ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗିରିଧର ମାଲବ୍ୟଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 18 NOV 2024 6:18PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ରତ୍ନ ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଅଣନାତି ଶ୍ରୀ ଗିରିଧର ମାଲବ୍ୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଗଙ୍ଗା ସ୍ୱଚ୍ଛତା ଅଭିଯାନ ଏବଂ ଶିକ୍ଷା ଜଗତରେ ଶ୍ରୀ ଗିରିଧର ମାଲବ୍ୟଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ।

ଗୋଟିଏ ଏକ୍ସ ପୋଷ୍ଟରେ ସେ ଲେଖିଛନ୍ତି:

‘‘ଭାରତ ରତ୍ନ ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଅଣନାତି ଗିରିଧର ମାଲବ୍ୟଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖିତ। ତାଙ୍କ ବିୟୋଗ ଶିକ୍ଷା ଜଗତ ତଥା ସମଗ୍ର ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ଗଙ୍ଗା ସଫେଇ ଅଭିଯାନରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ନ୍ୟାୟିକ ସେବାରେ ନିଜ କାର୍ଯ୍ୟ ପାଇଁ ମଧ୍ୟ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ମୁଁ ତାଙ୍କୁ ଅନେକ ଥର ବ୍ୟକ୍ତିଗତ ଭାବେ ଭେଟିବାର ସୌଭାଗ୍ୟ ପାଇଛି । ୨୦୧୪ ଓ ୨୦୧୯ରେ ସେ ମୋ ସଂସଦୀୟ କ୍ଷେତ୍ର ବାରାଣସୀରୁ ପ୍ରସ୍ତାବକ ଥିଲେ, ଯାହା ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ। ଭଗବାନ ଏହି ଦୁଃଖସମୟରେ ତାଙ୍କ ପରିବାର ଜନଙ୍କୁ ଶକ୍ତି ଦିଅନ୍ତୁ। ଓମ୍ ଶାନ୍ତି!’’

 

********

P.S.


(ରିଲିଜ ଆଡି: 2074428) ପରିଦର୍ଶକ କାଉଣ୍ଟର : 66