ପ୍ରତିରକ୍ଷା ମନ୍ତ୍ରଣାଳୟ

ଇଣ୍ଡୋ-ଫ୍ରେଞ୍ଚ ଏୟାର ଏକ୍ସରସାଇଜ୍ ଗରୁଡ-VII ଏୟାର ଫୋର୍ସ ଷ୍ଟେସନ୍, ଯୋଧପୁରରେ ସମାପ୍ତ

Posted On: 12 NOV 2022 2:03PM by PIB Bhubaneshwar

ଭାରତୀୟ ବାୟୁସେନା (ଆଇଏଏଫ୍‌) ଏବଂ ଫ୍ରେଞ୍ଚ ଏୟାର ଆଣ୍ଡ ସ୍ପେସ୍ ଫୋର୍ସ (ଏଫଏଏସଏଫ) ମଧ୍ୟରେ ଦ୍ୱିପାକ୍ଷିକ ଏୟାର ଏକ୍ସରସାଇଜର ସପ୍ତମ ସଂସ୍କରଣ 12 ନଭେମ୍ବର 2022 ରେ ଯୋଧପୁରର ଏୟାର ଫୋର୍ସ ଷ୍ଟେସନରେ ସମାପ୍ତ ହୋଇଛି। 

ଏଫଏଏସଏଫ ରେ ରାଫେଲ୍ ଫାଇଟର ଏୟାରକ୍ରାଫ୍‌ଟ ଓ ଏ-330 ମଲ୍‌ଟି ରୋଲ୍ ଟ୍ୟାଙ୍କର ଟ୍ରାନ୍‌ସପୋର୍ଟ (ଏମଆରଟିଟି) ଏୟାରକ୍ରାଫ୍‌ଟ ସାମିଲ୍ ହୋଇଥିଲା ଯେତେବେଳେ କି ଆଇଏଏଫ୍ କଣ୍ଟିଜେଣ୍ଟରେ ରହିଥିଲା ଏସୟୁ-30 ଏମକେଆଇ, ରାଫେଲ୍, ଏଲସିଏ, ‘ତେଜସ୍‌’ ଓ ଜାଗୁଆର ଫାଇଟର ଏୟାରକ୍ରାଫ୍‌ଟ। ଏହି ଫାଇଟର ଏଲିମେଣ୍ଟରେ ରହିଥିଲା ଭାରତୀୟ ବାୟୁ ସେନାର ଫ୍ଲାଇଟ୍ ରିଫୁଏଲିଂ ଏୟାରକ୍ରାଫ୍‌ଟ, ଏଡବ୍ଲୁଏସିଏସ୍ ଓ ଏଇଡବ୍ଲୁଆଣ୍ଡ ସି ତଥା ଏମଆଇ – 17 ହେଲିକପ୍ଟର ଓ ନୂତନ ଭାବରେ ସାମିଲ୍ କରାଯାଇଥିବା ଏଲଚିଏଚ୍ ‘ପ୍ରଚଣ୍ଡ’। 

ଏକ୍ସରସାଇଜ ଗରୁଡ଼-VII ଦୁଇଟି ବାୟୁସେନାକୁ ବୃତ୍ତିଗତ ପାରସ୍ପରିକ ଆଲୋଚନା ଏବଂ ଜ୍ଞାନ ଏବଂ ଅଭିଜ୍ଞତା ବାଣ୍ଟିବାର ସୁଯୋଗ ପ୍ରଦାନ କରିଛି। ଏକ୍ସରସାଇଜର ବିଭିନ୍ନ ପର୍ଯ୍ୟାୟର ଉତ୍କୃଷ୍ଟ ଯୋଜନା ଏବଂ କାର୍ଯ୍ୟକାରିତା ସହିତ, ଆଇଏଏଫ୍‌ ଏବଂ ଏଫଏଏସଏଫ ର କର୍ମଚାରୀମାନେ ରିଆଲିଷ୍ଟିକ୍ ଏୟାର କମ୍ବାଟ ସିମୁଲେସନ ଓ ଆସୋସିଏଟେଡ୍‌ କମ୍ବାଟ୍ ସପୋର୍ଟ ଅପରେସନ୍ ବିଷୟରେ ଜ୍ଞାନ ଆହରଣ କରିଥିଲେ। ଏହା ଅଂଶଗ୍ରହଣକାରୀ କଣ୍ଟିଜେଣ୍ଟମାନଙ୍କୁ ପରସ୍ପରିକ ଆଲୋଚନା ମାଧ୍ୟମରେ ସର୍ବୋତ୍ତମ ଅଭ୍ୟାସ ବିଷୟରେ ଜ୍ଞାନର ଆଦାନ ପ୍ରଦାନ କରିବାରେ ସକ୍ଷମ କରିଥିଲା। ଏହି ଅଭ୍ୟାସ ଉଭୟ ଦେଶର ବାୟୁସେନା କର୍ମଚାରୀଙ୍କ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ ପାଇଁ ଏକ ମଞ୍ଚ ପ୍ରଦାନ କରିଛି।

 

BS



(Release ID: 1875475) Visitor Counter : 180