ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
                
                
                
                
                
                    
                    
                        ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି
                    
                    
                        
                    
                
                
                    Posted On:
                24 MAR 2022 9:15AM by PIB Bhubaneshwar
                
                
                
                
                
                
                କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟ ସରକାରମାନଙ୍କ ନିକଟରେ ବର୍ତ୍ତମାନ ୧୬.୬୮ କୋଟି ଡୋଜ କରୋନା ପ୍ରତିଷେଧକ ଟିକା ରହିଛି । କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ସମଗ୍ର ଦେଶରେ ୧୮୪.୦୭ କୋଟି ଡୋଜ ଟିକା ଯୋଗାଇ ଦେଇ ସାରିଲେଣି । ଦେଶରୁ କରୋନାକୁ ଦୂର କରିବା ନିମିତ୍ତ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ତେଣୁ ସମଗ୍ର ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ସଂପ୍ରସାରିତ କରାଯାଇଛି । ଗତ ୨୦୨୧ ମସିହା ଜାନୁଆରୀ ୧୬ ତାରିଖଠାରୁ ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ନୂତନ ପର୍ଯ୍ୟାୟର ଟିକାକରଣ ୨୦୨୧ ମସିହା ଜୁନ ୨୧ ତାରିଖରୁ ଆରମ୍ଭ କରାଗଲା । କରୋନା ଟିକାର ସଂଗ୍ରହ, ଟିକାର ଉତ୍ପାଦନ, ଯୋଜନାବଦ୍ଧ ଭାବରେ ଟିକାକରଣ, ଏହାର ଯୋଗାଣ ବ୍ୟବସ୍ଥାକୁ ସରଳ କରାଯିବା ଭଳି ପଦକ୍ଷେପ କେନ୍ଦ୍ର ସରକାର ନେଇଥିବା ଯୋଗୁ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଉଛି ।
ଦେଶବ୍ୟାପୀ କରୋନା ନିମୂଳନ କାର୍ଯ୍ୟକ୍ରମରେ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟ ଗୁଡିକୁ ଟିକା ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି । କରୋନା ଟିକାର ସାର୍ବଜନୀନ ପ୍ରୟୋଗ ଆରମ୍ଭ ହେବା ପରେ ସମଗ୍ର ଦେଶରେ ଉତ୍ପାଦିତ ହେଉଥିବା କରୋନା ପ୍ରତିଷେଧକ ଟିକାର ଶତକଡା ୭୫ ଭାଗ କେନ୍ଦ୍ର ସରକାର ସଂଗ୍ରହ କରି ବିନା ମୂଲ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦେବେ ।
୨୦୨୨ ମାର୍ଚ୍ଚ ୨୪ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ସୁଦ୍ଧାସରକାର ୧୮୪,୦୭,୫୭,୪୭୫ ଡୋଜ ଟିକା ଯୋଗାଇ ସାରିଲେଣି । ଏହି ସମୟ ସୁଦ୍ଧା ୧୬, ୬୮,୬୮୨୨୬ ଡୋଜ ଟିକା ବର୍ତ୍ତମାନ ଦିଆଯିବା ପାଇଁ ପ୍ରସ୍ତୁତ ହୋଇ ରହିଛି । ଏହିସବୁ ଟିକା ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି ।
SSD/DD
                
                
                
                
                
                (Release ID: 1809179)
                Visitor Counter : 195
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Malayalam