ଉପରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav g20-india-2023

ଦିଲ୍ଲୀରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟଠାରେ ଉପରାଷ୍ଟ୍ରପତିଙ୍କ ଅଭିଭାଷଣ

Posted On: 16 AUG 2024 12:33PM by PIB Bhubaneshwar

 

ଆପଣ ସମସ୍ତଙ୍କୁ ଶୁଭ ସକାଳ ।

ବିଭାଗର ଅଧ୍ୟାପକ ବୃନ୍ଦ, ବିଶିଷ୍ଟ ବ୍ୟକ୍ତି ଏବଂ ପ୍ରିୟ ସାଥିମାନେ,

ମୁଁ ୧୯୭୯ ମସିହାରେ ମୋ କ୍ୟାରିୟର ଆରମ୍ଭ କରିଥିଲି, ସେହି ବର୍ଷ ମୋର ବିବାହ ହୋଇଥିଲା । ମୁଁ ଯେଉଁ ବର୍ଷ ବିବାହ କରିଥିଲି ତାହା ସେଥିପାଇଁ ପ୍ରାସଙ୍ଗିକ କାରଣ ଯେତେବେଳେ ଆପଣ ଆଇନ ବୃତ୍ତିରେ ପ୍ରବେଶ କରନ୍ତି, ସେତେବେଳେ ଆପଣଙ୍କୁ ଜଣେ ଈର୍ଷାଶୀଳ ମାଲିକାଣୀଙ୍କ ସହିତ ବନ୍ଧୁତା ରଖିବାକୁ ପଡିଥାଏ ।

ମୁଁ ସେହି ଈର୍ଷାଶୀଳ ମାଲିକାଣୀଙ୍କ ସହିତ ଚାରି ଦଶନ୍ଧି ଧରି ଭଲ ବନ୍ଧୁତା ରଖିଥିଲି - ତିନି ଦଶନ୍ଧି ଏବଂ ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜଣେ ବରିଷ୍ଠ ଓକିଲ ଭାବରେ ଅଧିକ । କିନ୍ତୁ ଏହା ମୋର ସୌଭାଗ୍ୟ ଥିଲା ଯେ, ୨୦୧୯ ଜୁଲାଇ ୨୦ ତାରିଖଦିନ, ଯେଉଁଦିନ ନୀଲ ଆର୍ମଷ୍ଟ୍ରଙ୍ଗ ୫୦ ବର୍ଷ ପୂର୍ବେ ଚନ୍ଦ୍ରରେ ଅବତରଣ କରିଥିଲେ, ମୋତେ ୱାରେଣ୍ଟ ଦ୍ୱାରା ନିଯୁକ୍ତ କରାଯାଇଥିଲା । ଜଣେ ଓକିଲ ଭାବରେ, ଆପଣ ବୁଝିପାରୁଥିବେ ଯେ, ୱାରେଣ୍ଟ ଏକ କଠୋର ଶବ୍ଦ । ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାକ୍ଷରିତ ୱାରେଣ୍ଟରେ ମୋତେ ପଶ୍ଚିମବଙ୍ଗ ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ମୋ ପାଇଁ ନ୍ୟାୟର ଉପହାସ ସମ୍ପୂର୍ଣ୍ଣ ହୋଇଥିଲା ।

ଜୁଲାଇ ୨୦ ତାରିଖରେ ମୋ ପତ୍ନୀଙ୍କ ଜନ୍ମଦିନ ଥିବାରୁ ଈର୍ଷାଶୀଳ ମାଲିକାଣୀ ଚାଲିଯାଇଥିଲେ। ଅତ୍ୟନ୍ତ ଆଶାବାଦୀ ଏବଂ ଆତ୍ମବିଶ୍ୱାସର ସହ ମୁଁ ଆଜି ଆପଣମାନଙ୍କୁ ସମ୍ବୋଧିତ କରୁଛି । ଏହା ସବୁ ଗତ କିଛି ମିନିଟ୍ ମଧ୍ୟରେ ସୃଷ୍ଟି ହୋଇଛି ଯାହା ମୁଁ ଆପଣଙ୍କ ବିଶ୍ୱବିଦ୍ୟାଳୟ ପରିସରରେ ବିତାଇଛି ଏବଂ ଆପଣଙ୍କର ଜୀବନ୍ତ ଚେହେରାକୁ ଦେଖିଛି ।

ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ଯେଉଁ ଲୋକମାନେ ପଛ ବେଞ୍ଚରେ ବସିଛନ୍ତି,- ଆପଣମାନେ ବ୍ୟାକ ବେଞ୍ଚର ନୁହଁନ୍ତି। ଆପଣ କେବଳ ପଛ ବେଞ୍ଚରେ ବସିଛନ୍ତି, ତେଣୁ, ଆପଣଙ୍କୁ ମୋର ନମସ୍କାର ଏବଂ ଅଭିନନ୍ଦନ । ଆପଣମାନେ ସେତିକି ମହତ୍ୱପୂର୍ଣ୍ଣ ଅଟନ୍ତି, ଯେତିକି ସମୁଖ ବେଞ୍ଚରେ ବସିଥିବା ଳୋକମାନେ, ତାଠାରୁ ଅଧିକ ନୁହେଁ।

ସାମାଜିକ ଉନ୍ନତି ଓ ଅର୍ଥନୈତିକ ବିକାଶ ପାଇଁ ଶିକ୍ଷା ନିଶ୍ଚିତ ଭାବେ ସବୁଠାରୁ ପ୍ରଭାବଶାଳୀ ବ୍ୟବସ୍ଥା। ଏହା ସମାନତା ଆଣିଥାଏ ଏବଂ ସାମାଜିକ ଅସମାନତାକୁ ଦୂର କରିଥାଏ, ଯାହା ସୁନିଶ୍ଚିତ କରେ ଯେ ବିକାଶର ଲାଭ ଅତ୍ୟଧିକ ଅବହେଳିତ ଲୋକଙ୍କ ପର୍ଯ୍ୟନ୍ତ୍ ମଧ୍ୟ ପହଞ୍ଚିପାରିବ । ଆଜିକାଲି ଶିକ୍ଷା ହିଁ ନିର୍ଦ୍ଧାରଣ କରିଥାଏ ଯେ ଆପଣ କେଉଁଠି ରହିବେ।

ପୂର୍ବରୁ ଏହାକୁ ଅଧିକାରପ୍ରାପ୍ତ ବଂଶବୃତ୍ତି, ସଂରକ୍ଷଣ ବା ଆଇନଠାରୁ ଉର୍ଦ୍ଧ୍ୱ ବୋଲି କୁହାଯାଉଥିଲା- ଏବେ ଆଉ ଏମିତି ନାହିଁ। ଏକ ବଡ଼ ପରିବର୍ତ୍ତନ ଆସିଛି, ଏବଂ ଦେଶର ଯୁବପିଢ଼ି ଉତ୍ସାହିତ ହେବା ଆବଶ୍ୟକ ଯେ ବର୍ତ୍ତମାନ ଏକ ଇକୋସିଷ୍ଟମ୍ ସୃଷ୍ଟି ହୋଇଛି ଯେଉଁଠାରେ ଆପଣ ନିଜର ଶକ୍ତିକୁ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରିପାରିବେ, ଆପଣଙ୍କ ପ୍ରତିଭା ଏବଂ ସାମର୍ଥ୍ୟକୁ ଉପଯୋଗ କରିପାରିବେ, ଆପଣଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାକୁ ସାକାର କରିପାରିବେ ଏବଂ ଏହା ଦ୍ୱାରା ମାରାଥନ୍ ଯାତ୍ରାରେ ଯୋଗଦାନ କରିପାରିବେ, ଯେଉଁଥିରେ ଆପଣ ବିକଶିତ bharat@୨୦୪୭ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟନ୍ତି ।

