ଶକ୍ତି ମନ୍ତ୍ରଣାଳୟ

 ପ୍ରଧାନମନ୍ତ୍ରୀ ସହଜ ବିଜଲୀ ହର ଘର ଯୋଜନା(ସୌଭାଗ୍ୟ)


ଗ୍ରାମାଞ୍ଚଳରେ ସମସ୍ତ ବିଜୁଳି ନ ଥିବା  ଘରକୁ  ବିଦ୍ୟୁତ ଯୋଗାଣ ଓ ଦେଶର ସହରାଞ୍ଚଳରେ ଗରିବ ଲୋକଙ୍କ ଘରକୁ ବିଦ୍ୟୁଦ

ସୌଭାଗ୍ୟ ପୂର୍ବରୁ ଚିହ୍ନଟ ପ୍ରତ୍ୟେକ ବିଜୁଳି ନ ଥିବାର ଘରକୁ ବିଦ୍ୟୁତ ଯୋଗାଇବାକୁ ସରକାରଙ୍କ ମାର୍ଗଦର୍ଶିକା ଜାରି

୨୪x୭ ବିଦ୍ୟୁତ ଯୋଗାଣ ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ସରକାରଙ୍କ ସହ ସ୍ୱାକ୍ଷର କଲେ ବୁଝାମଣାପତ୍ର

Posted On: 29 MAR 2022 6:20PM by PIB Bhubaneshwar

 

ଭାରତ ସରକାର ଦେଶର ବିଦ୍ୟୁତୀକରଣ ହୋଇ ନ ଥିବା ଗ୍ରାମାଞ୍ଚଳରେ ସମସ୍ତ ଘର ଓ ସହରାଞ୍ଚଳରେ ଗରିବ ଲୋକଙ୍କୁ ବିଜୁଳି ଯୋଗାଣ ଲକ୍ଷ୍ୟରେ ଅକ୍ଟୋବର, ୨୦୧୭ରେ ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର ଘର ଯୋଜନା-(ସୌଭାଗ୍ୟ) ଆରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ୩୧.୩.୨୦୧୯ ସୁଦ୍ଧା  ରାଜ୍ୟର ପ୍ରତି ଘରକୁ ବିଜୁଳି ଯୋଗାଇ ଦିଆ ଯାଇଥିଲେ ମଧ୍ୟ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଛତିଶଗଡର ୧୮,୭୩୪ ଘରକୁ ବିଦ୍ୟୁତ ଶକ୍ତି ସଂଯୋଗ ଦିଆଯାଇପାରି ନ ଥିଲା । ପରେ ପରେ ସାତଟି ରାଜ୍ୟ ଆସାମ, ଛତିଶଗଡ, ରାଜସ୍ଥାନ, ଝାଡଖଣ୍ଡ, କର୍ଣ୍ଣାଟକ, ମଣିପୁର ଓ ଉତ୍ତରପ୍ରଦେଶ ୩୧.୦୩.୨୦୧୯ ପୂର୍ବରୁ ୧୯.୦୯ଲକ୍ଷ ବିଦ୍ୟୁତ ସଂଯୋଗ ହୋଇ ନ ଥିବା ଘର ପ୍ରଥମେ ଏଥିପାଇଁ ଅନିଚ୍ଛା ପ୍ରକାଶ କରିଥିଲେ ମଧ୍ୟ ପରେ ବିଦ୍ୟୁତୀକରଣ ପାଇଁ ଇଚ୍ଛା ପ୍ରକଟ କରିଥିଲେ ।

ଏଥିସହ ଭାରତ ସରକାର ୩୧.୦୩ ୨୦୧୯ ପୂର୍ବରୁ ଚିହ୍ନଟ ହୋଇ ମଧ୍ୟ ବିଦୁତୀକରଣ ବାକି ରହିଥିବା ଘରଗୁଡିକୁ  ଆରଡିଏସଏସ୍ ଯୋଜନା ଅଧୀନରେ ବିଦ୍ୟୁତ ସଂଯୋଗ ପାଇଁ ନିକଟରେ ମାର୍ଗଦର୍ଶିକା ଜାରି କରିଛନ୍ତି

ସମସ୍ତ ଘର, ଶିଳ୍ପ ଓ ବ୍ୟାବସାୟିକ, ଗ୍ରାହକ ଓ କୃଷି ଉପଭୋକ୍ତା ମାନଙ୍କୁ ୨୪x୭ ବିଜୁଳି ଏପ୍ରିଲ ପହିଲା ୨୦୧୯ମଧ୍ୟରେ  ଯୋଗାଇବା ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।

ରାଜ୍ୟ ସଭାରେ ଏକ ଲିଖିତ ଉତ୍ତର ଜରିଆରେ କେନ୍ଦ୍ର ଶକ୍ତି ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ଆର.କେ ସିଂ ଜଣାଇଛନ୍ତି।

****

SM/SLP



(Release ID: 1811149) Visitor Counter : 150


Read this release in: English , Urdu