ପର୍ଯ୍ୟଟନ ମନ୍ତ୍ରଣାଳୟ
azadi ka amrit mahotsav g20-india-2023

ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଅମୃତ ଧରୋହର କ୍ଷମତା ବୃଦ୍ଧି ଯୋଜନାରେ ଓଡ଼ିଶାର ରାମସାର ସ୍ଥଳ ଚିଲିକା ହ୍ରଦରେ ପ୍ରଶିକ୍ଷଣ ପ୍ରଦାନ

Posted On: 06 JAN 2024 5:20PM by PIB Bhubaneshwar

ପର୍ଯ୍ୟଟନ ମନ୍ତ୍ରଣାଳୟ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫ୍ ଏବଂ ସିସି) ସହଯୋଗରେ ଆଞ୍ଚଳିକ ନିର୍ଦ୍ଦେଶକ (ପୂର୍ବ) ଡ. ସାଗନିକ ଚୌଧୁରୀଙ୍କ ଉପସ୍ଥିତିରେ ଚିଲିକା ହ୍ରଦର ସ୍ଥାନୀୟ ସଦସ୍ୟ, ଡଙ୍ଗା ମାଲିକ ଏବଂ ଜଙ୍ଗଲ ବିଭାଗ ଅଧିକାରୀଙ୍କ ପାଇଁ ୬ ଜାନୁଆରୀ ୨୦୨୪ରେ ଅମୃତ ଧରୋହର କ୍ଷମତା ନିର୍ମାଣ ଯୋଜନା ଅଧୀନରେ ପଞ୍ଚମ ପ୍ରଶିକ୍ଷଣ ଆରମ୍ଭ କରିଛି । ପର୍ଯ୍ୟଟନ ମନ୍ତ୍ରଣାଳୟ, ଏମ୍ ଓ ଇଏଫ୍ ଆଣ୍ଡ ସିସିର ବୈଜ୍ଞାନିକ 'ଇ', ଆଇଆଇଟିଟିଏମ୍ ଭୁବନେଶ୍ୱରର ନୋଡାଲ ଅଫିସର ତଥା ମୁଖ୍ୟ ଡ. ଏମ୍ ଡି ସାବିର ହୁସେନ୍, ଚିଲିକା ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ତଥା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ର ଅତିରିକ୍ତ ସିଇଓ ଡ. ଅମ୍ଳାନ ନାୟକ ଏବଂ ଓଡ଼ିଶା ସରକାରଙ୍କ ସିଡିଏ ଓ ଜଙ୍ଗଲ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ଅଧୀନରେ ୧୫ ଦିନ ଲେଖାଏଁ ଦୁଇଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯଥା ଅଲଟରନେଟିଭ ଲାଇଭଲିହୁଡ୍ ପ୍ରୋଗ୍ରାମ (ଏଏଲପି) ଏବଂ ପରିବେଶ ନାଭିକ ସାର୍ଟିଫିକେଟ (ପିଏନସି) ଆୟୋଜନ କରାଯିବ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ସହାୟତାରେ ଚିଲିକା ହ୍ରଦ ଓ ଏହାର ଆଖପାଖ ଅଞ୍ଚଳର ସ୍ଥାନୀୟ ସମ୍ପ୍ରଦାୟରୁ ମୋଟ ୬୦ ଜଣ ପ୍ରତିଯୋଗୀ (ପ୍ରତ୍ୟେକ ପାଠ୍ୟକ୍ରମ ପାଇଁ ୩୦ ଜଣ) ଙ୍କୁ ଚିହ୍ନଟ କରାଯାଇ ତାଲିମ ପ୍ରଦାନ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ପ୍ରକୃତି-ମାର୍ଗଦର୍ଶକ ଭାବେ ସାର୍ଟିଫିକେଟ୍ ଦିଆଯାଇଥିଲା।

ଏମଓଇଏଫ୍ ଆଣ୍ଡ ସିସିର ଅମୃତ ଧରୋହର  ଇନିସିଏଟିଭ୍ ଅଧୀନରେ ସାରା ଦେଶରେ ରାମସାର ସ୍ଥଳୀଗୁଡ଼ିକର ପ୍ରକୃତି-ପର୍ଯ୍ୟଟନ ସମ୍ଭାବନାକୁ ଉପଯୋଗ କରି ସ୍ଥାନୀୟ ସମୁଦାୟମାନଙ୍କ ପାଇଁ ଜୀବିକା ସୁଯୋଗ ବୃଦ୍ଧି ପାଇଁ ଚାଲିଥିବା ପ୍ରୟାସର ଏହା ଏକ ଅଂଶ । ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସୁଲତାନପୁର ଜାତୀୟ ଉଦ୍ୟାନ, ସିରପୁର ଆର୍ଦ୍ରଭୂମି, ଯଶବନ୍ତ ସାଗର, ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଚିଲିକା ହ୍ରଦ ଭଳି ପାଞ୍ଚଟି ପ୍ରାଥମିକ ରାମସାର ସ୍ଥାନ ଚିହ୍ନଟ କରାଯାଇଥିଲା। ସୁଲତାନପୁର ଜାତୀୟ ଉଦ୍ୟାନ, ସିରପୁର ଆର୍ଦ୍ରଭୂମି ଏବଂ ଯଶବନ୍ତ ସାଗର ପାଇଁ ପ୍ରଥମ ତିନୋଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଡିସେମ୍ବର ୨୦୨୩ ରେ ସଫଳତାର ସହ ଶେଷ ହୋଇଛି ଏବଂ ଚତୁର୍ଥ ପ୍ରଶିକ୍ଷଣ ଯାହା ୫ ଜାନୁଆରୀ ୨୦୨୪ ରେ ଉଦଘାଟିତ ହୋଇଥିଲା ତାହା ବର୍ତ୍ତମାନ ଚାଲିଛି ।

BS



(Release ID: 1993865) Visitor Counter : 119


Read this release in: English , Urdu , Hindi , Telugu