ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫାଷ୍ଟ ସୋଲାର ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମାର୍କ ୱିଡମାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ପୋଷ୍ଟ କରାଯିବା ଦିନାଙ୍କ:
23 SEP 2021 8:46PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫାଷ୍ଟ ସୋଲାର ସିଇଓ ଶ୍ରୀ ମାର୍କ ୱିଡମାରଙ୍କୁ ଭେଟିଛନ୍ତି ।
ସେମାନେ ଭାରତର ଅକ୍ଷୟ ଶକ୍ତି ଦୃଶ୍ୟପଟ୍ଟ, ବିଶେଷକରି ସୌର ଶକ୍ତି ସମ୍ଭାବନା ଏବଂ ୨୦୩୦ ସୁଦ୍ଧା ଅକ୍ଷୟଶକ୍ତି ଉତ୍ସରୁ ୪୫୦ ଗିଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ଆମର ଥିବା ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ । ଫାଷ୍ଟ ସୋଲାର ତାହାର ଥିନ୍-ଫିଲ୍ମ ଜ୍ଞାନକୌଶଳ ବ୍ୟବହାର କରି ଭାରତରେ ଉତ୍ପାଦନ ସୁବିଧା ପ୍ରତିଷ୍ଠା ପାଇଁ ନିକଟରେ ଆରମ୍ଭ ହୋଇଥିବା ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମ୍ରୁ ଲାଭ ଉଠାଇବା ସହିତ ଭାରତକୁ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକୀକୃତ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା ।
HS
(ରିଲିଜ ଆଡି: 1757515)
ପରିଦର୍ଶକ କାଉଣ୍ଟର : 235
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam