କୋଇଲା ମନ୍ତ୍ରଣାଳୟ

କୋଲ ଇଣ୍ଡିଆ ଲିମିଟେଡର ଏମସିଏଲ ଠାରେ ଇନୋଭେଟିଭ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ (ଆରପିଏଏସ) ବ୍ୟବସ୍ଥା ଉଦଘାଟିତ

ଏହି ପ୍ରୟାସ ଇଣ୍ଟରନେଟ ଜରିଆରେ ରିଅଲ-ଟାଇମ ଭିଡିଓ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ କରିବ ଏବଂ ଖଣିରେ ଡ୍ରୋନର ସମ୍ଭାବ୍ୟ ଉପଯୋଗ ପାଇଁ ମାର୍ଗ ପ୍ରଶସ୍ତ କରିବ

ପ୍ରଥମ ମାଇଲ ସଂଯୋଗ ପ୍ରକଳ୍ପ - ଲଜକୁରା ସାଇଲୋ ପାଇଁ ଶିଳାନ୍ୟାସ; ଏହାଦ୍ବାରା ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ)ରେ ୧୫ ମିଲିୟନ ଟନ ପ୍ରେରଣ କ୍ଷମତା ବୃଦ୍ଧି ପାଇବ

Posted On: 02 SEP 2021 5:47PM by PIB Bhubaneshwar

ପ୍ରଥମ ଥର ପାଇଁ କୋଇଲା ମନ୍ତ୍ରଣାଳୟ ଅଧୀନ କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ)ରେ  ଇନୋଭେଟିଭ୍‌ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ (ଆରପିଏଏସ) ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ)ରେ ଏହି ବ୍ୟବସ୍ଥାକୁ ଗତକାଲି ଉଦଘାଟନ କରାଯାଇଛି।

ଏହାକୁ ଏମସିଏଲର ଇନୋଭେସନ ସେଲ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ବାରା ଡିଜାଇନ କରାଯାଇଛି। ରିମୋଟ ମନିଟରିଂ ପାଇଁ “ବିହଙ୍ଗମ” ନାମରେ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ମୁମ୍ବାଇସ୍ଥିତ ଡ୍ରୋନ ନିର୍ମାଣ, ରୋବୋଟିକ୍ସ ଏବଂ ଅଟୋମେସନ ଷ୍ଟାର୍ଟଅପ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି।

ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଏହି ପ୍ରୟାସ ଦ୍ବାରା କମ୍ପାନୀ ଇଣ୍ଟରନେଟ ମାଧ୍ୟମରେ ରିୟଲ-ଟାଇମ ଭିଡିଓ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହୋଇପାରିବ। ସେହିପରି ଖଣିରେ ଡ୍ରୋନ ଏବଂ ଅନ୍ୟ ଆନୁସଙ୍ଗିକ ଉପକରଣର ସମ୍ଭାବ୍ୟ ଉପଯୋଗ ପାଇଁ ଏହା ମାର୍ଗ ପ୍ରଶସ୍ତ କରିବ।

କୋଲ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ ଅଗ୍ରଓ୍ବାଲ ୨୮୫.୦୫ କୋଟି ଟଙ୍କାର ପ୍ରଥମ ମାଇଲ ସଂଯୋଗ (ଏଫଏମସି) ପ୍ରକଳ୍ପ-ଲକଜୁରା ସାଇଲୋର ଶିଳାନ୍ୟାସ କରିଛନ୍ତି। ଏହାଦ୍ବାରା ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ)ର ବାର୍ଷିକ କୋଇଲା ପ୍ରେରଣ କ୍ଷମତା ୧୫ ମିଲିୟନ ଟନ ପର୍ଯ୍ୟନ୍ତ ବୃଦ୍ଧି ପାଇବ। କୋଲ ଇଣ୍ଡିଆ ଅଧ୍ୟକ୍ଷ ମଧ୍ୟ ସମଲେଶ୍ବରୀ ଓଏସପିରେ ଚାରିଟି ଶହେ ଟନ ଡମ୍ପର ଏବଂ ଗୋଟିଏ ମୋବାଇଲ ଜଳ ସିଞ୍ଚନ ସେବାର ଶୁଭାରମ୍ଭ କରିଥିଲେ।

ଦୀର୍ଘସ୍ଥାୟୀ ଖନନ ଲକ୍ଷ୍ୟକୁ ଆଗକୁ ବଢ଼ାଇ, ଏମସିଏଲ ମୋଟ ୩,୬୦୦ କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ ଜରିଆରେ ପ୍ରଦୂଷଣମୁକ୍ତ ଅତ୍ୟାଧୁନିକ ରେକ ଲୋଡିଂ ସିଷ୍ଟମ ପ୍ରଦାନ କରିବା ଲାଗି ନଅଟି ଏମଏମସି ପ୍ରକଳ୍ପ କାର୍ଯ୍ୟକାରୀ କରିଛି। ଏହାଦ୍ବାରା ବାର୍ଷିକ ୧୨୬ ମିଲିୟନ ଟନ ପ୍ରେରଣ କ୍ଷମତା ବୃଦ୍ଧି ପାଇବ, ଏହା ୨୦୨୪ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି।

ଏମସିଏଲ ୧୯୯୯ରେ ପରିବେଶ ଅନୁକୂଳ ଭୂତଳ ଖଣିଜ ପ୍ରଯୁକ୍ତି ପ୍ରଚଳନ କରିବାରେ ପ୍ରଥମ କୋଇଲା କମ୍ପାନୀ ଥିଲା। ୬୬ ସରଫେସ ମାଇନର୍ସମାନଙ୍କୁ ନେଇ ସବୁଠୁ ବଡ଼ କୋଇଲା କମ୍ପାନୀ ଭାବେ ଏମସିଏଲ ମୋଟ କୋଇଲା ଉତ୍ପାଦନରେ ୯୫ ପ୍ରତିଶତ ଯୋଗଦାନ ଦେଇଥାଏ।

 

**********

P.S.

 



(Release ID: 1751569) Visitor Counter : 178


Read this release in: English , Urdu , Hindi