ପୁଅ ଏବଂ ଝିଅମାନେ, ଆପଣମାନେ ପ୍ରକୃତରେ ଭାଗ୍ୟବାନ । ଆପଣ ମାନେ ଏହି ଅନୁଷ୍ଠାନରେ ଗୁଣାତ୍ମକ ଶିକ୍ଷା ଲାଭ କରୁଛନ୍ତି, ଏବଂ ଏହା କେଉଁ ଉନ୍ନତମାନର ଅନୁଷ୍ଠାନ - କ୍ରମାଗତ ଭାବେ ସପ୍ତମ ବର୍ଷ ପାଇଁ ଏନଆଇଆରଏଫ ମାନ୍ୟତାରେ ଆଇନ ବର୍ଗରେ ଦ୍ୱିତୀୟ ସ୍ଥାନ। ମୁଁ ପ୍ରାକ୍‌-ସୋକ୍ରେଟିକ୍ ଯୁଗର ଜଣେ ମହାନ ଦାର୍ଶନିକ ହେରାକ୍ଲିଟସ୍‌ଙ୍କୁ ମନେ ପଡୁଛନ୍ତି। ସେ କହିଥିଲେ, "ଜୀବନରେ ଏକମାତ୍ର ସ୍ଥିର ଜିନିଷ ପରିବର୍ତ୍ତନ ଅଟେ, ଏବଂ ସେ ଆହୁରି କହିଲେ, "ଗୋଟିଏ ଲୋକ ଗୋଟିଏ ନଦୀରେ ଦୁଇଥର ପ୍ରବେଶ କରିପାରିବ ନାହିଁ କାରଣ ନା ସେ ସେହି ମଣିଷ ଅଟେ କିମ୍ବା ନା ସେଇ ନଦୀ ସେଠାରେ ଅଛି। ଆପଣ ପରିବର୍ତ୍ତନକୁ ଗ୍ରହଣ କରିଛନ୍ତି ଏବଂ ତଥାପି ନିଜର ସ୍ଥିତି ବଜାୟ ରଖିଛନ୍ତି ।

ଦୁଇଟି କାରଣ ପାଇଁ ମୁଁ ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଅଧିକ ଆନନ୍ଦିତ ।

ଗୋଟିଏ, ଯାହା କି ପୂର୍ବରୁ ବିଦ୍ୱାନ କୁଳପତି ପୂର୍ବରୁ କହିଛନ୍ତି ।

ଦ୍ୱିତୀୟତଃ, ବିଶ୍ୱସ୍ତରରେ ଆପଣ ଏଭଳି ଦଶ କିମ୍ବା ଏଗାରଟି କାର୍ଯ୍ୟକ୍ରମର ଅଂଶ ବିଶେଷ ଅଛନ୍ତି, ଯାହାର ଅର୍ଥ ହେଉଛି ଆପଣ ଅନ୍ୟମାନଙ୍କ ଠାରୁ ଆଗରେ ଅଛନ୍ତି, ସମୟଠାରୁ ଆଗରେ ଅଛନ୍ତି, ଭାରତକୁ ଅନ୍ୟ ଦେଶଠାରୁ ଆଗରେ ନେବାରେ ଆପଣ ଆଗରେ ଅଛନ୍ତି ।

ବୌଦ୍ଧିକ ସମ୍ପତ୍ତି ଆଇନ ଏବଂ ପରିଚାଳନାରେ ସଂଯୁକ୍ତ ମାଷ୍ଟର ଏବଂ ଏଲଏଲଏମ ପାଇଁ ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଏନଏଲୟୁ ଦିଲ୍ଲୀ ଏବଂ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନର ମିଳିତ ସହଯୋଗ । ଏହି ସମନ୍ୱୟ ପାଇଁ ଅଭିନନ୍ଦନ । ଏହା ଏକ ସୁସ୍ଥ ସମନ୍ୱୟ, ଯାହା ଗୁଣୋତ୍ତର ଲାଭାଂଶ ଆଣିବ ।

ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ । ମୋର ବିଶ୍ୱାସ ଯେ ଆପଣମାନେ ସମସ୍ତେ ଏହି ସୁଯୋଗର ସଦୁପଯୋଗ କରିବେ । ବୌଦ୍ଧିକ ସମ୍ପତ୍ତି ଆଇନ ଏବଂ ପରିଚାଳନା ଉଦ୍ଭାବନ, ଅର୍ଥନୈତିକ ବିକାଶ ଏବଂ ସୃଜନଶୀଳ ପ୍ରୟାସର ସୁରକ୍ଷା ସହିତ ଆମର ପ୍ରାଚୀନ ଜ୍ଞାନ ଏବଂ ଗବେଷଣାକୁ ସୁରକ୍ଷିତ ରଖିବା ପାଇଁ ମହତ୍ୱପୂର୍ଣ୍ଣ ଅଟେ - ପରବର୍ତ୍ତୀ ସମୟରେ ଏହା ଅଧିକ ମହତ୍ୱପୂର୍ଣ୍ଣ ଅଟେ । ଆମର ବିଶ୍ୱୀକରଣ ଯୁଗରେ ବୌଦ୍ଧିକ ପରିଚାଳନା ଅନ୍ତର୍ଜାତୀୟ ବାଣିଜ୍ୟର ଏକ ମୂଳଦୁଆ ପାଲଟିଛି ।

ଭାରତ, ଯେଉଁଠି ବିଶ୍ୱ ଜନସଂଖ୍ୟାର ଏକ ଷଷ୍ଠାଂଶ ରହିଛି, ମାନବଜାତିର ଏକ ଷଷ୍ଠାଂଶ ଘର ଭାରତ ପାଇଁ ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ଟେକ୍ନୋଲୋଜି ହସ୍ତାନ୍ତରକୁ ପ୍ରୋତ୍ସାହିତ କରିବା ପାଇଁ ଦୃଢ଼ ଆଇପି ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ । ଏ ଦିଗରେ ଅନେକ କିଛି କରି ଏବଂ ଭଲ ଫଳାଫଳ ମିଳିଥିବାରୁ ଅତିରିକ୍ତ ସଚିବଙ୍କୁ ଅଭିନନ୍ଦନ ।

ଭାରତ ଏହାର ଆଇପି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଆମର ଆଇନଗତ ଢାଞ୍ଚା- ମୁଁ କିଛି ନା କିଛି ଭାବରେ ଏହା ସହିତ ଜଡିତ - କ୍ରମାଗତ ଭାବରେ ଅନ୍ତର୍ଜାତୀୟ ମାନଦଣ୍ଡ ଭଳି ଅନୁରୂପ ହୋଇଛି, ଦୃଢ଼ ସୁରକ୍ଷା ସୁନିଶ୍ଚିତ ହୋଇପାରିଛି । ଆମେ ସତର୍କତା ଅବଲମ୍ବନ କରି ଏମିତି ବ୍ୟବସ୍ଥା ପ୍ରସ୍ତୁତ କରିଛି, ଯାହା ବିଶ୍ୱ ବାଣିଜ୍ୟ ସଂଗଠନର ବୌଦ୍ଧିକ ସମ୍ପତ୍ତି ଅଧିକାରର ବାଣିଜ୍ୟ-ସମ୍ବନ୍ଧୀୟ ଦିଗକୁ ବୁଝାଇଥାଏ, କିମ୍ବା ସଂକ୍ଷେପରେ କହିବାକୁ ଗଲେ ଟ୍ରିପ୍ସ ତଥା ଅନ୍ୟ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ଚୁକ୍ତିରେ ଥିବା ଦାୟିତ୍ୱକୁ ଅନୁପାଳନ କରିବା ।

