ଔଦ୍ୟୋଗିକ ବ୍ୟାପାର ମନ୍ତ୍ରଣାଳୟ

ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଏବଂ ଚାମ୍ବର ଅଫ୍ ଅଡିଟର୍ସ ଅଫ୍ ରିପବ୍ଲିକ୍ ଅଫ୍ ଆଜେରବାଇଜାନ (ସିଏଏଆର) ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟ୍ ଅନୁମୋଦନ କରିଛି

Posted On: 08 SEP 2021 2:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଏବଂ ଚାମ୍ବର ଅଫ୍ ଅଡିଟର୍ସ ଅଫ୍ ରିପବ୍ଲିକ୍ ଅଫ୍ ଆଜେରବାଇଜାନ (ସିଏଏଆର) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ଅନୁମୋଦନ କରିଛି

ବିବରଣୀ:

ଆଇସିଏଆଇ ଏବଂ ଚାମ୍ବର ଅଫ୍ ଅଡିଟର୍ସ ଅଫ୍ ରିପବ୍ଲିକ୍ ଅଫ୍ ଆଜେରବାଇଜାନ୍ (ସିଏଏଆର) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ସଦସ୍ୟ ପରିଚାଳନା, ବୃତ୍ତିଗତ ନୈତିକତା, ବୈଷୟିକ ଗବେଷଣା, ସିପିଡି, ବୃତ୍ତିଗତ ଆକାଉଣ୍ଟାନ୍ସି ପ୍ରଶିକ୍ଷଣ, ଗୁଣାତ୍ମକ ମନିଟରିଂ, ଆକାଉଣ୍ଟିଂ ଜ୍ଞାନର ଅଗ୍ରଗତି, ବୃତ୍ତିଗତ ଏବଂ ବୌଦ୍ଧିକ ବିକାଶ ଆଦି କ୍ଷେତ୍ରରେ ପାରସ୍ପରିକ ସହଯୋଗ ପ୍ରତିଷ୍ଠା କରିବାରେ ସହାୟକ ହେବ

କାର୍ଯ୍ୟାନ୍ୱୟନ କୌଶଳ ଏବଂ ଲକ୍ଷ୍ୟ:

ଉଭୟ ଆସିଏଆଇ ଏବଂ ସିଏଏଆର ଅଡିଟ୍‌, ଫାଇନାନ୍ସ ଏବଂ ଆକାଉଣ୍ଟିଂ ବୃତ୍ତିଧାରୀମାନଙ୍କ ତାଲିମ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବାକୁ ଇଚ୍ଛା କରନ୍ତି   ଆଇସିଏଆଇ ଏବଂ ସିଏଏଆର ବୃତ୍ତିଗତ ସଂଗଠନ ଦ୍ୱାରା ପ୍ରକାଶିତ ପୁସ୍ତକ, ପତ୍ରିକା ଏବଂ ଅନ୍ୟାନ୍ୟ ପ୍ରକାଶନ, ପତ୍ରିକାର ଆଦାନ ପ୍ରଦାନ, ପାର୍ଟିର ୱେବସାଇଟରେ ଅଡିଟ୍ ଏବଂ ଆକାଉଣ୍ଟିଂ ଉପରେ ପ୍ରବନ୍ଧର ପାରସ୍ପରିକ ପ୍ରକାଶନ, ମିଳିତ ଆଲୋଚନାଚକ୍ର, ସମ୍ମିଳନୀ, ରାଉଣ୍ଡ ଟେବୁଲ୍‌, ଅଡିଟ ବିକାଶ, ଫାଇନାନ୍ସ ଏବଂ ଆକାଉଣ୍ଟିଂ ଉପରେ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଆଗ୍ରହ କରେ ଆଇସିଏଆଇ ଏବଂ ସିଏଏଆର ଅଡିଟ୍ ଏବଂ ଆକାଉଣ୍ଟିଂ କ୍ଷେତ୍ରରେ ନୂତନ ଅଭିନବ ପଦ୍ଧତିର ପ୍ରୟୋଗ, ବ୍ଲକ୍ଚେନ୍ ଆପ୍ଲିକେଶନ, ସ୍ମାର୍ଟ ଯୋଗାଯୋଗ ବ୍ୟବସ୍ଥା, ପାରମ୍ପାରିକ ଆକାଉଣ୍ଟିଂରୁ କ୍ଲାଉଡ୍ ଆକାଉଣ୍ଟିଂକୁ ନେଇ ଅଧ୍ୟୟନ କରିବାକୁ ଇଚ୍ଛା କରେ ଏବଂ ଦୁର୍ନୀତି ଅର୍ଥ ହେରଫେର ବିରୋଧରେ ଲଢେଇରେ ମିଳିତ ସହଯୋଗ କରିବାକୁ ମଧ୍ୟ ଆଗ୍ରହୀ

ପ୍ରଭାବ:

ଆଇସିଏଆଇ ସଦସ୍ୟମାନେ ଦେଶର ବିଭିନ୍ନ ସଂଗଠନରେ ମଧ୍ୟମରୁ ଉଚ୍ଚ ସ୍ତରୀୟ ପଦବୀରେ ରହିଛନ୍ତି ଏବଂ ଏକ ଦେଶର ସଂପୃକ୍ତ ସଂଗଠନର ନିଷ୍ପତ୍ତି / ନୀତି ର୍ନିଣ୍ଣୟ ଉପରେ ପ୍ରଭାବ ପକାଇ ପାରିବେ ଏହି ବୁଝାମଣାପତ୍ର ଜ୍ଞାନର ଆଦାନପ୍ରଦାନ ପ୍ରତି ଧ୍ୟାନ ଦେବ ଏବଂ ଆକାଉଣ୍ଟାନ୍ସି କ୍ଷେତ୍ରରେ ନୂତନ ଅଭିନବ ପଦ୍ଧତି ଏବଂ ପ୍ରଯୁକ୍ତିର ପ୍ରୟୋଗ ସହିତ ଉଭୟ ପ୍ରାଧିକରଣରେ ସର୍ବୋତ୍ତମ ଅଭ୍ୟାସକୁ ମଝବୁତ କରିବ

ଉପକାରିତା:

ଆଇସିଏଆଇର ସଦସ୍ୟମାନେ ଦେଶର ବିଭିନ୍ନ ସଂଗଠନରେ ମଧ୍ୟମରୁ ଉଚ୍ଚ ସ୍ତରୀୟ ପଦବୀରେ ରହିଛନ୍ତି ଏବଂ କୌଣସି ଦେଶର ନିଷ୍ପତ୍ତି / ନୀତି ନିର୍ଦ୍ଧାରଣ କୌଶଳ ଉପରେ ଏହି ସଂଗଠନ ପ୍ରଭାବ ପକାଇ ପାରିବ   ବିଶ୍ୱର ୪୫ ଟି ଦେଶର ୬୯ ଟି ସହରରେ ଚାପ୍ଟର ଏବଂ ପ୍ରତିନିଧି କାର୍ଯ୍ୟାଳୟର ବିସ୍ତୃତ ନେଟୱାର୍କ ମାଧ୍ୟମରେ ଆଇସିଏଆଇ ନିଜ ଦେଶରେ ପ୍ରଚଳିତ ଅଭ୍ୟାସ ବଣ୍ଟନ କରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ ଅଟେ ଯାହା ଦ୍ୱାରା ଭାରତ ସରକାର ସେମାନଙ୍କ ଦ୍ୱାରା ଅନୁସରଣ କରାଯାଉଥିବା ସର୍ବୋତ୍ତମ ଅଭ୍ୟାସ ଗ୍ରହଣ କରି ବିଦେଶୀ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ଏବଂ ସେମାନଙ୍କୁ ଭାରତରେ ସେଟଅପ୍ ପ୍ରତିଷ୍ଠା କରିବାକୁ ଉତ୍ସାହିତ କରିପାରିବେ ଏହି ଏମଓୟୁ ସହିତ, ଆଇସିଏଆଇ ଆକାଉଣ୍ଟାନ୍ସି ବୃତ୍ତିରେ ସେବା ରପ୍ତାନି ଯୋଗାଇ ଆଜେରବାଇଜାନ ସହ ସହଭାଗିତାକୁ ମଜବୁତ କରିବାକୁ ସମର୍ଥ ହେବ

ପୃଷ୍ଠଭୂମି:

ଇନଷ୍ଟିଟ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ହେଉଛି ଭାରତରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ବୃତ୍ତିକୁ ନିୟନ୍ତ୍ରଣ ପାଇଁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଆକ୍ଟ, ୧୯୪୯ ଅନୁଯାୟୀ ପ୍ରତିଷ୍ଠିତ ଏକ ସଂସ୍ଥା ଆଇସିଏଆଇ ଶିକ୍ଷା, ବୃତ୍ତିଗତ ବିକାଶ, ଉଚ୍ଚ ଆକାଉଣ୍ଟିଂର ରକ୍ଷଣାବେକ୍ଷଣ, ଅଡିଟ୍ ଏବଂ ବୌଦ୍ଧିକ ମାନଦଣ୍ଡରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ବୃତ୍ତିକୁ ଆଗକୁ ବଢାଇବାରେ ବହୁ ଅବଦାନ ରଖିଛି, ଯାହା ସର୍ବଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଆଜେରବାଇଜାନର ରିପବ୍ଲିକ୍ ଅଫ୍ ଅଡିଟର ବୃତ୍ତିକୁ ନିୟନ୍ତ୍ରଣ କରିବା ପାଇଁ ୨୦୦୪ ରେ ସଂଶୋଧିତ ହୋଇଥିବା ୧୯୯୪ ରେ ଅଡିଟ୍ ଅଫ୍ ଆଇନ୍ ଅନୁଯାୟୀ ଚାମ୍ବର ଅଫ୍ ଅଡିଟର ଅଫ୍ଦି ରିପ୍ଲବିକ ଅଫ୍ଆଜେରବାଇଜାନ (ସିଏଏଆର) ପ୍ରତିଷ୍ଠା କରାଯାଇଥିଲା

 

HS



(Release ID: 1753248) Visitor Counter : 133