ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ଓଡିଶାକୁ ୩୮,୦୫୭ ଋଣ ଆବେଦନ ପାଇଁ ୪୦୮୪.୪ ଲକ୍ଷ ଟଙ୍କା ଋଣ ମିଳିଛି


ହିତାଧିକାରୀ ମାନଙ୍କର ପରିବାର ନିମନ୍ତେ ସୁରକ୍ଷା ଜାଲ ନିର୍ମାଣ କରିବା ନିମନ୍ତେ ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ‘ସ୍ୱନିଧି ସେ ସମୃଦ୍ଧି’ ପଦକ୍ଷେପ




Posted On: 21 JUL 2022 3:34PM by PIB Bhubaneshwar

ବାସଗୃହ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଓଏଚ୍‌ୟୁଏ) ଜୁନ୍ ୧, ୨୦୨୦ରେ ବୁଲା ବିକାଳି ମାନଙ୍କୁ, ଯେଉଁ ମାନଙ୍କର ବ୍ୟବସାୟ ଉପରେ କୋଭିଡ୍ ୧୯ ମହାମାରୀ ସମୟରେ ପ୍ରତିକୂଳ ପ୍ରଭାବ ପଡିଥିଲା, ସେମାନଙ୍କର ବ୍ୟବସାୟ ଗୁଡିକୁ ପୁଣି ଥରେ ଆରମ୍ଭ କରିବା ପାଇଁ ଏକ ବର୍ଷର ସମୟ ଭିତରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ମୁକ୍ତ କାର୍ଯ୍ୟଶୀଳ ପୁଞ୍ଜି ଋଣର ସୁବିଧା ନିମନ୍ତେ ପିଏମ୍ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମ ନିର୍ଭର ନିଧି (ପିଏମ୍ ସ୍ୱନିଧି) ଯୋଜନା ଆରମ୍ଭ କରା ଯାଇଛି ।

ଏଥିରେ ପ୍ରଥମ ପର୍ଯ୍ୟାୟରେ ଓଡିଶାକୁ ୩୪,୯୦୫ ଟି ଋଣ ଆବେଦନ ପାଇଁ ୩,୪୫୪.୩୦ ଲକ୍ଷ ଟଙ୍କା ମିଳିଛି ।  ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାକୁ ୩୧୫୧ ଋଣ ଆବେଦନ ପାଇଁ ୬୨୯ . ୫୫ ଲକ୍ଷ ଟଙ୍କା ମିଳିଛି । ତୃତୀୟ ପର୍ଯ୍ୟାୟରେ ଗୋଟିଏ ଆବେଦନ ପାଇଁ ୦.୫୦ ଲକ୍ଷ ଟଙ୍କା ପ୍ରଦାନ କରା ଯାଇଛି । ୨୧.୫୯ ଲକ୍ଷ ଟଙ୍କା ନଗଦ ଅର୍ଥ ଫେରସ୍ତ ମିଳିଥିବା ବେଳେ ୮୫. ୩୬ ଲକ୍ଷ ଟଙ୍କା ରିହାତି ମିଳିଛି । ଏହି ସମୟ ଭିତରେ ଓଡିଶାର ୪୭,୯୬୦ ବୁଲା ବିକାଳିଙ୍କୁ ତଥ୍ୟ ଭୁକ୍ତ କରା ଯାଇଥିବା ବେଳେ ୫,୩୦୩ ଟି ଯୋଜନାକୁ ଅନୁମୋଦନ ମିଳିଛି ।

