ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ରଙ୍ଗାରଙ୍ଗ ଉଦ୍‌ଘାଟନ ସହ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ


ବୃତ୍ତଚିତ୍ର ନିର୍ମାତା ସଞ୍ଜିତ ନରଭେକର, ଡକ୍ଟର ଭି. ଶାନ୍ତାରାମ ଜୀବନ ବ୍ୟାପୀ ସାଧନା ସମ୍ମାନରେ ସମ୍ମାନୀତ

Posted On: 29 MAY 2022 6:36PM by PIB Bhubaneshwar

ମୁମ୍ମାଇର ଓରଲୀସ୍ଥିତ ନେହେରୁ କେନ୍ଦ୍ରରେ ସପ୍ତଦଶ ମୁମ୍ବାଇ ବୃତ୍ତଚିତ୍ର, କ୍ଷୁଦ୍ର ଫିକସନ ଓ ଆନିମେସନ ଚଳଚ୍ଚିତ୍ର (ଏମଆଇଏଫଏଫ୍‌-୨୦୨୨) ଏକ ଚିତ୍ତାକର୍ଷକ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଚଳଚ୍ଚିତ୍ର ପ୍ରଭାଗ ପକ୍ଷରୁ ଏହି ସାତଦିନ ବ୍ୟାପୀ ମହୋତ୍ସବକୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ଓ ବୟନଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ଉଦ୍‌ଘାଟନ କରିଛନ୍ତି । ଏମଆଇଏଫଏଫ-୨୦୨୨ରେ ବ୍ୟାପକ ଅଂଶଗ୍ରହଣ ନିମନ୍ତେ ଏହା ହାଇବ୍ରିଡ ମୋଡ୍‌ରେ ଆୟୋଜିତ ହୋଇଥିବାବେଳେ,ଯେଉଁମାନେ ଏମଆଇଏଫ୍‌ଏଫ୍‌. ଇନ୍‌ରେ ନିଜକୁ ପଞ୍ଜୀକୃତ କରିଛନ୍ତି ସେମାନେ ସମସ୍ତେ ଅନଲାଇନରେ ବିନା ମୂଲ୍ୟରେ ଚଳଚ୍ଚିତ୍ରମାନ ଦେଖିପାରିବେ ବୋଲି ମହୋତ୍ସବ ନିର୍ଦ୍ଦେଶକ ରବିନ୍ଦ୍ର ଭାକର କହିଛନ୍ତି । 

ସ୍ୱାଧୀନତା ପ୍ରାପ୍ତିର ୫୦ବର୍ଷ ପୂର୍ତ୍ତି ଅବସରରେ ବଙ୍ଗଳାଦେଶକୁ ଚଳିତବର୍ଷ ଫୋକସ୍ ଦେଶଭାବେ ବଛାଯାଇଛି। ବଙ୍ଗଳାଦେଶର ୧୧ଟି ଚଳଚ୍ଚିତ୍ରର ପ୍ୟାକେଜ ଓ ବହୁଚର୍ଚ୍ଚିତ -ହସିନା-ଏ-ଡଟରର୍ସ ଟେଲ ଏମଆଇଏଫ୍‌ଏଫ-୨୦୨୨ରେ ପ୍ରଦର୍ଶିତ ହେବ ।

ଭି.ଶାନ୍ତାରାମ ଜୀବନବ୍ୟାପୀ ସାଧନା ସମ୍ମାନ ବୃତ୍ତଚିତ୍ର ନିର୍ମାତା ଏବଂ ଲେଖକ ସଞ୍ଜିତ ନରଭେକରଙ୍କୁ ପ୍ରଦାନ

ଉତ୍ସବ ଆରମ୍ଭରେ ଡକ୍ଟର ଭି.ଶାନ୍ତାରାମ ଜୀବନ ବ୍ୟାପୀ ସାଧନା ସମ୍ମାନ ବିଶିଷ୍ଟ ବୃତ୍ତଚିତ୍ର ନିର୍ମାତା ତଥା ପ୍ରବୀଣ ଲେଖକ ସଞ୍ଜିତ ନରଭେକରଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରୀ ନରଭେକରଙ୍କୁ ବିଶେଷକରି ଚଳଚ୍ଚିତ୍ର ଇତିହାସ ଓ ବୃତ୍ତଚିତ୍ର ଆନ୍ଦୋଳନ ଦିଗରେ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି । ନରଭେକର ଚଳଚ୍ଚିତ୍ର ଉପରେ ୨୦ରୁ ଅଧିକ ପୁସ୍ତକ ଲେଖିଛନ୍ତି ଓ ସମ୍ପାଦନା ମଧ୍ୟ କରିଛନ୍ତି । ଏଥିରେ ମରାଠୀ ଚଳଚ୍ଚିତ୍ର ‘ଅତୀତ’ ଅନ୍ତର୍ଭୁକ୍ତ ଯାହା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସ୍ୱର୍ଣ୍ଣ କମଳ ଲାଭ କରିଥିଲା । ଭି. ଶାନ୍ତାରାମ ଜୀବନବ୍ୟାପୀ ସାଧନା ପୁରସ୍କାର ବାବଦ ଦଶଲକ୍ଷ ଟଙ୍କା ନଗଦ ଅର୍ଥ, ସ୍ୱର୍ଣ୍ଣ ଶଙ୍ଖ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଏ । କିମ୍ବଦନ୍ତୀ ଚଳଚ୍ଚିତ୍ର ନିର୍ମାତା ଭି. ଶାନ୍ତାରାମଙ୍କ ସ୍ମରଣାର୍ଥେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଭି. ଶାନ୍ତାରାମ ଚଳଚ୍ଚିତ୍ର ପ୍ରଭାଗ ସହ ସଂଶ୍ଳିଷ୍ଟ ରହିବା ସହିତ ପଚାଶ ଦଶକରେ ଏହାର ସମ୍ମାନସୂଚକ ମୁଖ୍ୟ ପ୍ରଯୋଜକ ମଧ୍ୟ ଥିଲେ ।

