ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ନୂଆ ଦିଲ୍ଲୀ ଠାରେ "୮ ବର୍ଷର ମୋ ସରକାର’ (ମାଇଁ ଗଭ୍‌) କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ


ଏହି ଆୟୋଜନ ସହଭାଗୀ ଶାସନ ନିମନ୍ତେ ଦୁନିଆର ସବୁଠାରୁ ବଡ ମଂଚର ଯାତ୍ରା ନିମନ୍ତେ ଉତ୍ସବ ପାଳନ କରିଛି, ଯେଉଁଥିରେ ପ୍ରାୟ ୨.୫ କୋଟି ପଞ୍ଜୀକୃତ ନାଗରିକ ରହିଛନ୍ତି

ମନ୍ତ୍ରୀ ଇଂଟେଲ୍ ଇଣ୍ଡିଆର ସହଯୋଗରେ ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ଏନ୍‌ଇଜିଡିର ଏକ ପଦକ୍ଷେପ ‘ୟୁବା ୨୦୨୨ ନିମନ୍ତେ ଆବଶ୍ୟକ ଦାୟିତ୍ୱବାନ୍ ଏଆଇ’ର ଶୁଭାରମ୍ଭ କରିଛନ୍ତି

‘ଦାୟିତ୍ୱବାନ୍ ଏଆଇ ଫର୍ ୟୁଥ୍ ୨୦୨୨' ସ୍କୁଲ୍ ପିଲାମାନଙ୍କ ମଧ୍ୟରେ ଏଆଇ କୈନ୍ଦ୍ରିକ କୌଶଳ ବିକଶିତ କରିବାର ଉଦ୍ଦେଶ୍ୟ ବହନ କରେ

Posted On: 30 JUL 2022 6:35PM by PIB Bhubaneshwar

ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ଜନଭାଗିଦାରୀ ଦୃଷ୍ଟିକୋଣକୁ' ଆଗକୁ ବଢ଼ାଇ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ୩୦ ଜୁଲାଇ ୨୦୨୨ରେ ନୂଆଦିଲ୍ଲୀ ଠାରେ "୮ ବର୍ଷର ମୋ ସରକାର’ (ମାଇଁ ଗଭ୍‌) କାର୍ଯ୍ୟକ୍ରମ ପାଳନ କରିବା ନିମନ୍ତେ ଏକ ଦିବସୀୟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଊପସ୍ଥିତ ଥିଲେ, ଯେଉଁ ମାନଙ୍କ ମଧ୍ୟରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପରମେଶ୍ୱରନ୍ ଆୟାର, ଜି ୨୦ ଶେର୍‌ପା ଶ୍ରୀ ଅମିତାଭ କାନ୍ତ ଏବଂ ସାମର୍ଥ୍ୟ ନିର୍ମାଣ ଆୟୋଗର ସଚିବ ଶ୍ରୀ ହେମାଙ୍ଗ ଜାନୀ ଅନ୍ତର୍ଭୁକ୍ତ ଥିଲେ । ମାଇଁ ଗଭ୍ ମଧ୍ୟ ଭର୍ଚୁଆଲ୍ ଭାରତର ଫିଲ୍ମ ନିର୍ମାତା ଭାରତ ବାଲା; ଯୋଶ୍ ଟକସ୍‌ର ନିର୍ଦ୍ଦେଶିକା ଏବଂ ସହ-ପ୍ରତିଷ୍ଠାତା ସୁପ୍ରିୟା ପଲ୍‌; କ୍ରିଏଟିଭ୍‌, ମ୍ୟାକ୍ କ୍ୟାନ୍ ୱର୍ଲଡ୍ ଗ୍ରୁପ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଆଶିଷ ଚର୍କବର୍ତୀ ଏବଂ ସ୍ଥାନୀୟ ଭାଷା (ଲୋକାଲ୍ ଲାଙ୍ଗୁଏଜ୍‌), ୟୋର ଷ୍ଟୋରିର ରାଷ୍ଟ୍ରୀୟ ମୁଖ୍ୟ ଗିରିରାଜ କିରାଡୁଙ୍କୁ ମିଶାଇ ଭାରତୀୟ ସୃଜନଶୀଳ ଉଦ୍ୟୋଗର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆମନ୍ତ୍ରିତ କରିଥିଲା ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଯୁବା ୨୦୨୨ ନିମନ୍ତେ ଦାୟିତ୍ୱବାନ୍ ଏଆଇ' ର ମଧ୍ୟ ଶୁଭାରମ୍ଭ କରିଥିଲେ । ଯୁବକ ମାନଙ୍କ ନିମନ୍ତେ ଦାୟିତ୍ୱବାନ୍ ଏଆଇ ଜାତୀୟ ଇ - ପ୍ରଶାସନ (ଇ - ଗଭର୍ଣ୍ଣାନ୍ସ) ଡିଭିଜନ୍‌, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଦ୍ୱାରା ଇଂଟେଲ୍ ଇଣ୍ଡିଆ ଏବଂ ଶିକ୍ଷା ମନ୍ତ୍ରଣାଳୟର ସହଯୋଗରେ ପ୍ରସ୍ତୁତ କରା ଯାଇଥଲା । ଏଆଇ - ଟେକ୍ ର ଗଭୀର ବୁଝାମଣାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏବଂ ଯୁବକ ମାନଙ୍କୁ ମାନବ - କୈନ୍ଦ୍ରିକ ରୂପରେଖ ପ୍ରସ୍ତୁତକାରୀ କରିବା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ସମଗ୍ର ଭାରତରେ ଅଷ୍ଟମର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ସମସ୍ତ ସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଖୋଲା ରହିବ । 

ମାଇଁ ଗଭ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ସିଂହ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କର ସ୍ୱାଗତ କରିଥିଲେ । ସେ ସମ୍ମାନିତ ଶ୍ରୋତା ମାନଙ୍କୁ ସ୍ୱାଗତ କରିଥିଲେ ଏବଂ ମାଇଁ ଗଭ୍‌ର ପ୍ରଭାବ ସମ୍ପର୍କରେ କହିଥିଲେ, ଯେ, "ଭାଗୀଦାରୀ ପ୍ରଶାସନ ଜରିଆରେ ନାଗରିକ ମାନଙ୍କର ଆଶାକୁ ପୂରଣ କରିବା ନିମନ୍ତେ ନିଜର ସର୍ବଶ୍ରେଷ୍ଠ ଉଦ୍ୟମ ପ୍ରଦାନ କରିବା ନିମନ୍ତେ ଟିମ୍ ମାଇଁ ଗଭ୍‌କୁ ନେଇ ଯଥେଷ୍ଟ ଗର୍ବ କରିଥାଏ । ଆମର ଏହି ଯାତ୍ରାରେ ସମର୍ଥନ ଯୋଗାଇ ଥିବାରୁ ସମସ୍ତ ମାଇଁ ଗଭ୍‌ର ବନ୍ଧୁ ମାନଙ୍କ, ହିତାଧିକାରୀ ମାନଙ୍କ, ଏବଂ ଭାଗୀଦାର ମାନଙ୍କ ନିକଟରେ ଢେର୍ କୃତଜ୍ଞ ବୋଲି ସେ କହିଥିଲେ ।’  

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି, ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମାଇଁ ଗଭ୍ ୨.୦ ଉପରେ ତାଙ୍କର ବିଚାର ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯେ, \"ପ୍ରଯୁକ୍ତିର ବ୍ୟବହାର ତଥା ମାଇଁ ଗଭ୍ ଭଳି ମଂଚ ଗୁଡ଼ିକ ବିପୁଳ ସଂଖ୍ୟକ ଲୋକ ମାନଙ୍କ ନିକଟରେ ସରକାରୀ କାର୍ଯ୍ୟକ୍ରମ ଏବଂ ଯୋଜନା ଗୁଡ଼ିକ ପହଂଚିବା ନିମନ୍ତେ ସମ୍ପୂର୍ଣ୍ଣ ଭାବରେ ଲାଭକୁ ସକ୍ଷମ କରାଇଛନ୍ତି । ମୁଁ ମାଇଁ ଗଭ୍‌ର ଦଳର ସମସ୍ତ ସଦସ୍ୟ ମାନଙ୍କୁ ୮ ବର୍ଷ ପୂରଣ କରି ଥିବାରୁ ଶୁଭେଚ୍ଛା ପ୍ରଦାନ କରୁଛି । ମାଇଁ ଗଭ୍ ନାଗରିକ ମାନଙ୍କୁ ସରକାରଙ୍କ ସହିତ ଯୋଡିବାରେ ସାହାଯ୍ୟ କରିଥାଏ । ଏହା ଅଧିକ ରୁ ଅଧିକ ନାଗରିକ ମାନଙ୍କୁ ସେମାନଙ୍କ ନିଜର ବିଚାର ବାଂଟିବା ପାଇଁ ପ୍ରୋତ୍ସାହିତ କରିବ ।’

