ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ

Posted On: 16 OCT 2024 3:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି।

କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର ୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବଢ଼ାଇଛନ୍ତିକଳା ଓ ଧଳା ସୋରିଷ ପାଇଁ ଏମଏସପିରେ ସର୍ବାଧିକ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ମସୁର ଏମଏସପି କ୍ୱିଣ୍ଟାଲ ପିଛା ୨୭୫ ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି । ଚଣା, ଗହମ, କୁସୁମଯଅ ପାଇଁ କ୍ୱିଣ୍ଟାଲ ପିଛା ଏମଏସପି ଯଥାକ୍ରମେ ୨୧୦ ଟଙ୍କା, ୧୫୦ ଟଙ୍କା, ୧୪୦ ଟଙ୍କା ଓ ୧୩୦ ଟଙ୍କା ବୃଦ୍ଧି କରାଯାଇଛି ।

୨୦୨୫-୨୬ ବିପଣନ ଋତୁ ପାଇଁ ସମସ୍ତ ରବି ଫସଲର ଏମଏସପି ନିମ୍ନରେ ଦିଆଗଲା

(କୁଇଣ୍ଟାଲ୍‌ ପିଛା ଟଙ୍କା)

 

S. No.

Crops

MSP RMS 2025-26

Cost*of Production RMS 2025-26

Margin over cost

(in percent)

MSP RMS 2024-25

Increase in MSP

(Absolute)

1

Wheat

2425

1182

105

2275

150

2

Barley

1980

1239

60

1850

130

3

Gram

5650

3527

60

5440

210

4

Lentil (Masur)

6700

3537

89

6425

275

5

Rapeseed & Mustard

5950

3011

98

5650

300

6

Safflower

5940

3960

50

5800

140

 

*ନିୟୋଜିତ ମାନବ ଶ୍ରମ, ବଳଦ ଶ୍ରମିକ/ମେସିନ୍ ଶ୍ରମିକ, ଭାଗରେ ଜମି ନେବା ପାଇଁ ଦିଆଯାଇଥିବା ଭଡ଼ା, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଯନ୍ତ୍ରପାତି ଓ କୃଷି କୋଠା ବାବଦରେ କରାଯାଇଥିବା ବ୍ୟୟ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍ ଚଳାଇବା ପାଇଁ ଡିଜେଲ/ବିଦ୍ୟୁତ୍ ଇତ୍ୟାଦି ସମସ୍ତ ଦେୟ ବାବଦରେ ହୋଇଥିବା ବ୍ୟୟ ଆଦି ସହିତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ମୂଲ୍ୟକୁ ମିଶାଇ ଉତ୍ପାଦନ ଖର୍ଚ୍ଚ ହିସାବ କରାଯାଏ।

କେନ୍ଦ୍ର ବଜେଟ ୨୦୧୮-୧୯ ଘୋଷଣା ଅନୁଯାୟୀ, ସର୍ବଭାରତୀୟ ଭାରପ୍ରାପ୍ତ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଅନୁସରଣ କରି, ବିପଣନ ଋତୁ ୨୦୨୫-୨୬ ପାଇଁ ବାଧ୍ୟତାମୂଳକ ରବି ଫସଲଗୁଡ଼ିକ ଏମଏସପି ବୃଦ୍ଧି କରାଯାଇଛି । ସର୍ବଭାରତୀୟ ଭାରପ୍ରାପ୍ତ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ପ୍ରତ୍ୟାଶିତ ଅନ୍ତର ଗହମ ପାଇଁ ୧୦୫ ପ୍ରତିଶତ ଥିବା ବେଳେ କଳା ଓ ଧଳା ସୋରିଷ ପାଇଁ ୯୮ ପ୍ରତିଶତ; ଡାଲି ପାଇଁ ୮୯ ପ୍ରତିଶତ; ଚଣା ପାଇଁ ୬୦ ପ୍ରତିଶତ; ଯଅ ପାଇଁ ୬୦ ପ୍ରତିଶତ; ଏବଂ କୁସୁମ ପାଇଁ ୫୦ ପ୍ରତିଶତ ହେବ। ରବି ଫସଲର ଏହି ବର୍ଦ୍ଧିତ ଏମଏସପି କୃଷକମାନଙ୍କ ପାଇଁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବ ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବ ।

********

P.S/Swadhin



(Release ID: 2065361) Visitor Counter : 54