ଔଦ୍ୟୋଗିକ ବ୍ୟାପାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତରେ କର୍ପୋରେଟ୍ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କର୍ପୋରେଟ୍ ଆଫେୟାର୍ସ (ଆଇଆଇସିଏ) ‘ସ୍ବତନ୍ତ୍ର ନିର୍ଦେଶକମାନଙ୍କ ପାଇଁ ଦୁଇ ଦିନିଆ ପରିଚୟ କାର୍ଯ୍ୟକ୍ରମ’ର ସମାପନ

Posted On: 28 NOV 2023 5:36PM by PIB Bhubaneshwar

ଭାରତୀୟ କର୍ପୋରେଟ କାର୍ଯ୍ୟ ସଂସ୍ଥାନ (ଆଇଆଇସିଏ)ର 'ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କ ପାଇଁ ଦୁଇଦିନିଆ ପରିଚୟ କାର୍ଯ୍ୟକ୍ରମ' ଆଜି ଗୋଆରେ ଶେଷ ହୋଇଛି। ଏହି କାର୍ଯ୍ୟକ୍ରମ ଭାରତରେ କର୍ପୋରେଟ୍ ପ୍ରଶାସନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଚାଲିଥିବା ଆଇଆଇସିଏର ବିଭିନ୍ନ ଦକ୍ଷତା ନିର୍ମାଣ ହସ୍ତକ୍ଷେପର ଏକ ଅଂଶ ଥିଲା। ଉଦଘାଟନ ସମାରୋହର ନେତୃତ୍ବ ଶ୍ରୀ ଜୟନ୍ତ ଆର୍ଯ୍ୟ ଗୋଆ ରାଜ୍ୟର କମ୍ପାନୀ ରେଜିଷ୍ଟର ଏବଂ ଗୋଆ ରାଜ୍ୟର ଅଧିକାରୀମାନେ ସମାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତର ସରକାରୀ ଓ ବେସରକାରୀ ନିଗମ, ସରକାରୀ ଏଜେନ୍ସି ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମେତ ବିଭିନ୍ନ କ୍ଷେତ୍ରର ୪୫ରୁ ଅଧିକ ନିର୍ଦ୍ଦେଶକ ଅଂଶଗ୍ରହଣ କରିଥିଲେ। ଏଥିରେ ଅଂଶଗ୍ରହଣକାରୀ ନିର୍ଦ୍ଦେଶକମାନେ ବିଭିନ୍ନ ଶିଳ୍ପର ପ୍ରତିନିଧିତ୍ୱ କରିଥାନ୍ତି, କାର୍ଯ୍ୟକ୍ରମ ସମୟରେ ଅଂଶୀଦାର ହୋଇଥିବା ସାମୂହିକ ଜ୍ଞାନ ଏବଂ ଅଭିଜ୍ଞତାକୁ ବହୁ ମାତ୍ରାରେ ବୃଦ୍ଧି କରିଥାଏ।

ଆଇଆଇସିଏର ସ୍କୁଲ ଅଫ୍ କର୍ପୋରେଟ୍ ଗଭର୍ଣ୍ଣାନ୍ସ ଆଣ୍ଡ ପବ୍ଲିକ୍ ପଲିସିର ମୁଖ୍ୟ ଡ. ନୀରଜ ଗୁପ୍ତାଙ୍କ ଅଭିଭାଷଣରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଯିଏ ଏହି ଅବସରରେ ଆଲୋଚା କରାଯିବାକୁ ଥିବା ବିଷୟଗୁଡ଼ିକ ଉପରେ ଗୁରୁତ୍ବ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ଅଗଣିତ ବକ୍ତାମାନଙ୍କ ମଧ୍ୟରେ ପୂର୍ବ ପ୍ରବନ୍ଧ ନିର୍ଦ୍ଦଶେକ, ୩ଏମ୍ ଇଣ୍ଡିଆ ଏବଂ ଅନୁପ କେ ପୂଜାରୀ, ଭାରତ ସରକାରଙ୍କ ପୂର୍ବତନ ସଚିବ ଡ. ଅନିଲ ଖଣ୍ଡେଲୱାଲ, ବ୍ୟାଙ୍କ ଅଫ୍ ବରୋଦାର ପୂର୍ବତନ ଅଧ୍ୟକ୍ଷ ଡ. ଖୈତାନ ଆଣ୍ଡ୍ କମ୍ପାନିର ପାର୍ଟନର ଶ୍ରୀ ଶରଦ ଅଭୟଙ୍କର; ଟାଟା ସଷ୍ଟେନେବିଲିଟି ଗ୍ରୁପର ପୂର୍ବତନ ମୁଖ୍ୟ ବିବେକ ତଲଓ୍ଵାର; ନବଶିର ମିର୍ଜା, ବୃତ୍ତିଗତ ସ୍ୱାଧୀନ ନିର୍ଦ୍ଦେଶକ; ଏବଂ ସିଏ ଶ୍ରୀ ଜ୍ଞାନ ପି ପିପାରା, ପିପାରା ଆଣ୍ଡ କମ୍ପାନୀର ମ୍ୟାନେଜିଂ ପାର୍ଟନର ସାମିଲ ଥିଲେ।

ଡ. ନୀରଜ ଗୁପ୍ତାଙ୍କ ନେତୃତ୍ୱରେ ଏବଂ ମୁଖ୍ୟ କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀ ଶ୍ରୀ ମନୋଜ ସିଂ ଏବଂ ଶ୍ରୀ ମାଥ୍ୟୁ ଜନଙ୍କ ପରିଚାଳନାରେ, ଆଇଆଇସିଏ ସ୍ୱାଧୀନ ନିର୍ଦ୍ଦେଶକଙ୍କ ଦାୟିତ୍ୱ ସମ୍ବନ୍ଧୀୟ ପ୍ରଭାବଶାଳୀ ଶିକ୍ଷା ଏବଂ ବୁଝାମଣା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।

ଭାରତୀୟ କର୍ପୋରେଟ କାର୍ଯ୍ୟ ସଂସ୍ଥାନ

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କର୍ପୋରେଟ୍ ଆଫେୟାର୍ସ ହେଉଛି ଭାରତ ସରକାରଙ୍କ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ସର୍ବୋଚ୍ଚ ଥିଙ୍କଟ୍ୟାଙ୍କ। ଏହି ଅନୁଷ୍ଠାନର ପ୍ରାଥମିକ ଲକ୍ଷ୍ୟ ହେଉଛି କର୍ପୋରେଟ୍ ଗଭର୍ଣ୍ଣାନ୍ସ ଉତ୍କର୍ଷତାକୁ ଆଗକୁ ବଢ଼ାଇବା, ଦାୟିତ୍ୱବାନ ବ୍ୟବସାୟଆଚରଣକୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟ କର୍ପୋରେଟ୍ କ୍ଷେତ୍ରରେ ସର୍ବୋଚ୍ଚ ମାନଦଣ୍ଡକୁ ସୁନିଶ୍ଚିତ କରିବା । ଏହାର ପ୍ରମୁଖ ପଦକ୍ଷେପ ଗୁଡ଼ିକ ମଧ୍ୟରେ ସ୍ବତନ୍ତ୍ର ନିର୍ଦ୍ଦେଶକ ଡାଟାବ୍ୟାଙ୍କ ଏବଂ ପ୍ରମାଣପତ୍ର ରହିଛି, ଯାହା କି ଭାରତରେ କମ୍ପାନୀ ବୋର୍ଡରେ ମଧ୍ୟ କାର୍ଯ୍ୟ କରିବାକୁ ଇଚ୍ଛୁକ ବ୍ୟକ୍ତିମାନଙ୍କ ପାଇଁ ଏକ ବାଧ୍ୟତାମୂଳକ ସାର୍ଟିଫିକେଟ୍ । ଅନେକ କାରଣରୁ ଏହି କାର୍ଯ୍ୟର ମଧ୍ୟ ଉଦ୍ଦେଶ୍ୟ ଭାରତରେ ବୋର୍ଡରୁମ୍ର ସ୍ବରୂପ। ଏଠାରେ ହେବାକୁ ଥିବା ଆଲୋଚନା ଏବଂ ଏହାର ପ୍ରଭାବଶୀଳତାକୁ ଉନ୍ନତ କରିବାକୁ ହେବ।

**********

NS/MB



(Release ID: 1980648) Visitor Counter : 71


Read this release in: English , Urdu , Hindi