ରେଳ ମନ୍ତ୍ରଣାଳୟ

ଅମ୍ଳଜାନ ପଠାଇବାରେ ସବୁଠାରୁ ଆଗରେ ଝାଡଖଣ୍ଡ, ଓଡିଶା ଏବଂ ଗୁଜରାଟ

ଝାଡଖଣ୍ଡରୁ ଅମ୍ଳଜାନ ଏକ୍ସପ୍ରେସ ରେ ୮୦୨୫ ମେଟ୍ରିକ ଟନ୍ ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ), ଓଡିଶାରୁ ୭୧୦୨ ମେଟ୍ରିକ ଟନ୍‌(ଏଲଏମଓ), ଗୁଜରାଟରୁ ୬୩୮୪ ମେଟ୍ରିକ ଟନ୍‌, ପଶ୍ଚିମବଙ୍ଗରୁ ୧୩୬୦, ମହାରାଷ୍ଟ୍ରରୁ ୪୮୮ଟନ୍‌, ଛତିଶଗଡରୁ ୧୬୪ଟନ ଓ ଆନ୍ଧ୍ରପ୍ରଦେଶରୁ ୧୬୪ ମେଟ୍ରିକ ଟନ୍ (ଏଲଏମଓ) ଦେଶର ବିଭିନ୍ନ ସ୍ଥାନକୁ ପଠାଯାଇଛି ।

ଦେଶରେ ବିଭିନ୍ନ ସ୍ଥାନକୁ ୨୩୭୪୧ ମେଟ୍ରିକ ଟନ୍‌ରୁ ଅଧିକ ଅମ୍ଳଜାନ ପଠାଯାଇଛି । ୩୪୪ ଅମ୍ଳଜାନ ଏକ୍ସପ୍ରେସ ଯୋଗେ ଦେଶର ବିଭିନ୍ନ ସ୍ଥାନକୁ ଏହା ପଠାଯାଇଛି ।

ଦେଶର ବିଭିନ୍ନ ସ୍ଥାନକୁ ୨୩ହଜାର ୭୪୧ ମେଟ୍ରିକ ଟନ୍‌ରୁ ଅଧିକ ଅମ୍ଳଜାନ ପଠାଯାଇଛି । ୩୪୪ଅମ୍ଳଜାନ ଏକ୍ସପ୍ରେସ ଯୋଗେ ଦେଶର ବିଭିନ୍ନ ସ୍ଥାନକୁ ଏହା ପଠାଯାଇଛି ।

ଅମ୍ଳଜାନ ଏକ୍ସପ୍ରେସ ୧୪୦୫ଟି ଟ୍ୟାଙ୍କରରେ (ଏଲଏମଓ) ପରିବହନ କରି ୧୫ଟି ରାଜ୍ୟ ପାଇଁ ଆଣିଛନ୍ତି ଆଶ୍ୱସ୍ତି

ମହାରାଷ୍ଟ୍ରକୁ ୬୧୪ ମେଟ୍ରିକ ଟନ୍ ଅମ୍ଳଜାନ, ଉତ୍ତରପ୍ରଦେଶକୁ ପାଖାପାଖି ୩୭୯୭ଏମଟି, ମଧ୍ୟପ୍ରଦେଶକୁ ୬୫୬ଏମଟି, ଦିଲ୍ଲୀକୁ ୫୬୯୨ଏମଟି, ରାଜସ୍ଥାନକୁ ୯୮ଏମଟି, କର୍ଣ୍ଣାଟକକୁ ୨୬୭ଏମ୍‌ଟି, ପଞ୍ଜାବକୁ ୨୨୫ଏମଟି , ଉତ୍ତରାଖଣ୍ଡକୁ ୩୨୦ଏମଟି, ତାମିଲନାଡୁ ୨୩୪୮ଏମଟି, ଆନ୍ଧ୍ରପ୍ରଦେଶକୁ ୨୨୭୯ଏମଟି, ପଞ୍ଜାବକୁ ୨୨୫ଏମଟି, କେରଳକୁ ୫୧୩ ଏମଟି, ତେଲେଙ୍ଗାନାକୁ୨୦୨୬ଏମଟି, ଝାଡଖଣ୍ଡକୁ ୩୮ଏମଟି, ଓ ଆସାମକୁ ୩୨୦ ଏମଟି, ଏଲଏମଓ ପଠାଯାଇଛି ।

