠାନଗୁଡିକ ଭିତରେ ସୌହାର୍ଦ୍ଦ୍ୟ ବୃଦ୍ଧି ହେଲେ ଶିକ୍ଷା କ୍ଷେତ୍ରରେ ଭାରତ ଓ କତାର ଭିତରେ ରହିଥିବା ସମ୍ପର୍କ ମଜଭୂତ ହୋଇପାରିବ । ମିଳିତ ଗବେଷଣା, ଶିକ୍ଷାନୁଷ୍ଠାନ ଭିତରେ ସହଯୋଗ ବୃଦ୍ଧି, ଛାତ୍ର ଓ ଗବେଷକମାନଙ୍କ ଭିତରେ ଭାବ ବିନିମୟ ପରି କିଛି ପ୍ରସଙ୍ଗ ଉପରେ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ । ପିଢି ପରେ ପିଢି ଉଭୟ ଦେଶର ନାଗରିକମାନଙ୍କ ଭିତରେ ରହିଥିବା ଉତମ ସମ୍ପର୍କ ଭାରତ ଓ କତାରର ଐତିହାସିକ ସମ୍ପର୍କକୁ ମଜଭୂତ କରୁଥିବା କୁହାଯାଇଛି । କତାରରେ ପ୍ରବାସୀ ଭାରତୀୟମାନଙ୍କ ଅପୂର୍ବ ସହଯୋଗ ରହିଆସିଥିବା କୁହାଯାଇଥିଲା । ଶାନ୍ତିପ୍ରିୟ ଭାବମୂର୍ତି ସହ ପରିଶ୍ରମୀ ପ୍ରକୃତି ପାଇଁ ବିଦେଶରେ ଭାରତୀୟମାନଙ୍କର ବହୁତ ଚାହିଦା ରହିଥିବା କୁହାଯାଇଥିଲା । କତାର ନାଗରିକଙ୍କ ପାଇଁ ଭାରତ ପକ୍ଷରୁ ଆରମ୍ଭ କରାଯାଇଥିବା ଇ-ଭିସା କାର୍ଯ୍ୟକ୍ରମକୁ ବି ଏହି ଅବସରରେ ସ୍ୱାଗତ କରାଯାଇଥିଲା ।
ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଉଭୟ ଦେଶର ସହଯୋଗ ବୃଦ୍ଧି ପାଇବା ନେଇ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ । ଶ୍ରମ ଓ ନିଯୁକ୍ତି କ୍ଷେତ୍ରରେ ଗଠନ କରାଯାଇଥିବା ଯୁଗ୍ମ ବାର୍କିଂ ଗ୍ରୁପ ବରାବର ବୈଠକ ଡାକିବାକୁ ନେଇ ଗୁରୁତ୍ୱ ପ୍ରକାଶ ପାଇଥିଲା ।
ମଧ୍ୟପ୍ରାଚ୍ୟରେ ସୁରକ୍ଷା ଓ ନିରାପତାକୁ ଦୃଷ୍ଟିରେ ରଖି ସ୍ୱାର୍ଥ ସାଧନ କ୍ଷେତ୍ରରେ ଉଭୟ ଆଂଚଳିକ ଓ ଅନ୍ତର୍ଜାତୀୟ ବୁଝାମଣା ବୃଦ୍ଧି ପାଇବା ନେଇ ଭାବ ବିନିମୟ କରାଯାଇଥିଲା । ବିଭିନ୍ନ ଆନ୍ତର୍ଜାତିକ ବିବାଦର ସମାଧାନ ପାଇଁ ଶାନ୍ତିପୂର୍ଣ୍ଣ ଆପୋଷ ବୁଝାମଣା ସହ କୂଟନୀତି ଉପରେ ଉଭୟ ଦେଶ ଗୁରୁତ୍ୱ ପ୍ରକାଶ କରିଥିଲେ । ମିଳିତ ଜାତିସଂଘ ଓ ଅନ୍ୟାନ୍ୟ ମଂଚରେ ଉଭୟ ଦେଶ ଭିତରେ ରହିଥିବା ପାରସ୍ପରିକ ସହଯୋଗକୁ ଦୁଇ ଦେଶ ପ୍ରଶଂସା କରିଥିଲେ ।
