ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଖୁଚୁରା ମୂଲ୍ୟରେ ଦରବୃଦ୍ଧି ଧାରାକୁ ରୋକିବା ପାଇଁ ଗହମ ଏବଂ ଚାଉଳର ଇ-ନିଲାମ କରିବାକୁ ଏଫସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର


ନିଲାମରେ ଅଂଶଗ୍ରହଣ ପାଇଁ ଗହମ ମହଜୁଦ ମନିଟରିଂ ସିଷ୍ଟମ୍ ପୋର୍ଟାଲରେ ଘୋଷଣା ବାଧ୍ୟତାମୂଳକ

ପ୍ରକୃତ ପ୍ରୋସେସର୍ ଏବଂ ବ୍ୟବସାୟୀମାନଙ୍କୁ ଚିହ୍ନଟ କରିବା ପାଇଁ ଅଂଶଗ୍ରହଣ ଲାଗି ଏଫ୍‍ଏସଏସଏଆଇ ଲାଇସେନ୍ସ ବାଧ୍ୟତାମୂଳକ

Posted On: 23 JUN 2023 7:58PM by PIB Bhubaneshwar

ଭାରତର ଖାଦ୍ୟ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଶୋକ କେ କେ ମୀନା କହିଛନ୍ତି ଯେ ଦର ନିୟନ୍ତ୍ରଣ ପାଇଁ ବଜାର ହସ୍ତକ୍ଷେପର ଏକ ଅଂଶ ଭାବରେ ଗହମ ଏବଂ ଚାଉଳର ଖୁଚୁରା ମୂଲ୍ୟରେ ଦରବୃଦ୍ଧି ଧାରାକୁ ରୋକିବା ପାଇଁ ସରକାର ବର୍ତ୍ତମାନ ଗହମ ଏବଂ ଚାଉଳର ଇ-ନିଲାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ଶ୍ରୀ ମୀନା ଏହା କହିଛନ୍ତି ।

ଗହମର ମୂଳ ମୂଲ୍ୟ ସମାନ ସ୍ତରରେ ଏଫଏକ୍ୟୁ ପାଇଁ କୁଇଣ୍ଟାଲ ପ୍ରତି ୨୧୫୦ ଟଙ୍କା ଏବଂ ୟୁଆରଏସ୍‍ ଗହମ ପାଇଁ କୁଇଣ୍ଟାଲ ପିଛା ୨୧୨୫ ଟଙ୍କା ରଖାଯାଇଛି । ଗହମର ବେଆଇନ୍‍ ମହଜୁଦକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ନିଲାମରେ ଅଂଶଗ୍ରହଣ ପାଇଁ ଗହମ ଷ୍ଟକ୍ ମନିଟରିଂ ସିଷ୍ଟମ ପୋର୍ଟାଲରେ ଘୋଷଣା ବାଧ୍ୟତାମୂଳକ ଅଟେ । ଏହା ବ୍ୟତୀତ, ପ୍ରକୃତ ପ୍ରୋସେସର୍ ଏବଂ ବ୍ୟବସାୟୀମାନଙ୍କୁ ଚିହ୍ନଟ କରିବା ପାଇଁ, ବୈଧ ଏଫ୍‍ଏସଏସଏଆଇ ଲାଇସେନ୍ସ ମଧ୍ୟ ଅଂଶଗ୍ରହଣ ପାଇଁ ବାଧ୍ୟତାମୂଳକ କରାଯାଇଛି ।

