ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ଭାରତରେ ଚିତାବାଘଙ୍କ ସ୍ଥିତି ଉପରେ ରିପୋର୍ଟ ଉନ୍ମୋଚନ କରିଛନ୍ତି ଶ୍ରୀ ଭୂପେନ୍ଦ୍ର ଯାଦବ


ପଞ୍ଚମ ପର୍ଯ୍ୟାୟ ଚିତାବାଘ ସଂଖ୍ୟା ଆକଳନ କଲା ଭାରତ

Posted On: 29 FEB 2024 10:48AM by PIB Bhubaneshwar

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ୨୯ ଫେବୃଆରୀ, ୨୦୨୪ରେ ନୂଆଦିଲ୍ଲୀ ଠାରେ ଭାରତରେ ଚିତାବାଘଙ୍କ ସ୍ଥିତି ଉପରେ ଏକ ରିପୋର୍ଟ ଉନ୍ମୋଚନ କରିଛନ୍ତି ।

ପଞ୍ଚମ ପର୍ଯ୍ୟାୟ ଚିତାବାଘ ସଂଖ୍ୟା ଆକଳନ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଏବଂ ଭାରତୀୟ ବନ୍ୟ ପ୍ରାଣୀ ପ୍ରତିଷ୍ଠାନ ଦ୍ୱାରା ରାଜ୍ୟ ଜଙ୍ଗଲ ବିଭାଗର ମିଳିତ ସହଯୋଗରେ ବ୍ୟାଘ୍ର ରେଞ୍ଜ ରାଜ୍ୟ ମାନଙ୍କରେ "ବାଘ, ସହ ଶିକାରୀ, ଶିକାର ଏବଂ ସେମାନଙ୍କ ବାସସ୍ଥାନ ଉପରେ ନଜର ରଖିବା’ ଅଭିଯାନର ଏକ ଅଂଶ ଭାବରେ କରାଯାଇଥିଲା । ଏହି କାର୍ଯ୍ୟ ଦେଶର ସଂରକ୍ଷଣ ପ୍ରୟାସରେ ବହୁମୂଲ୍ୟ ସାବ୍ୟସ୍ତ ହୋଇଛି ।

ପ୍ରମୁଖ ଫଳାଫଳ ସମୂହ:

ଭାରତର ଚିତାବାଘ ସଂଖ୍ୟା ୧୩,୮୭୪ (ରେଞ୍ଜ: ୧୨,୬୧୬ - ୧୫,୧୩୨) ବୋଲି ଆକଳନ କରାଯାଇଛି, ଯାହା କି ୨୦୧୮ ମସିହାରେ ୧୨୮୫୨ (୧୨,୧୭୨ - ୧୩,୫୩୫) ରହିଥିଲା, ଯାହା କି ନମୁନା ଆକାରରେ ନିଆଯାଇଥିବା ସମାନ ଅଞ୍ଚଳ ତୁଳନାରେ ସ୍ଥିର ସଂଖ୍ୟାକୁ ପ୍ରତିନିଧିତ୍ୱ କରେ । ଏହି ଆକଳନ ଚିତାବାଘ ବାସସ୍ଥଳୀର ୭୦%କୁ ପ୍ରତିନିଧିତ୍ୱ କରେ, ହିମାଳୟ ଏବଂ ଦେଶର ଅର୍ଦ୍ଧ ଶୁଷ୍କ ଅଂଚଳ, ଯାହା ବାଘ ମାନଙ୍କ ଆବାସ ସ୍ଥଳୀ ନୁହେଁ, ତାହାର ନମୁନା ନିଆଯାଇ ନାହିଁ ।

