ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଡିସେମ୍ବର ୪ରେ ଡେରାଡୁନ ଠାରେ ପ୍ରାୟ ୧୮୦୦୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ


ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁରୂପ ଏହି ପ୍ରକଳ୍ପଗୁଡିକ ଦୁର୍ଗମ ଅଞ୍ଚଳଗୁଡିକୁ ସଂଯୁକ୍ତ କରିବା ସହ ସୁଗମ କରିବ

ଦିଲ୍ଲୀ- ଡେରାଡୁନ ଅର୍ଥନୈତିକ କରିଡର ଦ୍ୱାରା ଯାତ୍ରା ସମୟ ୨.୫

ଘଣ୍ଟାକୁ ହ୍ରାସ ପାଇବ; ବନ୍ୟଜନ୍ତୁଙ୍କ ଅବାଧ ଚଳପ୍ରଚଳ ପାଇଁ ଏହା ଏସିଆର ସବୁଠାରୁ ବଡ ଏଲିଭେଟେଡ ବନ୍ୟଜନ୍ତୁ କରିଡର ହେବ

ଉଦଘାଟିତ ହେଉଥିବା ସଡକ ପ୍ରକଳ୍ପ ଦ୍ୱାରା ଚାରି ଧାମ ସହିତ ସ୍ଥାନୀୟ ଅଞ୍ଚଳରେ ସହଜରେ ଯାତାୟତ ହୋଇପାରିବ ଓ ପର୍ଯ୍ୟଟନ ସମୃଦ୍ଧ ହେବ

ଲାମ୍ବାଗଡ ଭୂସ୍ଖଳନ ପ୍ରତିରୋଧୀ ପ୍ରକଳ୍ପ ବାରମ୍ବାର ଭୂସ୍ଖଳନ ହେଉଥିବା ଅଞ୍ଚଳରେ ଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବ

Posted On: 01 DEC 2021 11:58AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୪, ୨୦୨୧ରେ ଡେରାଡୁନ ଗସ୍ତ କରି ମଧ୍ୟାହ୍ନ ୧ଟା ବେଳେ ପ୍ରାୟ ୧୮୦୦୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଗସ୍ତ ଅବସରରେ ସଡକ ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପଗୁଡିକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ, ଯାହା ଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବା ସହ ଅଞ୍ଚଳରେ ପର୍ଯ୍ୟଟନକୁ ସମୃଦ୍ଧ କରିବ । ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁରୂପ ଏହି ପ୍ରକଳ୍ପଗୁଡିକ ଦୁର୍ଗମ ଅଞ୍ଚଳଗୁଡିକୁ ସଂଯୁକ୍ତ କରିବା ସହ ସୁଗମ କରିବ । 

