ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ସାଇବର ସୁରକ୍ଷା ଗ୍ରାଣ୍ଡ ଚ୍ୟାଲେଞ୍ଜର ବିଜେତାମାନଙ୍କୁ ପୁରସ୍କୃତ କରିବେ
ପୋଷ୍ଟ କରାଯିବା ଦିନାଙ୍କ:
17 NOV 2021 7:10PM by PIB Bhubaneswar
ଇଲେକଟ୍ରୋନିକ୍ସ ଏବଂ ଆଇଟି, ଯୋଗାଯୋଗ ଏବଂ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଇଲେକଟ୍ରୋନିକ୍ସ ଏବଂ ଆଇଟି, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର ଆସନ୍ତା କାଲି ୧୮ ନଭେମ୍ବର, ୨୦୨୧ ପୂର୍ବାହ୍ନ ୧୦.୩୦ ରୁ ୧୧.୩୦ ପର୍ଯ୍ୟନ୍ତ ସାଇବର ସୁରକ୍ଷା ଗ୍ରାଣ୍ଡ ଚ୍ୟାଲେଞ୍ଜର ବିଜେତାମାନଙ୍କୁ ପୁରସ୍କୃତ କରିବେ । ଦେଶରେ ନବସୃଜନ ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏହି ଧରଣର ପ୍ରଥମ ସାଇବର ସୁରକ୍ଷା ଆହ୍ୱାନ ।
ସାଇବର ସୁରକ୍ଷା ଗ୍ରାଣ୍ଡ ଚ୍ୟାଲେଞ୍ଜ ପୁରସ୍କାର ବିତରଣ ସମାରୋହର ସିଧା ପ୍ରସାରଣ https://youtu.be/EniqoWLn6xs ଜରିଆରେ ହୋଇପାରେ ।
ସାଇବର ସୁରକ୍ଷା ଗ୍ରାଣ୍ଡ ଚ୍ୟାଲେଞ୍ଜର ବିଜେତା ଭାରତୀୟ ମୁଦ୍ରାରେ ଏକ କୋଟି ଟଙ୍କା ପୁରସ୍କାର ରାଶି ପାଇବାକୁ ଥିବାବେଳେ ପ୍ରଥମ ରନର୍ସ ଅପ୍ ଏବଂ ଦ୍ୱିତୀୟ ରନର୍ସ ଅପ୍ ଯଥାକ୍ରମେ ୬୦ ଲକ୍ଷ ଏବଂ ୪୦ ଲକ୍ଷ ଟଙ୍କା ପାଇବେ । ଏହି ଚ୍ୟାଲେଞ୍ଜର ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଚ୍ୟାଲେଞ୍ଜର ଏକ ଅଂଶ ଭାବରେ ବିକଶିତ ହେଉଥିବା ଉତ୍ପାଦର ଆଇପିଆର ସଂପୃକ୍ତ ଷ୍ଟାର୍ଟ-ଅପ୍ ଦ୍ୱାରା ନିଜସ୍ୱ ଉତ୍ପାଦ ।
ଡାଟା ସିକ୍ୟୁରିଟି କାଉନସିଲ୍ ଅଫ୍ ଇଣ୍ଡିଆ (ଡିଏସ୍ସିଆଇ) ଏବଂ ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ (ଏମ୍ଇଆଇଟିୱାଇ) ଭାରତୀୟ ସାଇବର ସୁରକ୍ଷା ଉତ୍ପାଦକୁ ପ୍ରୋତ୍ସାହିତ କରିବାପାଇଁ ସାଇବର ସୁରକ୍ଷା ଗ୍ରାଣ୍ଡ ଚ୍ୟାଲେଞ୍ଜକୁ ୧୫ ଜାନୁୟାରୀ ୨୦୨୦ ରେ ଶୁଭାରମ୍ଭ କରିଥିଲେ । ମନ୍ତ୍ରଣାଳୟର ସଚିବ ଶ୍ରୀ ଅଜୟ ସାୱନିଙ୍କ ଦ୍ୱାରା ଏହାକୁ ୩.୨ କୋଟି ଟଙ୍କାର ପୁରସ୍କାର ରାଶି ସହିତ ଆରମ୍ଭ ହୋଇଥିଲା । ଅଂଶଗ୍ରହଣକାରୀମାନଙ୍କୁ ୬ଟି ସମସ୍ୟା କ୍ଷେତ୍ର ମଧ୍ୟରେ ଏକ ସମାଧାନ ସୃଷ୍ଟି କରିବାକୁ ପଡିଲା ଏବଂ ତିନୋଟି ପର୍ଯ୍ୟାୟ (ଆଇଡିଆ, ଏମଭିପି ଏବଂ ଫାଇନାଲ୍) ମାଧ୍ୟମରେ ମୂଲ୍ୟାଙ୍କନ ପରେ ଭାରତ ସରକାରଙ୍କ ପୂର୍ବତନ ଜାତୀୟ ସାଇବର ସୁରକ୍ଷା ସଂଯୋଜକ ଡକ୍ଟର ଗୁଲଶନ ରାୟଙ୍କ ଅଧ୍ୟକ୍ଷତାରେ ଶିକ୍ଷାବିତ୍, ସରକାର ଏବଂ ଶିଳ୍ପଜଗତର ଏକ ସମ୍ମାନଜନକ ଜୁରି ପ୍ୟାନେଲ ଦ୍ୱାରା ବିଜେତାମାନେ ମନୋନୀତ ହୋଇଥିଲେ । ୨୨୦ ଅଂଶଗ୍ରହଣକାରୀଙ୍କୁ ନେଇ ଚିନ୍ତନ ପର୍ଯ୍ୟାୟରେ ମୋଟ ୭୬ ଟି ଚିନ୍ତନ ଦାଖଲ କରାଯାଇଥିଲା । ତାଲିକାଭୁକ୍ତ ହୋଇଥିବା ୧୨ ଟି ଦଳକୁ ୫ ଲକ୍ଷ ଟଙ୍କା କରି ଏବଂ ତାଲିକାଭୁକ୍ତ ହୋଇଥିବା ୬ ଟି ଦଳ ଉତ୍ପାଦ ବିକାଶରେ ସହାୟତା ପାଇଁ ଏମ୍ଭିପି ପର୍ଯ୍ୟାୟରେ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା କରି ଗ୍ରହଣ କରିଥିଲେ । ଗ୍ରାଣ୍ଡ ଚ୍ୟାଲେଞ୍ଜର ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାର୍ଗଦର୍ଶନ କରିବା ପାଇଁ ଏକାଧିକ ପରାମର୍ଶ କର୍ମଶାଳା କରାଯାଇଥିଲା । ଏହି ଆହ୍ୱାନ ଦେଶର ସାଇବର ସୁରକ୍ଷା କ୍ଷମତାକୁ ମଜବୁତ କରିବା ଏବଂ ଲୋକ ତଥା ସମାଜର ଲାଭ ପାଇଁ ସମାଧାନର ବିକାଶ ଉପରେ ଧ୍ୟାନ ଦେଇଥିଲା ।
ଗ୍ରାଣ୍ଡ ଚ୍ୟାଲେଞ୍ଜ ବିଷୟରେ ଅଧିକ ଜାଣନ୍ତୁ : https://innovate.mygov.in/cyber-security-grand-challenge/
HS
(ରିଲିଜ ଆଡି: 1772764)
ପରିଦର୍ଶକ କାଉଣ୍ଟର : 163