କୋଇଲା ମନ୍ତ୍ରଣାଳୟ

୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ କୋଇଲା ବାଷ୍ପୀକରଣ ପାଇଁ ଭାରତ ସରକାର ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି : କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ


ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ କୋଇଲା ଓ ଖଣି ଖନନ କ୍ଷେତ୍ରରେ ପ୍ରଯୁକ୍ତିକୁ ଆପଣାଇବା ଅତ୍ୟନ୍ତ ଜରୁରି : ଅତିରିକ୍ତ ସଚିବ

ଶକ୍ତି, ଇସ୍ପାତ ଓ ଖଣି ମନ୍ତ୍ରଣାଳୟ ସହ ମିଶି ଭୁବନେଶ୍ବରରେ ଜାତୀୟ ଖଣିଜ କଂଗ୍ରେସ ଆୟୋଜନ କଲା ଖଣି ମନ୍ତ୍ରଣାଳୟ

Posted On: 27 MAY 2022 6:06PM by PIB Bhubaneshwar

WhatsApp Image 2022-05-27 at 5.49.06 PM.jpeg

ଶକ୍ତି, ଇସ୍ପାତ ଓ ଖଣି ମନ୍ତ୍ରଣାଳୟ ସହ ମିଶି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବର ଠାରେ ଜାତୀୟ ଖଣିଜ କଂଗ୍ରେସ ଆୟୋଜନ କରାଯାଇଛି ଏହି କାର୍ଯ୍ୟକ୍ରମକୁ ଖଣି ମନ୍ତ୍ରଣାଳୟର ସଚିବ ଶ୍ରୀ ଅନୀଲ କୁମାର ଜୈନ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ ସେ କାର୍ଯ୍ୟକ୍ରମର ସଫଳତା କାମନା କରିବା ସହିତ ସବୁ ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ଜାତୀୟ ଖଣିଜ କଂଗ୍ରେସରୁ ଫଳପ୍ରଦ ପରିଣାମ ପ୍ରାପ୍ତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ

WhatsApp Image 2022-05-27 at 5.49.07 PM.jpeg

ଜାତୀୟ ଖଣିଜ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ଭିକେ ତିୱାରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ତିୱାରୀ କହିଥିଲେ ଯେ, ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ହାସଲ ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ମିଶନ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି ଭବିଷ୍ୟତରେ କୋଇଲା ବାଷ୍ପୀକରଣ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି କୋଇଲା ଜଳାଇବା ତୁଳନାରେ ଏହାକୁ ଏକ ସ୍ବଚ୍ଛ ଇନ୍ଧନ ବିକଳ୍ପ ଭାବେ ବିବେଚନା କରାଯାଉଛି କୋଇଲାରେ ଥିବା ରାସାୟନିକ ଉପାଦାନକୁ ବାଷ୍ପୀକରଣ ପ୍ରକ୍ରିୟାରେ ଉପଯୋଗ କରାଯାଇଥାଏ ବୋଲି ଅତିରିକ୍ତ ସଚିବ ଶ୍ରୀ ତିୱାରୀ କହିଥିଲେ

ସେ ଆହୁରି କହିଥିଲେ ଯେ, ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ ଫଳରେ ଅଧିକ କୋଇଲା ପୁନରୁଦ୍ଧାର ବା ରିକଭରୀ ହୋଇପାରୁଛି ଖଣି ଖନନ କାର୍ଯ୍ୟରେ ନମନୀୟତା ଆସିଛି ଓ ଉତ୍ପାଦକତା ବୃଦ୍ଧି ପାଇଛି ଅଧିକ ନିରାପତ୍ତା ସୁନିଶ୍ଚିତ ହେବା ସହିତ ଖର୍ଚ୍ଚ କମିଛି ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ପାଇଁ କମ୍ପାନୀମାନେ ନୂତନ ଜ୍ଞାନକୌଶଳକୁ ଆପଣାଇବା ସହିତ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିବାର ଆବଶ୍ୟକତା ରହିଛି ଏହି କ୍ଷେତ୍ରରେ ପ୍ରଯୁକ୍ତିର ସର୍ବାଧିକ ଉପଯୋଗ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ସଚିବ କହିଥିଲେ

ଆଲୁମିନିୟମ କ୍ଷେତ୍ରରେ ରହିଥିବା ସମସ୍ୟା ସମ୍ପର୍କରେ ଶ୍ରୀ ତିୱାରୀ ଆଲୋକପାତ କରିଥିଲେ ସେ କହିଥିଲେ ଯେ, ଭବିଷ୍ୟତର ଆବଶ୍ୟକତା ପାଇଁ ଭାରତ ନିକଟରେ ୩୮୯୬ ନିୟୁତ ଟନ୍‌ ବକ୍ସାଇଟ୍‌ ଉତ୍ସ ଖଚ୍ଛିତ ହୋଇ ରହିଛି ତେବେ ଭାରତୀୟ ଖଣିଜ ଭଣ୍ଡାରରେ ଏହାର ମାତ୍ର ୧୭ ପ୍ରତିଶତ, ଅର୍ଥାତ୍‌ ୬୫୬ ନିୟୁତ ଟନ୍‌ ବକ୍ସାଇଟ୍‌ ମହଜୁଦ ରହିଛି ତେଣୁ ବକ୍ସାଇଟ୍‌ ଉତ୍ପାଦନକୁ ବଢ଼ାଇବା ଲାଗି ଏସବୁ ଉତ୍ସକୁ ପ୍ରାମାଣିକ ବକ୍ସାଇଟ୍‌ ଭଣ୍ଡାରରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ଉଚ୍ଚ ମାନର ଉତ୍ପାଦ ତିଆରି କରିବା ଲାଗି ସ୍କାର୍ପ ବ୍ୟବହାର କରିବା ନିମନ୍ତେ ଆମେ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି

ଅତିରିକ୍ତ ସଚିବ କୋଇଲାରୁ ହାଇଡ୍ରୋଜେନ ଉତ୍ପାଦନ ପାଇଁ ରୋଡମ୍ୟାପ ଉପରେ ଆଲୋଚନା କରିଥିଲେ ସେ କହିଥିଲେ ଯେ ବର୍ତ୍ତମାନ ଭାରତର ହାଇଡ୍ରୋଜେନ ଆବଶ୍ୟକତା ବାର୍ଷିକ ୬.୭ ନିୟୁତ ଟନ୍‌ ଥିବା ବେଳେ ୨୦୩୦ ବେଳକୁ ଏହା ୧୧.୭ ନିୟୁତ ଟନକୁ ବୃଦ୍ଧି ପାଇବାର ଆବଶ୍ୟକତା ରହିଛି ବିଶୋଧନାଗାର ଏବଂ ସାର କାରଖାନାଗୁଡ଼ିକ ଏବେ ହାଇଡ୍ରୋଜେନର ସବୁଠୁ ବଡ଼ ଉପଭୋକ୍ତା ହୋଇ ରହିଛନ୍ତି, ଯାହାକି ଏବେ ପ୍ରାକୃତିକ ବାଷ୍ପରୁ ଉତ୍ପାଦନ ହେଉଛି କୋଇଲା ବାଷ୍ଠୀକରଣ ପ୍ରକ୍ରିୟାରେ କୋଇଲା ମାଧ୍ୟମରେ ଏହା ଉତ୍ପାଦନ କରାଯାଇପାରିବ ବୋଲି ସେ କହିଥିଲେ

WhatsApp Image 2022-05-27 at 5.49.07 PM (1).jpeg

ଶ୍ରୀ ତିୱାରୀ କହିଥିଲେ ଯେ, ଏହି କ୍ଷେତ୍ରରେ ବିଚାରବିମର୍ଶ କରିବା ଏବଂ ଆବଶ୍ୟକ ସୁଧାର ଆଣିବା ଲାଗି ଏଭଳି ସମ୍ମିଳନୀ ଏକ ସୁଯୋଗ ଆଣି ଦେବ ସେ କହିଥିଲେ ଯେ ଆମେ ଏହି କ୍ଷେତ୍ରର ବ୍ୟବସାୟୀକରଣ ଆରମ୍ଭ କରିଛୁ, ଯାହାକି ଉନ୍ନତ ଫଳାଫଳ ପ୍ରଦାନ କରୁଛି ଦୋହରା ମଞ୍ଜୁରି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି; ଖଣି ଆବଣ୍ଟନ ପ୍ରକ୍ରିୟାକୁ ଅନଲାଇନ କରାଯାଇଛି ଏବଂ ବାଷ୍ପୀକରଣ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି ସବୁ ଆଡ଼ୁ ଏହି କ୍ଷେତ୍ରକୁ ସମର୍ଥନ ଯୋଗାଇ ଦେବା ଲାଗି ଆମେ ଚେଷ୍ଟା କରୁଛୁ ବୋଲି ସେ କହିଥିଲେ

ବିଶ୍ବ ଖଣିଜ କଂଗ୍ରେସର ଭାରତୀୟ ଜାତୀୟ କମିଟି ପକ୍ଷରୁ ଆୟୋଜନ କରାଯାଉଥିବା ଜାତୀୟ ଖଣିଜ କଂଗ୍ରେସରେ ୨୦ଟି ପ୍ରମୁଖ କମ୍ପାନୀର ଶିଳ୍ପ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଛନ୍ତି । ଖଣିଜ ଉତ୍ତୋଳନ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ, ଆଲୁମିନିୟମ ଓ ଇସ୍ପାତ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ କୋଇଲା ବାଷ୍ପୀକରଣ ଓ କୋଇଲାରୁ ହାଇଡ୍ରୋଜେନ ପାଇଁ ରୋଡମ୍ୟାପ ନେଇ ଏଥିରେ ଆଲୋଚନା ହୋଇଛି । ଶନିବାର ଦିନ, ପ୍ରତିନିଧିମାନେ ଅନୁଗୁଳରେ ଥିବା ଜେଏସପିଏଲର କୋଇଲା ବାଷ୍ପୀକରଣ କାରଖାନା ପରିଦର୍ଶନ କରିବେ ।

 

*****

P.S.

 



(Release ID: 1828811) Visitor Counter : 193


Read this release in: English , Urdu , Hindi