Posted On: 02 JUN 2021 6:31PM by PIB Bhubaneshwar

ଅନେକ ବାଧାବିଘ୍ନ ସତ୍ୱେ ଭାରତୀୟ ରେଳବାଇ ଦେଶର ବିଭିନ୍ନ ରାଜ୍ୟରେ ତରଳ ମେଡିକାଲ ଅମ୍ଳଜାନ ଏଲଏମଓ ଟ୍ୟାଙ୍କର ପହଂଚାଇ ସେହି ରାଜ୍ୟଗୁଡିକୁ ଆଶ୍ୱସ୍ତ କରିଛନ୍ତି । ଦେଶର ବିଭିନ୍ନ ରାଜ୍ୟକୁ ଭାରତୀୟ ରେଳବାଇ ୨୩ହଜାର ୭୪୧ ମେଟିକ ଟନ୍ ଏଲଏମଓ, ୧୪୦୫ରୁ ଅଧିକ ଟ୍ୟାଙ୍କର ଯୋଗେ ଯୋଗାଇ ଦେଉଛି । ଏଠାରେ ସୂଚନାଯୋଗ୍ୟ ଯେ ୩୪୪ ଅମ୍ଳଜାନ ଏକ୍ସପ୍ରେସ ଦେଶବ୍ୟାପୀ ଏହି ଏଲଏମଓ ପହଞ୍ଚାଇବାରେ ସହାୟତା କରିଛନ୍ତି । 

 ଏପର୍ଯ୍ୟନ୍ତ ଅମ୍ଳଜାନ ଏକ୍ସପ୍ରେସ ୮୦୨୫ଏମ.ଟି ଝାଡଖଣ୍ଡରୁ, ୭୧୦୨ ଏମ.ଟି. ଓଡିଶାରୁ, ୬୩୮୪ ଏମ.ଟି ଗୁଜରାଟରୁ, ୧୩୬୦ଏମ.ଟି ପଶ୍ଚିମବଙ୍ଗରୁ, ୪୮୮ ଏମ.ଟି ମହାରାଷ୍ଟ୍ରରୁ, ୨୧୮ଏମ.ଟି. ଛତିଶଗଡରୁ ଓ ୧୬୪ ଏମ.ଟି. ଏଲଏମଓ ଆନ୍ଧ୍ରପ୍ରଦେଶରୁ ବିଭିନ୍ନ ରାଜ୍ୟରେ ପହଞ୍ଚାଇଛନ୍ତି ।  

 ଦେଶର କୋଣ ଅନୁକୋଣରୁ ଭାରତୀୟ ରେଳବାଇ ଅମ୍ଳଜାନ ସିଲିଣ୍ଡର ସଂଗ୍ରହ କରିଛି । ଯେପରିକି ପଶ୍ଚିମ ଭାରତର ହେପା, ବରୋଦା ଓ ମୁନ୍ଦ୍ରା, ପୂର୍ବାଞ୍ଚଳରୁ ରାଉରକେଲା, ଦୁର୍ଗାପୁର, ଟାଟାନଗର ଓ ଅନୁଗୋଳରୁ ଅମ୍ଳଜାନ ନେଇ ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଆସାମରେ ପହଞ୍ଚାଇଛନ୍ତି । ବର୍ତ୍ତମାନ ମଧ୍ୟ ୨୨ଟି ଟ୍ୟାଙ୍କରରେ ୪୨୦ଏମ.ଟି. ଏଲଏମଓ ଧରି ଛଅଟି ଅମ୍ଳଜାନ ଏକ୍ସପ୍ରେସ ତା’ର ଯାତ୍ରାପଥରେ ରହିଛି ।

