ଜାହାଜ ଚଳାଚଳ ମନ୍ତ୍ରଣାଳୟ
azadi ka amrit mahotsav

ବାତ୍ୟା ଜୱାଦ ପାଇଁ ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ


ମନ୍ତ୍ରଣାଳୟ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି

ସମସ୍ତଙ୍କୁ ସତର୍କ ଏବଂ ପ୍ରସ୍ତୁତ ରହିବାକୁ ଅନୁରୋଧ

ପୋଷ୍ଟ କରାଯିବା ଦିନାଙ୍କ: 02 DEC 2021 8:33PM by PIB Bhubaneswar

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ବନ୍ଦର ଅଧ୍ୟକ୍ଷ ତଥା ବିଭିନ୍ନ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ସହଯୋଗୀଙ୍କ ସହ ବାତ୍ୟା ଜୱାଦ ଯୋଗୁଁ ଆସନ୍ନ ପରିସ୍ଥିତିର ମୁକାବିଲା ପାଇଁ ଚାଲିଥିବା ପ୍ରସ୍ତୁତି ସମୀକ୍ଷା କରିଛନ୍ତି

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରାଳୟ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ବାତ୍ୟା ଜୱାଦ ନେଇ ସମସ୍ତଙ୍କୁ ସତର୍କ ଏବଂ ପ୍ରସ୍ତୁତ ରହିବାକୁ କୁହାଯାଇଛି

ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ସମସ୍ତ ପରିବହନ ଜାହାଜକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛି ଏବଂ ଜରୁରୀକାଳୀନ ଜାହାଜ ମୁତୟନ କରିଛି ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା କେମିକାଲ୍ ଆଣ୍ଡ ପେଟ୍ରୋକେମିକାଲ୍ ପରି ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଉପରେ ମଧ୍ୟ ସତର୍କ ନଜର ରଖିବାକୁ ରାଜ୍ୟମାନଙ୍କୁ କୁହାଯାଇଛି

HS


(ରିଲିଜ ଆଡି: 1777458) ପରିଦର୍ଶକ କାଉଣ୍ଟର : 219
ଏହି ରିଲିଜ ପଢନ୍ତୁ : English , हिन्दी