ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତୀୟ ସଶସ୍ତ୍ର ସେନା ଓ ଭାରତୀୟ ତଟରକ୍ଷୀ ବାହିନୀ ପାଇଁ (ଇଣ୍ଡିଆ-ଆଇଡିଡିଏମ)ଶ୍ରେଣୀ କ୍ରୟ ଅଧୀନରେ ୭୦,୫୦୦ କୋଟି ଟଙ୍କାର ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ


ଭାରତୀୟ ନୌସେନା ନିମନ୍ତେ ବ୍ରହ୍ମୋସ କ୍ଷେପଣାସ୍ତ୍ର, ଶକ୍ତି ଇଡବ୍ଲୁ ପଦ୍ଧତି ଓ ଉପଯୋଗୀ ସାମୁଦ୍ରିକ ହେଲିକପ୍ଟର ପାଇଁ ୫୬ହଜାର କୋଟି ଟଙ୍କା ମଞ୍ଜୁର

ଭାରତୀୟ ବାୟୁସେନା ନିମନ୍ତେ ଦୂରଗାମୀ ପୂର୍ବ ପ୍ରସ୍ତୁତି ଅସ୍ତ୍ରଶସ୍ତ୍ର ପାଇଁ ଅନୁମତି; ଏସୟୁ ୩୦ ଏମ୍ କେଆର ଏୟାରକ୍ରାଫ୍ଟ ସହ ଏହା ସମନ୍ୱିତ ହେବ

ଭାରତୀୟ ସେନା ନିମନ୍ତେ ୧୫୫ ଏମଏମ୍‌/୫୨ କାଲିବର ଏଟିଏଜିଏସ୍ ଦ୍ରୁତ ଭ୍ରାମ୍ୟମାଣ ଓ ବନ୍ଧୁକ ଯୁକ୍ତ ଯାନ ଉତ୍ପାଦିତ ହେବ

ଭାରତୀୟ ତଟରକ୍ଷା ବାହିନୀ ଆଗୁଆ ହାଲୁକା ହେଲିକପ୍ଟର ଏମକେ-ଆଇଆଇଆଇ ହାଲରୁ ପାଇବ

୨୦୨୨-୨୩ ଆର୍ଥିକ ବର୍ଷରେ ୨.୭୧ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ପାଇଁ ଅନୁମତି ମିଳିଥିବାବେଳେ ସେଥିରୁ ଶତକଡା ୯୯ଭାଗ ଭାରତୀୟ କାରଖାନାରୁ ସଂଗୃହୀତ ହେବ

Posted On: 16 MAR 2023 5:36PM by PIB Bhubaneshwar

ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ କମିଟି (ଡିଏସି)ର ଏକ ବୈଠକ ଆଜି(୧୬.୩.୨୦୨୩) ଅନୁଷ୍ଠିତ ହୋଇଛି । ଆବଶ୍ୟକତା ଅନୁସାରେ ୭୦ହଜାର ୫୫କୋଟି ଟଙ୍କାର (India-IDDM) ଭାରତୀୟ ପରିପାଟୀ ସହ ଭାରତରେ (ବିକଶିତ ଓ ନିର୍ମିତ) ସାମଗ୍ରୀ କ୍ରୟ ପାଇଁ ଅନୁମୋଦନ କରାଯାଇଛି । ମୋଟ ପ୍ରସ୍ତାବ ମଧ୍ୟରେ କେବଳ ଭାରତୀୟ ନୌସେନା ନିମନ୍ତେ ୫୬ହଜାର କୋଟି ଟଙ୍କା ଅନୁମୋଦିତ ହୋଇଛି ଏଥିରେ ମୁଖ୍ୟତଃ ଭାରତୀୟ ବ୍ରହ୍ମୋସ କ୍ଷେପଣାସ୍ତ୍ର, ଶକ୍ତି ଇଲେକ୍‌ଟ୍ରୋନିକ୍ ଯୁଦ୍ଧ ବିଗ୍ରହ(ଇଡବ୍ଲୁ) ପଦ୍ଧତି ଓ ସାମୁଦ୍ରିକ ଉପଯୋଗୀ ହେଲିକପ୍ଟର ଅନ୍ତର୍ଭୁକ୍ତ ।

ବ୍ରହ୍ମୋସ କ୍ଷେପଣାସ୍ତ୍ର ପଦ୍ଧତିର ଅତିରିକ୍ତ ଆହରଣ ସାମୁଦ୍ରିକ କ୍ଷେତ୍ରରେ ବିଧ୍ୱଂସକାରୀ କ୍ଷମତା ଏବଂ ଭୂପୃଷ୍ଠ ଯୁଦ୍ଧ ନିରୋଧୀ କାର୍ଯ୍ୟାନୁଷ୍ଠାନ ସାମର୍ଥ୍ୟ ବୃଦ୍ଧି କରିବ । ଉପଯୋଗୀ ହେଲିକପ୍ଟର ଖୋଜିବା ବା ଉଦ୍ଧାର କାର୍ଯ୍ୟ, ମାନବିକ ସାହାଯ୍ୟ ତଥା ବିପର୍ଯ୍ୟୟ ରିଲିଫ ପ୍ରଦାନ ପାଇଁ ପ୍ରସ୍ତୁତ ରହିବ । ସେହିପରି ଶକ୍ତି ଇଡବ୍ଲୁ ପଦ୍ଧତି ସମ୍ମୁଖ ନୌସେନା ଯୁଦ୍ଧପୋତକୁ ଅତ୍ୟାଧୁନିକ ଓ ସଶକ୍ତ କରିବା ସହ ଶତ୍ରୁର ଦୃଢ ମୁକାବିଲା କରିପାରିବ । 