ଆଇପି ପ୍ରଶାସନକୁ ବଢ଼ାଇବା, ଅନଲାଇନ୍ ଫାଇଲିଂ ଏବଂ ପ୍ରୋସେସିଂ ସିଷ୍ଟମ କାର୍ଯ୍ୟକାରୀ କରିବା, ବିଳମ୍ବ ହ୍ରାସ କରିବା ଏବଂ ସ୍ୱଚ୍ଛତା ରେ ଉନ୍ନତି ଆଣିବା ପାଇଁ ଟେକ୍ନୋଲୋଜିର ଉପଯୋଗ କରିବା ରେ ମଧ୍ୟ ଭାରତ ସକ୍ରିୟ ରହିଛି । ବାସ୍ତବରେ, ଆମେ ଏପରି ଏକ ବ୍ୟବସ୍ଥା ପାଇଁ ଗର୍ବ ଅନୁଭବ କରିପାରିବା ଯାହା ସମ୍ପୂର୍ଣ୍ଣ ଭାବେ ଡିଜିଟାଇଜ୍‌, ସ୍ୱଚ୍ଛ ଏବଂ ପାରଦର୍ଶୀ ଏବଂ ଏକ ଉଚ୍ଚ ବିଶ୍ୱସ୍ତରୀୟ ମାନଦଣ୍ଡରେ ପହଞ୍ଚିଛି । ଆଜିର ଜ୍ଞାନ ଭିତ୍ତିକ ଅର୍ଥ ବ୍ୟବସ୍ଥାରେ ଅସ୍ପୃଶ୍ୟ ସମ୍ପତ୍ତିର ମୂଲ୍ୟ ପ୍ରାୟତଃ ସ୍ଥିର ସମ୍ପତ୍ତିଠାରୁ ଅଧିକ ହୋଇଥାଏ।

ଆମର ୫,୦୦୦ ବର୍ଷର ସଭ୍ୟତାକୁ ଦେଖନ୍ତୁ । ଜ୍ଞାନ ଏବଂ ବୃଦ୍ଧି ଆମ ଭଣ୍ଡାରରେ ରହିଛି। କୌଣସି ରାଷ୍ଟ୍ର ଏକଥା ଉପରେ ଗର୍ବ କରିପାରି ନାହିଁ ଯେ ଆମ ଜ୍ଞାନ ବିକାଶ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଅଛି । ଆମ ପାଖରେ ଥିବା ଜ୍ଞାନର ବିକାଶ କ୍ଷେତ୍ରରେ ଯଦି କେହି ଥାଆନ୍ତି, ତେବେ କୌଣସି ରାଷ୍ଟ୍ର ଦ୍ୱିତୀୟ ହୋଇ ଗର୍ବ ଅନୁଭବ କରିପାରିବ ନାହିଁ। ସୃଜନଶୀଳତା ଏବଂ ଉଦ୍ଭାବନର ସମୃଦ୍ଧ ପରମ୍ପରା ସହିତ ଭାରତ ଏକ ଦୃଢ଼ ଆଇପି ଇକୋସିଷ୍ଟମରୁ ବହୁତ ଲାଭବାନ ହେବ । ଆମ ଦେଶକୁ ଏହାର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ଐତିହ୍ୟ କାରଣରୁ ବୌଦ୍ଧିକ ସମ୍ପତ୍ତିର ଏକ ସୁନାର ଖଣି ଭାବରେ ଅନେକ ସମୟରେ ଏବଂ ସଠିକ୍ ଭାବରେ ଉଲ୍ଲେଖ କରାଯାଇଥାଏ ।

ବେଦ-ମୋତେ ଗୋଟିଏ ମୁହୂର୍ତ୍ତ ପାଇଁ ବିଷୟବସ୍ତୁରୁ ବାହାରି ଯାଇ କଥା କହିବାକୁ ଦିଅ। ଉପରାଷ୍ଟ୍ରପତି ଭାବରେ ମୁଁ ରାଜ୍ୟସଭାର ଅଧ୍ୟକ୍ଷ ମଧ୍ୟ ଅଛି। ମୁଁ ଦେଖିଲି ଯେ ଅନେକ ଲୋକ ବେଦ ବିଷୟରେ ଥରେ ବି ଶାରୀରିକ ରୂପରେ ନ ଦେଖି କଥାବାର୍ତ୍ତା କରନ୍ତି । କିନ୍ତୁ ସେମାନେ କେତେବେଳେ ଶାରୀରିକ ଭାବରେ ଦେଖିନାହାନ୍ତି ।

 

ସେଥିପାଇଁ ମୁଁ ଶିକ୍ଷାମନ୍ତ୍ରୀଙ୍କୁ ଅନୁରୋଧ କରିବା ଉଚିତ ମନେ କଲି ଯେ ସଂସଦର ପ୍ରତ୍ୟେକ ସଦସ୍ୟଙ୍କୁ ଶାରୀରିକ ଭାବରେ ବେଦ ଉପଲବ୍ସ କରାନ୍ତୁ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ, ଆପଣଙ୍କର ବିଛଣା ନିକଟରେ ଭଲଭାବରେ ବେଦକୁ ରଖନ୍ତୁ, ଏବଂ ମୋ ଉପରେ ବିଶ୍ୱାସ ରଖନ୍ତୁ ରନ୍ତୁ, ଆପଣଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ ମିଳିଯିବ । ଆପଣ ଦିନକୁ ଦିନ ସମୃଦ୍ଧ ହୋଇଯିବେ । ।

ସାଥିମାନେ, ବେଦ, ଭାରତୀୟ ଦର୍ଶନ, ଆଧ୍ୟାତ୍ମିକତା ଓ ବିଜ୍ଞାନର ମୂଳଦୁଆ ସୃଷ୍ଟି କରୁଥିବା ପ୍ରାଚୀନ ଶାସ୍ତ୍ର ଏହି ବୌଦ୍ଧିକ ସମ୍ପଦର ପ୍ରମୁଖ ଉଦାହରଣ । ବେଦ ଓ ଅନ୍ୟାନ୍ୟ ଗ୍ରନ୍ଥ ସମେତ ଏହି ଗ୍ରନ୍ଥଗୁଡ଼ିକରେ ଗଣିତ ଓ ଜ୍ୟୋତିର୍ବିଜ୍ଞାନଠାରୁ ଆରମ୍ଭ କରି ଔଷଧ ଓ ସ୍ଥାପତ୍ୟ ପର୍ଯ୍ୟନ୍ତ ଅନେକ ଧାରଣା ରହିଛି, ଯାହା ଆଜି ବି ପ୍ରାସଙ୍ଗିକ।

ଆର୍ଯ୍ୟଭଟ୍ଟ, ବିଶ୍ୱକର୍ମା- ଦେଖନ୍ତୁ ଆମ ପାଖରେ କେଉଁ ପ୍ରକାରର ଧନ ଅଛି। ଏହା ହେଉଛି ଆମର ବୌଦ୍ଧିକ ସମ୍ପତ୍ତି। ଏହା ହେଉଛି ବୌଦ୍ଧିକ ସମ୍ପତ୍ତି ଯାହାର ଆମେ ମୁଦ୍ରୀକରଣ, ସଂରକ୍ଷଣ, ବଜାୟ ରଖିବା ଏବଂ ପ୍ରସାର କରିବା ଆବଶ୍ୟକ ।

ଏହା ଆମ ପାଇଁ ସମ୍ପତ୍ତି ସୃଷ୍ଟି କରିବ। ଭାରତର ପାରମ୍ପରିକ ଅଭ୍ୟାସ, ଯେପରିକି ଆୟୁର୍ବେଦ ଏବଂ ଯୋଗ, ଏହି ପ୍ରାଚୀନ ଧାରଣାଗୁଡ଼ିକର ବାଣିଜ୍ୟୀକରଣର ସମ୍ଭାବନା କୁ ଦର୍ଶାଇ ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରିଛି । ଆମ ଭଳି ଏକ ଦେଶର କଳ୍ପନା କରନ୍ତୁ ଯେଉଁଠାରେ ଆୟୁର୍ବେଦ ପ୍ରଚଳିତ । ଆମର ଆୟୁର୍ବେଦିକ ମନ୍ତ୍ରଣାଳୟ ନଥିଲା; ଗତ ଦଶ ବର୍ଷ ମଧ୍ୟରେ ହିଁ ଆମର ଏହା ଥିଲା, ଏବଂ ବିଶ୍ୱସ୍ତରରେ କେହି ଜାଣିନଥିଲେ ଯେ ଯୋଗ କ'ଣ ।

