ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ
ଦକ୍ଷିଣ ଆଫ୍ରିକାରୁ ଆସିଥିବା ବାରଟି ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଛନ୍ତି ଶ୍ରୀ ଭୁପେନ୍ଦର ଯାଦବ
प्रविष्टि तिथि:
18 FEB 2023 7:10PM by PIB Bhubaneshwar
କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ଆଜି ମଧ୍ୟପ୍ରଦେଶର ଶିଓପୁର ସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଏବଂ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ବାରଟି ଚିତାକୁ ମୁକ୍ତ କରିଛନ୍ତି ।
ଏହାପୂର୍ବରୁ, ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଠାରୁ ୭୯୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବା ପରେ, ଏହି ୧୨ ଟି ଚିତା ମଧ୍ୟାହ୍ନ ୧୨ ଟା ପରେ ଗ୍ୱାଲିଅର୍ ଦେଇ କୁନୋ ଜାତୀୟ ଉଦ୍ୟାନରେ ପହଞ୍ଚିଥିଲେ ।

ଏକାଧିକ ଟୁଇଟ୍ ଜରିଆରେ ଶ୍ରୀ ଯାଦବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ପ୍ରୋଜେକ୍ଟ ଚିତା ଆଜି ୧୨ ଟି ଚିତାଙ୍କୁ ଛଡା ଯିବା ସହ କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ମାଇଲଖୁଣ୍ଟଣ୍ଟଅତିକ୍ରମ କରିଛି ।
ଦକ୍ଷିଣ ଆଫ୍ରିକା ଠାରୁ କୁନୋ ଜାତୀୟ ଉଦ୍ୟାନକୁ ୧୨ ଟି ଚିତା ଆଣିବା ସମ୍ଭବ ହୋଇପାରିଥିବା ସଫଳ ଉଦ୍ୟମ ପାଇଁ ଶ୍ରୀ ଯାଦବ ଭାରତୀୟ ବାୟୁସେନାକୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ଯାଦବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ କିପରି ପରିବେଶଗତ ଭୁଲରୁ ପରିବେଶ ସମନ୍ୱୟକୁ ଯିବ ତାହା ବିଶ୍ୱକୁ ଦର୍ଶାଇଛି । ସେ କହିଛନ୍ତି ଯେ ୧୨ ଟି ଚିତାଙ୍କ ଆଗମନ ସେହି ଯାତ୍ରାକୁ ଆହୁରି ଆଗକୁ ବଢାଇଛି । ଜନ ଭାଗିଦାରୀଙ୍କ ଏକ ଚମତ୍କାର ଉଦାହରଣରେ, ୪୫୦ ରୁ ଅଧିକ ଚିତା ମିତ୍ର ଭାରତୀୟ ଜଳବାୟୁରେ ଚିତାଙ୍କୁ ଭଲ ଭାବରେ ଖାପ ଖୁଆଇବା ସୁନିଶ୍ଚିତ କରୁଛନ୍ତି ବୋଲି ସେ କହିଛନ୍ତି ।
ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ସମୁଦାୟ ଚିତା ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆଣିଥିବା ୮ ଟି ଚିତାଙ୍କୁ ଛାଡିଥିଲେ ।
HS
(रिलीज़ आईडी: 1900449)
आगंतुक पटल : 158