ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କରୋନା ଟିକାକରଣର ସଦ୍ୟତମ ସ୍ଥିତି

Posted On: 03 APR 2022 9:09AM by PIB Bhubaneshwar

ଦେଶରୁ କରୋନା ଦୂର କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଏଥିପାଇଁ ସମଗ୍ର ଦେଶରେ ବିନାମୂଲ୍ୟରେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଗତ ୨୦୨୧ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଛି । ନୂତନ ପର୍ଯ୍ୟାୟର ଟିକାଦାନ କାର୍ଯ୍ୟକ୍ରମ ସେହିବର୍ଷ ଜୁନ ୨୧ ତାରିଖଠାରୁ ଆରମ୍ଭ ହୋଇଛି । ଏହି ନିଶୁଳ୍କ ଟିକାଦାନ କାର୍ଯ୍ୟକ୍ରମ ଟିକାର ସୁଲଭତା, ଟିକାର ଆଗତୁରା ସଂଗ୍ରହ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଯୋଗାଇ ଦେବା ନିମିତ୍ତ ଉନ୍ନତ ଧରଣର ଯୋଜନା ଏବଂ ଟିକା ଯୋଗାଣ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯିବା ଉପରେ ନିର୍ଭର କରିଥାଏ । କେନ୍ଦ୍ର ସରକାର ଏ ଦିଗରେ ତତ୍ପର ଅଛନ୍ତି ।

ଦେଶବ୍ୟାପୀ ନୂତନ ପର୍ଯ୍ୟାୟର ଟିକାକରଣ ନିମିତ୍ତି ତଥା କେନ୍ଦ୍ରଶାସିତ ଅଞ୍ଚଳ ଓ  ରାଜ୍ୟଗୁଡିକୁ ଯୋଗାଇ ଦେବା ନିମିତ୍ତ ସାର୍ବଜନୀନ ନୂତନ ପର୍ଯ୍ୟାୟର ଟିକାକରଣରେ ଉତ୍ପାଦକ ମାନଙ୍କଠାରୁ କେନ୍ଦ୍ର ସରକାର ୭୫ ଶତାଂଶ ନିଶୁଳ୍କ ବିତରଣ ନିମିତ୍ତ ସଂଗ୍ରହ କରୁଛନ୍ତି ।

ଏପ୍ରିଲ ୩ ତାରିଖ ସକାଳ ୭ଟା ସୁଦ୍ଧା ୧,୮୫,୨୧,୪୪,୪୯୫ ଡୋଜ ଟିକା କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଯୋଗାଇ ଦେଲେଣି । ସେଥି ମଧ୍ୟରୁ ୧୫,୬୨,୪୫,୫୧୬ ଡୋଜ ଟିକା ଏବେ କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟ ମାନଙ୍କ ନିକଟରେ ରହିଛି । ଏହି ଟିକା ସେଠାରେ ଲୋକମାନଙ୍କୁ ଦିଆଯାଉଛି ।

SSD/DD



(Release ID: 1812996) Visitor Counter : 155