ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜୀବିକା ସୃଜନ କ୍ଷେତ୍ରରେ ୭୫ ଜଣ ଆଦିବାସୀ ମହିଳାଙ୍କୁ ସମ୍ମାନିତ କଲା ଟ୍ରାଇଫେଡ୍‌

प्रविष्टि तिथि: 08 MAR 2022 6:00PM by PIB Bhubaneswar

ଆଜାଦୀ କା ଅମୃତ ମହୋତ୍ସବ ଧାରାରେ ଟ୍ରାଇଫେଡ୍‌ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶ୍ବେଶ୍ବର ଟୁଡୁ, ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସଚିବ ଅନୀଲ କୁମାର ଝା, ଟ୍ରାଇଫେଡର ଅଧ୍ୟକ୍ଷ ଶ୍ରୀ ରାମ ସିଂ ରାଠୱାଙ୍କ ଉପସ୍ଥିତିରେ ମହିଳା ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଦିବାସୀ ମହିଳା କାରୀଗର, ବନ ଧନ ହିତାଧିକାରୀ ଏବଂ ଜୀବିକା ସୁଯୋଗ ସୃଷ୍ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ହାଇବ୍ରିଡ୍‌ ମୋଡ଼ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶେଷ ଉପଲବ୍ଧି ହାସଲ କରିଥିବା ୭୫ ଜଣ ସଫଳ ଆଦିବାସୀ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା। ଆଦିବାସୀ ସମୁଦାୟ ମଧ୍ୟରେ ପରିବର୍ତ୍ତନ ଆଣିବା ଦିଗରେ ଯୋଗଦାନ ପାଇଁ ସେମାନଙ୍କୁ ସ୍ମରଣିକା ଓ ପ୍ରମାଣପତ୍ର ମାଧ୍ୟମରେ ସମ୍ମାନିତ କରାଯାଇଥିଲା।

ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଟୁଡୁ ମୟୂରଭଞ୍ଜର ଆଦିବାସୀ ମହିଳାମାନଙ୍କ ସହିତ କଥା ହୋଇଥିଲେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଦିବାସୀ ବଞ୍ଚିତ ମହିଳାମାନଙ୍କୁ ସମ୍ମାନିତ କରିବା ଲାଗି ଟ୍ରାଇଫେଡ୍‌ ପକ୍ଷରୁ ପ୍ରୟାସ କରାଯାଇଥିବାରୁ ଶ୍ରୀ ଟୁଡୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଦେଶର ଆଦିବାସୀ ଲୋକମାନଙ୍କ ପାଇଁ ଜୀବିକା ସୁଯୋଗ ବଢ଼ାଇବା କ୍ଷେତ୍ରରେ ଟ୍ରାଇଫେଡ୍‌ ପକ୍ଷରୁ ହେଉଥିବା ପ୍ରୟାସରେ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଜନଜାତି ବ୍ୟାପାର ସଚିବ ଶ୍ରୀ ଅନିଲ କୁମାର ଝା କହିଥିଲେ ଯେ, ଅନ୍ତର୍ଜାତିୟ ମହିଳା ଦିବସ ଉପଲକ୍ଷେ ଆଦିବାସୀ ସମୁଦାୟରେ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଥିବା ମହିଳାମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ସମ୍ମାନିତ କରିବା ଖୁସିର ବିଷୟ। ସେ କହିଥିଲେ ଯେ ମନ୍ତ୍ରଣାଳୟର ବନ ଧନ ଯୋଜନା ଏକ ମହତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। ଜନଜାତି ଜନସଂଖ୍ୟାଙ୍କ ମଧ୍ୟରେ ଜୀବିକା ସୁଯୋଗ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ।

 

ଟ୍ରାଇଫେଡର ଅଧ୍ୟକ୍ଷ ଶ୍ରୀ ରାମସିଂହ ଜେଠୱା ଆଦିବାସୀ ମହିଳାମାନଙ୍କ ସହ ସେମାନଙ୍କ ସଂଘର୍ଷ, ଆହ୍ବାନ ଏବଂ ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ। ଟ୍ରାଇଫେଡ ମହିଳାମାନଙ୍କୁ ସେମାନଙ୍କର ସର୍ବାଧିକ କ୍ଷମତା ହାସଲ କରିବା ଲାଗି ଆଗକୁ ମଧ୍ୟ ପ୍ରୋତ୍ସାହିତ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

 

 

ଉଲ୍ଲେଖଯୋଗ୍ୟ ଯେ ଜନଜାତି ସଶକ୍ତିକରଣ ଦିଗରେ ଟ୍ରାଇଫେଡ୍‌ ଏକ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି । ଟ୍ରାଇଫେଡ୍‌ ପକ୍ଷରୁ ଆଦିବାସୀଙ୍କ କଲ୍ୟାଣ ପାଇଁ ଅନେକଗୁଡ଼ିକ ପଦକ୍ଷେପ ଗତ ଦୁଇ ବର୍ଷ ମଧ୍ୟରେ ହାତକୁ ନିଆଯାଇଛି । ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଜରିଆରେ ଟ୍ରାଇଫେଡ୍‌ ୩୧୭.୧୩ କୋଟି ଟଙ୍କାର ଲଘୁ ବନଜାତ ଦ୍ରବ୍ୟ କ୍ରୟ କରିଛି । ସେହିପରି ରାଜ୍ୟ ପାଣ୍ଠିର ଉପଯୋଗ କରି ୧୫୪୨.୮୮ କୋଟି ଟଙ୍କାର ବନଜାତ ଦ୍ରବ୍ୟ ଏମଏସପିରେ କିଣାଯାଇଛି।

ଦୁଇ ବର୍ଷରୁ କମ୍‌ ସମୟ ମଧ୍ୟରେ ଟ୍ରାଇଫେଡ୍‌ ୨୫ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ପ୍ରଦେଶର ୫୨, ୯୬୭ ବନ ଧନ ସ୍ବୟଂ ସହାୟକ ଗୋଷ୍ଠୀକୁ ମାନ୍ୟତା ଦେଇଛି। ଏଥିରୁ ୩୧୧୦ଟି ବନ ବିକାଶ କେନ୍ଦ୍ର ଗଠିତ ହୋଇଛି। ଫଳରେ ୯.୨୭ ଲକ୍ଷ ହିତାଧିକାରୀଙ୍କୁ ଜୀବିକା ମିଳିପାରିଛି ।

 

*******

P.S.


(रिलीज़ आईडी: 1804140) आगंतुक पटल : 225
इस विज्ञप्ति को इन भाषाओं में पढ़ें: English , हिन्दी