ପ୍ରଧାନମନ୍ତ୍ରୀ ୧୧ଟି ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିରେ ଦିଲ୍ଲୀ-ଡେରାଡୁନ ଅର୍ଥନୈତିକ କରିଡର (ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସଓ୍ୱେ ଜଙ୍କସନରୁ ଡେରାଡୁନ) ସାମିଲ ରହିଛି, ଯାହା ୮୩୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବ । ଏହା ଦିଲ୍ଲୀ ଠାରୁ ଡେରାଡୁନ ପର୍ଯ୍ୟନ୍ତ ୬ ଘଣ୍ଟାର ରାସ୍ତାକୁ ୨.୫ ଘଣ୍ଟାକୁ ହ୍ରାସ କରିବ । ଏଥିରେ ହରିଦ୍ୱାର, ମୁଜାଫରନଗର, ଶାମଲି, ଯମୁନାନଗର, ବାଗପତ, ମିରଟ ଓ ବରୌତ ଆଦି ସ୍ଥାନକୁ ଏହା ସଂଯୁକ୍ତ କରିବା ପାଇଁ ସାତଟି ପ୍ରମୁଖ ଇଣ୍ଟରଚେଞ୍ଜ ରହିବ । ଏଥିରେ ବନ୍ୟଜନ୍ତୁଙ୍କ ଅବାଧ ଚଳପ୍ରଚଳ ପାଇଁ ଏସିଆର ସବୁଠାରୁ ବଡ ବନ୍ୟଜୀବ ଏଲିଭେଟେଡ କରିଡର (୧୨ କିଲୋମିଟର) ରହିବ । ଏହାସହିତ ଡେରାଡୁନର ଦତ କାଳୀ ମନ୍ଦିର ନିକଟରେ ୩୪୦ ମିଟର ଲମ୍ବ ସୁଡଙ୍ଗ ବନ୍ୟଜୀବଙ୍କ ଉପରେ ପଡିବାକୁ ଥିବା ପ୍ରଭାବ କମାଇବାରେ ସହାୟକ ହେବ । ଏହାବ୍ୟତୀତ ଗଣେଶପୁର- ଡେରାଡୁନ ଖଣ୍ଡରେ ଗାଡିମୋଟର ଓ ବନ୍ୟ ଜୀବଜନ୍ତୁଙ୍କ ମଧ୍ୟରେ ଦୁର୍ଘଟଣା ଏଡାଇବା ପାଇଁ ବନ୍ୟଜନ୍ତୁଙ୍କ ପାଇଁ ଅନେକ ରାସ୍ତା ନିର୍ମାଣ ହୋଇଛି । ଦିଲ୍ଲୀ- ଡେରାଡୁନ ଅର୍ଥନୈତିକ କରିଡରରେ ୫୦୦ ମିଟର ଅନ୍ତରରେ ବର୍ଷାଜଳ ସଞ୍ଚୟ ବ୍ୟବସ୍ଥା ଓ ୪୦୦ରୁ ଅଧିକ ଜଳ ରିଚାର୍ଜ ପଏଣ୍ଟ ବ୍ୟବସ୍ଥା ରହିବ ।

ଦିଲ୍ଲୀ- ଡେରାଡୁନ ଅର୍ଥନୈତିକ କରିଡରରୁ ଗ୍ରୀନଫିଲ୍ଡ ଶ୍ରେଣୀବଦ୍ଧ ପ୍ରକଳ୍ପ, ସାହାରନପୁରର ହଲଗୋଆରୁ ହରିଦ୍ୱାରର ଭଦ୍ରାବାଦକୁ ସଂଯୋଗ କରୁଥିବା ପ୍ରକଳ୍ପ ୨୦୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ନିର୍ମିତ ହେବ । ଏହି ପ୍ରକଳ୍ପ ଦିଲ୍ଲୀରୁ ହରିଦ୍ୱାର ପର୍ଯ୍ୟନ୍ତ ଯାତାୟତକୁ ସୁଗମ କରିବା ସହ ଯାତ୍ରା ସମୟ ହ୍ରାସ କରିବ । ୧୬୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ନିର୍ମିତ ହେବାକୁ ଥିବା ମନୋହରପୁରରୁ କାଙ୍ଗଡି ପର୍ଯ୍ୟନ୍ତ ହରିଦ୍ୱାର ରିଙ୍ଗ ରୋଡ ପ୍ରକଳ୍ପ, ହରିଦ୍ୱାର ସହର ବାସିନ୍ଦା, ବିଶେଷ କରି ପର୍ଯ୍ୟଟନ ଋତୁରେ ଯିବାଆସିବା ବେଳେ ଲାଗୁଥିବା ଜାମ ସମସ୍ୟାରୁ ମୁକ୍ତି ଦେବ ଓ କୁମାଉନ କ୍ଷେତ୍ର ସହିତ ଯୋଗାଯୋଗ ଉନ୍ନତ ହେବ ।