କତାରର ଅଧ୍ୟକ୍ଷତାରେ ରିୟାଦରେ ୯ ସେପ୍ଟେମ୍ବର ୨୦୨୪ରେ ଅନୁଷ୍ଠିତ ହୋଇଥିବା ବୈଦେଶିକ ମନ୍ତ୍ରିସ୍ତରୀୟ ଭାରତ-ଜିସିସି କଥାବାର୍ତା ନେଇ ଉଭୟ ଦେଶ ଖୁବ ଆଶାବାଦୀ ରହିଥିବା କୁହାଯାଇଥିଲା । ଜଏଂଟ ଆକ୍ସନ ପ୍ଲାନ ଅଧୀନରେ ଭାରତ-ଜିସିସି ମଧ୍ୟରେ ସହଯୋଗ ବୃଦ୍ଧି ଘଟିଥିବାରୁ କତାର ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଥିଲା । ବୈଶ୍ୱିକ ସମସ୍ୟାର ମୁକାବିଲା ପାଇଁ ମିଳିତ ଜାତିସଂଘ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଉଭୟ ଦେଶ ସ୍ୱାଗତ କରିଥିଲେ । ମିଳିତ ଜାତିସଂଘର ଜାତୀୟ ସୁରକ୍ଷା ପରିଷଦ ପ୍ରତି ଉଭୟ ଦେଶ ଗୁରୁତ୍ୱ ଦେଇଥିଲେ । ମିଳିତ ଜାତିସଂଘର ସସଟେନେବୁଲ ଡେଭଲେପମେଂଟ ଗୋଲ୍ସ ବା ଏସଡିଜିଏସ ପ୍ରତି ଦୁଇ ଦେଶ ଗୁରୁତ୍ୱ ଦେବେ ବୋଲି କଥା ହୋଇଥିଲେ । ମିଳିତ ଜାତିସଂଘରେ ଦୁଇ ଦେଶ ପରସ୍ପରକୁ ସହାୟଚା କରିବେ ବୋଲି ଏହି ଅବସରରେ ଖସଡା ପ୍ରସ୍ତୁତ କରାଯାଇଥିଲା ।
ସ୍ୱାକ୍ଷରିତ ଚୁକ୍ତିନାମା
ଦ୍ୱିପାକ୍ଷିକ ଷ୍ଟ୍ରାଟେଜିକ ପାର୍ଟନରସିପ
ପରିମାର୍ଜିତ ଡବଲ ଟ୍ୟାକ୍ସେସନ ଆଭଏଡାନ୍ସ ଏଗ୍ରିମେଂଟ
ଉଭୟ ଦେଶର ଅର୍ଥ ମନ୍ତ୍ରଣାଳୟ ଭିତରେ ଚୁକ୍ତି
ଯୁବ ଓ କ୍ରୀଡା ବ୍ୟାପାର ଭିତରେ ଚୁକ୍ତି
ନଥିପତ୍ର ସଂରକ୍ଷଣ ଦିଗରେ ସହଯୋଗ ବୃଦ୍ଧି ନେଇ ଚୁକ୍ତି
ଇନଭେଷ୍ଟ ଇଣ୍ଡିଆ ଓ ଇନଭେଷ୍ଟ କତାର ଚୁକ୍ତି
କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି ଓ କତାରୀ ବିଜିନେସମ୍ୟାନ ଆସୋସିଏସନ ଚୁକ୍ତି
ନିଜ ସହ ନିଜ ସାଥୀ ସହୋଦରଙ୍କୁ ଭବ୍ୟ ସ୍ୱାଗତ କରିଥିବାରୁ କତାର ଅମୀର ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଗସ୍ତ ଫଳରେ ଉଭୟ ଦେଶ ଭିତରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇବ ବୋଲି ଆଶା କରାଯାଏ । ଦୁଇ ଦେଶର ନାଗରିକମାନଙ୍କ ସୁବିଧା ପାଇଁ ଉଭୟ ଦେଶ ମଧ୍ୟରେ ରହିଥିବା ସମ୍ପର୍କ ଆଗାମୀ ଦିନରେ ଆହୁରି ମଜଭୂତ ହେବ ବୋଲି ଉଭୟ ଦେଶର ନେତାମାନେ ଆଶା ପ୍ରକଟ କରିଥିଲେ ।
PBD
(Release ID: 2104865)
Visitor Counter : 18
Read this release in:
English
,
Urdu
,
Marathi
,
Hindi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam