ରସାୟନ ଓ ସାର ମନ୍ତ୍ରଣାଳୟ

ପୋଷକ ତତ୍ତ୍ବ ଆଧାରିତ ଫସଫେଟ ଓ ପଟାସ ସାର ପାଇଁ ସବସିଡି ଦରକୁ କ୍ୟାବିନେଟ ମଞ୍ଜୁରି


୨୦୨୨-୨୩ ରବି ଋତୁ ଲାଗି ଅକ୍ଟୋବର ପହିଲା ୨୦୨୨ରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ହେବ ଲାଗୁ

୫୧,୮୭୫ କୋଟି ଟଙ୍କାର ସବସିଡିକୁ ଅନୁମୋଦନ

Posted On: 02 NOV 2022 3:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପୋଷକ ତତ୍ତ୍ବ ଆଧାରିତ ଫସଫେଟ ଓ ପଟାସ ସାର ପାଇଁ ସବସିଡି ଦରକୁ ମଞ୍ଜୁରି ମିଳିଛି । ୨୦୨୨-୨୩ ରବି ଋତୁରେ ଏହି ସବସିଡି ଦର ୨୦୨୨ ଅକ୍ଟୋବର ପହିଲା ତାରିଖ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଲାଗୁ ହେବ । ପଟାସ ଓ ଫସଫେଟ ସାରରେ ନାଇଟ୍ରୋଜେନ (ଏନ), ଫସଫରସ (ପି), ପଟାସ (କେ) ଏବଂ ସଲଫର (ଏସ) ଆଦି ବିଭିନ୍ନ ପୋଷକ ତତ୍ତ୍ବ ମିଶ୍ରଣ କରାଯିବ । ଏ ସଂକ୍ରାନ୍ତରେ ସାର ବିଭାଗ ପକ୍ଷରୁ ମିଳିଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି ।

 

ବର୍ଷ

କିଲୋ ପ୍ରତି ଟଙ୍କା

ଏନ

ପି

କେ

ଏସ

୨୦୨୨-୨୩ ରବି ଋତୁ (୦୧.୧୦.୨୦୨୨ରୁ ୩୧.୦୩.୨୦୨୨ ପର୍ଯ୍ୟନ୍ତ)

୯୮.୦୨

୬୬.୯୩

୨୩.୬୫

୬.୧୨

ଆର୍ଥିକ ବ୍ୟୟବରାଦ:

୨୦୨୨-୨୩ ରବି ଋତୁ ପାଇଁ କ୍ୟାବିନେଟ ମୋଟ୍‌ ୫୧ ହଜାର ୮୭୫ କୋଟି ଟଙ୍କାର ସବସିଡି ମଞ୍ଜୁର କରିଛନ୍ତି । ଏଥିରେ ଫ୍ରିଟ୍‌ ବା ମାଲ ଭଡ଼ା ସବସିଡି ଜରିଆରେ ସ୍ବଦେଶୀ ସାରକୁ ଦିଆଯାଉଥିବା ସହାୟତା ସାମିଲ ରହିଛି ।

ଲାଭ:

କ୍ୟାବିନେଟଙ୍କର ଏହି ନିଷ୍ପତ୍ତି ଦ୍ବାରା ୨୦୨୨-୨୩ ରବି ଋତୁରେ ସବୁ ଚାଷୀଙ୍କୁ ଶସ୍ତା/ସବସିଡି ଦରରେ ସମସ୍ତ ପିଏଣ୍ଡକେ ସାର ଉପଲବ୍ଧ ହୋଇପାରିବ ଏବଂ ଏହା କୃଷି କ୍ଷେତ୍ରକୁ ମଧ୍ୟ ସହାୟକ ହେବ । ଅନ୍ତର୍ଜାତୀୟ ବଜାରରେ ସାର ଦରରେ ଦେଖା ଦେଇଥିବା ଅସ୍ଥିରତା ଏବଂ କଞ୍ଚାମାଲର ଅଭାବ ସମସ୍ୟାକୁ କେନ୍ଦ୍ର ସରକାର ସବସିଡି ଓ ଅନ୍ୟାନ୍ୟ ସହାୟତା ମାଧ୍ୟମରେ ପ୍ରାୟତଃ ନିୟନ୍ତ୍ରଣ କରି ଆସୁଛନ୍ତି ।

 

*******

P.S.



(Release ID: 1873147) Visitor Counter : 166