କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ
ଏକୀକୃତ ସେବା ଯୋଗାଣ ପୋର୍ଟାଲ ଓଡ଼ିଶା ୱାନ୍ ଜରିଆରେ ଶତପ୍ରତିଶତ ଇ-ସେବା ପ୍ରଦାନରେ ଓଡ଼ିଶାକୁ ସଫଳତା
ଇ-ସେବା ବିତରଣକୁ ବଢ଼ାଇବା ଲାଗି ସେବା ଅଧିକାର ଆୟୁକ୍ତଙ୍କ ସହ ସମନ୍ୱୟ ସ୍ଥାପନ କରିବ ଡିଏଆରପିଜି
ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଆରଟିଏସ ମୁଖ୍ୟ ଆୟୁକ୍ତ/ଆୟୋଗର ଦ୍ୱିତୀୟ ବୈଠକ ଅନୁଷ୍ଠିତ
ରାଜ୍ୟମାନଙ୍କ ଦ୍ୱାରା ମୋଟ୍ ୧୪,୭୩୬ ଇସେବା ଯୋଗାଣ, ୨୦୧୬ଟି ବାଧ୍ୟତାମୂଳକ ଇ-ସେବା ମଧ୍ୟରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୧୫୦୫ଟି ଇ-ସେବା ଯୋଗାଇ ଦେଇ ୭୪.୫% ଲକ୍ଷ୍ୟ ହାସଲ କରିଛନ୍ତି
Posted On:
09 OCT 2023 7:29PM by PIB Bhubaneshwar
ଇ-ପ୍ରଶାସନ ଓ ଇ-ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶାକୁ ଶତପ୍ରତିଶତ ସଫଳତା ମିଳିଛି । ଚିହ୍ନଟ ଏକକ ସମନ୍ୱିତ ସେବା ପ୍ରଦାନ ପୋର୍ଟାଲ୍ ଓଡ଼ିଶା ୱାନ୍ ଜରିଆରେ ଓଡ଼ିଶା ଶତପ୍ରତିଶତ ସେବା ପ୍ରଦାନ କରିଛି ।
ଆଜି ଅର୍ଥାତ୍, ୯ ଅକ୍ଟୋବର ୨୦୨୩ ‘‘ନେସନାଲ ଇ-ଗଭର୍ଣ୍ଣାନ୍ସ ସର୍ଭିସ ଡେଲିଭରୀ ଆସେସମେଣ୍ଟ (ଏନଇଏସଡିଏ)ର ଭବିଷ୍ୟତ ଯୋଜନା’’- ଦେଶରେ ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହିତ କରିବା ଏବଂ ଇ-ସେବା ଯୋଗାଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସେବା ଅଧିକାର କମିସନରଙ୍କ ସହ ପ୍ରଶାସନିକ ସଂସ୍କାର ଓ ଲୋକ ଅଭିଯୋଗ ବିଭାଗ (ଡିଏଆରପିଜି) ଦ୍ୱିତୀୟ ବୈଠକରେ ହୋଇଥିବା ଆଲୋଚନାରେ ଏ ସମ୍ପର୍କରେ ତଥ୍ୟ ମିଳିପାରିଛି।
ଆରଟିଏସ ମୁଖ୍ୟ କମିଶନରମାନଙ୍କୁ ବିଭାଗ ଦ୍ୱାରା ନିଆଯାଇଥିବା "ଏନଇଏସଡିଏ ଭବିଷ୍ୟତ ଯୋଜନା" ବିଷୟରେ ମଧ୍ୟ ସଚେତନ କରାଯାଇଥିଲା। ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ପାଇଁ ବିଭାଗ ଦ୍ୱାରା ଛଅଟି ଏନଇଏସଡିଏ ଭବିଷ୍ୟତ ଯୋଜନାର ମାସିକ ରିପୋର୍ଟ ଜାରି କରାଯାଇଛି।
ଏହି ରିପୋର୍ଟରେ ଏନଇଏସଡିଏ ଭବିଷ୍ୟତ ଯୋଜନା ଡ୍ୟାସବୋର୍ଡରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ପ୍ରଦାନ କରାଯାଉଥିବା ଇ-ସେବା ସଂଖ୍ୟା ଏବଂ ବାଧ୍ୟତାମୂଳକ ଇ-ସେବାର ଆଧାର ଧାର୍ଯ୍ୟ କରାଯାଇଛି। ଏହା ସାକ୍ଷାତମୁକ୍ତ ବା ଫେସଲେସ୍, ସ୍ୱତଃ ସେବା ପ୍ରଦାନ ଏବଂ ସମନ୍ୱିତ ସେବା ଯୋଗାଣ ପୋର୍ଟାଲର ସ୍ଥିତି ଉପରେ ମଧ୍ୟ ଆଲୋକପାତ କରିଥାଏ। କେବଳ ସେତିକି ନୁହେଁ, ଏହି ରିପୋର୍ଟରେ କ୍ଷେତ୍ରଭିତ୍ତିକ ଇ-ସେବାର ଆକଳନ ଓ ତୁଳନା କରାଯିବା ସହ ଅଫଲାଇନ୍ ସେବାକୁ ଅନଲାଇନ୍ ପ୍ଲାଟଫର୍ମକୁ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ନିର୍ଦ୍ଦିଷ୍ଟ ସୁଯୋଗ ଉପରେ ଆଲୋକପାତ କରାଯାଇଛି। ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଦ୍ୱାରା ମୋଟ୍ ୧୪,୭୩୬ ଇସେବା ଯୋଗାଇ ଦିଆଯାଉଛି । ୨୦୧୬ଟି ବାଧ୍ୟତାମୂଳକ ଇ-ସେବା ମଧ୍ୟରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୧୫୦୫ଟି ଇ-ସେବା ଯୋଗାଇ ଦେଇ ୭୪.୫% ଲକ୍ଷ୍ୟ ହାସଲ କରିଛନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଦ୍ୱାରା ୧୪ ହଜାର ୭୩୬ଟି ଇସେବା ଯୋଗାଇ ଦିଆଯାଉଥିବା ବେଳେ ଜମ୍ମୁ ଓ କଶ୍ମୀରରେ ସବୁଠୁ ଅଧିକ ୧୦୨୮ଟି ଇ-ସେବା ପ୍ରଦାନ କରାଯାଉଛି । ଓଡ଼ିଶା ବ୍ୟତୀତ କେରଳ (ଇ-ଉନ୍ନତ) ଓ ଜମ୍ମୁକାଶ୍ମୀର (ଇ-ସେବାନାମ) ଶତପ୍ରତିଶତ ଇ-ସେବା ଯୋଗାଇବାରେ ସଫଳ ହୋଇଛନ୍ତି।
ବୈଠକରେ ନିମ୍ନଲିଖିତ ପ୍ରସଙ୍ଗରେ ସହମତି ହୋଇଛି :
ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଚିହ୍ନଟ ହୋଇଥିବା ୧୫୪ଟି ଜନ ସେବାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଇ-ସେବା ଆକାରରେ ପ୍ରଦାନ କରିବା ଲାଗି ସେଗୁଡ଼ିକୁ ସମୀକ୍ଷା କରିବେ।
ଇ-ଉନ୍ନତି, ଇ-ସେବାନାମ ଏବଂ ଓଡ଼ିଶା ୱାନ୍ ଆଧାରରେ ସମ୍ପୃକ୍ତ ଆରଟିଏସ୍ କମିଶନ/କମିଟିର ସହାୟତାକୁ ଉପଯୋଗ କରି ଏକ ସମନ୍ୱିତ ପୋର୍ଟାଲ ମାଧ୍ୟମରେ ଇ-ସେବା ପ୍ରଦାନ ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଏକ ରୋଡମ୍ୟାପ୍ ନିର୍ଦ୍ଧାରଣ କରିବେ।
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଇ-ସେବାଗୁଡ଼ିକୁ ସକ୍ରିୟ ଭାବରେ ପ୍ରଦାନ କରିବା ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନର ଏବଂ ଆଭିମୁଖ୍ୟ ଉପରେ ଆଲୋଚନା କରିବେ।
ଆରଟିଏସ୍ ମାଧ୍ୟମରେ ଫେସଲେସ ବା ସାକ୍ଷାତମୁକ୍ତ ସେବା ବିତରଣର ସ୍ଥିତି ନିର୍ଦ୍ଧାରଣ କରିବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ।
ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟ କମିଶନର ଓ ନୋଡାଲ ଅଧିକାରୀମାନେ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଆସନ୍ତା ନଭେମ୍ବରରେ ଡେରାଡୁନ୍ ଠାରେ ଆରଟିଏସ କମିଶନର ଓ ନୋଡାଲ ଅଧିକାରୀମାନଙ୍କୁ ନେଇ ଡିଏଆରପିଜି ଏକ କର୍ମଶାଳା ଆୟୋଜନ କରିବା ନେଇ ମଧ୍ୟ ବୈଠକରେ ସହମତି ହୋଇଥିଲା ।
******
P.S.
(Release ID: 1966146)
Visitor Counter : 98