ବୃତ୍ତଚିତ୍ର-ସଂସ୍କୃତି ଓ ଏହାର ପରିସୀମା ଅତିକ୍ରମ କରିଥିବା ଏକ ମାଧ୍ୟମ-ଅନୁରାଗ ଠାକୁର

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ “ ବୃତ୍ତଚିତ୍ର ଚଳଚ୍ଚିତ୍ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ବିସ୍ତାର କରିଥାଏ । ଏହା କେବଳ ସମାଜରେ ଶିକ୍ଷିତ,ପ୍ରୋତ୍ସାହିତ ଓ ପରିବହନ ଆଣେ ନାହିଁ, ବରଂ ସଂସ୍କୃତି ଓ ଏହାର ପରିସୀମାକୁ ବ୍ୟାପ୍ତ ହୋଇଥାଏ ।” ଏମ୍‌ଆଇଏଫ୍‌ଏଫ୍ ବିଶ୍ୱବ୍ୟାପୀ ବୃତ୍ତଚିତ୍ର, କ୍ଷୁଦ୍ର ଓ ଆନିମେସନ ଚଳଚ୍ଚିତ୍ରର ଏକ ବଜାର ଯେଉଁଠି ଏହାର ବ୍ୟାବସାୟିକ ସମ୍ଭାବନା ମଧ୍ୟ ଖୋଜାଯାଏ । ଏହା ଚଳଚ୍ଚିତ୍ର ନିର୍ମାତା ଓ ବିଶ୍ୱ ଚଳଚ୍ଚିତ୍ର ବଜାର ସହ ଏକାଠି ହେବା ନିମନ୍ତେ ଏକ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ । 

ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ତାଙ୍କ ଅଭିଭାଷଣରେ ବିଶ୍ୱରେ ଭାରତୀୟ ଚଳଚ୍ଚିତ୍ର ପ୍ରୋତ୍ସାହନ ଉପରେ କହିଥିଲେ । ସେ କହିଥିଲେ ଯେ ଭାରତରେ ଉପସ୍ଥିତି କାନ୍‌ସ ଚଳଚ୍ଚିତ୍ର ମହୋତ୍ସବରେ ବେଶ୍ ଉତ୍ସାହପଦ ଥିଲା ଓ ଶଙ୍ଖ ସେନଙ୍କ ଚଳଚ୍ଚିତ୍ର “ଅଲ ଦ୍ୟାଟ ବ୍ରିଜ୍‌ସ” ଭାରତକୁ ଗର୍ବିତ କରିବା ସହ ଶ୍ରେଷ୍ଠ ବୃତ୍ତଚିତ୍ର ପୁରସ୍କାର ଲାଭ କଲା । ମନ୍ତ୍ରୀ କହିଥିଲେ ଯେ ସରକାର ଆର୍ନ୍ତଜାତୀୟ ଚଳଚ୍ଚିତ୍ର ନିର୍ମାତା ଓ ଯୁଗ୍ମ ପ୍ରଯୋଜକମାନଙ୍କ ନିମନ୍ତେ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର, ଆନିମେସନ ଚଳଚ୍ଚିତ୍ର ଓ ବୃତ୍ତଚିତ୍ର ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ।

 କେନ୍ଦ୍ର ରେଳ, କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନ୍‌ବେ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅର୍ଥାବଲେ, ପଂଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କପିଲ ମୋରେଶ୍ୱର ପାଟିଲ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭଗବତ କିଷନରାଓ କରଜ, ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର, ନିର୍ମାତା ସାଜି କରୁନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ନୀରଜା ଶେଖର, ଚଳଚ୍ଚିତ୍ର ନିର୍ମାତା କିରଣ ଶାନ୍ତାରାମ, ଚଳଚ୍ଚିତ୍ର ନିର୍ମାତା ରାହୁଲ ରାୱାଲୀ ଓ ଅଭିନେତା ଦିଲ୍ଲୀପ ତହିଲ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ ।

 

*****

SM/SLP



(Release ID: 1829305) Visitor Counter : 148