ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଏଫ୍ ୪ଏସ୍ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ୧୭ଟି ଜିଲ୍ଲାର ୧୨୬୦ଟି ବିଦ୍ୟାଳୟକୁ ୬୮୪୮ ଫୁଟ୍‌ବଲ୍ ବିତରଣ


ପର୍ଯ୍ୟାୟକ୍ରମେ ସାରା ଦେଶରେ ବଣ୍ଟନ ହେବ ୧୧ ଲକ୍ଷ ଫିଫା ଫୁଟବଲ

Posted On: 11 FEB 2024 5:19PM by PIB Bhubaneshwar

ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ ଏଫ୍ ) ଏବଂ ଫେଡେରେସନ୍ ଇଣ୍ଟରନ୍ୟାସନାଲ୍ ଡି ଫୁଟ୍‌ବଲ୍ ଆସୋସିଏସନ୍ (ଫିଫା)ର ମିଳିତ ସହଯୋଗରେ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସାରା ଦେଶରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଫିଫାର ମହତ୍ତ୍ୱାକାଂକ୍ଷୀ ସ୍କୁଲ ପାଇଁ ଫୁଟବଲ୍ (ଏଫ୍ ୪ ଏସ୍‌) କାର୍ଯ୍ୟକ୍ରମ ଆରମ୍ଭ କରିଛି । ବିଭିନ୍ନ ଅଂଶୀଦାରଙ୍କ ସହଯୋଗରେ ଶିକ୍ଷା ବ୍ୟବସ୍ଥାରେ ଫୁଟବଲ୍ ସମ୍ବନ୍ଧୀୟ କାର୍ଯ୍ୟକଳାପ ଗୁଡ଼ିକୁ ନିରବଚ୍ଛିନ୍ନ ଭାବରେ ସମନ୍ୱିତ କରିବା ସହିତ ଲିଙ୍ଗ ନିର୍ବିଶେଷରେ ଛାତ୍ରଛାତ୍ରୀଙ୍କ ପାଇଁ ଫୁଟବଲ୍‌ର ଉପଲବ୍ଧତାକୁ ଉଲ୍ଲେଖନୀୟ ଭାବେ ବ୍ୟାପକ କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ଅଧୀନରେ ୨୦୨୪ ଫେବୃଆରୀ ୯ ତାରିଖରେ ଓଡ଼ିଶାର ୧୭ଟି ଜିଲ୍ଲାର ୧୨୬୦ଟି ବିଦ୍ୟାଳୟକୁ ୬୮୪୮ଟି ଫୁଟ୍‌ବଲ୍ ବିତରଣ କରାଯାଇଥିଲା । ନୋଡାଲ ଜିଲ୍ଲା ଏନ୍‌ଭିଏସ୍‌ରୁ ବିଭିନ୍ନ କ୍ଷେତ୍ରର ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଫୁଟବଲ ବଣ୍ଟନ କରାଯାଇଥିଲା । 

୨୦୨୩ ଡିସେମ୍ବର ୨ ତାରିଖରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜେଏନ୍‌ଭି କଟକ, ଓଡ଼ିଶାରୁ ଫୁଟବଲ୍ ବିତରଣର ଶୁଭାରମ୍ଭ କରିଥିଲେ । ଏହା ବ୍ୟତୀତ ଓଡ଼ିଶାର ଅନଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାରେ ଫୁଟ୍‌ବଲ୍ ବିତରଣ କରାଯାଇଥିଲା । ପର୍ଯ୍ୟାୟକ୍ରମେ ଗୋଆ, ମହାରାଷ୍ଟ୍ର, ଗୁଜରାଟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦରା ଏବଂ ନଗର ହାଭେଲି ଏବଂ ଡାମନ ଏବଂ ଡିଉରେ ଫୁଟ୍‌ବଲ୍ ବିତରଣ କରାଯାଇଥିଲା ।

ଏହା ପୂର୍ବରୁ ୩୦ ଅକ୍ଟୋବର ୨୦୨୨ରେ ଶିକ୍ଷା ମନ୍ତ୍ରଣାଳୟ, ଏଆଇଏଫ୍‌ଏଫ୍ ଏବଂ ଫିଫା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଜବାହର ନବୋଦୟ ବିଦ୍ୟାଳୟ ହେଉଛି ଏଫ୍ ୪ଏସ୍ କାର୍ଯ୍ୟକ୍ରମ ପାଇଁ ନୋଡାଲ ସଂସ୍ଥା । 

