ଭୂବିଜ୍ଞାନ ମନ୍ତ୍ରଣାଳୟ

କେରଳ ଉପକୂଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବଂ ପୂର୍ବୋତ୍ତର ଭାରତର ଅଧିକାଂଶ ସ୍ଥାନରେ ମୌସୁମୀ ହେଉଛି ଅଗ୍ରସର


ଆଗାମୀ ପାଞ୍ଚଦିନ ମଧ୍ୟରେ ପୂର୍ବୋତ୍ତର ଭାରତରେ ଅନେକ ସ୍ଥାନରେ ଭାରୀ ବର୍ଷା ଜାରି ରହିବାର ସମ୍ଭାବନା

ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ଏବେ ଅନୁଭୂତ ଭୀଷଣ ଗ୍ରୀଷ୍ମ ପ୍ରବାହର ସ୍ଥିତି ଆଜିଠାରୁ ଧୀରେ ଧୀରେ ହ୍ରାସ ପାଇବାର ସମ୍ଭାବନା ରହିଛି

Posted On: 30 MAY 2024 3:31PM by PIB Bhubaneshwar

 

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି:

  • ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିସାରିଛି ଏବଂ ଆଜି (ମେ ୩୦, ୨୦୨୪) ସୁଦ୍ଧା ଏହା ସମ୍ପୂର୍ଣ୍ଣ ନାଗାଲାଣ୍ଡ, ମଣିପୁର, ମିଜୋରାମ, ଅରୁଣାଚଳ ପ୍ରଦେଶ ତଥା ତ୍ରିପୁରା, ମେଘାଳୟ ଏବଂ ଆସାମର ଅଧିକାଂଶ ଭାଗ ସହିତ ପୂର୍ବୋତ୍ତର ଭାରତର ଅଧିକାଂଶ ଭାଗରେ ଆଗକୁ ଅଗ୍ରଗତି କରିବା ଆରମ୍ଭ କରିଛି ।
  • ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ-ପଶ୍ଚିମ ଆରବ ସାଗରର ଶେଷ ଭାଗ, ପଶ୍ଚିମ ମଧ୍ୟ ଆରବ ସାଗରର କିଛି ଅଂଶ, ଦକ୍ଷିଣ-ପୂର୍ବ ଆରବ ସାଗର ଏବଂ ଲାକ୍ଷାଦ୍ୱୀପ କ୍ଷେତ୍ରର ଅଧିକାଂଶ ଭାଗ, କେରଳ, ମାହେର ଅଧିକାଂଶ ଭାଗ, ଦକ୍ଷିଣ ତାମିଲନାଡ଼ୁର କିଛି ଅଂଶ, ମାଳଦ୍ୱୀପ ଏବଂ କୋମୋରିନ୍ କ୍ଷେତ୍ରର ଶେଷ ଭାଗ, ବଙ୍ଗୋପସାଗରର ଉତ୍ତର ପୂର୍ବ ଭାଗର ଆଉ କିଛି ଅଂଶ, ସମ୍ପୂର୍ଣ୍ଣ ନାଗାଲାଣ୍ଡ, ମଣିପୁର, ମିଜୋରାମ, ଅରୁଣାଚଳ ପ୍ରଦେଶ ସହିତ ପୂର୍ବୋତ୍ତର ଭାରତର ଅଧିକାଂଶ ଭାଗ ଏବଂ ତ୍ରିପୁରା, ମେଘାଳୟ ଏବଂ ଆସାମର ଅଧିକାଂଶ ଭାଗରେ ଆଗକୁ ଅଗ୍ରଗତି କରିସାରିଛି । ଏହିଭଳି ଭାବେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ମେ ୩୦, ୨୦୨୪ ସୁଦ୍ଧା କେରଳରେ ପ୍ରବେଶ କରିସାରିଛି ।
  • ମୌସୁମୀ ବାୟୁର ଉତ୍ତର ସୀମା ୧୩ ଡିଗ୍ରୀ ଉତ୍ତର/୬୦ ଡିଗ୍ରୀ ପୂର୍ବ, ୧୨ଡିଗ୍ରୀ ଉତ୍ତର/୬୫ଡିଗ୍ରୀ ପୂର୍ବ, ୧୧ ଡିଗ୍ରୀ ଉତ୍ତର/୭୦ ଡିଗ୍ରୀ ପୂର୍ବ, ଅମିନୀ, କନ୍ନୁର, କୋଏମ୍ବାଟୁର, କନ୍ୟାକୁମାରୀ, ୮.୫ ଡିଗ୍ରୀ ଉତ୍ତର/୮୦ ଡିଗ୍ରୀ ପୂର୍ବ, ୧୬ ଡିଗ୍ରୀ ଉତ୍ତର/୮୭ ଡିଗ୍ରୀ ପୂର୍ବ, ୨୦ ଡିଗ୍ରୀ ଉତ୍ତର/୯୧ ଡିଗ୍ରୀ ପୂର୍ବ, ଅଗରତାଲା, ଧୁବରୀ, ୨୭ ଡିଗ୍ରୀ ଉତ୍ତର/୮୯ ଡିଗ୍ରୀ ପୂର୍ବ/୮୯.୫ ଡିଗ୍ରୀ ପୂର୍ବ ଦିଗ ହୋଇ ଆଗକୁ ଅତିକ୍ରମ କରିଛି । (ପରିଶିଷ୍ଟ-୪)
  • ଆଗାମୀ ୨-୩ ଦିନ ମଧ୍ୟରେ ମଧ୍ୟ ଆରବ ସାଗରର କିଛି ଅଧିକ ଅଂଶ, ଦକ୍ଷିଣ ଆରବ ସାଗରର ଶେଷ ଭାଗ, ଲାକ୍ଷାଦ୍ୱୀପ କ୍ଷେତ୍ର ଏବଂ କେରଳ, କର୍ଣ୍ଣାଟକର କିଛି ଅଂଶ, ତାମିଲନାଡ଼ୁର ଆଉ କିଛି ଅଂଶ, ଦକ୍ଷିଣ-ପଶ୍ଚିମ ଏବଂ ମଧ୍ୟ ବଙ୍ଗୋପ ସାଗର, ଉତ୍ତର ପୂର୍ବ ବଙ୍ଗୋପ ସାଗରର ଶେଷ ଭାଗ ଏବଂ ଆସାମ ଓ ମେଘାଳୟ ତଥା ଉପ-ହିମାଳୟ କ୍ଷେତ୍ରର ପଶ୍ଚିମ ବଙ୍ଗ ଓ ସିକିମର କିଛି ଭାଗରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେବାର ଅନୁକୂଳ ପରସ୍ଥିତି ଉତ୍ପନ୍ନ ହୋଇଛି ।