ଏହା ଭାରତର କେନ୍ଦ୍ରାଞ୍ଚଳରେ ଚିତାବାଘଙ୍କ ସଂଖ୍ୟା ସ୍ଥିର ରହିଥିବା ବା ସାମାନ୍ୟ ବୃଦ୍ଧି ପାଉଥିବା (୨୦୧୮: ୮୦୭୧, ୨୦୨୨: ୮୮୨୦) ବେଳେ, ଶିବାଲିକ ପର୍ବତ ଏବଂ ଗାଙ୍ଗେୟ ସମତଳ ଅଞ୍ଚଳରେ (୨୦୧୮: ୧୨୫୩, ୨୦୨୨: ୧୧୦୯) ଏଥିରେ ହ୍ରାସ ଘଟିଛି । ଯଦି ଆମେ ସମଗ୍ର ଭାରତରେ ୨୦୧୮ ଏବଂ ୨୦୨୨ରେ ନମୁନା କରାଯାଇଥିବା କ୍ଷେତ୍ରକୁ ଦେଖିବା, ତା’ହେଲେ ସଂଖ୍ୟାରେ ବାର୍ଷିକ ୧.୦୮% ଅଭିବୃଦ୍ଧି ହୋଇଛି । ଶିବାଲିକ ପର୍ବତ ଏବଂ ଗାଙ୍ଗେୟ ସମତଳ ଅଞ୍ଚଳରେ ଚିତାବାଘ ସଂଖ୍ୟାରେ ବାର୍ଷିକ -୩.୪% ହ୍ରାସ ଘଟିଥିବା ବେଳେ କେନ୍ଦ୍ରୀୟ ଭାରତ ଏବଂ ପୂର୍ବ ଘାଟରେ ସର୍ବାଧିକ ଅଭିବୃଦ୍ଧି ହାର ୧.୫% ରହିଛି ।

ମଧ୍ୟପ୍ରଦେଶ ଦେଶର ସର୍ବାଧିକ ଚିତାବାଘଙ୍କ ବାସସ୍ଥାନ ହୋଇଥିବା ବେଳେ ସେମାନଙ୍କ ସଂଖ୍ୟା - ୩୯୦୭ (୨୦୧୮: ୩୪୨୧) ରହିଛି, ଏହା ପରେ ମହାରାଷ୍ଟ୍ର (୨୦୨୨: ୧୯୮୫; ୨୦୧୮: ୧,୬୯୦), କର୍ଣ୍ଣାଟକ (୨୦୨୨: ୧,୮୭୯; ୨୦୧୮: ୧,୭୮୩) ଏବଂ ତାମିଲନାଡୁ (୨୦୨୨: ୧,୦୭୦; ୨୦୧୮: ୮୬୮) ରହିଛି । ବାଘ ଅଭୟାରଣ୍ୟ ବା ସର୍ବାଧିକ ଚିତାବାଘ ସଂଖ୍ୟା ଥିବା ସ୍ଥାନ ଗୁଡ଼ିକ ହେଲା, ଆନ୍ଧ୍ରପ୍ରଦେଶର ନାଗାର୍ଜୁନ ସାଗର ଶ୍ରୀଶୈଲମ, ଏହା ପରେ ରହିଛି ମଧ୍ୟପ୍ରଦେଶର ପନ୍ନା ଏବଂ ସତପୁରା (ମଧ୍ୟପ୍ରଦେଶ) ।

ଭାରତରେ ଚିତାବାଘ ସଂଖ୍ୟା ଆକଳନର ପଞ୍ଚମ ପର୍ଯ୍ୟାୟ (୨୦୨୨) ୧୮ଟି ବ୍ୟାଘ୍ର ଥିବା ରାଜ୍ୟ ମଧ୍ୟରେ ଥିବା ଜଙ୍ଗଲ ଆବାସସ୍ଥଳୀ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା, ଯେଉଁଥିରେ ଚାରିଟି ପ୍ରମୁଖ ବାଘ ସଂରକ୍ଷଣ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଅଣଜଙ୍ଗଲ ବାସସ୍ଥାନ, ଶୁଷ୍କ ସ୍ଥାନ ଏବଂ ଉଚ୍ଚ ହିମାଳୟ ୨୦୦୦ ଏମଏସଏଲ (ଯ ୩୦% ଅଞ୍ଚଳ) ରୁ ଅଧିକ ସ୍ଥାନକୁ ଚିତାବାଘ ପାଇଁ ନମୁନା ଆକାରରେ ନିଆଯାଇନଥିଲା । ଏହି ପର୍ଯ୍ୟାୟ ୬,୪୧,୪୪୯ କିଲୋମିଟର ପର୍ଯ୍ୟନ୍ତ ଏକ ପାଦ ସର୍ବେକ୍ଷଣ କରି ମାଂସାହାରୀଙ୍କ ସଙ୍କେତ ଏବଂ ଶିକାର ପ୍ରଚୁରତା ଆକଳନ କରିଥିଲା । ୩୨,୮୦୩ଟି ସ୍ଥାନରେ କ୍ୟାମେରା ଟ୍ରାପ୍ ଲଗାଯାଇଥିଲା, ଯାହା ଫଳରେ ସମୁଦାୟ ୪,୭୦,୮୧,୮୮୧ଟି ଫଟୋ ଉତ୍ତୋଳନ କରାଯାଇଥିଲା, ଯାହା ଫଳରେ ୮୫,୪୮୮ଟି ଚିତାବାଘଙ୍କ ଫଟୋ ଉତ୍ତୋଳିତ ହୋଇଥିଲା ।