ମଧ୍ୟମ ଗତିଯୁକ୍ତ ସାମୁଦ୍ରିକ ଡିଜେଲ ଇଞ୍ଜିନ ମେକ-୧ ଅଧୀନରେ ପ୍ରଥମଥର ନିମନ୍ତେ ଭାରତରେ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହେଉଛି ଯାହାଫଳରେ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବା ସହ ଆତ୍ମନିର୍ଭର ଭାରତର ଲକ୍ଷ୍ୟପୂରଣ କରିପାରିବ । ନୂଆ କରି ଆସୁଥିବା ପ୍ରଯୁକ୍ତିର ଉପଯୋଗ ସହ ପଶ୍ଚିମ ଓ ଉତ୍ତର ସୀମାରେ ଶତ୍ରୁର ଦୃଢ ମୁକାବିଲା ନିମନ୍ତେ ନୂତନ ଅସ୍ତ୍ରଶସ୍ତ୍ର ଓ ଏହାକୁ ସମ୍ମୁଖ ଭାଗରେ ସମନ୍ୱିତ କରିବା ପାଇଁ ସରକାର ବିଚାର କରୁଛନ୍ତି । ଏହି ଲକ୍ଷ୍ୟ ପୂରଣ ନିମନ୍ତେ ପ୍ରତିରକ୍ଷା ଆହରଣ କମିଟି (ଡିଏସି) ଭାରତୀୟ ବାୟୁସେନାର ପ୍ରସ୍ତାବକୁ ଦୂରଗାମୀ ଅସ୍ତ୍ରଶସ୍ତ୍ର (LRS-SOW)ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହେବା ସହ ତାହାକୁ SU-30 ଏମକେଆଇ ଯୁଦ୍ଧ ବିମାନ ସହ ସମନ୍ୱିତ କରାଯିବ । 

ତୋପ କମାଣ କ୍ଷେତ୍ରର ଆଧୁନିକୀକରଣ ସହ ଚାଲିଥିବା ଧନୁଷ ଗନ୍ ସିଷ୍ଟମ ଓ କେ-୯, ବଜ୍ର-ଟି ଗନ ସିଷ୍ଟମ ୧୫୫ ଏମଏମ୍‌/୫୨ କାଲିବର ଆଗୁଆ ତୋପ ପଦ୍ଧତି, ଦ୍ରୁତଗାମୀ କମାଣଯୁକ୍ତ ଯାନବାହନ ପାଇଁ ଭାରତୀୟ ସେନାର ପ୍ରସ୍ତାବକୁ ମଧ୍ୟ ପରିଷଦ ମଞ୍ଜୁରୀ ପ୍ରଦାନ କରିଛି । ଏହାଛଡା ଆଗୁଆ ହାଲୁକା ହେଲିକପ୍ଟର (ଏଏଲଏଚ)ଏମକେ-ଆଇଆଇଆଇ ହାଲରୁ ଆହରଣ ପାଇଁ ମଧ୍ୟ ଡିଏସି ଅନୁମୋଦନ କରିଛି । ଏହା ଭାରତୀୟ ତଟରକ୍ଷୀ ବାହିନୀ ବ୍ୟବହାର କରି ଏହାର ପର୍ଯ୍ୟବେକ୍ଷଣ ସାମର୍ଥ୍ୟ ବୃଦ୍ଧି କରିବ । ଏହା ମଧ୍ୟ ତଟରକ୍ଷୀ ବାହିନୀର ରାତ୍ରି ପଇଁତରା ଦକ୍ଷତା ମଧ୍ୟ ବୃଦ୍ଧି କରିବ । 

ଆଜିର ପ୍ରସ୍ତାବ ସହ ୨୦୨୨-୨୩ ଆର୍ଥିକ ବର୍ଷରେ ୨. ୭୧ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଆହରଣ ପାଇଁ ଅନୁମୋଦନ ମିଳିଛି । ଏଥିରୁ ଶତକଡା ୯୯ଭାଗ ଆହରଣ ଭାରତୀୟ ଶିଳ୍ପାନୁଷ୍ଠାନଗୁଡିକରୁ ହେବ । ଏହା ଦେଶର ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବାରେ ମଧ୍ୟ ସହାୟକ ହେବ ।

*****

SM/SLP



(Release ID: 1907800) Visitor Counter : 116


Read this release in: English , Urdu , Hindi