  • ନିମ୍ନ କ୍ଷେତ୍ରମଣ୍ଡଳ ସ୍ତରରେ ପୂର୍ବୋତ୍ତର ଆସାମ ଏବଂ ଏହାର ପାଶ୍ୱର୍ତ୍ତୀ କ୍ଷେତ୍ରରେ ଏକ ଚକ୍ରବାତୀ ପରିସଞ୍ଚଳନ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ନିମ୍ନ କ୍ଷେତ୍ରମଣ୍ଡଳ ସ୍ତରରେ ବଙ୍ଗୋପ ସାଗରର ପୂର୍ବୋତ୍ତର ରାଜ୍ୟମାନଙ୍କ ପର୍ଯ୍ୟନ୍ତ ଜୋରଦାର ଦକ୍ଷିଣ-ପଶ୍ଚିମା/ଦକ୍ଷିଣା ପବନ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଆଗାମୀ ଦିନ ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟ, ନାଗାଲାଣ୍ଡ, ମିଜୋରାମ ଏବଂ ତ୍ରିପୁରା ଏବଂ ଉପ-ହିମାଳୟ କ୍ଷେତ୍ରର ପଶ୍ଚିମ ବଙ୍ଗ ଓ ସିକିମରେ ଘଡ଼ଘଡ଼ି, ବିଜୁଳି ସହିତ ଦ୍ରୁତ ପବନ (ଘଣ୍ଟାକୁ ୩୦-୪୦ କିଲୋମିଟର ପର୍ଯ୍ୟନ୍ତ ବେଗରେ) ପ୍ରବାହିତ ହେବା ସହିତ ବ୍ୟାପକ ମାତ୍ରାରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ଦିନ ମଧ୍ୟରେ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟ, ଉପ-ହିମାଳୟ କ୍ଷେତ୍ରର ପଶ୍ଚିମ ବଙ୍ଗ ଓ ସିକିମରେ ପ୍ରବଳ/ଅତି ପ୍ରବଳ ବର୍ଷା ତଥା ମେ ୩୦ ଏବଂ ୩୧,୨୦୨୪ ତାରିଖରେ ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
  • ଉତ୍ତର ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଗୋଟିଏ ଚକ୍ରବାତୀ ପରିସଂଞ୍ଚଳନ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଏହାର ଉପର ଠାରୁ ନିମ୍ନ କ୍ଷେତ୍ର ମଣ୍ଡଳ ସ୍ତରରେ ପଶ୍ଚିମ ବାଂଲାଦେଶ ପର୍ଯ୍ୟନ୍ତ ଏକ ଦ୍ରୋଣିକା ରେଖା ମଧ୍ୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଗାମୀ ୫ ଦିନ ମଧ୍ୟରେ ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗର ଗାଙ୍ଗେୟ କ୍ଷେତ୍ର, ଓଡ଼ିଶା, ଛତିଶଗଡ଼ରେ ଏବଂ ଜୁନ୍ ୧ ତାରିଖ ଠାରୁ ୩ ତାରିଖ ପର୍ଯ୍ୟନ୍ତ ମଧ୍ୟ ପ୍ରଦେଶ, ବିଦର୍ଭ, ମଧ୍ୟ ମହାରାଷ୍ଟ୍ର, ମରାଠାୱାଡ଼ାରେ ଘଡ଼ଘଡ଼ି ବିଜୁଳି ଏବଂ ତେଜ ଗତିର ପବନ (ଘଣ୍ଟାକୁ ୩୦-୪୦ କିଲୋମିଟର ପର୍ଯ୍ୟନ୍ତ ବେଗରେ) ସହିତ ଝିପିଝିପି ଠାରୁ ନେଇ ହାଲୁକା/ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
  • ଦକ୍ଷିଣ ପ୍ରାୟ ଦ୍ୱିପୀୟ ଭାରତରେ ହାରାହାରି ଅକ୍ଷାଂଶ ୮ ଡିଗ୍ରୀ ଉତ୍ତର ଉପରେ ଏକ ଛିନ୍ନ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ମଧ୍ୟ କ୍ଷୋଭମଣ୍ଡଳ ସ୍ତରରେ ଦକ୍ଷିଣ କେରଳ ଠାରୁ ସୁଦୂର ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ଏକ ଚକ୍ରବାତୀ ପରିସଂଚଳନ କ୍ଷେତ୍ର ସୃଷ୍ଟି ହୋଇଛି । କେରଳ ତଟରେ ଦ୍ରୁତ ପଶ୍ଚିମା ପବନ ସଞ୍ଚାଳନ ହେଉଛି । ଏହାର ପ୍ରଭାବରେ ଆଗାମୀ ଦିନ ପର୍ଯ୍ୟନ୍ତ କେରଳ କେରଳ ମାହେ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହ, କର୍ଣ୍ଣାଟକରେ ଘଡ଼ଘଡ଼ି, ବିଜୁଳି ସହିତ ଦ୍ରୁତ ପବନ (ଘଣ୍ଟାକୁ ୩୦-୪୦ କିଲୋମିଟର ବେଗ ପର୍ଯ୍ୟନ୍ତ) ପ୍ରବାହିତ ହେବା ସାଙ୍ଗକୁ ବ୍ୟାପକ ମାତ୍ରାର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । ସେହିଭଳି ତାମିଲନାଡ଼ୁ, ପୁଡ଼ୁଚେରୀ ଓ କରମଣ୍ଡଳ, ତଟୀୟ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ରାୟଲସୀମା ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି । ଆଗାମୀ ଦିନ ମଧ୍ୟରେ କେରଳ ଏବଂ ମାହେର ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ଆଜି ଲାକ୍ଷାଦ୍ୱୀପରେ କେଉଁଠି କେଉଁଠି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି; ମେ ୩୧ ଠାରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି, ୧ ଠାରୁ ୩ ଜୁନ୍, ୨୦୨୪ ତାରିଖ ମଧ୍ୟରେ ତାମିଲନାଡ଼ୁ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ମେ ୩୧ ତାରିଖ ଠାରୁ ଜୁନ୍ ତାରିଖ ମଧ୍ୟରେ ତଟୀୟ ଆନ୍ଧ୍ର ପ୍ରଦେଶ ଏବଂ ୟମନ, ରାୟଲସୀମା ଏବଂ କର୍ଣ୍ଣାଟକରେ ପ୍ରବଳ ବେଗରେ ପବନ (ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ) ପ୍ରବାହିତ ହେବାର ମଧ୍ୟ ସମ୍ଭାବନା ରହିଛି ।
  • ଜାମ୍ମୁ କ୍ଷେତ୍ର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଚକ୍ରବାତୀ ପରିସଂଚାଳନ କ୍ଷେତ୍ର ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି ଏବଂ ଏହାର ପ୍ରଭାବରେ ପଶ୍ଚିମୀ ବିକ୍ଷୋଭ, ନିମ୍ନ ଓ ମଧ୍ୟ କ୍ଷୋଭମଣ୍ଡଳୀୟ ପଶ୍ଚିମା ପବନର ଏକ ଗର୍ତ୍ତ ସୃଷ୍ଟି ହୋଇଛି ଯାହା ସାମଗ୍ରିକ ଭାବରେ ଦେଶାନ୍ତ ୭୩ ଡିଗ୍ରୀ ପୂର୍ବ ଠାରୁ ଅକ୍ଷାଂଶ ୩୦ ଡିଗ୍ରୀ ଉତ୍ତର ଭାବେ ଉତ୍ତର ଦିଗରେ ରହିଛି । ଏହାର ପ୍ରଭାବରେ ମେ ୩୦ ଠାରୁ ଜୁନ୍ , ୨୦୨୪ ତାରିଖ ମଧ୍ୟରେ ଜାମ୍ମୁ-କାଶ୍ମୀର-ଲଦାଖ-ଗିଲଗିଟ-ବଲ୍ଟିସ୍ତାନ-ମୁଜାଫରାବାଦ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ଘଡ଼ଘଡ଼ି ସହିତ ଝିପିଝିପି ଠାରୁ ହାଲୁକା ଧରଣର ବର୍ଷ ହେବାର ସମ୍ଭାବନା ରହିଛି । ମେ ୩୦ ତାରିଖ ଠାରୁ ଜୁନ୍ ତାରିଖ ମଧ୍ୟରେ ଉତ୍ତର ପଶ୍ଚିମ ଭାରତର ସମତଳ କ୍ଷେତ୍ରରେ ଘଡ଼ଘଡ଼ି ସହିତ ଝିପିଝିପି ଠାରୁ ଅଧିକ ହାଲୁକା/ହାଲୁକା ବର୍ଷ ହେବାର ମଧ୍ୟ ସମ୍ଭାବନା ଅଛି ମେ ୩୦ ତାରିଖ ଠାରୁ ଜୁନ୍ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ଏବଂ ୩୦ ୩୧ ମେରେ ହରିଆଣା-ଚଣ୍ଡିଗଡ଼-ଦିଲ୍ଲୀରେ ଧୂଳି ଝଡ଼ ସହିତ ଝଡ଼ ହେବାର ସମ୍ଭାବନା ଅଛି
  • ମେ ୩୦ ଏବଂ ୩୧ ତାରିଖରେ ଗୁଜରାଟରେ ଦ୍ରୁତ ବେଗରେ ପବନ (ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗ ପର୍ଯ୍ୟନ୍ତ) ପ୍ରବାହିତ ହେବାର ସମ୍ଭାବନା ଅଛି ।