ପ୍ରାୟ ୧୭୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ଡେରାଡୁନ- ପାଓଁତା ସାହିବ (ହିମାଚଳ ପ୍ରଦେଶ) ସଡକ ପ୍ରକଳ୍ପ ଯାତ୍ରା ସମୟ ହ୍ରାସ କରିବ ଓ ଦୁଇ ସ୍ଥାନ ମଧ୍ୟରେ ଯୋଗାଯୋଗକୁ ସୁଗମ କରିବ । ଏହା ଆନ୍ତଃରାଜ୍ୟ ପର୍ଯ୍ୟଟନକୁ ମଧ୍ୟ ସମୃଦ୍ଧ କରିବ । ନଜିମାବାଦ- କୋଟଦ୍ୱାର ସଡକ ପ୍ରଶସ୍ତିକରଣ ପ୍ରକଳ୍ପ ଦ୍ୱାରା ଯାତ୍ରା ସମୟ ହ୍ରାସ ପାଇବା ସହ ଲାନ୍ସଡାଉନ ସହ ଯୋଗାଯୋଗ ଉନ୍ନତ କରିବ ।

ଲକ୍ଷ୍ମଣଝୁଲା ନିକଟସ୍ଥ ଗଙ୍ଗା ନଦୀରେ ଏକ ସେତୁ ନିର୍ମିତ ହେବ । ବିଶ୍ୱପ୍ରସିଦ୍ଧ ଲକ୍ଷ୍ମଣଝୁଲା ୧୯୨୯ରେ ନିର୍ମିତ ହୋଇଥିଲା, ହେଲେ ଭାର ବହନ କ୍ଷମତା ହ୍ରାସ ପାଇବାରୁ ଏହାକୁ ଏବେ ବନ୍ଦ କରାଯାଇଛି । ନିର୍ମିତ ହେବାକୁ ଥିବା ସେତୁରେ ଚାଲି ଚାଲି ଯାଉଥିବା ଲୋକଙ୍କ ପାଇଁ କାଚର ଡେକ ବ୍ୟବସ୍ଥା ରହିବା ସହ ହାଲକା ଯାନବାହାନ ଯିବା ପାଇଁ ଅନୁମତି ମିଳିବ ।

ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଡେରାଡୁନର ପିଲାମାନଙ୍କ ଯିବାଆସିବା ପାଇଁ ରାସ୍ତାକୁ ସୁରକ୍ଷିତ କରି ସହରକୁ ବାଲହିତୈଷୀ କରିବା ପାଇଁ ଚାଇଲ୍ଡ ଫ୍ରେଣ୍ଡଲି ସିଟି ପ୍ରୋଜେକ୍ଟ, ଡେରାଡୁନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଡେରାଡୁନରେ ୭୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ଜଳ ଯୋଗାଣ, ରାସ୍ତା ଓ ଡ୍ରେନେଜ ବ୍ୟବସ୍ଥାର ବିକାଶ ସମ୍ପର୍କିତ ପ୍ରକଳ୍ପଗୁଡିକର ଶିଳାନ୍ୟାସ ମଧ୍ୟ କରାଯିବ ।

ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁଯାୟୀ ସ୍ମାର୍ଟ ଆଧ୍ୟାତ୍ମିକ ସହରର ବିକାଶ ଓ ପର୍ଯ୍ୟଟନ ସମ୍ପର୍କିତ ଭିତ୍ତିଭୂମି ଉନ୍ନତୀକରଣ ପାଇଁ ଶ୍ରୀ ବଦ୍ରିନାଥ ଧାମ ଓ ଗଙ୍ଗୋତ୍ରୀ- ଯମୁନୋତ୍ରୀ ଧାମରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ଶିଳାନ୍ୟାସ ହେବ । ଏହାସହିତ ହରିଦ୍ୱାରରେ ୫୦୦ରୁ ଅଧିକ କୋଟି ଟଙ୍କା ବିନିଯୋଗରେ ନୂଆ ମେଡିକାଲ କଲେଜ ମଧ୍ୟ ନିର୍ମାଣ କରାଯିବ ।

