ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କୋଭିଡ ୧୯ : ସଦ୍ୟତମ ସ୍ଥିତି

प्रविष्टि तिथि: 26 MAR 2022 9:04AM by PIB Bhubaneshwar

ଦେଶରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟିକାକରଣ କାର୍ଯ୍ୟ ବଳବତ୍ତର ରହିଛି । ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ ୧୮୨.୮୭ କୋଟି ଡୋଜର ଟିକା ଦିଆଯାଇ ସାରିଲାଣି । ବର୍ତ୍ତମାନ ସମଗ୍ର ଦେଶରେ ୧୬୭୪୧ ଜଣ ସକ୍ରିୟ ରୋଗୀ ଅଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୦.୦୪ ପ୍ରତିଶତ ହାର ଅଛି । ଆରୋଗ୍ୟ ହାର ବର୍ତ୍ତମାନ ୯୮.୭୫ ପ୍ରତିଶତ ହାର ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୩୪୯ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ସମଗ୍ର ଦେଶରେ ମୋଟ ୪,୨୪,୮୦,୪୩୬ ଜଣ ଆରୋଗ୍ୟ ଲାଭ କରି ସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୬୬୦ ଜଣ ନୂଆ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୦.୨୫ ପ୍ରତିଶତ ଏବଂ ସାପ୍ତାହିକୀ ସଂକ୍ରମଣ ହାର ୦.୨୯ ପ୍ରତିଶତ ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ୬,୫୮,୪୯୮ଟି ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ୭୮.୬୩ କୋଟି ନମୁନା ପରୀକ୍ଷା କରାଯାଇ ସାରିଲାଣି ।

SSD/DD


(रिलीज़ आईडी: 1810031) आगंतुक पटल : 206
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Gujarati , Tamil , Telugu , Malayalam