ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

“ସଂକଳ୍ପ ସେ ସିଦ୍ଧି” ଶିଖର ସମ୍ମିଳନୀରେ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୀକ୍ଷାନ୍ତ ଭାଷଣ


ସବୁଠାରୁ ନିମ୍ନରେ ଥିବା ଜନସାଧାରଣ ଡିଜିଟାଇଜେସନର ପ୍ରଥମ ହକ୍‌ଦାର: ଶ୍ରୀ ଅଶ୍ୱିନୀ ବୈଷ୍ଣବ

Posted On: 23 APR 2022 5:59PM by PIB Bhubaneshwar

ଡିଜିଟାଇଜେସନର ସୁଫଳ ପ୍ରଥମେ ତୃଣମୂଳ ସ୍ତରରେ ଥିବା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ବୋଲି କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ସରକାରଙ୍କ ଅନ୍ତ୍ୟୋଦୟ ଦର୍ଶନ ଉପରେ ଗୁରୁତ୍ୱଆରୋପ କରି ସେ କହିଛନ୍ତି ଯେ ଆମେ ଯାହା କଲେ ମଧ୍ୟ ସମସ୍ତ ଅବସ୍ଥାନ୍ତରଜନିତ ପରିଣାମର ପ୍ରଭାବ ସମାଜରେ ଅବହେଳିତ ସ୍ତର ବ୍ୟକ୍ତିବିଶେଷଙ୍କ ସୁବିଧା ପାଇଁ ହେବା ଆବଶ୍ୟକ । 

ଡିଜିଟାଲ ପ୍ଲାଟଫର୍ମ ଚୁକ୍ତି ଦ୍ୱାରା ଭବିଷ୍ୟତ ଭାରତ ଗଠନ “ସଂକଳ୍ପ ସେ ସିଦ୍ଧି” ଶିଖର ଅଧିବେଶନରେ ଉଦ୍‌ବୋଧନ ଦେଇ ଶ୍ରୀ ବୈଷ୍ଣବ ଏହା କହିଛନ୍ତି । ଏହି ଶିଖର ବୈଠକରେ ସେ ପାଂଚଟି ବିଷୟ ଉପରେ ଆଲୋକପାତ କରିଛନ୍ତି । ଏହି ବିଷୟଗୁଡିକ ଡିଜିଟାଇଜେସନ କ୍ଷେତ୍ରରେ ସରକାର ଓ ଶିଳ୍ପକୁ ସାହାଯ୍ୟ କରିବ । ସେଗୁଡିକ ହେଲା- ଇଲେକ୍‌ଟ୍ରୋନିକ୍ସ ଓ ଅନ୍ୟପ୍ରକାର ନିର୍ମାଣ, ସେମି କଣ୍ଡକ୍ଟର କ୍ଷେତ୍ରରେ ନେତୃତ୍ୱ, ପବ୍ଲିକ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର ଓ ଡିଜିଟାଇଜେସନ୍ସରୁ ଲାଭ ଉଠାଇବା ପାଇଁ ଦୂର ସଂଚାର ଓ ସୂଚନା ପ୍ରଯୁକ୍ତିଜ୍ଞାନର ସମନ୍ୱୟ ।

ଗତ ଦଶନ୍ଧିର ଇଲେକ୍‌ଟ୍ରୋନିକ୍ସ ନିର୍ମାଣ କ୍ଷେତ୍ରରେ ହୋଇଥିବା ଅଭିବୃଦ୍ଧି ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଥିଲେ ଯେ ଇଲେକ୍‌ଟ୍ରୋନିକ୍ସ ଶିଳ୍ପ କ୍ଷେତ୍ରରେ ଗତ ସାତରୁ ଦଶବର୍ଷ ମଧ୍ୟରେ ପ୍ରକୃତ ଅଭିବୃଦ୍ଧି ଘଟିଛି । ଏହି ଶିଳ୍ପ ୮୦ବିଲିୟନ ଡଲାର ହୋଇଥିବାବେଳେ, ଏଥିରେ ପ୍ରାୟ ୨୫ଲକ୍ଷ ବ୍ୟକ୍ତିବିଶେଷ କର୍ମନିଯୁକ୍ତି ପାଇଛନ୍ତି ଓ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ୩୦୦ବିଲିୟନ ଡଲାର ଶିଳ୍ପର ରୂପଦେବ । ଏହି ଶିଳ୍ପର ଅଭିବୃଦ୍ଧି ପାଇଁ ଆମ ପାଖରେ ପହଂଚିଥିବା ଅନେକ ପ୍ରସ୍ତାବକୁ ଆମେ ପରୀକ୍ଷା ନିରୀକ୍ଷା କରୁଛୁ । 

