ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ
ଏନ୍ଆଇଆର୍ଡି ଆଣ୍ଡ ପିଆର୍ ଏବଂ ୟୁଓଆର ମଧ୍ୟରେ ବୁଝାମଣାକୁ କ୍ୟାବିନେଟ୍ ମଞ୍ଜୁରି
କେନ୍ଦ୍ର କ୍ୟାବିନେଟ୍ ଜାତୀୟ ଗ୍ରାମୀଣ ବିକାଶ ଏବଂ ପଂଚାୟତି ରାଜ ସଂସ୍ଥା (ଏନ୍ଆଇଆର୍ଡି ଆଣ୍ଡ ପିଆର୍) ଏବଂ ୟୁନାଇଟେଡ୍ କିଙ୍ଗଡମ୍ (ଯୁକ୍ତ ରାଜ୍ୟ/ ୟୁକେ)ର ୟୁନିଭର୍ସିଟି ଅଫ୍ ରିଡିଂ (ୟୁଓଆର) ମଧ୍ୟରେ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରକୁ ମଞ୍ଜୁରି ପ୍ରଦାନ କରିଛି
प्रविष्टि तिथि:
27 JUL 2022 5:25PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍କୁ ବିକାଶଶୀଳ ଦେଶ ଗୁଡିକ ମଧ୍ୟରେ କୃଷି ଏବଂ ଗ୍ରାମୀଣ ବିକାଶର କ୍ଷେତ୍ର ମଧ୍ୟରେ ସହଯୋଗ ନିମନ୍ତେ ଜାତୀୟ ଗ୍ରାମୀଣ ବିକାଶ ଏବଂ ପଂଚାୟତି ରାଜ ସଂସ୍ଥା (ଏନ୍ଆଇଆର୍ଡି ଆଣ୍ଡ ପିଆର୍) ଏବଂ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ)ର ୟୁନିଭର୍ସିଟି ଅଫ୍ ରିଡିଂ (ୟୁଓଆର) ମଧ୍ୟରେ ବୁଝାମଣାପତ୍ର (ଏମ୍ଓୟୁ) ସମ୍ପର୍କରେ ଅବଗତ କରା ଯାଇଛି । ବୁଝାମଣା ପତ୍ର (ଏମ୍ଓୟୁ) ୨୦୨୨ ମାର୍ଚ୍ଚ ମାସରେ ସ୍ୱାକ୍ଷରିତ କରା ଯାଇଥିଲା ।
ପ୍ରଭାବ:
ଏହି ବୁଝାମଣା ଏନ୍ଆଇଆର୍ଡି ଆଣ୍ଡ ପିଆର୍ ଅଧ୍ୟାପକ/ ଅଧ୍ୟାପିକା ମାନଙ୍କୁ ଜ୍ଞାନ ପ୍ରାପ୍ତ କରିବା ଏବଂ ବ୍ୟାପକ କରିବା ନିମନ୍ତେ ସହାୟତା କରିବ, ଏବଂ କୃଷି, ପୁଷ୍ଟି ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ଏକ ଅନ୍ତରାଷ୍ଟ୍ରୀୟ ପେଶାଦାର ନେଟୱର୍କ ବିକଶିତ କରିବ ।
ଏହି ଦୁଇ ସଂସ୍ଥା ଏକାଠି ହୋଇ କୃଷି, ଅର୍ଥନୀତି, ଗ୍ରାମୀଣ ବିକାଶ, ଜୀବିକା ଏବଂ ପୁଷ୍ଟି ସମ୍ପର୍କିତ ଅଧ୍ୟୟନରେ ବହୁ ମାତ୍ରାରେ ଗବେଷଣା ସମ୍ପର୍କିତ ପାରଦର୍ଶିତା ଆଣି ପାରିବେ, ଯାହା ଗବେଷଣା ଏବଂ ସାମର୍ଥ୍ୟ ବିକାଶର ମୁଣ୍ଡ ଟେକୁଥିବା ଆନ୍ତଃ - ଅନୁଶାସନାତ୍ମକ କ୍ଷେତ୍ର ନିମନ୍ତେ ଆବଶ୍ୟକ ଅଟେ ।
ପୃଷ୍ଠଭୂମି:
ଏନ୍ଆଇଆରଡି ଆଣ୍ଡ ପିଆର୍ ଗ୍ରାମୀଣ ବିକାଶ କ୍ଷେତ୍ରରେ ବିଭିନ୍ନ ଗବେଷଣାମୂଳକ କାର୍ଯ୍ୟକଳାପ, ଯେମିତିକି, ଶକ୍ତି ବ୍ୟୟକୁ ପରିମାପ କରି ପୁଷ୍ଟିର ମୂଲ୍ୟାଙ୍କନରେ ଉନ୍ନତି, ନିମ୍ନ ଏବଂ ମଧ୍ୟମ ଆୟ ବର୍ଗର ଦେଶ ଗୁଡିକରେ କୃଷିକୁ ଜୀବିକା ଅନୁସନ୍ଧାନରେ ବ୍ୟବହାର ଯୋଗ୍ୟ ଆକି୍ସଲେରୋମେଟ୍ରିକ୍ ଏବଂ ସେନ୍ସର ଆଧାରିତ ଉପକରଣ ଗୁଡିକର ବ୍ୟବହାର ଏବଂ ଆହୁରି ମଧ୍ୟ ମହିଳା ଏବଂ ଶିଶୁ ବିକାଶ କ୍ଷେତ୍ର ଭଳି ବିଭିନ୍ନ ଗବେଷଣାମୂଳକ କାର୍ଯ୍ୟକଳାପରେ ସାମିଲ୍ ରହିଛି ।
****
SSP
(रिलीज़ आईडी: 1845609)
आगंतुक पटल : 233