ଖଣି ମନ୍ତ୍ରଣାଳୟ
ନାଲ୍କୋ ତାର ପ୍ରକଳ୍ପ ନିମନ୍ତେ ଓଡିଶାର ୬୩୫ ବିସ୍ଥାପିତ ବ୍ୟକ୍ତି ମାନଙ୍କ ମଧ୍ୟରୁ ୬୩୩ ଜଣ ବ୍ୟକ୍ତିଙ୍କୁ ସେମାନଙ୍କର ପୁନର୍ବାସ ନିମନ୍ତେ ନିଯୁକ୍ତି ଦେଇଛି
ନାଲ୍କୋ ତାର ପ୍ରକଳ୍ପ ନିମନ୍ତେ ଓଡିଶାର ୬୩୫ ବିସ୍ଥାପିତ ବ୍ୟକ୍ତି ମାନଙ୍କ ମଧ୍ୟରୁ ୬୩୩ ଜଣ ବ୍ୟକ୍ତିଙ୍କୁ ସେମାନଙ୍କର ପୁନର୍ବାସ ନିମନ୍ତେ ନିଯୁକ୍ତି ଦେଇଛି
Posted On:
20 JUL 2022 4:03PM by PIB Bhubaneshwar
ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲ୍କୋ)ର ପ୍ରକଳ୍ପ ଗୁଡିକ ଯୋଗୁଁ ବିସ୍ଥାପିତ ହୋଇଥିବା ଓଡିଶାର ଲୋକ ମାନଙ୍କ ସମସ୍ୟା ଗୁଡିକୁ ଓଡିଶା ସରକାରଙ୍କ ଦ୍ୱାରା ଗଠିତ ପୁନର୍ବାସ ଏବଂ ପାରିପାର୍ଶ୍ୱକ ବିକାଶ ପରାମର୍ଶଦାତା ସମିତି (ଆର୍ପିଡିଏସି) ଦ୍ୱାରା ସମୟ ସମୟରେ ସମୀକ୍ଷା କରାଯାଉଛି ।
ମହାନଦୀ କୋଲଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍)ର, ଭୂମି, ଗଛ / ଫସଲ ଏବଂ ସଂରଚନା ଗୁଡିକୁ ଅଧିଗ୍ରହଣ କରିବା ପରେ କ୍ଷତିପୂରଣର ଆକଳନ ଭୂମି ଅଧିଗ୍ରହଣ, ପୁନର୍ବାସ ଏବଂ ଥଇଥାନ ଆଇନ୍, ୨୦୧୩ (ଆର୍ଏଫ୍ସିଟିଏଲ୍ଏଆର୍ଆର୍ ଆଇନ୍, ୨୦୧୩) ଅନୁଯାୟୀ ଉଚିତ୍ କ୍ଷତିପୂରଣ ଏବଂ ସ୍ୱଚ୍ଛତା ଆଧାରରେ ମୂଲ୍ୟାଙ୍କନ କରା ଯାଇଛି ଏବଂ କୋଇଲା ବହନକାରୀ କ୍ଷେତ୍ର (ଅଧିଗ୍ରହଣ ଏବଂ ବିକାଶ ) ଆଇନ୍, ୧୯୫୭ (ସିବିଏ (ଏ ଆଣ୍ଡ୍ ଡି) ଆଇନ୍, ୧୯୫୭ ) ଅଧୀନରେ ଏମ୍ସିଏଲ୍କୁ ଜମି ଦେଇ ଗ୍ରାମବାସୀମାନଙ୍କୁ କ୍ଷତିପୂରଣ ଆକାରରେ ପ୍ରଦାନ କରା ଯାଇଛି ।