ଏହି ଇ-ନିଲାମରେ କ୍ରେତା ପାଇଁ ସର୍ବାଧିକ ପରିମାଣ ୧୦୦ ମେଟ୍ରିକ ଟନ୍‍ରେ ସୀମିତ ଅଟେ । କ୍ଷୁଦ୍ର ଗହମ ପ୍ରୋସେସର ଏବଂ ବ୍ୟବସାୟୀମାନଙ୍କ ପାଇଁ ସର୍ବନିମ୍ନ ପରିମାଣ ୧୦ ଏମଟି ପର୍ଯ୍ୟନ୍ତ ରଖାଯାଇଛି । ଅଧିକନ୍ତୁ, ଗହମର କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀ ଏବଂ ପ୍ରୋସେସର୍ ମାନଙ୍କ ପାଇଁ ଇ-ନିଲାମରେ ଅଂଶଗ୍ରହଣ ଲାଗି ଇଏମଡି ମଧ୍ୟ ପୂର୍ବ ସ୍ତରରୁ ୫୦% ହ୍ରାସ ପାଇଛି । 

ଟେଣ୍ଡର ସ୍ଥାନୀୟ କ୍ରେତାଙ୍କ ପାଇଁ ସୀମିତ ଅଟେ, ଏହା ସୁନିଶ୍ଚିତ କରିବ କି ମହଜୁଦ ପ୍ରଦାନ ପୂର୍ବରୁ ରାଜ୍ୟର ଜିଏସଟି ପଞ୍ଜିକରଣ ମ୍ୟାପ୍ ଯାଞ୍ଚ କରାଯାଇ ସୁନିଶ୍ଚିତ ହେବ । ର୍ନିଦ୍ଦିଷ୍ଟ ରାଜ୍ୟରେ ଦିଆଯାଇଥିବା ଷ୍ଟକ୍‌କୁ ସ୍ଥାନୀୟ ଅଞ୍ଚଳରେ ପହଞ୍ଚିବା ନିଶ୍ଚିତ କରିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଦେଶର ୪୫୭ ଡିପୋରୁ ପ୍ରଥମ ଇ-ନିଲାମରେ ୪ ଏଲଏମଟି ଗହମ ଦିଆଯାଉଛି । ୦୧.୦୪.୨୦୨୩ ପରେ କ୍ରେତାମାନଙ୍କର ୨୭୧ ତାଜା ତାଲିକା କରାଯାଇଥିଲା । ଆଜି ସୁଦ୍ଧା ୨୦୯୩ ସକ୍ରିୟ ତାଲିକାଭୁକ୍ତ ବିଡର ଅଛନ୍ତି ।

ଖୋଲା ବଜାର ବିକ୍ରୟ ଯୋଜନା (ଘରୋଇ) ଅନ୍ତର୍ଗତ ଚାଉଳ ପାଇଁ ଇ-ନିଲାମ ୫ ଜୁଲାଇ ୨୦୨୩ ରୁ ଆରମ୍ଭ ହେବ । ଚାଉଳର ମୂଳ ମୂଲ୍ୟ ହେଉଛି କୁଇଣ୍ଟାଲ ପ୍ରତି ୩୧୦୦ / ଟଙ୍କା ।

ଗହମର ୬ ଟି ସାପ୍ତାହିକ ଇ-ନିଲାମ ଏଫ୍‍ସିଆଇ ଦ୍ୱାରା ୧୫.୦୩.୨୦୨୩ ପର୍ଯ୍ୟନ୍ତ କରାଯାଇଥିଲା । ସମୁଦାୟ ୩୩.୭ ଏଲଏମଟି ଗହମ ଅଫଲୋଡ୍ ହୋଇଥିଲା ଏବଂ ୪୫ ଦିନ ମଧ୍ୟରେ ଏହି ବ୍ୟାପକ ହସ୍ତକ୍ଷେପ ହେତୁ ଗହମର ମୂଲ୍ୟ ୧୯% ହ୍ରାସ ପାଇଥିଲା । ଗହମର ରବି କ୍ରୟ ସମୟ ଯୋଗୁଁ ବଜାର ହସ୍ତକ୍ଷେପ ସ୍ଥଗିତ ରଖାଗଲା ।

HS



(Release ID: 1934922) Visitor Counter : 92


Read this release in: English , Urdu , Marathi , Hindi