ଯେପର୍ଯ୍ୟନ୍ତ ଭାରତୀୟ ପ୍ରଧାନମନ୍ତ୍ରୀ ଜାତିସଂଘକୁ ଯାଇ ଆହ୍ୱାନ ଦେଇ ଥିଲେ, ସେପର୍ଯ୍ୟନ୍ତ ସବୁଠାରୁ ଅଧିକ ସଂଖ୍ୟକ ରାଷ୍ଟ୍ର ମଧ୍ୟରେ ବ୍ୟାପକ ଗ୍ରହଣୀୟତା ଥିଲା, ଯାହା ଫଳରେ ଜୁନ୍ ୨୧କୁ ବିଶ୍ୱସ୍ତରରେ ଯୋଗ ଦିବସ ଭାବରେ ସ୍ୱୀକୃତି ମିଳିଥିଲା । ଏପରିକି ଭାରତରେ ମଧ୍ୟ ବିବିଧ ଲୋକକଥା ରହିଛି। ଦେଶର ଯେ କୌଣସି ପ୍ରାନ୍ତକୁ ଯାଆନ୍ତୁ- ପଶ୍ଚିମବଙ୍ଗର ରାଜ୍ୟପାଳ ହୋଇ ଦେଶର ପୂର୍ବ ଭାଗର ପ୍ରାୟ

୧୦ଟି ରାଜ୍ୟକୁ ଅନ୍ତର୍ଭୁକ୍ତ କରି ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରର ଅଧ୍ୟକ୍ଷ ହେବାର ସୌଭାଗ୍ୟ ପାଇଥିଲି। ମୁଁ କେବେ କଳ୍ପନା କରିନଥିଲି, କେବେ ସ୍ୱପ୍ନରେ ବି ଭାବି ନ ଥିଲି ଯେ, କଳା, ଲେଖାଗୀତ, ଚିତ୍ରକଳା, ସଙ୍ଗୀତ ଏବଂ ବାଦ୍ୟଯନ୍ତ୍ରରେ ଏତେ ସମୃଦ୍ଧ ହେବ ।

ତେଣୁ,ସାଂସ୍କୃତିକ ଅଭିବ୍ୟକ୍ତିର ଏହି ରୂପଗୁଡ଼ିକ ସମ୍ଭବତଃ ଆମର ବୌଦ୍ଧିକ ସମ୍ପତ୍ତି ପରିଦୃଶ୍ୟରେ ଯୋଗଦାନ କରିପାରେ । ଆପଣ ଏହା କରିପାରିବେ। ଆପଣଙ୍କୁ କେବଳ ଚାରି ଆଡକୁ ଦେଖିବାକୁ ପଡିବ । ସୁଯୋଗର ଲାଭ ଉଠାନ୍ତୁ, ସେଥିରେ ରୋଜଗାର କରନ୍ତୁ । ଆପଣ ଏହା ନିଜ ପାଇଁ, ଦେଶ ପାଇଁ ଏବଂ ବିଶ୍ୱ ପାଇଁ ଏହା କରୁଥିବେ । ଏହି ରୂପଗୁଡ଼ିକ ରଚନାତ୍ମକ ଏବଂ ମୌଳିକତାକୁ ପ୍ରୋତ୍ସାହିତ କରେ, ଏବଂ କଳାର ଭୂମିରୁ ଉତ୍ପନ୍ନ ହୁଅନ୍ତି ।

ଭାରତର ସମୃଦ୍ଧ ନବାଚାର ଇକୋସିଷ୍ଟମ ଦେଶକୁ ଆଇପି କାର୍ଯ୍ୟକଳାପ ହ୍ରାସର ବିଶ୍ୱସ୍ତରୀୟ ଧାରାକୁ ରୋକିବାରେ ସାହାଯ୍ୟ କରିଛି, ଯେପରିକି ପେଟେଣ୍ଟ, ଟ୍ରେଡମାର୍କ, ଡିଜାଇନ୍ ଏବଂ ଭୌଗୋଳିକ ସୂଚକାଙ୍କରେ ବୃଦ୍ଧି ଦେଖାଇଛି - ଏକ ଅବଧାରଣା ଯାହା ଆମ ପାଇଁ ବହୁତ ପ୍ରିୟ ଧାରଣା । ଦେଶର ଯେକୌଣସି ଜିଲ୍ଲାକୁ ଯାଆନ୍ତୁ ଏବଂ ଆପଣଙ୍କୁ ଭୌଗୋଳିକ ସୂଚକାଙ୍କ ମିଳିବ । ଭାରତର ଯେ କୌଣସି ପ୍ରାନ୍ତକୁ ଯାଆନ୍ତୁ, ଏବଂ ଆପଣ ଏପରି ଖାଦ୍ୟ ପାଇବେ ଯାହା ଏତେ ନିର୍ଦ୍ଦିଷ୍ଟ ଯେ ଏହା ବିଶ୍ୱସ୍ତରୀୟ ସ୍ୱୀକୃତି ହାସଲ କରିପାରିବ । ଆପଣ ଏହା କରିପାରିବେ। ଆପଣଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଖରେ ଆପଣଙ୍କ ପ୍ରଶିକ୍ଷଣ ମାଧ୍ୟମରେ କ୍ଷମତା ଅଛି- ବିଶେଷକରି ଆଇପି, ବୌଦ୍ଧିକ ସମ୍ପତ୍ତି ଦିଗରେ ସମ୍ଭାବନା ଅଛି।

ଆପଣ ଏହା କରିପାରିବେ। ୨୦୨୩ ଆର୍ଥିକ ବର୍ଷରେ ଭାରତୀୟ ଆଇପି ଅଫିସ୍ ପେଟେଣ୍ଟ ଫାଇଲିଂରେ ବାର୍ଷିକ ୨୪.୬ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି, ଯାହା ଦେଶର ବୃଦ୍ଧି ପାଉଥିବା ଉଦ୍ଭାବନ ପଥକୁ ଦର୍ଶାଉଛି। ମୁଁ ଆପଣଙ୍କର ଲାଭ ପାଇଁ ଯାଞ୍ଚ କରିଛି । ଗତିପଥ ବୃଦ୍ଧି ପାଉଛି। ଆଇପି ଅଧିକାର ଅଭିନବତାକୁ ପ୍ରୋତ୍ସାହିତ କରୁଛି। ବାସ୍ତବରେ, ସେମାନେ ଅଭିନବତାକୁ ପ୍ରୋତ୍ସାହିତ କରିଥାନ୍ତି ।

ସେମାନେ ନବସୃଜନକୁ ପ୍ରୋତ୍ସାହିତ କରନ୍ତି । ସେମାନେ ନିର୍ମାତାଙ୍କୁ ସେମାନଙ୍କ କାର୍ଯ୍ୟରୁ ଉପକୃତ ହେବାକୁ ସକ୍ଷମ କରି ଅଭିନବତାକୁ ପ୍ରୋତ୍ସାହିତ କରନ୍ତି । ବାର୍ଷିକ ୨୦ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ରପ୍ତାନି ହେଉଥିବା ବିଶ୍ୱ ବଜାରରେ ଭାରତୀୟ ଜେନେରିକ୍ସର ସଫଳତା ଏକ ସନ୍ତୁଳିତ ଆଇପି ଆଭିମୁଖ୍ୟରୁ ଉତ୍ପନ୍ନ ହୋଇଛି, ଯାହା ଭାରତ ସରକାରଙ୍କ ଦ୍ୱାରା ଆଇପି ବ୍ୟବସ୍ଥାରେ ସକାରାତ୍ମକ ପ୍ରଶାସନକୁ ଯାଉଛି।