ଏହି ଯୋଜନା ଅନୁସାରେ ଋଣକୁ ନିୟମିତ ଶୁଝିବା ଉପରେ ବାର୍ଷିକ ୭% ହାରରେ ଋଣ ସବସିଡି (ରିହାତି) ରୂପରେ ପ୍ରୋତ୍ସାହନ ପ୍ରଦାନ କରା ଯାଇଥାଏ ଏବଂ ନିର୍ଦ୍ଧାରିତ ଡିଜିଟାଲ୍ ଦେୟ ଶୁଝିବା ଉପରେ ପ୍ରତି ମାସରେ ୧୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଫେରସ୍ତ ପ୍ରଦାନ ମିଳିଥାଏ । ଏହା ବ୍ୟତୀତ, ଠିକ୍ ସମୟରେ କିମ୍ବା ଶୀଘ୍ର ଋଣ ଶୁଝିବା ଉପରେ ବିକ୍ରେତା ଆଗାମୀ ଚକ୍ର ସମୟରେ କ୍ରମଶଃ ୨୦,୦୦୦ ଟଙ୍କା ଏବଂ ୫୦,୦୦୦ ଟଙ୍କା ବର୍ଦ୍ଧିତ କାର୍ଯ୍ୟଶୀଳ ପୁଞ୍ଜି ଋଣ ପାଇବା ପାଇଁ ଯୋଗ୍ୟ ହୋଇ ଥାଆନ୍ତି । 

ଏସବୁ ପରେ, ‘ସ୍ୱନିଧି ସେ ସମୃଦ୍ଧିଯୋଜନା, ଭାରତ ସରକାରଙ୍କର ବର୍ତମାନର କାର୍ଯ୍ୟକ୍ଷମ ଥିବା ୮ଟି ସାମାଜିକ - ଆର୍ôଥକ  କଲ୍ୟାଣକାରୀ ଯୋଜନା ଗୁଡିକ ସହିତ ସଂଯୁକ୍ତ କରାଯାଇ ହିତାଧିକାରୀ ମାନଙ୍କ ପରିବାର ମାନଙ୍କ ନିମନ୍ତେ ସୁରକ୍ଷା ଜାଲ ନିର୍ମାଣ କରିବା ନିମନ୍ତେ ଡିଜାଇନ୍ (ପ୍ରସ୍ତୁତ) କରା ଯାଇଛି । ଏହା ପ୍ରଥମ ପର୍ଯ୍ୟାୟରେ ୪ ଜାନୁଆରୀ, ୨୦୨୧ରେ ୧୨୫ ସହର ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)ରେ ଆରମ୍ଭ କରା ଯାଇଥିଲା ଏବଂ ୧୨ ଏପ୍ରିଲ୍‌, ୨୦୨୨ରେ ୧୨୬ ୟୁଏଲ୍‌ବିକୁ ବିସ୍ତାରିତ କରା ଯାଇଥିଲା ।

ଏହି ଯୋଜନା ହିତାଧିକାରୀ ବୁଲା ବିକାଳି ମାନଙ୍କୁ ଇ - କମର୍ସ ପ୍ଲାଟଫର୍ମ (ମଂଚ)ରେ ନିଜର ଗ୍ରାହକ ମାନଙ୍କୁ ଅନ୍‌ଲାଇନ୍ ସେବା ଦେବା ପାଇଁ ଅନ୍ ବୋଡିଂର ସୁବିଧା ମଧ୍ୟ ପ୍ରଦାନ କରିଥାଏ ।

୧୨ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ସାରା ଦେଶରେ ୩୩.୩୭ ଲକ୍ଷ ଋଣ ନିମନ୍ତେ ୩,୬୨୧ କୋଟି ଟଙ୍କାର ଅର୍ଥ ରାଶି ବିତରଣ କରା ଯାଇ ସାରିଛି । ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ନିମନ୍ତେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ସ୍ତରରେ କରା ଯାଇଥିବା ଋଣ ବିତରଣକୁ ପ୍ରଦର୍ଶିତ କରିବା ନିମନ୍ତେ ବିବରଣୀ କ୍ରମଶଃ ଅନୁବନ୍ଧ - ୧ ରୁ ଅନୁବନ୍ଧ - ୩ ମଧ୍ୟରେ ରହିଛି ।

୧୨ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ କ୍ରମଶଃ ୫୪. ୪୨ କୋଟି ଟଙ୍କା ଏବଂ ୧୨. ୯୪ କୋଟି ଟଙ୍କାର ଅର୍ଥ ଋଣ ରିହାତି ଏବଂ ଟଙ୍କା ଫେରସ୍ତ ଆକାରରେ ପ୍ରଦାନ କରା ଯାଇଛି । ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ  ସ୍ତରର ସବିଶେଷ ତଥ୍ୟର ବିବରଣୀ ଅନୁବନ୍ଧ - ୪ରେ ଉଲ୍ଲେଖ ହୋଇଛି ।