ଏହି କାର୍ଯ୍ୟକ୍ରମ ଅଧୀନରେ , ପର୍ଯ୍ୟାୟକ୍ରମେ ସାରା ଦେଶରେ ୧୧ ଲକ୍ଷରୁ ଅଧିକ ଫିଫା ଫୁଟବଲ୍ ବଣ୍ଟନ କରାଯିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ୧.୫୦ ଲକ୍ଷରୁ ଅଧିକ ବିଦ୍ୟାଳୟ ଉପକୃତ ହେବେ । ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ଦକ୍ଷତା ବୃଦ୍ଧି ପାଇଁ, ନିକଟରେ ବିଭାଗ ପକ୍ଷରୁ ସମ୍ବଲପୁର, ପୁନେ ଏବଂ ବେଙ୍ଗାଲୁରୁ ଭଳି ୩ଟି ସ୍ଥାନରେ ଏକ ମାଷ୍ଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି , ଯେଉଁଠାରେ ସମଗ୍ର ଭାରତରେ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ, କେଭିଏସ୍‌, ଏନଭିଏସ୍ ଏବଂ ଏଆଇଏଫ୍‌ଏଫ୍‌ର ପ୍ରାୟ ୩୦୦ ଶାରୀରିକ ଶିକ୍ଷା ଶିକ୍ଷକ/ପ୍ରଶିକ୍ଷାର୍ଥୀ ଶ୍ରେଷ୍ଠ କୋଚ୍‌ଙ୍କ ଠାରୁ ଶିଖିବା ଏବଂ ଏହି କ୍ଷେତ୍ରରେ ଅଧିକ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟସ୍ତରରେ ମାଷ୍ଟର ଟ୍ରେନର ଭାବରେ ସେମାନଙ୍କ ପ୍ରଶିକ୍ଷଣ ଏବଂ ଦକ୍ଷତାକୁ ବ୍ୟବହାର କରିବା ଉଦ୍ଦେଶ୍ୟରେ ଅଂଶଗ୍ରହଣ କରିଥିଲେ । 

ସମଗ୍ର ବିଶ୍ୱରେ ପ୍ରାୟ ୭୦୦ ନିୟୁତ ପିଲାଙ୍କ ଶିକ୍ଷା, ବିକାଶ ଏବଂ ସଶକ୍ତିକରଣରେ ଯୋଗଦାନ କରିବା ହେଉଛି ଏଫ୍‌୪ଏସ୍ କାର୍ଯ୍ୟକ୍ରମର ଲକ୍ଷ୍ୟ । ସମ୍ପୃକ୍ତ କର୍ତ୍ତୃପକ୍ଷ ଓ ଅଂଶୀଦାରଙ୍କ ସହ ଭାଗିଦାରୀରେ ଶିକ୍ଷା ବ୍ୟବସ୍ଥାରେ ଫୁଟବଲ୍ କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରି ଉଭୟ ବାଳକ ଓ ବାଳିକାଙ୍କ ପାଇଁ ଏହାକୁ ଅଧିକ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖାଯାଇଛି ।

ଏଫ୍ ୪ଏସ୍ କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାଳୟ ପରିସରରେ ଲିଙ୍ଗ ନିର୍ବିଶେଷରେ ଛାତ୍ରଛାତ୍ରୀଙ୍କ ପାଇଁ ଫୁଟ୍‌ବଲ୍‌ର ଉପଲବ୍ଧତାକୁ ଯଥେଷ୍ଟ ବ୍ୟାପକ କରିବା ସହ ବିଭିନ୍ନ ଅଂଶୀଦାରଙ୍କ ସହଯୋଗରେ ଫୁଟବଲ୍ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ଶିକ୍ଷା ବ୍ୟବସ୍ଥାରେ ନିରବଚ୍ଛିନ୍ନ ଭାବେ ସମନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ସ୍ତରରେ ଭାଗିଦାରୀକୁ ପ୍ରୋତ୍ସାହିତ କରି ଏହି କାର୍ଯ୍ୟକ୍ରମ କ୍ରୀଡ଼ା ପ୍ରତି ଉତ୍ସାହ ସୃଷ୍ଟି କରିବା ସହ ବ୍ୟକ୍ତିଗତ ବିଦ୍ୟାଳୟ ବାହାରେ ଏକ ସ୍ଥାୟୀ କ୍ରୀଡ଼ା ସଂସ୍କୃତିର ମୂଳଦୁଆ ପକାଇବାକୁ ଚାହୁଁଛି । ଏହା କେବଳ ଛାତ୍ରଛାତ୍ରୀଙ୍କୁ ଫୁଟବଲ ଖେଳିବାର ଆନନ୍ଦ ପ୍ରଦାନ କରିବ ନାହିଁ ବରଂ ଦଳଗତ କାର୍ଯ୍ୟ, ଶୃଙ୍ଖଳା ଏବଂ ଫିଟନେସ୍‌ର ମୂଲ୍ୟବୋଧକୁ ମଧ୍ୟ ପ୍ରୋତ୍ସାହିତ କରିବ ଏବଂ ସେମାନଙ୍କ ସାମଗ୍ରିକ ବିକାଶରେ ଯୋଗଦାନ କରିବ । 

***

SSP



(Release ID: 2005082) Visitor Counter : 53


Read this release in: Tamil , English , Urdu , Hindi