ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଆଇଏନଏସ ଅରିହନ୍ତରୁ ହେଲା ବୁଡ଼ାଜାହାଜରୁ ନିକ୍ଷେପ କରାଯାଇପାରୁଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ପୋଷ୍ଟ କରାଯିବା ଦିନାଙ୍କ: 14 OCT 2022 4:23PM by PIB Bhubaneswar

ଆଇଏନଏସ ଅରିହନ୍ତରୁ ଅକ୍ଟୋବର ୧୪, ୨୦୨୨ରେ ବୁଡ଼ାଜାହାଜରୁ ନିକ୍ଷେପ କରାଯାଇ ପାରୁଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର (ଏସଏଲବିଏମ)ର ସଫଳ ପରୀକ୍ଷଣ କରାଯାଇଛି । ଏକ ନିର୍ଦ୍ଧାରିତ ଦୂରତାରେ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା ଏବଂ ଏହା ଉଚ୍ଚ ସଠିକତା ସହିତ ବଙ୍ଗୋପସାଗରରେ ଥିବା ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଭେଦ କରିବାରେ ସକ୍ଷମ ହୋଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ସମସ୍ତ ପରିଚାଳନାଗତ ଏବଂ ବୈଷୟିକ ମାପଦଣ୍ଡ ସଠିକ୍‌ ପ୍ରମାଣିତ ହୋଇଥିଲା।

ଭାରତର ଆଣବିକ ପ୍ରତିରକ୍ଷା ସାମର୍ଥ୍ୟର ଏକ ପ୍ରମୁଖ ଉପାଦାନ ଭାବେ ପରିଗଣିତ ଏସଏସବିଏନର କାର୍ଯ୍ୟକ୍ରମ ପରିଚାଳନା ଦକ୍ଷତା ଏବଂ ପ୍ରାମାଣିକତା ଲାଗି ଆଇଏନଏସ ଅରିହନ୍ତ ଦ୍ବାରା ଏସଏଲବିଏମର ତାଲିମ ପ୍ରକ୍ଷେପଣ ସଫଳ ହେବା ଗୁରୁତ୍ବପୂର୍ଣ୍ଣ । ଭାରତର ‘ବିଶ୍ବସନୀୟ ସର୍ବନିମ୍ନ ପ୍ରତିରକ୍ଷା’ ନୀତିକୁ ଧ୍ୟାନରେ ରଖି ଏହା ଏକ ମଜବୁତ, ସକ୍ରିୟ ଏବଂ ସୁନିଶ୍ଚିତ ପ୍ରତିରକ୍ଷା ପ୍ରଣାଳୀ ଯେଉଁଥିରେ ଦେଶର ‘ପ୍ରଥମ ଉପଯୋଗ ନକରିବା’ ପ୍ରତିବଦ୍ଧତା ରେଖାଙ୍କିତ ହୋଇଛି ।

*******

P.S.


(ରିଲିଜ ଆଡି: 1867898) ପରିଦର୍ଶକ କାଉଣ୍ଟର : 311
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi