ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଟିକାକରଣ ଅପଡେଟ୍

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୪୫.୭୩ କୋଟିରୁ ଅଧିକ ଟିକା ଡୋଜ୍ ପ୍ରଦାନ କରାଯାଇଛି

ଏବେ ବି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଘରୋଇ ହସ୍ପିଟାଲଗୁଡ଼ିକ ପାଖରେ ୨.୨୮ କୋଟିରୁ ଅଧିକ ବଳକା ତଥା ଅବ୍ୟବହୃତ ଡୋଜ୍ ଉପଲବ୍ଧ ରହିଛି

प्रविष्टि तिथि: 27 JUL 2021 9:38AM by PIB Bhubaneshwar

କେନ୍ଦ୍ର ସରକାର ଦେଶବ୍ୟାପୀ କୋଭିଡ-୧୯ ଟିକାକରଣ ଗତିକୁ ତ୍ୱରାନ୍ୱିତ ତଥା ସମ୍ପ୍ରସାରଣ ପାଇଁ ପ୍ରତିଶ୍ରୁତିବଦ୍ଧ କୋଭିଡ-୧୯ ଟିକାକରଣ ସାର୍ବଜନିନକରଣର ନୂଆ ପର୍ଯ୍ୟାୟ ୨୦୨୧ ଜୁନ୍ ୨୧ରୁ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ ଜରିଆରେ ଅଧିକ ଟିକା ଉପଲବ୍ଧ ସହିତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଟିକାକରଣ ଉପଲବ୍ଧତାର ଆଗୁଆ ସୂଚନା ଦିଆଯାଇଛି, ଯଦ୍ୱାରା ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଉନ୍ନତ ଯୋଜନା ପ୍ରସ୍ତୁତ କରିପାରିବେ ଏବଂ ଟିକାଗୁଡ଼ିକର ଯୋଗାଣ ଶୃଙ୍ଖଳ ସୁବ୍ୟବସ୍ଥିତ ହୋଇପାରିବ

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନୁସାରେ ଭାରତ ସରକାର ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ କୋଭିଡ ଟିକା ଉପଲବ୍ଧ କରାଇ ସେମାନଙ୍କୁ ସହାୟତା ଯୋଗାଇ ଦେଉଛି ସମସ୍ତଙ୍କୁ ଟିକା ଉପଲବ୍ଧ କରାଇବା ସହ ଜଡ଼ିତ କୋଭିଡ-୧୯ ଟିକାକରଣ ଅଭିଯାନର ନୂଆ ପର୍ଯ୍ୟାୟରେ କେନ୍ଦ୍ର ସରକାର ଦେଶରେ ଟିକା କମ୍ପାନିଗୁଡ଼ିକ ଦ୍ୱାରା ଉତ୍ପାଦିତ ୭୫% ଟିକା କିଣିବ ଏବଂ ତାହାକୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ଯୋଗାଇଦେବ

ଟିକା ଡୋଜ୍                       (୨୦୨୧ ଜୁଲାଇ ୨୭ ସୁଦ୍ଧା)

ଯୋଗାଯାଇଛି                    ୪୫,୭୩,୩୦,୧୧୦

ଯୋଗାଣ ପାଇଁ ପ୍ରସ୍ତୁତ            ୨୪,୧୧,୦୦୦

ବ୍ୟବହାର                         ୪୩,୮୦,୪୬,୮୪୪

ବଳକା ଉପଲବ୍ଧ                  ,୨୮,୨୭,୯୫୯

 

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପର୍ଯ୍ୟନ୍ତ ସମସ୍ତ ଉତ୍ସ ଜରିଆରେ ୪୫.୭୩ କୋଟିରୁ ଅଧିକ (୪୫,୭୩,୩୦,୧୧୦) ଟିକା ଡୋଜ୍ ପ୍ରଦାନ କରାଯାଇ ସାରିଲାଣି ଏବଂ ଆହୁରି ୨୪,୧୧,୦୦୦ ଡୋଜ ଯୋଗାଣ ପାଇଁ ପ୍ରସ୍ତୁତ ରହିଛି

ଏଥିରୁ, ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ୪୩,୮୦,୪୬,୮୪୪ ଡୋଜ ବ୍ୟବହାର କରାଯାଇଛି (ଆଜି ସକାଳ ୮ଟାରେ ଉପଲବ୍ଧ ତଥ୍ୟ ଅନୁସାରେ)

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଘରୋଇ ହସ୍ପିଟାଲଗୁଡ଼ିକ ପାଖରେ ବର୍ତ୍ତମାନ .୨୮ କୋଟିରୁ ଅଧିକ (,୨୮,୨୭,୯୫୯) ବଳକା ଏବଂ ଅବ୍ୟବହୃତ କୋଭିଡ ଟିକା ଡୋଜ ଉପଲବ୍ଧ ରହିଛି

 

SR


(रिलीज़ आईडी: 1739487) आगंतुक पटल : 276
इस विज्ञप्ति को इन भाषाओं में पढ़ें: Urdu , Malayalam , English , Marathi , हिन्दी , Bengali , Punjabi , Gujarati , Tamil , Telugu , Kannada