ନାଲ୍କୋର ପ୍ରକଳ୍ପ ଗୁଡିକ ଯୋଗୁଁ ମୋଟ ୬୩୫ ଜଣ ବ୍ୟକ୍ତି ବିସ୍ଥାପିତ ହୋଇଛନ୍ତି । ଯେଉଁ ମାନଙ୍କ ମଧ୍ୟରୁ ୬୦୦ ବ୍ୟକ୍ତି, କୋରାପୁଟ ଜିଲ୍ଲାର ଦାମନଯୋଡିର ହୋଇଥିବା ବେଳେ ଏବଂ ଅନୁଗୁଳ ଜିଲ୍ଲାରୁ ୩୫ ଜଣ ବ୍ୟକ୍ତି ବିସ୍ଥାପିତ ହୋଇଛନ୍ତି । ଦାମନଯୋଡିରେ ୬୦୦ ଜମି ବିସ୍ଥାପିତ ବ୍ୟକ୍ତି (ଏଲ୍ଡିପି) ମାନଙ୍କ ମଧ୍ୟରୁ ୫୯୯ ଏଲ୍ଡିପି / ସେମାନଙ୍କ ଦ୍ୱାରା ନାମାଙ୍କିତ ବ୍ୟକ୍ତି ନାଲ୍କୋରେ କାର୍ଯ୍ୟରତ ଥିଲେ । ଶେଷ ଗୋଟିଏ ମାମଲା ସମ୍ବନ୍ଧରେ ଏହା ଜଣା ଯାଇଛି ଯେ, ସେମାନଙ୍କର ପାରିବାରିକ ବିବାଦ କାରଣରୁ ଏହାକୁ କାର୍ଯ୍ୟକାରୀ କରା ଯିବା ପାଇଁ ଜିଲ୍ଲା ପ୍ରାଧିକରଣ ଠାରୁ ନିଷ୍ପତିର ଅପେକ୍ଷା ରହିଛି । ଅନୁଗୁଳର ୩୫ ଜଣ ଏଲ୍ପିଡି ମାନଙ୍କ ମଧ୍ୟରୁ ୩୪ ଜଣ ଏଲ୍ପିଡି / ସେମାନଙ୍କ ଦ୍ୱାରା ନାମାଙ୍କିତ ବ୍ୟକ୍ତି ନାଲ୍କୋରେ କାର୍ଯ୍ୟରତ ଅଛନ୍ତି, ଯେତେବେଳେ କି ଜଣେ ଏଲ୍ପିଡି ନିଯୁକ୍ତି ପ୍ରତି ବଦଳରେ ନଗଦ ସହାୟତା ରାଶି ନେବା ଉପରେ ପ୍ରାଥମିକତା ଦେଇଥିଲେ । ଏମ୍ସିଏଲ୍ ଯୋଗୁଁ ପାଖାପାଖି ୧୬,୨୯୭ ବ୍ୟକ୍ତିି ବିସ୍ଥାପିତ ହୋଇଥିବା ଚିହ୍ନଟ କରା ଯାଇଛି, ଯେଉଁ ମାନଙ୍କ ମଧ୍ୟରୁ ୧୧,୮୩୭ ଜଣଙ୍କୁ ପୁର୍ନବାସର ଲାଭ ପ୍ରଦାନ କରାଯାଇ ସାରିଛି । କିନ୍ତୁ ଏବେ ସୁଦ୍ଧା ୧୧, ୮୩୭ ପରିବାର ଗୁଡିକ ମଧ୍ୟରୁ କେବଳ ୮,୨୪୮ ପରିବାର ନିଜର ଗ୍ରାମ ଗୁଡିକୁ ସ୍ଥାନାନ୍ତର ହୋଇ ପାରିଛନ୍ତି । ୧୧,୮୩୭ ପରିବାର ଗୁଡିକ ମଧ୍ୟରୁ ୩,୪୫୫ ପରିବାର ଗୁଡିକୁ ପୁନର୍ବାସ ଏବଂ ପୁର୍ନବାସ ସ୍ଥଳରେ ପୁର୍ନବାସ ଜମି ପ୍ରଦାନ କରା ଯାଇଛି ଏବଂ ୮,୩୮୨ ପରିବାର ଗୁଡିକୁ ଏବେ ପର୍ଯ୍ୟନ୍ତ ଭୂମି ବଦଳରେ ନଗଦ ଅର୍ଥ ରାଶି ପ୍ରଦାନ କରା ଯାଇଛି । ଶେଷ ପରିବାର ଗୁଡିକ ନିମନ୍ତେ ପୁନର୍ବାସ ଲାଭ ପ୍ରକ୍ରିୟାଧୀନ ଅବସ୍ଥାରେ ରହିଛି । ଓଡିଶା ସରକାରଙ୍କ ପୁନର୍ବାସ ଏବଂ ଥଇଥାନ (ଆର୍ ଆଣ୍ଡ ଆର୍) ନୀତି ଅନୁସାରେ ପୁନର୍ବାସ ଲାଭ ପ୍ରଦାନ କରା ଯାଇଥାଏ ।
କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
****
SSP
(Release ID: 1843258)