 ଅମ୍ଳଜାନ ଏକ୍ସପ୍ରେସ ଜରିଆରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ତେଲଙ୍ଗାନା ଭଳି ଦକ୍ଷିଣାଞ୍ଚଳ ରାଜ୍ୟଗୁଡିକ ୨୦୦୦ମେଟ୍ରିକ ଟନ୍‌ରୁ ଅଧିକ ଏଲଏମଓ ପାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଆଜକୁ ୩୯ଦିନ ପୂର୍ବରୁ ଅମ୍ଳଜାନ ଏକ୍ସପ୍ରେସ ୨୪ ଏପ୍ରିଲରେ ପ୍ରଥମେ ୧୨୬ଏମ ଟି ଏଲଏମଓ ମହାରାଷ୍ଟ୍ରରେ ପହଞ୍ଚାଇଥିଲେ । 

 ଅନୁରୋଧକାରୀ ରାଜ୍ୟଗୁଡିକୁ ସବୁଠାରୁ କମ୍ ସମୟ ମଧ୍ୟରେ ଅମ୍ଳଜାନ ପହଞ୍ଚାଇବା ଗୁରୁଦାୟିତ୍ୱ ରେଳବାଇ ଉପରେ ନ୍ୟସ୍ତ ଥିଲା । ଅମ୍ଳଜାନ ଏକ୍ସପ୍ରେସ ୧୫ଟି ରାଜ୍ୟ ଯଥା ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ହରିୟାଣା, ତେଲେଙ୍ଗାନା, ପଞ୍ଜାବ, କେରଳ, ଦିଲ୍ଲୀ, ଉତ୍ତରପ୍ରଦେଶ,, ଝାଡଖଣ୍ଡ ଏବଂ ଆସାମ ।  

ବର୍ତ୍ତମାନ ସୁଦ୍ଧା ୬୧୪ଏମ.ଟି ଅମ୍ଳଜାନ, ମହାରାଷ୍ଟ୍ରରେ ପହଞ୍ଚାଯାଇଥିବାବେଳେ ପାଖାପାଖି ୩୭୯୭ ଏମ.ଟି ଉତ୍ତରପ୍ରଦେଶ, ୫୫୬ ମଧ୍ୟପ୍ରଦେଶ, ୫୬୯୨ ଏମ.ଟି ଦିଲ୍ଳୀ, ୨୧୩୫ ଏମ.ଟି. ହରିୟାଣା, ୯୮ଏମ.ଟି. ରାଜସ୍ଥାନ, ୨୬୭୪ଏମ.ଟି. କର୍ଣ୍ଣାଟକ, ୩୨୦ଏମ.ଟି. ଉତ୍ତରାଖଣ୍ଡ , ୨୩୪୮ ଏମ.ଟି. ତାମିଲନାଡୁ, ୨୨୭୯ ଏମ.ଟି ଆନ୍ଧ୍ରପ୍ରଦେଶ, ୨୨୫ଏମ.ଟି. ପଞ୍ଜାବ, ୫୧୩ଏମ.ଟି. କେରଳ, ୨୦୨୬ଏମ.ଟି ତେଲେଙ୍ଗାନା, ୩୮ଏମ.ଟି. ଝାଡଖଣ୍ଡ ଓ ୩୨୦ ଏମ.ଟି ଆସାମରେ ପହଞ୍ଚାଯାଇଛି ।

