ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଟିକାକରଣ ଅପଡେଟ୍

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୪୫.୭୩ କୋଟିରୁ ଅଧିକ ଟିକା ଡୋଜ୍ ପ୍ରଦାନ କରାଯାଇଛି

ଏବେ ବି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଘରୋଇ ହସ୍ପିଟାଲଗୁଡ଼ିକ ପାଖରେ ୨.୨୮ କୋଟିରୁ ଅଧିକ ବଳକା ତଥା ଅବ୍ୟବହୃତ ଡୋଜ୍ ଉପଲବ୍ଧ ରହିଛି

ପୋଷ୍ଟ କରାଯିବା ଦିନାଙ୍କ: 27 JUL 2021 9:38AM by PIB Bhubaneswar

କେନ୍ଦ୍ର ସରକାର ଦେଶବ୍ୟାପୀ କୋଭିଡ-୧୯ ଟିକାକରଣ ଗତିକୁ ତ୍ୱରାନ୍ୱିତ ତଥା ସମ୍ପ୍ରସାରଣ ପାଇଁ ପ୍ରତିଶ୍ରୁତିବଦ୍ଧ । କୋଭିଡ-୧୯ ଟିକାକରଣ ସାର୍ବଜନିନକରଣର ନୂଆ ପର୍ଯ୍ୟାୟ ୨୦୨୧ ଜୁନ୍ ୨୧ରୁ ଆରମ୍ଭ ହୋଇଛି । ଟିକାକରଣ ଅଭିଯାନ ଜରିଆରେ ଅଧିକ ଟିକା ଉପଲବ୍ଧ ସହିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଟିକାକରଣ ଉପଲବ୍ଧତାର ଆଗୁଆ ସୂଚନା ଦିଆଯାଇଛି, ଯଦ୍ୱାରା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଉନ୍ନତ ଯୋଜନା ପ୍ରସ୍ତୁତ କରିପାରିବେ ଏବଂ ଟିକାଗୁଡ଼ିକର ଯୋଗାଣ ଶୃଙ୍ଖଳ ସୁବ୍ୟବସ୍ଥିତ ହୋଇପାରିବ ।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନୁସାରେ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ କୋଭିଡ ଟିକା ଉପଲବ୍ଧ କରାଇ ସେମାନଙ୍କୁ ସହାୟତା ଯୋଗାଇ ଦେଉଛି । ସମସ୍ତଙ୍କୁ ଟିକା ଉପଲବ୍ଧ କରାଇବା ସହ ଜଡ଼ିତ କୋଭିଡ-୧୯ ଟିକାକରଣ ଅଭିଯାନର ନୂଆ ପର୍ଯ୍ୟାୟରେ କେନ୍ଦ୍ର ସରକାର ଦେଶରେ ଟିକା କମ୍ପାନିଗୁଡ଼ିକ ଦ୍ୱାରା ଉତ୍ପାଦିତ ୭୫% ଟିକା କିଣିବ ଏବଂ ତାହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ଯୋଗାଇଦେବ ।

ଟିକା ଡୋଜ୍                       (୨୦୨୧ ଜୁଲାଇ ୨୭ ସୁଦ୍ଧା)

ଯୋଗାଯାଇଛି                    ୪୫,୭୩,୩୦,୧୧୦

ଯୋଗାଣ ପାଇଁ ପ୍ରସ୍ତୁତ            ୨୪,୧୧,୦୦୦

ବ୍ୟବହାର                         ୪୩,୮୦,୪୬,୮୪୪

ବଳକା ଉପଲବ୍ଧ                  ୨,୨୮,୨୭,୯୫୯

 

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏ ପର୍ଯ୍ୟନ୍ତ ସମସ୍ତ ଉତ୍ସ ଜରିଆରେ ୪୫.୭୩ କୋଟିରୁ ଅଧିକ (୪୫,୭୩,୩୦,୧୧୦) ଟିକା ଡୋଜ୍ ପ୍ରଦାନ କରାଯାଇ ସାରିଲାଣି ଏବଂ ଆହୁରି ୨୪,୧୧,୦୦୦ ଡୋଜ ଯୋଗାଣ ପାଇଁ ପ୍ରସ୍ତୁତ ରହିଛି ।

ଏଥିରୁ, ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ୪୩,୮୦,୪୬,୮୪୪ ଡୋଜ ବ୍ୟବହାର କରାଯାଇଛି (ଆଜି ସକାଳ ୮ଟାରେ ଉପଲବ୍ଧ ତଥ୍ୟ ଅନୁସାରେ) ।

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଘରୋଇ ହସ୍ପିଟାଲଗୁଡ଼ିକ ପାଖରେ ବର୍ତ୍ତମାନ ୨.୨୮ କୋଟିରୁ ଅଧିକ (୨,୨୮,୨୭,୯୫୯) ବଳକା ଏବଂ ଅବ୍ୟବହୃତ କୋଭିଡ ଟିକା ଡୋଜ ଉପଲବ୍ଧ ରହିଛି ।

 

SR


(ରିଲିଜ ଆଡି: 1739487) ପରିଦର୍ଶକ କାଉଣ୍ଟର : 301