ଏହାବ୍ୟତୀତ ପାରମ୍ପରିକ ଜ୍ଞାନର ସୁରକ୍ଷା ପାଇଁ ଯୁବକ ଓ ଝିଅମାନଙ୍କ ପାଇଁ ଆଇପି ଅଧିକାର ଗୁରୁତ୍ୱପୂର୍ଣ୍ଣ । ପାରମ୍ପରିକ ଜ୍ଞାନରୁ ମୁଁ କହିବାକୁ ଯାଉଛି ଯେ ଶତାବ୍ଦୀ ଧରି ବିକଶିତ ହୋଇଥିବା ଜ୍ଞାନକୁ ବୁଝାଉଛି । ଜ୍ଞାନର କିଛି ରୂପ, ଯାହା ଆମର ସ୍ୱାସ୍ଥ୍ୟ, ଆମର ସ୍ୱଚ୍ଛତା ସହିତ ଜଡ଼ିତ ସେମାନଙ୍କୁ ଏହି ଦୁଇ ରୂପରେ ଦେଖିବାକୁ ମିଳୁଛି

ଜଣେ ଆଇଙ୍କ ପାଖରୁ ଆଉ ଜଣେ ଆଇଙ୍କ ପାଖକୁ,ଜଣେ ଜେଜେମା ପାଖରୁ ଆଉ ଜଣେ ଜେଜେମାଙ୍କ ପାଖକୁ, ମୌଖିକ ଭାବରେ ଏହି କଥା ପହଞ୍ଚିଥାଏ । ଏପରିକି କୋଭିଡି ସମୟରେ ମଧ୍ୟ । ଏହା ଦେଶ ପାଇଁ ବେଶ୍ ଲାଭଦାୟକ ହୋଇଥିଲା। ଆପଣଙ୍କୁ ଏହାକୁ ସୁରକ୍ଷିତ ରଖିବାକୁ ହେବ, ଯାହା ଦ୍ୱାରା ଏହା କେବଳ ଆମର ରହିବ, କେବଳ ଆମର ଲାଭ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱର ହିତ ପାଇଁ ରହିବ ।

ପାରମ୍ପରିକ ଜ୍ଞାନର ସୁରକ୍ଷା ପାଇଁ ଆଇପି ଅଧିକାର ଗୁରୁତ୍ୱପୂର୍ଣ୍ଣ ଅଟେ, ଏବଂ ଆମେ ଏଥିରେ ଏକ ବଡ଼ ନେତୃତ୍ୱ ନେଇଛୁ- ଏକ ଢାଞ୍ଚାଗତ ନେତୃତ୍ୱ, ଏକ ଏପରି ନେତୃତ୍ୱ ଯାହା ଆବଶ୍ୟକ ଥିଲା ଏବଂ ସୌଭାଗ୍ୟବଶତଃ ଏହା ବର୍ତ୍ତମାନ ଅଛି - ଆଉ ଏହା ହେଉଛି; ପାରମ୍ପରିକ ଜ୍ଞାନ ଡିଜିଟାଲ ଲାଇବ୍ରେରୀ, ବାୟୋପିରାସିର ଅନେକ ପ୍ରୟାସକୁ ସଫଳତାର ସହ ରୋକିପାରିଛି । ଯାହା ଦ୍ୱାରା ଭାରତର ପାରମ୍ପରିକ ଚିକିତ୍ସାର ସମୃଦ୍ଧ ଐତିହ୍ୟର ସୁରକ୍ଷା ହୋଇପାରିଛି । କିନ୍ତୁ ଏ ଦିଗରେ ଆହ୍ୱାନ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଆମକୁ ଚବିଶ ଘଣ୍ଟିଆ ସତର୍କ ରହିବାକୁ ପଡ଼ିବ। ଡିଜିଟାଲ ଯୁଗରେ ଭାରତ ବିଶ୍ୱ ସହିତ ଅନନ୍ୟ ଆଇପି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି, ବିଶେଷକରି ସଫ୍ଟୱେର ଏବଂ ଡିଜିଟାଲ ବିଷୟବସ୍ତୁ । ଏହା ହେଉଛି ସେହି ସମୟ ଯେତେବେଳେ ସମସ୍ତ ଅଂଶୀଦାରଙ୍କ ସହ ଏକ ସୁସ୍ଥ ସମନ୍ୱୟ ହେବା ଉଚିତ, ଏବଂ ଏହା ଆମର ଆଇପି ଅଧିକାରର ସଂରକ୍ଷଣ ଏବଂ ସୁରକ୍ଷାକୁ ସୁଦୃଢ଼ କରିବାରେ ସହାୟକ ହେବ; ସେମାନେ ଆମ ପାଇଁ ମୂଲ୍ୟବାନ ଅଟନ୍ତି ।

ବୌଦ୍ଧିକ ସମ୍ପତ୍ତି କ୍ଷେତ୍ରରେ ଭାରତ ଏକ ନମ୍ବର ନ ହେବାର କୌଣସି କାରଣ ନାହିଁ, କାରଣ ଆମେ ଅଛୁ। ଆମକୁ ଆବିଷ୍କାର କରିବାକୁ ହେବ, ତା'ପରେ ଆମକୁ ଏହାକୁ ଶାସନର ଅଧୀନରେ ରଖିବାକୁ ହେବ, ଏହାର ମାଲିକାନା ନେବାକୁ ହେବ, ତା'ପରେ ଏହାର ପ୍ରସାରକୁ ଫଳପ୍ରଦ କରିବାକୁ ହେବ, ରାଷ୍ଟ୍ର ପାଇଁ ଭାରତୀୟ ସମ୍ପତ୍ତି ସୃଷ୍ଟି କରିବାକୁ ହେବ ଏବଂ ବିଶ୍ୱର କଲ୍ୟାଣ କରିବାକୁ ହେବ । ନ୍ୟାସନାଲ ଆଇପି ପଲିସି ୨୦୧୬ ଭଳି ପଦକ୍ଷେପ, ଏବଂ ଏହା ପ୍ରଥମ ଥର ପାଇଁ ହୋଇଛି, ଯାହାର ଉଦ୍ଦେଶ୍ୟ ହେଉଛି ଆଇପି ଇକୋସିଷ୍ଟମକୁ ସୁଦୃଢ଼ କରିବା, ଭାରତୀୟ ପରିପ୍ରେକ୍ଷୀରେ ଅଭିନବତା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ଏହାର ଗୁରୁତ୍ୱଉପରେ ଆଲୋକପାତ କରିବା ।

ଆମର ଅର୍ଥ ବ୍ୟବସ୍ଥା,  ପୁଅ ଓ ଝିଅମାନେ ପୂର୍ବ ଭଳି ବହୁ ଅଧିକ ଭାବରେ ଦ୍ରୁତଗତିରେ ବୃଦ୍ଧି ପାଉଛନ୍ତି । ଏହି ବୃଦ୍ଧି ଅଦ୍ୱିତୀୟ। ଆମେ ପୂର୍ବରୁ ହିଁ ସବୁଠାରୁ ବଡ ପଞ୍ଚମ  ବିଶ୍ୱ ଅର୍ଥନୀତି ଆମର ଉପନିବେଶବାଦୀ ଶାସକମାନେ ବ୍ରିଟେନ ଏବଂ ଫ୍ରାନ୍ସ ଭଳି ଦେଶରୁ ମଧ୍ୟ ଆଗରେ । ବର୍ଷେ କି ଦୁଇ ବର୍ଷ ମଧ୍ୟରେ, ଆମେ ଜାପାନ ଓ ଜର୍ମାନୀରୁ ଆଗକୁ ବାହାରିଯିବା, ଏମିତିରେ ଏହା ଅଧିକ ପ୍ରାସଙ୍ଗିକ ଯେ ବୌଦ୍ଧିକ ସମ୍ପତ୍ତି ବ୍ୟବସ୍ଥା ଆମର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଉନ୍ନତିକୁ ବଜାୟ ରଖିବା ପାଇଁ ସମ୍ପୂର୍ଣ୍ଣ ରୂପେ ଉପଯୁକ୍ତ, ଏବଂ ଏହି ନୀତିର ମୂଳରେ ରହିଛି ଏକ ସୃଜନଶୀଳ ଭାରତ, ଅଭିନବ ଭାରତ ପାଇଁ ସାମାଜିକ-ଅର୍ଥନୈତିକ ବିକାଶ କରିବା, ଯାହା ମୂଳରେ ବୌଦ୍ଧିକ ସମ୍ପତ୍ତି ବ୍ୟବସ୍ଥା ରହିଛି ।