 

ଗତ ୨୪ଘଣ୍ଟା ମଧ୍ୟରେ ଆଜି ୦୮୩୦ଟ ପର୍ଯ୍ୟନ୍ତ ପାଣିପାଗ:

  • ପଞ୍ଜାବର ଅଧିକାଂଶ ଭାବରେ ଲୁ’ ଠାରୁ ନେଇ ଭୀଷଣ ଲୁ’ ସ୍ଥିତି ଜାରି ରହିଛି; ହରିଆଣା-ଚଣ୍ଡିଗଡ଼- ଦିଲ୍ଲୀ, ଉତ୍ତର ପ୍ରଦେଶର କିଛି ଭାଗରେ, ରାଜସ୍ଥାନ, ବିହାର, ପୂର୍ବ ମଧ୍ୟ ପ୍ରଦେଶର କିଛି ଭାଗରେ, ଓଡ଼ିଶା, ଝାଡ଼ଖଣ୍ଡର କିଛି ସ୍ଥାନରେ, ଛତିଶଗଡ଼, ବିଦର୍ଭ, ହିମାଚଳ ପ୍ରଦେଶର କିଛି ଭାଗରେ, ପଶ୍ଚିମ ମଧ୍ୟ ପ୍ରଦେଶର କିଛି ସ୍ଥାନରେ ଲୁ’ ଭଳି ସ୍ଥିତି ସୃଷ୍ଟି ହୋଇଛି । ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ରାଜସ୍ଥାନରେ ୧୭ ମେ ଠାରୁ ତଥା ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ମେ ୧୮, ୨୦୨୪ଠାରୁ ଲୁ’ର ସ୍ଥିତି ସୃଷ୍ଟି ହୋଇଛି ।
  • ପଞ୍ଜାବ, ହରିଆଣା, ଦିଲ୍ଲୀ, ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ମଧ୍ୟ ପ୍ରଦେଶର ଭିନ୍ନ ଭିନ୍ନ ସ୍ଥାନରେ ରାତିରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।
  • କାଲି ଦେଶବ୍ୟାପୀ ଅଧିକତମ ତାପମାତ୍ରା ୪୮.୮ ଡିଗ୍ରୀ ସେଣ୍ଟିଗ୍ରେଡ୍ ରୋହତକ (ହରିଆଣା)ରେ ରେକର୍ଡ କରାଯାଇଛି ।
  • ମେଘାଳୟର ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, କେରଳ ଏବଂ ମାହେ, ଆସାମର ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷ ତଥା ଲାକ୍ଷାଦ୍ୱୀପ, ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡ, ମଣିପୁରର ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।
  • ଦେଶବ୍ୟାପୀ ପ୍ରବଳ ପବନ/ତୋଫାନୀ ପବନ ପ୍ରବାହିତ ହୋଇଥିବା ମଧ୍ୟ ରେକର୍ଡ ହୋଇଛି ।