ଚିତାବାଘ ସଂଖ୍ୟା ସଂରକ୍ଷଣରେ ସଂରକ୍ଷିତ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଏହି ଉପଲବ୍ଧ ତଥ୍ୟ ଆଲୋକପାତ କରାଯାଇଛି । ବ୍ୟାଘ୍ର ଅଭୟାରଣ୍ୟ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଗଡ଼ ଭାବେ କାର୍ଯ୍ୟ କରୁଥିବା ବେଳେ ସଂରକ୍ଷିତ ଅଞ୍ଚଳ ବାହାରେ ସଂରକ୍ଷଣ ଅଭାବ ଦୂର କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ମଣିଷ ଓ ବନ୍ୟ ପ୍ରାଣୀ ସଂଘର୍ଷକୁ ନେଇ ବଢୁଥିବା ଘଟଣା ଉଭୟ ଚିତାବାଘ ଏବଂ ଏହି ସମ୍ପ୍ରଦାୟ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଯେହେତୁ ସଂରକ୍ଷିତ ଅଞ୍ଚଳ ବାହାରେ ଚିତାବାଘ ବଞ୍ଚିବା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ, ତେଣୁ ବାସସ୍ଥାନ ସୁରକ୍ଷା ବୃଦ୍ଧି ଏବଂ ମାନବ - ବନ୍ୟଜନ୍ତୁ ସଂଘର୍ଷକୁ ହ୍ରାସ କରିବା ପାଇଁ ସରକାରୀ ଏଜେନ୍ସି, ସଂରକ୍ଷଣ ସଂଗଠନ ଏବଂ ସ୍ଥାନୀୟ ସମ୍ପ୍ରଦାୟର ମିଳିତ ପ୍ରୟାସ ଜରୁରୀ ଅଟେ ।

ବିବରଣୀ:

ଚିତାବାଘ, ଏକ ଅଜେୟ ପ୍ରାଣୀ ଯାହା ଉଭୟ ପସନ୍ଦ ଏବଂ ନାପସନ୍ଦକୁ ମନ ମଧ୍ୟରେ ଜାଗ୍ରତ କରିଥାଏ ଏବଂ ଭାରତରେ ସେମାନଙ୍କ ପରିସର ଗୁଡ଼ିକରେ ସେମାନେ ବିପଦର ସମ୍ମୁଖୀନ ହେଉଛନ୍ତି । ବାସସ୍ଥାନ ନଷ୍ଟ, ମାନବ - ବନ୍ୟଜନ୍ତୁ ସଂଘର୍ଷ ଏବଂ ଶିକାର ମଧ୍ୟରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଚିତାବାଘ ସଂଖ୍ୟା ଆକଳନର ପଞ୍ଚମ ପର୍ଯ୍ୟାୟର ନେତୃତ୍ୱ ନେଇଥିଲେ ଏବଂ ଏହି ଅଜଣା ବଡ଼ ବିଲେଇମାନଙ୍କ ସ୍ଥିତି ଏବଂ ଧାରା ଉପରେ ଆଲୋକପାତ କରିଥିଲେ ।

ବ୍ୟାଘ୍ର ରେଞ୍ଜ ରାଜ୍ୟ ଏବଂ ବିଭିନ୍ନ ଭୂଭାଗକୁ ଅନ୍ତର୍ଭୁକ୍ତ କରି ଏହି ବ୍ୟାପକ ସର୍ବେକ୍ଷଣରେ ଚିତାବାଘ ପ୍ରଚୁରତା ଆକଳନ କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯିବା ସହିତ ବଳିଷ୍ଠ ବୈଜ୍ଞାନିକ ପଦ୍ଧତି ଗୁଡ଼ିକୁ ଅବଲମ୍ବନ କରାଯାଇଥିଲା । କ୍ୟାମେରା ଟ୍ରାପିଂ, ବାସସ୍ଥାନ ବିଶ୍ଳେଷଣ ଏବଂ ସଂଖ୍ୟା ମଡେଲିଂକୁ ମିଶାଇ ଏକ ସତର୍କ ପ୍ରକ୍ରିୟା ମାଧ୍ୟମରେ ଏହି ଅଧ୍ୟୟନରେ ଚିତାବାଘ ବଣ୍ଟନ ଏବଂ ସଂରକ୍ଷଣ ଆହ୍ୱାନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । 