ଭାରତର ଦ୍ରୁତ ଅର୍ଥନୈତିକ ଉନ୍ନତି ଏବଂ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଦୃଢ଼ ଆଇପି ସୁରକ୍ଷା ସହିତ ଗତି କରିବ, କିନ୍ତୁ ଆପଣଙ୍କୁ ଏହାର ଯୋଦ୍ଧା ହେବାକୁ ପଡିବ । ଆପଣଙ୍କୁ ବିଶ୍ୱର ଅନ୍ୟାନ୍ୟ ଅଂଶ ତୁଳନାରେ ଭିନ୍ନ ଜ୍ଞାନ ଥିବା ଯୋଦ୍ଧା ହେବାକୁ ପଡିବ । ଆପଣଙ୍କ ପାଖରେ ଏଠାରେ ଏକ ସିଷ୍ଟମ ଅଛି, କମ୍ପାସ୍‌, ଅଛି, ଆପଣଙ୍କ ପାଖରେ କ୍ଷମତା ଅଛି, ଏହାକୁ କରିପାରିବେ । ଏହି ପୁଅ ଓ ଝିଅମାନେ ଅନେକ ଉପାୟରେ ସହାୟକ ହେବେ - ଗୋଟିଏ ହେଉଛି ବିଦେଶୀ ପୁଞ୍ଜିନିବେଶଗ୍ଦକୁ ଆକର୍ଷିତ କରିବା, ଟେକ୍ନୋଲୋଜି ହସ୍ତାନ୍ତରକୁ ପ୍ରୋତ୍ସାହିତ କରିବା ଏବଂ ବିବାଦକୁ ଏକ ଅଭିନବ କେନ୍ଦ୍ର ଭାବରେ ସ୍ଥାନିତ କରିବା । ଏହା ଉଦ୍ଦେଶ୍ୟମୂଳକ ନୁହେଁ ଯେ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡିକ ଆମ ସହିତ ନିଜର ଲାଭ ପାଇଁ ପ୍ରଭାବର ବ୍ୟବହାର କରୁଥିଲେ ଏବଂ ପରାମର୍ଶ ଦେବାକୁ ଚେଷ୍ଟା କରୁଥିଲେ ।

ମୁଁ ଜଣେ ବ୍ୟକ୍ତି ଭାବରେ ଜାଣେ କାରଣ ୧୯୮୯ ରେ ମୁଁ ସଂସଦର ସଦସ୍ୟ ଥିଲି । ୧୯୯୦ରେ ମୁଁ କେନ୍ଦ୍ରମନ୍ତ୍ରୀ ଥିଲି। ମୋତେ ଜଣାଅଛି ଯେ ସେତେବେଳେ କଣ ହୋଇଥିଲା । ଆଇଏମଏଫ, ବିଶ୍ୱବ୍ୟାଙ୍କ, ଆମର ବୈଦେଶିକ ମୁଦ୍ରା ବିନିମୟ ଅନୁମତି, ଆମର ରାଜକୋଷୀୟ ବିଶ୍ୱସନୀୟତାକୁ ବଜାୟ ରଖିବା ପାଇଁ ସ୍ୱିଜରଲ୍ୟାଣ୍ଡର ଦୁଇଟି ବ୍ୟାଙ୍କକୁ ଭୌତିକ ଆକାରରେ ସୁନା ହସ୍ତାନ୍ତର ଯାଥିଲା

କିନ୍ତୁ ବର୍ତ୍ତମାନ ଆପଣ ଏହା କରିପାରିବେ । ଏହି କ୍ଷେତ୍ରରେ ଭବିଷ୍ୟତର ବିଶେଷଜ୍ଞ ଭାବରେ, ଆପଣ ନୀତିକୁ ଗଠନ କରିବା, ଅଭିନବତାକୁ ପ୍ରୋତ୍ସାହିତ କରିବା ଏବଂ ବୌଦ୍ଧିକ ସମ୍ପତ୍ତି ଅଧିକାରର ସୁରକ୍ଷା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ମୁଁ ଯୁବ ଗୋଷ୍ଠୀକୁ ଦୃଢତାର ସହ ଅନୁରୋଧ କରିବି: ବିଫଳତାକୁ ଭୟ କର ନାହିଁ। ବିଫଳତାକୁ ଭୟ କରିବା ଆପଣଙ୍କ ମନ ବିରୁଦ୍ଧରେ, ଆପଣଙ୍କ ମାନସିକତା ବିରୁଦ୍ଧରେ କାମ କରୁଛି । ଅସଫଳତା ସ୍ୱାଭାବିକ ଅଟେ। ଚନ୍ଦ୍ରଯାନ-୩ ସଫଳ ହୋଇ ନ ଥାନ୍ତା ଯଦି ଚନ୍ଦ୍ରଯାନ-୨ ଦ୍ୱାରା କରାଯାଇଥିବା ମହାନ ପ୍ରୟାସ ନ ଥାନ୍ତା ।       

ଇତିହାସ ସବୁ କିଛି ଦର୍ଶାଉଛି। ତେଣୁ, ଯଦି ଆପଣଙ୍କ ନିକଟରେ ଆଇପିଆରରେ କୌଣସି ଚମତ୍କାର ଧାରଣା ଅଛି, ତେବେ ଏହାକୁ କାର୍ଯ୍ୟକାରୀ କରନ୍ତୁ। ଏହାକୁ ଆପଣଙ୍କ ମନରେ ରଖିବାକୁ ଦିଅନ୍ତୁ ନାହିଁ।

ସାଥିମାନେ ଆପଣମାନେ ଆଉ ଏକ ଶିଳ୍ପ ବିପ୍ଳବ ଭଳି ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି । ୬ଜି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ, ମେସିନ୍ ଲର୍ଣ୍ଣିଂ ଏବଂ ବ୍ଲକ୍ ଚେନ୍ ଭଳି ପରିବର୍ତ୍ତନକାରୀ ଜ୍ଞାନକୌଶଳ ଆମ ଜୀବନର ପ୍ରତ୍ୟେକ ଦିଗରେ ବିପ୍ଳବ ଆଣିବାର କ୍ଷମତା ରଖିଛି। ଏହା ଆହ୍ୱାନ କିନ୍ତୁ ସୁଯୋଗ ମଧ୍ୟ ଅଟେ।

ଭାରତ ନିକଟରେ ଏକ ସମୃଦ୍ଧ ମାନବ ସମ୍ବଳ ରହିଛି। ଆମର ଡିଏନଏ ବହୁତ ଶକ୍ତିଶାଳୀ । ଆମକୁ ଏହାକୁ ମୁଦ୍ରାକରଣ କରିବା ର ଆବଶ୍ୟକତା ରହିଛି । ଏହି ବିଶୃଙ୍ଖଳିତ ଜ୍ଞାନକୌଶଳ ଆଇପି ସୁରକ୍ଷା ପାଇଁ ଏକ ଭିନ୍ନ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆପଣଙ୍କୁ ହତିହାର ସହିତ ଆସିବାକୁ ପଡିବ । ଏହି ମାମଲା ଆପଣଙ୍କର ଶାସ୍ତ୍ରଗାରକୁ ସୁଦୃଢ଼ କରିବାକୁ ପଡିବ ।

ଆଇପି ଅଧିକାରକୁ କାର୍ଯ୍ୟକାରୀ କରିବା କେତେକ କ୍ଷେତ୍ରରେ ଏକ ପ୍ରମୁଖ ଚିନ୍ତାର ବିଷୟ ହୋଇ ରହିଛି କାରଣ ଆମ ମଧ୍ୟରୁ କିଛି ଲୋକ ଅତ୍ୟନ୍ତ ପ୍ରତିଭାଶାଳୀ ଅଟନ୍ତି । ଆପଣ ଯେତେ ସୁରକ୍ଷାମୂଳକ ରୂପ ସୃଷ୍ଟି କରନ୍ତୁ, ସେମାନେ ଜାଣନ୍ତି କିପରି ଏହାକୁ ଭେଦ କରାଯିବ । ଆପଣଙ୍କୁ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ପଡ଼ିବ।