ସେମି କଣ୍ଡକ୍ଟର କ୍ଷେତ୍ରର ସାମର୍ଥ୍ୟ ଉପରେ ସୂଚନାଦେଇ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ କହିଥିଲେ ଯେ ଏହି କ୍ଷେତ୍ର ଦୂରସଞ୍ଚାର, ସୂଚନା ଓ ପ୍ରଯୁକ୍ତିବିଦ୍ୟା ହାର୍ଡୱେର, ଯାନବାହାନ, ଇସ୍ପାତ ଓ ଭାରୀ ଯନ୍ତ୍ରପାତି ନିମନ୍ତେ ମୂଳପିଣ୍ଡ ସଦୃଶ । ଆମର ଲକ୍ଷ୍ୟ ହେଉଛି ଆମର ମେଧା ବୃଦ୍ଧି କରି ଆମ ଦେଶରେ ସେମି କଣ୍ଡକ୍ଟର ଶିଳ୍ପ ନିର୍ମାଣ କରିବା ଓ ନିରବଚ୍ଛିନ୍ନ ଭାବେ ଆଗାମୀ ୧୦ରୁ ୧୫ବର୍ଷ ମଧ୍ୟରେ ଏହାକୁ ଉନ୍ନୀତ କରିବା । ସରକାର ଏ ଦିଗରେ କେତେକ ଉତ୍ତମ ପଦକ୍ଷେପ ନେଇଛନ୍ତି ଓ ଶିଳ୍ପ କ୍ଷେତ୍ରରୁ ଏ ବାବଦ ଭଲ ସନ୍ଦେଶ ମିଳୁଛି ବୋଲି ସେ କହିଛନ୍ତି । 

ପବ୍ଲିକ ପ୍ଲାଟଫର୍ମକୁ ନେଇ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ସରକାର ୟୁପିଆଇ, କୋୱିନ ଓ ଡିଜିଲକର ଢାଞ୍ଚାରେ ପବ୍ଲିକ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି ପାଇଁ ଯୋଜନା କରୁଛନ୍ତି । ଥରେ ସୃଷ୍ଟି ହୋଇଗଲେ ଏହି ପ୍ଳାଟଫର୍ମ ଷ୍ଟାର୍ଟଅପ ଗୋଷ୍ଠୀ ଓ ଶିଳ୍ପାନୁଷ୍ଠାନ ନିମନ୍ତେ ଉପଭୋକ୍ତା ଭିତ୍ତିକ ପ୍ରୟୋଗ ପାଇଁ ଖୋଲା ହୋଇପାରିବ । ସରକାର ଏକ ଜାତୀୟ ତଥ୍ୟ ବ୍ୟବସ୍ଥା ମଧ୍ୟ କରିବେ । ଜନସାଧାରଣଙ୍କ ଅଣ ବ୍ୟକ୍ତିଗତ ତଥ୍ୟ ସେମାନଙ୍କ ଉନ୍ନତ ସେବା ପ୍ରଦାନ ନିମନ୍ତେ ପ୍ରଦାନ କରାଯିବ ।  

ରେଳବାଇ, ପ୍ରତିରକ୍ଷା ଓ ଇସ୍ପାତ ଇତ୍ୟାଦି ବୃହତ କ୍ଷେତ୍ରର ଡିଜିଟାଇଜେସନ ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରି ଶ୍ରୀ ବୈଷ୍ଣବ କହିଥିଲେ ଯେ ଏହି ସବୁ କ୍ଷେତ୍ରର ଡିଜିଯାଇଜେସନ ଆହୁରି ପୂର୍ବାପେକ୍ଷା ଦୃତ ହେବା ଦରକାର । ଶିଳ୍ପର ସହଭାଗିଦା ସହ ସରକାର ଏ ଦିଗରେ କେତେକ ପଦକ୍ଷେପ ମଧ୍ୟ ନେଉଛନ୍ତି । 