୧୨ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ୨୮.୬୮ ହିତାଧିକାରୀ ମାନଙ୍କୁ ଏବଂ ସେମାନଙ୍କର ପରିବାରର ସଦସ୍ୟ ମାନଙ୍କର ସାମାଜିକ -  ଆର୍ôଥକ  ପ୍ରୋଫାଇଲିଂ (ତଥ୍ୟ କରଣ) ସମ୍ପୂର୍ଣ୍ଣ କରା ଯାଇ ସାରିଛି ଏବଂ ୨୫ . ୮୦ ଲକ୍ଷ ଯୋଜନା ଗୁଡିକୁ ମଞ୍ଜୁରି ପ୍ରଦାନ କରା ଯାଇଛି । ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ସ୍ତରରେ ସବିଶେଷ ତଥ୍ୟର ବିବରଣୀ ଅନୁବନ୍ଧ - ୫ରେ ଉଲ୍ଲେଖ କରା ଯାଇଛି ।

୧୨ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ୯,୧୯୮ ବୁଲା ବିକାଳି ଇ- କମର୍ସ ପ୍ଲାଟଫର୍ମରେ ଅନ୍ ବୋର୍ଡ (ତଥ୍ୟ ଭୁକ୍ତ) ହୋଇ ସାରିଛନ୍ତି ।

ଅନୁବନ୍ଧ - ୧

ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ପ୍ରାପ୍ତ, ସ୍ୱୀକୃତ, ବିତରିତ ଅର୍ଥ ରାଶି ଏବଂ ଶୁଝିଥିବା ପ୍ରଥମ ଋଣ ଆବେଦନ ଗୁଡିକର ସଂଖ୍ୟା ସମ୍ପର୍କରେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶର ସବିଶେଷ ବିବରଣୀ ।

(୧୨.୦୭.୨୦୨୨ ପର୍ଯ୍ୟନ୍ତ)

State Name

Number of Loans Disbursed

Disbursed Amount in Rupees (In Lakhs)

Andaman & Nicobar Islands

474

47.39

Andhra Pradesh

1,82,864

18,214.25

Arunachal Pradesh

2,643

264.16

Assam

56,850

5,678.16

Bihar

47,809

4,722.57

Chandigarh

3,575

355.80

Chhattisgarh

47,281

4,684.61

Daman & Diu and Dadra & Nagar Haveli

1,263

125.89

Delhi

43,180

4,290.63

Goa

1,232

122.52

Gujarat

2,06,831

20,597.61

Haryana

26,816

2,660.20

Himachal Pradesh

3,371

336.08

Jammu & Kashmir

14,161

1,414.38

Jharkhand

29,175

2,901.05

Karnataka

1,43,204

14,275.00

Kerala

9,518

946.34

Ladakh

264

26.40

Madhya Pradesh

4,78,092

47,597.88

Maharashtra

1,99,511

19,830.94

Manipur

8,519

851.16

Meghalaya

742

74.20

Mizoram

485

48.50

Nagaland

1,519

151.90

Odisha

34,905

3,454.30

Puducherry

1,251

124.96

Punjab

39,745

3,940.24

Rajasthan

67,001

6,663.32

Sikkim

1

0.10

Tamil Nadu

1,68,438

16,652.69

Telangana

3,44,719

34,121.35

Tripura

3,063

305.72

Uttar Pradesh

8,35,033

82,410.85

Uttarakhand

10,660

1,061.31

West Bengal

13,550

1,336.10

Total

30,27,745

3,00,288.55

 

ଅନୁବନ୍ଧ - ୨

 

ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ପ୍ରାପ୍ତ, ସ୍ୱୀକୃତ, ବିତରିତ ଅର୍ଥ ରାଶି ଏବଂ ଶୁଝିଥିବା ଦ୍ୱିତୀୟ ଋଣ ଆବେଦନ ଗୁଡିକର ସଂଖ୍ୟା ସମ୍ପର୍କରେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶର ସବିଶେଷ ବିବରଣୀ ।