 ୧୫ଟି ରାଜ୍ୟର ୩୯ଟି ସହର/ମହାନଗରୀରେ ଅମ୍ଳଜାନ ଏକ୍ସପ୍ରେସ ଏଲଏମଓ ପହଞ୍ଚାଇଛି । ସେ ସହରଗୁଡିକ ହେଲା ଉତ୍ତରପ୍ରଦେଶର ଲକ୍ଷ୍ନୌ, ବାରଣାସୀ, କାନପୁର, ବରେଲୀ, ଗୋରଖପୁର ଏବଂ ଆଗ୍ରା, ମଧ୍ୟପ୍ରଦେଶର ଜବଲପୁର,ସାଗର, କଟନୀ, ଭୋପାଳ, ମହାରାଷ୍ଟ୍ରର ନାଗପୁର, ନାସିକ, ପୁଣେ, ମୁମ୍ବାଇ, ଓ ସୋଲାପୁର । ତେଲେଙ୍ଗାନାର ହାଇଦ୍ରାବାଦ, ହରିୟାଣାର ପରିଦାବାଦା ଓ ଗୁରୁଗ୍ରାମ । ଦିଲ୍ଲୀର ତୁଘଲକାବାଦ, ଦିଲ୍ଲୀ କ୍ୟାଣ୍ଟ ଓ ଓଖଲା । ରାଜସ୍ଥାନର କୋଟା ଓ କନକପରା, କର୍ଣ୍ଣାଟକର ବେଙ୍ଗାଲୁର, ଉତ୍ତରାଖଣ୍ଡର ଡେରାଡୁନ, ଆନ୍ଧ୍ରପ୍ରଦେଶର ନେଲୋର, ଗୁଣ୍ଟୁରୁ, ତାଡିପାଟ୍ରି ଓ ବିଶାଖାପାଟଣା, କେରଳର ଏର୍ଣ୍ଣାକୁଲମ୍‌, ତାମିଲନାଡୁର ତିରୁଭାଲୁର, ଚେନ୍ନାଇ, ତୁତିକୋରିନ୍‌, କୋଏମ୍ବାଟୁର ଏବଂ ମଦୁରା,ପଞ୍ଜାବର ଭାଟିଣ୍ଡା ଏବଂ ଫିଲାଉର, ଆସାମର କାମରୂପ ଓ ଝାଡଖଣ୍ଡର ରାଞ୍ଚି ।

 ଭାରତୀୟ ରେଳବାଇ ବିଭିନ୍ନ ଯାତ୍ରାପଥର ମାନଚିତ୍ର ଅନୁସାରେ ଆବଶ୍ୟକ ସ୍ଥାନରେ ଏଲଏମଓ ପହଚାଇଛି ଓ ଯେଉଁ ରାଜ୍ୟରୂ ଅଣାଯିବ ସେ ରାଜ୍ୟଗୁଡିକ ଭାରତୀୟ ରେଳବାଇକୁ ଏଲଏମଓ ଦେବାରେ ସହାୟତା କରିଛନ୍ତି । ଯେପରି କମ୍ ସମୟ ମଧ୍ୟରେ ଅମ୍ଳଜାନ ଟ୍ୟାଙ୍କର ଆବଶ୍ୟକତା ଅନୁସାରେ ପହଞ୍ଚିବ ସେ ଅନୁସାରେ ଭାରତୀୟ ରେଳବାଇ ବ୍ୟବସ୍ଥା କରିଛି । ଏହି ଏଲଏମଓ ମାଲ ପରିବହନ କାରୀ ଟ୍ରେନଗୁଡିକର ସାଧାରଣ ଗତି ଘଣ୍ଟାପ୍ରତି ୫୫ ରଖାଯାଇଛି । ନିର୍ଦ୍ଧାରିତ ସମୟରେ ଯେପରି ଟ୍ରେନଗୁଡିକ ପହଞ୍ଚିବ, ସେଥିପାଇଁ ଷ୍ଟାଫ ପରିବର୍ତ୍ତନ ପାଇଁ ଟେକ୍ନିକାଲ ରହଣି ସମୟ ମଧ୍ୟ ଗୋଟିଏ ମିନିଟ୍‌କୁ ହ୍ରାସ କରାଯାଇଛି । ଅମ୍ଳଜାନ ଏକ୍ସପ୍ରେସ ଯେପରି ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବ, ସେଥିପାଇଁ ଅତ୍ୟଧିକ ସତର୍କତା ଅବଲମ୍ବନ କରାଯାଇ ଏହି ଟ୍ରେନ ଗୁଡିକ ପାଇଁ ଟ୍ରାକ ମୁକ୍ତ ରଖାଯାଇଛି । ନୂତନ ଅମ୍ଳଜାନ ଏକ୍ସପ୍ରେସ ଯାତ୍ରା ଖୁବ୍ ଆହ୍ୱାନମୂଳକ ହୋଇଥିବାରୁ ଏହାର ସର୍ବଶେଷ ତଥ୍ୟ ସବୁବେଳେ ବିଶ୍ଳେଷଣ ମଧ୍ୟ କରାଯାଉଛି ।

 

*****

SM 



(Release ID: 1723926) Visitor Counter : 168