 

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଅଧିକତମ ତାପମାତ୍ରା ଅବଲୋକନ ଏବଂ ପୂର୍ବାନୁମାନ:

 

  • ୪୨ ଡିଗ୍ରୀ ସେଲସିଅସଠାରୁ ଅଧିକ ତାପମାତ୍ରାବାଲା କ୍ଷେତ୍ର: ହରିଆଣା-ଚଣ୍ଡିଗଡ଼-ଦିଲ୍ଲୀର ଅଧିକତର ଅଞ୍ଚଳରେ; ପଶ୍ଚିମ ରାଜସ୍ଥାନର କେତେକ ସ୍ଥାନରେ; ପଶ୍ଚିମ ମଧ୍ୟ ପ୍ରଦେଶର କିଛି ସ୍ଥାନରେ, ପୂର୍ବ ମଧ୍ୟ ପ୍ରଦେଶ, ପୂର୍ବ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶାର କିଛି ସ୍ଥାନରେ, ୪୨-୪୬ ଡିଗ୍ରୀ ସେଲସିଅସ୍ ମଧ୍ୟରେ ଆସୁଥିବା କ୍ଷେତ୍ର: ପଶ୍ଚିମ ଉତ୍ତର ପ୍ରଦେଶର କେତେକ ସ୍ଥାନ, ବିଦର୍ଭ, ବିହାର କିଛି ସ୍ଥାନ, ଛତିଶଗଡ଼, ମରାଠାୱାଡ଼ାର କିଛି ସ୍ଥାନ, ତେଲଙ୍ଗାନା, ତଟୀୟ ଆନ୍ଧ୍ର ପ୍ରଦେଶର କିଛି ସ୍ଥାନ । ଉତ୍ତର- ପଶ୍ଚିମ ଭାରତର କିଛି ସ୍ଥାନ ଏବଂ ମଧ୍ୟ ଏବଂ ପୂର୍ବ ଭାରତର କିଛି ସ୍ଥାନର ତାପମାତ୍ରା ସାମାନ୍ୟରୁ ୩-୬ ଡିଗ୍ରୀ ସେଲସିଅସ୍ ଅଧିକ ରହିଛି ।
  • ଆଗାମୀ ୫ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ଅଧିକତମ ତାମମାତ୍ରାରେ ୨-୪ ଡିଗ୍ରୀ ସେଲସିଅସ୍ କ୍ରମିକ ହ୍ରାସ ହେବାର ସମ୍ଭାବନା ରହିଛି ।
  • ଆଗାମୀ ଦୁଇ ଦିନ ମଧ୍ୟରେ ପୂର୍ବ ଭାରତରେ ଅଧିକତମ ତାପମାତ୍ରାରେ କୌଣସି ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ତଥା ଏହା ପରେ ଧୀରେ ଧୀରେ ୨-୩ ଡିଗ୍ରୀ ସେଲସିଅସ୍ ହ୍ରାସ ପାଇବାର ସମ୍ଭାବନା ରହିଛି ।
  • ଆଗମୀ ୩ ଦିନ ମଧ୍ୟରେ ମହାରାଷ୍ଟ୍ର ଏବଂ ଦକ୍ଷିଣ ପ୍ରାୟ ଦ୍ୱୀପୀୟ ଭାରତରେ ଅଧିକତମ ତାପମାନରେ ୨-୩ ଡିଗ୍ରୀ ସେଲସିଅସ୍ ହ୍ରାସ ଘଟିବାର ସମ୍ଭାବନା ଅଛି ତଥା ଏହା ପରେ କୌଣସି ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ ନାହିଁ ।
  • ଦେଶର ଅବଶିଷ୍ଟ ଭାବରେ ଅଧିକତମ ତାପମାତ୍ରାରେ କୌଣସି ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

 

SS/DD



(Release ID: 2022293) Visitor Counter : 30