ବାର୍ତ୍ତା:

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉକ୍ତିର ଉଦ୍ଧୃତି:

‘ପ୍ରୋଜେକ୍ଟ ଟାଇଗର (ବ୍ୟାଘ୍ର ପ୍ରକଳ୍ପ) ର ସଂରକ୍ଷଣ ପରମ୍ପରା ବାଘ ଠାରୁ ଅଧିକ ବିସ୍ତାରିତ ହୋଇଛି, ଚିତାବାଘ ସ୍ଥିତି ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି, ଯେଉଁଥିରେ ବ୍ୟାପକ ପ୍ରଜାତିଙ୍କର ସୁରକ୍ଷା ବାବଦରେ ପ୍ରୟାସକୁ ପ୍ରଦର୍ଶନ କରାଯାଇଛି । ଏହି ରିପୋର୍ଟରେ ସଂରକ୍ଷିତ ଅଞ୍ଚଳ ବାହାରେ ସଂରକ୍ଷଣ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରାଯିବା ସହ ବନ ବିଭାଗର ଉତ୍ସର୍ଗୀକୃତ ପ୍ରୟାସକୁ ଭୂୟସୀ ପ୍ରଶଂସା କରାଯାଇଛି । ପ୍ରୋଜେକ୍ଟ ଟାଇଗରର ସମାବେଶୀ ଆଭିମୁଖ୍ୟ ପାରିବେଶିକ ବ୍ୟବସ୍ଥା ପରସ୍ପର ସହ ଜଡ଼ିତ ଏବଂ ବିବିଧ ପ୍ରଜାତି ସଂରକ୍ଷଣକୁ ସୂଚାଇ ଥାଏ । ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏହି ସଂରକ୍ଷଣ ଯାତ୍ରା ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତର ମୂଲ୍ୟବୋଧକୁ ପ୍ରତିଫଳିତ କରୁଛି । ଏହି ଗୁରୁତ୍ୱପୂର୍ଣ୍ଣ ମିଶନରେ ସମସ୍ତ ଯୋଗଦାନକାରୀଙ୍କୁ ଅଭିନନ୍ଦନ ।

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେଙ୍କ ବକ୍ତବ୍ୟ:

"ଚିତାବାଘ ସ୍ଥିତି ରିପୋର୍ଟ "ବସୁଧୈବ କୁଟୁମ୍ବକମ୍‌’ ଦର୍ଶନର ଉଦାହରଣ ଦେଇଛି, ଯେଉଁଥିରେ ମାନବ - ଚିତାବାଘ ସହଅସ୍ତିତ୍ୱ ଉପରେ ଆଲୋକପାତ କରାଯାଇଛି । ଜୈବ ବିବିଧତା ହ୍ରାସ ମଧ୍ୟରେ ବନ୍ୟଜନ୍ତୁଙ୍କ ପ୍ରତି ଭାରତର ଅନନ୍ୟ ଗୋଷ୍ଠୀ ସହିଷ୍ଣୁତା ଏକ ବିଶ୍ୱସ୍ତରୀୟ ମଡେଲ ଭାବରେ କାର୍ଯ୍ୟ କରୁଛି । ସଂରକ୍ଷଣ ପ୍ରୟାସରେ ଏକଜୁଟ ହୋଇ ସ୍ଥାୟୀ ପରିବେଶ ପାଇଁ ସାମୂହିକ କାର୍ଯ୍ୟର ଶକ୍ତି ପ୍ରଦର୍ଶନ କରିଥିବାରୁ ସକ୍ରିୟ ସମୁଦାୟ, ବନ ବିଭାଗ, ଏନଟିସିଏ ଅଧିକାରୀ ଏବଂ ଭାରତୀୟ ବନ୍ୟ ପ୍ରାଣୀ ପ୍ରତିଷ୍ଠାନର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ।

***

SSP

 



(Release ID: 2010439) Visitor Counter : 64