(୧୨.୦୭.୨୦୨୨ ପର୍ଯ୍ୟନ୍ତ)

State Name

Number of Loans Disbursed

Disbursed Amount in Rupees (In Lakhs)

Andaman & Nicobar Islands

72

14.40

Andhra Pradesh

20,045

3,993.78

Arunachal Pradesh

399

79.75

Assam

2,940

587.02

Bihar

1,825

363.96

Chandigarh

475

94.95

Chhattisgarh

4,141

826.29

Daman & Diu and Dadra & Nagar Haveli

44

8.80

Delhi

1,524

303.65

Goa

239

47.70

Gujarat

24,567

4,902.85

Haryana

3,214

641.40

Himachal Pradesh

792

157.95

Jammu & Kashmir

1,520

302.98

Jharkhand

2,521

503.40

Karnataka

21,703

4,331.95

Kerala

2,330

464.40

Ladakh

113

22.60

Madhya Pradesh

62,801

12,542.85

Maharashtra

20,568

4,106.67

Manipur

257

51.35

Meghalaya

57

11.40

Mizoram

102

20.40

Nagaland

214

42.75

Odisha

3,151

629.55

Puducherry

181

36.15

Punjab

2,376

473.31

Rajasthan

644

127.30

Sikkim

-

-

Tamil Nadu

11,291

2,249.20

Telangana

63,543

12,654.46

Tripura

237

47.35

Uttar Pradesh

54,973

10,948.28

Uttarakhand

965

192.85

West Bengal

128

25.50

Total

3,09,952

61,807.19

 

ଅନୁବନ୍ଧ - ୩

 

ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ପ୍ରାପ୍ତ, ସ୍ୱୀକୃତ, ବିତରିତ ଅର୍ଥ ରାଶି ଏବଂ ଶୁଝିଥିବା ତୃତୀୟ ଋଣ ଆବେଦନ ଗୁଡିକର ସଂଖ୍ୟାର ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶର ସବିଶେଷ ବିବରଣୀ ।

(୧୨.୦୭.୨୦୨୨ ପର୍ଯ୍ୟନ୍ତ)

State Name

Number of Loans Disbursed

Disbursed Amount in Rupees (In Lakhs)

Andaman & Nicobar Islands

-

-

Andhra Pradesh

-

-

Arunachal Pradesh

-

-

Assam

1

0.50

Bihar

-

-

Chandigarh

-

-

Chhattisgarh

2

1.00

Daman & Diu and Dadra & Nagar Haveli

-

-

Delhi

-

-

Goa

2

1.00

Gujarat

5

2.50

Haryana

-

-

Himachal Pradesh

2

1.00

Jammu & Kashmir

1

0.50

Jharkhand

1

0.50

Karnataka

15

7.30

Kerala

3

1.50

Ladakh

-

-

Madhya Pradesh

26

13.00

Maharashtra

3

1.50

Manipur

-

-

Meghalaya

-

-

Mizoram

-

-

Nagaland

-

-

Odisha

1

0.50

Puducherry

-

-

Punjab

7

3.50

Rajasthan

-

-

Sikkim

-

-

Tamil Nadu

1

0.50

Telangana

9

4.50

Tripura

-

-

Uttar Pradesh

4

1.70

Uttarakhand

2

1.00

West Bengal

-

-

Total

85

42.00

 

ଅନୁବନ୍ଧ - ୪

ପିଏମ୍ ସ୍ୱନିଧି ଯୋଜନା ଅନୁସାରେ ହିତାଧିକାରୀ ମାନଙ୍କୁ ପ୍ରଦାନ କରା ଯାଇଥିବା ନଗଦ ଅର୍ଥ ଫେରସ୍ତ ଏବଂ ସୁଧ ରିହାତି ସମ୍ପର୍କରେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶର ସବିଶେଷ ବିବରଣୀ

(୧୨.୦୭.୨୦୨୨ ପର୍ଯ୍ୟନ୍ତ)

State Name

Cashback Paid

(In Lakhs)

Interest Subsidy Paid

(In Lakhs)

Andaman & Nicobar Islands

0.08

1.22

Andhra Pradesh

101.08

290.81

Arunachal Pradesh

0.48

5.53

Assam

7.94

56.58

Bihar

13.65

92.90

Chandigarh

2.79

8.09

Chhattisgarh

18.89

98.80

Daman & Diu and Dadra & Nagar Haveli

0.70

3.15

Delhi

24.56

69.21

Goa

0.35

3.11

Gujarat

64.33

298.49

Haryana

11.52

51.11

Himachal Pradesh

1.09

8.58

Jammu & Kashmir

1.85

36.20

Jharkhand

12.89

68.39

Karnataka

85.81

329.50

Kerala

3.03

25.60

Ladakh

0.03

0.73

Madhya Pradesh

205.44

878.34

Maharashtra

124.60

461.49

Manipur

1.04

16.00

Meghalaya

0.03

0.84

Mizoram

0.04

1.08

Nagaland

0.23

3.41

Odisha

21.59

85.36

Puducherry

0.57

3.22

Punjab

8.96

84.19

Rajasthan

42.32

150.33

Sikkim

-

0.00

Tamil Nadu

46.22

338.76

Telangana

285.23

794.45

Tripura

0.20

5.85

Uttar Pradesh

200.75

1,126.01

Uttarakhand

3.42

24.98

West Bengal

2.69

19.29

Total

1,294.40

5,441.60

 

ଅନୁବନ୍ଧ - ୫

ବୁଲା ବିକାଳି ଏବଂ ସେମାନଙ୍କର ପରିବାରର ସଦସ୍ୟ ମାନଙ୍କୁ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ସ୍ତରରେ ସ୍ୱନିଧି ସେ ସମୃଦ୍ଧିଅନୁସାରେ ଆରମ୍ଭ କରା ଯାଇଥିବା ଯୋଜନା ଗୁଡିକୁ ମଞ୍ଜୁରିର ସବିଶେଷ ବିବରଣୀ

(୧୨.୦୭.୨୦୨୨ ପର୍ଯ୍ୟନ୍ତ)

State Name

No of Street Vendors and Family Members profiled

No of Scheme sanctions facilitated

Andaman & Nicobar Islands

1,570

646

Andhra Pradesh

2,47,641

2,92,338

Arunachal Pradesh

1,362

869

Assam

8,015

5,956

Bihar

29,582

31,906

Chandigarh

8,185

948

Chhattisgarh

59,533

49,240

Daman & Diu and Dadra & Nagar Haveli

1,871

890

Delhi

2,038

159

Goa

611

534

Gujarat

97,765

16,239

Haryana

19,295

4,633

Himachal Pradesh

1,014

415

Jammu & Kashmir

21,327

747

Jharkhand

24,980

31,108

Karnataka

62,459

19,791

Kerala

4,652

534

Ladakh

602

137

Madhya Pradesh

3,30,399

1,28,303

Maharashtra

1,36,986

1,19,518

Manipur

1,467

834

Meghalaya

784

148

Mizoram

1,057

1,040

Nagaland

2,168

249

Odisha

47,960

5,303

Puducherry

1,981

2,346

Punjab

50,586

16,903

Rajasthan

32,356

8,685

Sikkim

0

0

Tamil Nadu

33,405

17,261

Telangana

4,53,830

4,08,277

Tripura

993

1,063

Uttar Pradesh

11,73,502

14,12,082

Uttarakhand

8,801

1,019

West Bengal

0

0

Total

28,68,777

25,80,121

 

ଲୋକ ସଭାରେ ଏକ ପ୍ରଶ୍ନର ଲିଖିତ ଉତର ଦେଇ ବାସଗୃହ ଏବଂ ସହରାଂଚଳ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୌଶଳ କିଶୋର ଏହି ସୂଚନା ପ୍ରଦାନ କରିଛନ୍ତି ।

 

SSP



(Release ID: 1843622) Visitor Counter : 111


Read this release in: English , Urdu , Manipuri