 

ଆମ ପାଖରେ ପାୟରେସି, ନକଲି କାରବାର ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପର୍ଯ୍ୟାପ୍ତ ସଚେତନତା ରହିବା ଦରକାର, ଯେଉଁ ମହତ୍ୱ ପ୍ରତିବନ୍ଧକ ସୃଷ୍ଟି କରୁଛି। ଲୋକମାନେ ପାଇରେଟେଡ୍ ସାମଗ୍ରୀ ବ୍ୟବହାର କରନ୍ତି, ନକଲି ଜିନିଷ ବ୍ୟବହାର କରନ୍ତି କାରଣ ସେମାନେ କେଉଁ ବିପଦ ସହିତ ଖେଳୁଛନ୍ତି ସେ ବିଷୟରେ ସେମାନେ ଅବଗତ ନୁହଁନ୍ତି, ତେଣୁ ସଚେତନତା ମଧ୍ୟ ଏହାର ଅନ୍ୟ ଏକ ଦିଗ ।

ମୁଁ ଆପଣଙ୍କୁ ଆମର ପ୍ରାଚୀନ ବେଦ, ଜ୍ଞାନ ବିଷୟରେ ମନେ ପକାଇବାକୁ ଚାହୁଁଛି: "ସବୁ ଦିଗରୁ ମହାନ ଚିନ୍ତାଧାରା ଆମ ପାଖକୁ ଆସନ୍ତୁ। ଜର୍ମାନ ଭଦ୍ର ବ୍ୟକ୍ତି ବିସ୍ମାର୍କ ମଧ୍ୟ ବହୁତ ପରେ ସମାନ କଥା କହିଥିଲେ: "ପରିବର୍ତ୍ତନର ସକାରାତ୍ମକ ସବୁ ଦିଗରୁ ପ୍ରବାହିତ ହେଉ। ହଜାର ହଜାର ବର୍ଷ ପୂର୍ବେ ଆମ ଋକ୍‌ବେଦରେ ଏହା ରହିଛି

ବୌଦ୍ଧିକ ସମ୍ପତ୍ତିର ପ୍ରଥମ ସ୍ୱରୂପକୁ ଦେଖନ୍ତୁ ଯାହାକୁ ଆମେ ମୁଦ୍ରାକରଣ କରିବାରେ ସକ୍ଷମ ହୋଇନାହୁଁ । ଲୋକମାନେ ପ୍ରାୟତଃ ବିସ୍ମାର୍କଙ୍କୁ ଉଦାହରଣ ଦିଅନ୍ତି, ଯେତେବେଳେ କି ଆମେ ସବୁଠାରୁ ପ୍ରାମାଣିକ ଉତ୍ସକୁ ଉଦାହରଣ ଦେବା ଉଚିତ୍ । ଏହି ଶ୍ଲୋକ ବୌଦ୍ଧିକ ସମ୍ପତ୍ତିକୁ ବର୍ଣ୍ଣନା ଦର୍ଶାଇଥାଏ । ସମାଜର ଉନ୍ନତି ପାଇଁ ଚିନ୍ତାଧାରା ଏବଂ ଜ୍ଞାନର ମୁକ୍ତ ପ୍ରବାହ । ମନେ ରଖନ୍ତୁ, ଭାରତର ଭବିଷ୍ୟତ ଆପଣଙ୍କ ସକ୍ଷମ ହାତରେ ରହିଛି। ଆପଣ ହେଉଛନ୍ତି ବିକଶିତ ଭରତ@୨୦୪୭ ନିର୍ମାତ ଅଟନ୍ତି। ଆପଣଙ୍କ କାର୍ଯ୍ୟ, ନିଷ୍ପତି ଏବଂ ଅଭିନବତା ଏହାକୁ ଆକାର ଦେବ ।

ସାଥିମାନେ, କିଛି ମାସ ତଳେ ମୋତେ ଆପଣମାନଙ୍କ ଉତ୍ତମ କଲ୍ୟାଣ ପାଇଁ ଯୁବମନର କଷ୍ଟକୁ ବୁଝିବାର ସୁଯୋଗ ପାଇଥିଲି । ଏବେ କୋଚିଂ ସେଣ୍ଟର, ଉତ୍ତମ ଖବରକାଗଜରେ ବିଜ୍ଞାପନ- ପୃଷ୍ଠା ୧, ପୃଷ୍ଠା ୨, ପୃଷ୍ଠା ୩- ଯେଉଁ ପୁଅ ଓ ଝିଅମାନେ ଏହାକୁ ତିଆରି କରୁଛନ୍ତି, ସେହି ଗୋଟିଏ ଚେହେରାକୁ ଏକାଧିକ ସଂସ୍ଥାରେ ବ୍ୟବହାର କରାଯାଉଛି, ଏହା ସବୁ ବହୁତ ଭଲ ଲାଗିଥାଏ । ବିଜ୍ଞାପନ- ଏହି ଭ୍ରମକୁ ଦେଖନ୍ତୁ , ଏହା ବାହାରିବା  ଦରକାର ମୂଲ୍ୟ ଦେଖନ୍ତୁ। ସେହି ବିଜ୍ଞାପନର ପ୍ରତ୍ୟେକ ପଇସା ସେହି ଯୁବକ-ଯୁବତୀଙ୍କ ଠାରୁ ଆସିଛି ଯେଉଁମାନେ ନିଜ ପାଇଁ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଚେଷ୍ଟା କରୁଛନ୍ତି

ସମୟ ଆସିଯାଇଛି; ଆସନ୍ତୁ ଆକର୍ଷଣୀୟ ସିଭିଲ ସର୍ଭିସ ଚାକିରିରୁ ଘରୁ ବାହାରକୁ ବାହାରିବା ଦରକାର। ଆଉ ଏବେ ନାହିଁ- ଆମେ କାହିଁକି ସେହି ଘେରରେ ରହିବା ଉଚିତ୍‌? ସୁଯୋଗ ସୀମିତ ବୋଲି ଆମେ ଜାଣିଛୁ। ଆମକୁ ଦୂରକୁ ଦେଖିବାକୁ ପଡିବ ଏବଂ ଦେଖିବାକୁ ହେବ ଯେ ଅବସର ପାଇଁ ବିଶାଳ ସମ୍ଭାବନା ରହିଛି, ବହୁ ଅଧିକ ଆକର୍ଷଣୀୟ, ଯାହା ଆପଣଙ୍କୁ ବ୍ୟାପକ ଯୋଗଦାନ କରିବାକୁ ସକ୍ଷମ କରିଥାଏ । ଏହା ମହାକାଶରେ ହୋଇପାରେ ଏବଂ ଏହା ସାମୁଦ୍ରିକ ନୀଳ ଅର୍ଥ ବ୍ୟବସ୍ଥାରେ ହୋଇପାରେ ।

ଆପଣଙ୍କୁ କେବଳ ଚାରିଆଡକୁ଼ ଦେଖିବାକୁ ପଡିବ, ଏବଂ ଆପଣ ଏହାକୁ ପାଇବେ । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ତରଫରୁ ସଠିକ୍ ଭାବେ କୁହାଯାଇଥିଲା ଯେ ପୁଞ୍ଜିନିବେଶ ଏବଂ ସୁଯୋଗ ପାଇଁ ଭାରତ ଏକ ପ୍ରିୟ ଗନ୍ତବ୍ୟସ୍ଥଳ, କିନ୍ତୁ ଆମେ ପୂର୍ବରୁ ଏଠାରେ ଅଛୁ; ଆମେ ସେମାନଙ୍କୁ ଧରିବା ଦରକାର । ଅଭିବୃଦ୍ଧି ବଜାୟ ରଖିବା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ କୁ ପୋଷଣ କରିବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଯୁବକମାନଙ୍କୁ ମୁଁ ଆହ୍ୱାନ କରୁଛି ଯେ ସେମାନେ ଦେଶକୁ ସବୁଠାରୁ ଆଗରେ ରଖି ସର୍ବୋତ୍ତମ ଯୋଗଦାନ ଦିଅନ୍ତୁ । କୌଣସି ପରିସ୍ଥିତିରେ ଆମେ ରାଷ୍ଟ୍ର-ପ୍ରଥମ ଧାରଣାକୁ ଦ୍ୱିତୀୟ ଶ୍ରେଣୀରେ ସ୍ଥାନିତ ହେବାକୁ ଦେଇପାରିବୁ ନାହିଁ।

ଏଠାରେ, ମୁଁ ଆପଣଙ୍କ ର ସହାୟତା ଚାହୁଁଛି, ଏବଂ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି: ଆମର ଯୁବପିଢ଼ି ସମାନ ଭାବରେ ପ୍ରତିବାଦ କରିବା ଉଚିତ ଏବଂ ସେହି ଶକ୍ତିଗୁଡ଼ିକୁ ବ୍ୟବହାର କରିବା ଉଚିତ ଯିଏ ଆମ ଦେଶର ସ୍ୱାର୍ଥଠାରୁ ଅଧିକ ଦଳୀୟ କିମ୍ବା ସ୍ୱାର୍ଥ ବଜାୟ ରଖନ୍ତି । ଆମେ ଏହାକୁ ଅନୁମତି ଦେଇପାରିବୁ ନାହିଁ। ଏମିତି ଘଟୁଛି, ଏବଂ ଏହା ଆମର ଉତ୍‌ଥାନର ମୂଲ୍ୟରେ ହୋଇଥାଏ । ଆପଣମାନେ ଆଇନ ଛାତ୍ର; ମୁଁ ଆପଣଙ୍କୁ ଦୁଇଟି ବିଚାର ଦେଇଛି । ପ୍ରଥମତଃ, ନିଜ ମସ୍ତିଷ୍କକୁ ଉପଯୋଗ କରନ୍ତୁ ଏବଂ ବୁଝନ୍ତୁ: ଅନୁଷ୍ଠାନର ଅଧିକାର କ୍ଷେତ୍ର ଭାରାତୀୟ ସମ୍ବିଧାନ ଦ୍ୱାରା ନିର୍ଦ୍ଧାରଣ କରାଯାଏ । ସେ ବିଧାୟିକା ହୁଅନ୍ତୁ, କାର୍ଯ୍ୟପାଳିକା ହୁଅନ୍ତୁ- ଅଧିକାର କ୍ଷେତ୍ର, ନିଶ୍ଚିତ ଭାବେ ସମ୍ବିଧାନ ଦ୍ୱାରା ନିର୍ଦ୍ଧାରଣ କରାଯାଏ।

ସାରା ପୃଥିବୀକୁ ଦେଖନ୍ତୁ; ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ, ବ୍ରିଟେନର ସର୍ବୋଚ୍ଚ ଅଦାଲତ କିମ୍ବା ଅନ୍ୟ ଫର୍ମାଟଉପରେ ନଜର ପକାନ୍ତୁ। କଣ କେବେ ବି ଏତେ ସଚେତନତା ହୋଇଛି କି? ସମ୍ବିଧାନରେ ଯାହା ଅଣାଯାଇଛି, ତା'ଠାରୁ ଅଧିକ ପ୍ରତିକାର ସୃଷ୍ଟି ହୋଇଛି କି? ସମ୍ବିଧାନ ରେ ମୂଳ ଅଧିକାର କ୍ଷେତ୍ର, ଅପିଲ ଅଧିକାର କ୍ଷେତ୍ର ପ୍ରଦାନ କରିଥାଏ, ଏହା ପ୍ରଦାନ କରେ, ଏହା ସମୀକ୍ଷା ମଧ୍ୟ ପ୍ରଦାନ କରିଥାଏ, କିନ୍ତୁ ଆମ ନିକଟରେ ନିରାକରଣ ଅଛି । ଯଦି ଆପଣ ଏହି ସୂକ୍ଷ୍ମତା ଉପରେ ଧ୍ୟାନ ଦେବେ ନାହିଁ, ତେବେ ମୁଁ ଭାବୁଛି ଏହା କିଏ କରିବ । ଏହା ବିଷୟରେ ଭାବନ୍ତୁ।

ମୁଁ ସେତେବେଳେ ବହୁତ ଚିନ୍ତିତ ଥିଲି ଯେତେବେଳେ ଗତ ସପ୍ତାହରେ ଏକ ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଏକ ସୁପ୍ରସିଦ୍ଧ ଗଣମାଧ୍ୟମରେ ଘୋଷଣା କରିଥିଲେ - ମୁଁ କହିବି- ସୁପ୍ରିମ୍ କୋର୍ଟଙ୍କୁ ଅନୁରୋଧ କରୁଛି ଯେ ଆମ ଅର୍ଥନୀତିକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଏକ କାହାଣୀକୁ ପଙ୍ଖା ଦେବା ପାଇଁ ସୁପ୍ରମ କୋର୍ଟକୁ ଅଧିକାର ପ୍ରଦାନ କରିବାକୁ ଅନୁରୋଧ କରନ୍ତୁ। ଆପଣଙ୍କୁ ଏହା ବିଷୟରେ ଚିନ୍ତା କରିବା ଦରକାର।

 ମୁଁ ମୋ କଥା ଦୁଇଟିଦିଗ ସହ ସମାପ୍ତ କରିବି । ପ୍ରଥମତଃ, ମୁଁ କୁଳପତି, ରେଜିଷ୍ଟ୍ରାର ଏବଂ ଅଧ୍ୟାପକମାନଙ୍କୁ ଅନୁରୋଧ କରିବି ଯେ ସେମାନେ ସମସ୍ତେ ଭାରତୀୟ ସଂସଦରେ ମୋର ଅତିଥି ଭାବରେ ପ୍ରାୟ ୭୦ ଜଣିଆ ବ୍ୟାଚ୍ ରେ ସାକ୍ଷାତ କରିପାରିବି, ଯାହାଦ୍ୱାରା ଆପଣ ନିଜେ ଦେଖିପାରିବେ ଯେ କେଉଁଠାରେ ଆଇନ ତିଆରି ହୋଇଛି ଏବଂ ଜିନିଷଗୁଡିକ କିପରି କାର୍ଯ୍ୟକାରୀ ହୋଇଥାଏ । ଆପଣଙ୍କର ବର୍ତ୍ତମାନର ଶକ୍ତିକୁ ଦେଖିଲେ, ୧୦ ଟି ବ୍ୟାଚ୍ ଯଥେଷ୍ଟ ଭଲ ହେବା ଉଚିତ୍‌, ମୁଁ କଣ ଠିକ୍ କହୁଛି, ? ମୁଁ ପ୍ରତ୍ୟେକ ବ୍ୟାଚ୍ ସହିତ ସମୟ ବିତାଇବି।

ଦ୍ୱିତୀୟରେ, ମୁଁ ଭାରତୀୟ ବିଶ୍ୱ ବ୍ୟାପାର ପରିଷଦର ସଭାପତି ମଧ୍ୟ, ଏକ ସଂଗଠନ ଯାହା ବିଶ୍ୱ ଧାରା ସହିତ ଯୋଗାଯୋଗରେ ରହିଥାଏ । ଭାରତୀୟ ବିଶ୍ୱ ବ୍ୟାପାର ପରିଷଦ ଏବଂ ଏହି ସମ୍ମାନଜନକ ବିଶ୍ୱବିଦ୍ୟାଳୟ- ନ୍ୟାସନାଲ ଲ ୟୁନିଭର୍ସିଟି ଅଫ୍ ଦିଲ୍ଲୀ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ।

ବିକଶିତ bharat@୨୦୪୭ ପାଇଁ ମାରାଥନ ଶୋଭାଯାତ୍ରାର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଆପଣ କେବେ ଦେଶ ସେବାରେ ରହି ଆଶୀର୍ବାଦ ଲାଭ କରନ୍ତୁ, ଯେଉଁଥିରେ ଆପଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟନ୍ତି ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

*****

NS/SLP



(Release ID: 2046882) Visitor Counter : 31