ମାଇଁ ଗଭ୍ ଭାରତ ସରକାରଙ୍କର ନାଗରିକ ସଂଯୋଗୀକରଣ ମଂଚ, ୨୬ ଜୁଲାଇ ୨୦୧୪ରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରା ଯାଇଥିଲା ଏବଂ ଏହାକୁ ‘କର', ‘ଚର୍ଚ୍ଚା' ଏବଂ ‘ପ୍ରସାର' ନାମରେ ତିନି ଗୋଟି ସ୍ତମ୍ଭ ଆଧାରରେ ପ୍ରସ୍ତୁତ କରା ଯାଇଛି । ସେବେ ଠାରୁ , ମାଇଁ ଗଭ୍ ନାଗରିକ ମାନଙ୍କ ନିମନ୍ତେ ରାଷ୍ଟ୍ର ନିର୍ମାଣ ଦିଗରେ ନିଜର ଅଦ୍ୱିତୀୟ କୌଶଳର ଯୋଗଦାନ କରିବା ନିମନ୍ତେ ୱାନ୍ ଷ୍ଟପ୍ ଡେଷ୍ଟିନେସନ୍ ରୂପରେ ବିକଶିତ ହୋଇଛି । ଏହା ସହିତ ମାଇଁ ଗଭ୍ ଭିଡିଓ, ଇନ୍‌ଫୋଗ୍ରାଫିକ୍ସ, ପଡକାଷ୍ଟ, ଇଂଟର ଆକ୍ଟିଭ୍ ଡାସ୍ ବୋର୍ଡ ଇତ୍ୟାଦି ଭଳି ବିଭିନ୍ନ ସୃଜନାତ୍ମକ ପ୍ରାରୂପ ଗୁଡିକ ଏବଂ ମାଧ୍ୟମରେ ସୂଚନାର ଅବାଧ ପ୍ରସାର ମାଧ୍ୟମ ଦ୍ୱାରା ଯୋଗାଯୋଗ ବ୍ୟବଧାନକୁ କମ୍ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । 

୨.୫ କୋଟିରୁ ଅଧିକ ପଞ୍ଜୀକୃତ ନାଗରିକ ମାନଙ୍କ ସହିତ, ମାଇଁ ଗଭ୍ ବିତୀୟ ପ୍ରସ୍ତାବ ଗୁଡିକୁ, ଯେମିତି ଚର୍ଚ୍ଚା, ନବସୃଜନ ନିମନ୍ତେ ଆହ୍ୱାନ, ପ୍ରଶ୍ନୋତରୀ, ସୃଜନାତ୍ମକ, ପ୍ରତିଯୋଗିତା ଗୁଡିକ, ପ୍ରତିଜ୍ଞା ସମୂହ ଏବଂ ନିର୍ବାଚନ ମାଧ୍ୟମରେ ସୃଜନଶୀଳତା ଏବଂ ନୂତନ ପ୍ରଯୁକ୍ତିକୁ ପ୍ରଭାବୀ ରୂପରେ ମିଶ୍ରିତ କରିଛି । ଆଜାଦୀର ଅମୃତ ମହୋତ୍ସବ, ଡିଜିଟାଲ୍ ଇଣ୍ଡିଆ, ପିଏମ୍ ଜନ ଧନ ଯୋଜନା, ଏବଂ ସ୍ୱଚ୍ଛ ଭାରତ ସହିତ ଭାରତ ସରକାରଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଇଁ ଗଭ୍ ସାଥୀଙ୍କ ଦ୍ୱାରା ମଂଚରେ ବିଭିନ୍ନ ପ୍ରତିଯୋଗିତା ଗୁଡିକ ମାଧ୍ୟମରେ ପ୍ରସ୍ତୁତ କରା ଯାଇଛି । ଗତ ବର୍ଷ ମାଇଁ ଗଭ୍ ଦ୍ୱାରା ସଂଚାଳିତ କିଛି ପ୍ରମୁଖ ଉଲ୍ଲେଖନୀୟ ଅଭିଯାନ ମଧ୍ୟରେ ସେବା ସମର୍ପଣ (ସୁଶାସନର ୨୦ ବର୍ଷ), ଆଜଦୀର ଅମୃତ ମହୋତ୍ସବ, ସବ୍‌କା ବିକାଶ ମହା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଏବଂ ଅଗ୍ନିବୀର ଆଦି ସାମିଲ୍ କରାଯାଇଥିଲା । 

ସଂଖ୍ୟାରେ ଏହାର ପ୍ରଭାବ ସମ୍ପର୍କରେ ଯଦି କହିବା ତେବେ, ମାଇଁ ଗଭ୍ ବିଭିନ୍ନ ବିଭାଗ ଗୁଡିକ, ପୃଷ୍ଠା ଗୁଡିକ ଏବଂ ମାଇକ୍ରୋସାଇଟ୍‌ରେ ସମୁଦାୟ ୧.୪ ବିଲିୟନ୍ ଭିୟୁଜ୍ ପାଇଛି ଅର୍ଥାତ୍ ୧.୪ ବିଲିୟନ୍ ଦର୍ଶକ ଏହାକୁ ଦେଖିଛନ୍ତି । କୋଭିଡ୍ – ୧୯ ସହିତ ସମ୍ବନ୍ଧିତ ସୂଚନାର ପ୍ରସାର ନିମନ୍ତେ ମାଇଁ ଗଭ୍ ହେଲ୍ପ ଡେସ୍କ ଏବଂ ଚାର୍ଟ ବକ୍ସ ମାଧ୍ୟମରେ ୯ କୋଟି ବ୍ୟବହାରକାରୀ ମାନଙ୍କୁ ୪୨ କୋଟିରୁ ଅଧିକ ବାର୍ତା ପ୍ରେରଣ କରା ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ନିମନ୍ତେ ୪ କୋଟିରୁ ଅଧିକ ଆଇଭିଆର୍‌ଏସ୍ ବାର୍ତା ଏବଂ ୩.୮ ଲକ୍ଷରୁ ଅଧିକ ମତାମତ ପ୍ରାପ୍ତ ହୋଇଛି । ମାଇଁ ଗଭ୍‌ର ଫେସ୍‌ବୁକ୍‌ରେ ୧୩ ଲକ୍ଷରୁ ଅଧିକ ଫଲୋର୍ସ, ଇନ୍‌ଷ୍ଟାଗ୍ରାମ୍‌ରେ ୨୧ ଲକ୍ଷ ଫଲୋର୍ସ, ୟୁଟ୍ୟୁବ୍‌ରେ ୬ ଲକ୍ଷ ସବ୍‌ସ୍କ୍ରାଇବର୍‌, ଟ୍ୱିଟରରେ ୩୦ ଲକ୍ଷ ଫଲୋର୍ସ ଏବଂ ଶେୟାରଚାର୍ଟ, ରୋପୋସୋ, କୁ ଏବଂ ଚିଙ୍ଗାରୀ ଭଳି ବିଭିନ୍ନ ସାମାଜିକ ମାଧ୍ୟମ ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ଫଲୋର୍ସ ରହିଛନ୍ତି ।

*********

SSP

 

 

 



(Release ID: 1846597) Visitor Counter : 145


Read this release in: English , Urdu , Urdu , Hindi