ପ୍ରଧାନମନ୍ତ୍ରୀ ବାରମ୍ବାର ଭୂସ୍ଖଳନ ଜନିତ ସମସ୍ୟାର ମୁକାବିଲା ପାଇଁ ସାତଟି ପ୍ରକଳ୍ପ ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ମଧ୍ୟରେ ଭୂସ୍ଖଳନ ମୁକାବିଲା ପ୍ରକଳ୍ପ, ଲାମବଗଡ (ଏହା ବଦ୍ରିନାଥ ଧାମ ରାସ୍ତାରେ ରହିଛି)ରେ ଭୂସ୍ଫଳଖ ମୁକାବିଲା ପ୍ରକଳ୍ପ ଓ ଏନଏଚ- ୫୮ରେ ଶକନିଧର, ଶ୍ରୀନଗର ଓ ଦେବପ୍ରୟାଗରେ ଗଭୀର ଭୂସ୍ଫଳନ ସମସ୍ୟାର ସମାଧାନ ସାମିଲ ରହିଛି । ଅଧିକ ଭୂସ୍ଖଳନ ଅଞ୍ଚଳରେ ଲାମବଗଡ ଭୂସ୍ଖଳନ ମୁକାବିଲା ପ୍ରକଳ୍ପରେ ବର୍ଷାରେ ସୁରକ୍ଷିତ ରଖିବା ପାଇଁ ପାଚେରୀ ଓ ପଥରବନ୍ଧ ନିର୍ମାଣ କରାଯିବ । ପ୍ରକଳ୍ପର ସ୍ଥାନ ଏହାର ସାମିରିକ ମର୍ଯ୍ୟାଦାକୁ ଆଗେଇ ନେବ ।

ଚାରିଧାନ ସଡକ ଯୋଗାଯୋଗ ପ୍ରକଳ୍ପ ଅନ୍ତର୍ଗତ ଦେବପ୍ରୟାଗରୁ ଶ୍ରୀକୋଟ ପର୍ଯ୍ୟନ୍ତ ଓ ଏନଏଚ-୫୮ରେ ବ୍ରହ୍ମପୁରୀରୁ କୋଡିୟାଲା ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ କରିବା ପାଇଁ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ ହେବ ।

୧୭୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ଯମୁନୀ ନଦୀରେ ନିର୍ମିତ ୧୨୦ ମେଗାଓ୍ୱାଟର ବ୍ୟାସି ଜଳ ବିଦ୍ୟୁତ ପ୍ରକଳ୍ପର ଉଦଘାଟନ ହିମାଳୟ ସଂସ୍କୃତି କେନ୍ଦ୍ର ସହିତ କରାଯିବ । ହିମାଲୟାନ ସଂସ୍କୃତି କେନ୍ଦ୍ରରେ ଏକ ରାଜ୍ୟସ୍ତରୀୟ ସଂଗ୍ରହାଳୟ ହେବ, ୮୦୦ ସିଟ୍ ବିଶିଷ୍ଟ କଳା ଅଡିଟୋରିୟମ, ଲାଇବ୍ରେରୀ, କନଫରେନ୍ସ ହଲ ଆଦି ରହିବ । ଯାହା ଲୋକଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ କରିବା ସହ ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ତୋଳି ଧରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଡେରାଡୁନରେ ଅତ୍ୟାଧୁନିକ ଅତର ଓ ସୁଗନ୍ଧି ପ୍ରୟୋଗଶାଳା (ସେଣ୍ଟର ଫଲ ଅରୋମାଟିକ ପ୍ଲାଣ୍ଟସ) ଉଦଘାଟନ କରିବେ । ଏଠାରେ ହେବାକୁ ଥିବା ଗବେଷଣା ଅତର, ସାବୁନ, ସାନିଟାଇଜର, ଏୟାର ଫ୍ରେଶନର, ଅଗରବତୀ ଆଦି ସହିତ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରିବାରେ ଉପଯୋଗୀ ସାବ୍ୟସ୍ତ ହେବ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ସମ୍ପର୍କିତ ଉଦ୍ୟୋଗ ମଧ୍ୟ ସ୍ଥାପନ ହେବ । ଏହି ସୁଗନ୍ଧିତ ବୃକ୍ଷରାଜି ପାଇଁ ଅଧିକ ଫସଲ ହେଉଥିବା ଉନ୍ନତ କିସମର ବିକାଶ ଉପରେ ପ୍ରୟୋଗଶାଳା ଧ୍ୟାନ କେନ୍ଦ୍ରୀଭୂତ କରିବେ ।

 

SR



(Release ID: 1777030) Visitor Counter : 198