ଦୂରସଞ୍ଚାର/4/ 5G ଓ ଡିଜିଟାଲ ବିଶ୍ୱର ମିଶ୍ରଣ ନେଇ ଶ୍ରୀ ବୈଷ୍ଣବ କହିଥିଲେ ଯେ ଡିଜିଟାଲ ସେବାର ପ୍ରାଥମିକ ବ୍ୟବହାର ପଦ୍ଧତି ହେଲା ମୋବାଇଲ ଫୋନ । ଆମେ ଏହାକୁ ଅଧିକ ବ୍ୟବହାର ଉପଯୋଗୀ କରିବା ସହ ସାଇବାର ନିରାପତା ଆହ୍ୱାନକୁ ଆଖିଆଗରେ ୂରଖି ଏହାର ସୁରକ୍ଷା ପାଇଁ ମଧ୍ୟ ଧ୍ୟାନ ଦେବା । 

ଏହି ବହୁଭାଗିଦାରୀ ସମ୍ପନ୍ନ ଶିଖର ସମ୍ମିଳନୀ “ସଂକଳ୍ପ ସେ ସିଦ୍ଧି’ ଭାରତୀୟ ଶିଳ୍ପ ମହାସଂଘ ଇଣ୍ଡିଆ ଅ୭୫ ପ୍ରତିଷ୍ଠାନ ଓ ସଂସ୍କୃତି ମନ୍ତ୍ରଣାଳୟ ସହ ମିଶି ଭାରତ ସ୍ୱାଧୀନତାର 75ବର୍ଷ ପାଳନ ଅବସରରେ ଆୟୋଜିତ ହୋଇଛି । ଦେଶର ବିଭିନ୍ନ କ୍ଷେତ୍ରରେ ହୋଇଥିବା ବିକାଶ ସମ୍ପର୍କରେ ବିଭିନ୍ନ ଅଂଶୀଦାର ଏହି ଦୁଇଦିନିଆ ସମ୍ମିଳନୀରେ ଆଲୋଚନା କରିବେ । ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବ୍ୟତୀତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗଜ ସିଂ ଠାକୁର, ବିର୍ହିବ୍ୟାପାର ଓ ସଂସ୍କୃତିମନ୍ତ୍ରୀ ଶ୍ରୀମତୀ ମିନାକ୍ଷୀ ଲେଖି ମଧ୍ୟ ସେମାନଙ୍କ ଦୀକ୍ଷାନ୍ତ ଭାଷଣ ଦେଇଥିଲେ । 

 ସଂକଳ୍ପ ସେ ସିଦ୍ଧି ସରକାରୀ ଗଣ୍ୟମାନ୍ୟ ଅଧିକାରୀ, ନିଷ୍ପତି ଓ ନୀତି ନିର୍ଦ୍ଧାରକ, ଚେତନଶୀଳ ବ୍ୟକ୍ତିତ୍ୱ, ଶିଳ୍ପ ନେତୃବୃନ୍ଦ ପ୍ରମୁଖ ନବଭାରତର ଅଭିବୃଦ୍ଧି ନେଇ ନିଜସ୍ୱ ମତ ରଖିଥିଲେ । ଇଣ୍ଡିଆ @75 ଉତ୍ସବ ପାଳନ ସହ ଇଣ୍ଡିଆ @2047ର ଭବିଷ୍ୟତ ଗଠନର ଦୃଶ୍ୟପଟ ପ୍ରସ୍ତୁତ କରିବା ଏହି ବୈଠକର ମୂଳଲକ୍ଷ୍ୟ ରହିଛି ।

****

SM/SLP



(Release ID: 1819443) Visitor Counter : 143


Read this release in: English , Urdu , Hindi