ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଦେଶରୁ କରୋନା ହଟାଇବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ
Posted On:
29 MAR 2022 9:27AM by PIB Bhubaneshwar
ଦେଶରୁ କରୋନା ହଟାଇବା ନିମିତ୍ତ କେନ୍ଦ୍ର ସରକାର ଅନୁକୂଳ ପରିବେଶ ସୃଷ୍ଟି କରୁଛନ୍ତି । ଏଥିପାଇଁ ପ୍ରତିଷେଧକ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଗତ ୨୦୨୧ ମସିହା ଜାନୁଆରୀ ୧୬ ତାରିଖଠାରୁ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସେହିବର୍ଷ ଜୁନ ୨୧ ତାରିଖଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସାର୍ବଜନୀନ ଟିକାକରଣ କ୍ଷେତ୍ରରେ ଟିକା ସଂଗ୍ରହ କରାଯିବା, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ରାଜ୍ୟ ଗୁଡିକରେ ଯୋଜନାବଦ୍ଧ ଭାବେ ଟିକାକରଣ କାର୍ଯ୍ୟକ୍ରମ ଆୟୋଜିତ ହେବା, ଟିକାର ଯୋଗାଣକୁ ତ୍ୱରାନ୍ୱିତ ତଥା ଟିକାଦେବା ବ୍ୟବସ୍ଥାକୁ ପ୍ରଭାବଶାଳୀ କରାଯାଇଛି ।
ରାଷ୍ଟ୍ରବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ବିନା ମୂଲ୍ୟରେ ଟିକା ଯୋଗାଇ ଦେଉଛନ୍ତି । ଟିକାକରଣର ନୂତନ ପର୍ଯ୍ୟାୟରେ ବିନା ମୂଲ୍ୟରେ ଟିକା ଯୋଗାଇବା ପାଇଁ କେନ୍ଦ୍ର ସରକାର ଉତ୍ପାଦକ ମାନଙ୍କଠାରୁ ଶତକଡା ୭୫ ଭାଗ ଟିକା ସଂଗ୍ରହ କରୁଛନ୍ତି ।
ମାର୍ଚ୍ଚ ୨୯ ତାରିଖ ସକାଳ ୭ଟା ସୁଦ୍ଧା ୧,୮୪,୬୮,୯୮,୪୫୫ ଡୋଜ ଟିକା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଯୋଗାଇ ଦିଆଯାଇଛି । ବର୍ତ୍ତମାନ ଏହିସବୁ ରାଜ୍ୟରେ ୧୬,୦୫,୫୧,୧୩୬ ଡୋଜ ଟିକା ଦିଆଯିବା ନିମିତ୍ତ ରହିଛି । ଏ ପର୍ଯ୍ୟନ୍ତ କେନ୍ଦ୍ରଶାସିତ ଅଞ୍ଚଳ ଓ ରାଜ୍ୟଗୁଡିକୁ ବିନାମୂଲ୍ୟରେ ୧,୮୪,୬୮,୯୮,୪୫୫ ଡୋଜ ଟିକା କେନ୍ଦ୍ର ସରକାର ଯୋଗାଇ ଦେଇ ସାରିଲେଣି ।
SSD/DD
(Release ID: 1811046)
Visitor Counter : 190
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam