ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ

ଓଡ଼ିଶା, ତେଲଙ୍ଗାନା, ମାଡ୍ରାସ ଓ ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ପଦକୁ 4 ଜଣ ବିଚାରପତି ଉନ୍ନୀତ

Posted On: 31 DEC 2020 7:48PM by PIB Bhubaneshwar

ଭାରତର ରାଷ୍ଟ୍ରପତି, ଭାରତୀୟ ସମ୍ବିଧାନର ଧାରା 217 ଉପଧାରା 1 ଅନୁସାରେ ନିମ୍ନଲିଖିତ 4 ଜଣ ବିଚାରପତିଙ୍କୁ ହାଇକୋର୍ଟର ବିଚାପତିଭାବେ ଉନ୍ନୀତ କରିଛନ୍ତି । ସେମାନଙ୍କର ନାମ, କାର୍ଯ୍ୟ କରୁଥିବା ହାଇକୋର୍ଟ ଏବଂ ମୁଖ୍ୟ ବିଚାରପତିଭାବେ ନିଯୁକ୍ତ ହୋଇଥିବା ହାଇକୋର୍ଟର ନାମ ନିମ୍ନ ତାଲିକାରେ ପ୍ରଦାନ କରାଯାଇଛି ।

S. No.

Name of the Judge S/Shri Justice

Present High Court

High Court where appointed as Chief Justice

1

Dr. S. Muralidhar

Punjab & Haryana

Orissa

2

Ms. HimaKohli

Delhi

Telangana

3

Sanjib Banerjee

Calcutta

Madras

4

Pankaj Mithal

Allahabad

Jammu & Kashmir and

Ladakh

ନ୍ୟାୟ ବିଭାଗ ପକ୍ଷରୁ ଏହି ମର୍ମରେ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂପୃକ୍ତ ବିଚାରପତିମାନଙ୍କ ସଂକ୍ଷିପ୍ତ ପରିଚୟ ।

ଡ. ଜଷ୍ଟିସ ଏସ୍‍. ମୁରଲୀଧର, ବିଏସ୍‍ସି, ଏଲଏଲଏମ୍‍, ପିଏଚଡିଙ୍କ ଜନ୍ମ 1961 ଅଗଷ୍ଟ 8 ତାରିଖରେ । ସେ 1948 ସେପ୍‍ଟେମ୍ବର 12ରେ ଜଣେ ଆଡଭୋକେଟଭାବେ ପଞ୍ଜୀକୃତ ହୋଇଥିଲେ ଏବଂ ଚେନ୍ନଇ ସିଭିଲ କୋର୍ଟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ପରେ ସେ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଦେୱାନି, ଫୌଜଦାରୀ, ସାମ୍ବିଧାନିକ, ଶ୍ରମ, ନିର୍ବାଚନ, ଆର୍ବିଟ୍ରେସନ, ସାଧାରଣ ସ୍ୱାର୍ଥଜଡିତ ବିବାଦ, ମାନବ ଅଧିକାର, କଂପାନୀ ବ୍ୟାପାର, ଟିକସ ଓ ସର୍ଭିସ ମାମଲା ଆଦି ପରିଚାଳନା କରିଥିଲେ । ସାମ୍ବିଧାନିକ, ନିର୍ବାଚନ, ପିଆଇଏଲ୍‍, ଫୌଜଦାରୀ ଓ ମାନବାଧିକାର ମାମଲାଗୁଡିକ ପରିଚାଳନାରେ ତାଙ୍କର ସ୍ୱତନ୍ତ୍ର ବ୍ୟୁତ୍ପତ୍ତି ଥିଲା । ଭାରତୀୟ ନିର୍ବାଚନ ଆୟୋଗ, ଭାରତୀୟ ମାନବାଧିକାର କମିସନ, କେନ୍ଦ୍ରୀୟ ଭିଜିଲାନ୍‍ସ କମିସନ ଏବଂ ୟୁଜିସି  ଆଦିର ସେ ଓକିଲଭାବେ କାର୍ଯ୍ୟ କରିଥିଲେ । ସୁପ୍ରିମକୋର୍ଟ ଆଇନଗତ ସେବା କମିଟିର ସଦସ୍ୟଭାବେ 2000-2004 ପର୍ଯ୍ୟନ୍ତ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କର ରହିଛି । 2006 ମେ 29 ତାରିଖରେ ଦିଲ୍ଲୀ ହାଇକୋର୍ଟର ଜଣେ ଅତିରିକ୍ତ ବିଚାରପତିଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ଏହା ପରେ 2007 ଅଗଷ୍ଟ 29ରେ ସେ ସ୍ଥାୟୀ ବିଚାରପତିଭାବେ ଅବସ୍ଥାପିତ ହୋଇଥିଲେ । 2020 ମାର୍ଚ୍ଚ 6ରେ ସେ ହରିଆନା ହାଇକୋର୍ଟକୁ ବଦଳି ହୋଇଥିଲେ ।

ବିଚାରପତି କୁମାରୀ ହିମା କୋହଲିଙ୍କ ଶିକ୍ଷାଗତ ଯୋଗ୍ୟତା ଏମଏ ଏଲଏଲବି । ୧୯୫୯ ସେପ୍‍ଟେମ୍ବର 2ରେ ତାଙ୍କର ଜନ୍ମ । 1984 ସେପ୍‍ଟେମ୍ବର 20ରେ ସେ ଜଣେ ଆଡଭୋକେଟଭାବେ ପଞ୍ଜୀକୃତ ହୋଇଥିଲେ । ଦିଲ୍ଲୀ ହାଇକୋର୍ଟରେ ସେ ଦେୱାନି,  ସାମ୍ବିଧାନିକ, ଶ୍ରମ, କଂପାନୀ ଓ ସର୍ଭିସ ବ୍ୟାପାରରେ ବିଭିନ୍ନ ମାମଲା ପରିଚାଳନା କରୁଥିଲେ । ତାଙ୍କର ଦେୱାନି ମାମଲା ପରିଚାଳନାରେ ସ୍ୱତନ୍ତ୍ରତା ରହିଛି । 2006 ମେ 29ରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ଜଣେ ଅତିରିକ୍ତ ବିଚାରପତିଭାବେ ନିଯୁକ୍ତି ଦିଆଯାଇଥିଲା । 2007 ଅଗଷ୍ଟ 29ରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ ।

ଜଷ୍ଟିସ ପଙ୍କଜ ମିତ୍ତଲ ବି.କମ୍‍ ପରେ ଆଇନରେ ଡିଗ୍ରୀ ହାସଲ କରିଥିଲେ । 1961 ଜୁନ୍‍ 17ରେ ତାଙ୍କର ଜନ୍ମ । 1985 ସେପ୍‍ଟେମ୍ବର 22ରେ ଆଡଭୋକେଟଭାବେ ପଞ୍ଜୀକୃତ ହେବା ପରେ ସେ ଆହ୍ଲାବାଦ ହାଇକୋର୍ଟରେ ଦେୱାନି, ସାମ୍ବିଧାନିକ, ଶ୍ରମ ଓ ସର୍ଭିସ ମାମଲାଗୁଡିକ ଦୀର୍ଘ 20 ବର୍ଷ ପରିଚାଳନା କରିଥିଲେ । ଭୂମି ଅଧିଗ୍ରହଣ, ରେଣ୍ଟ କଣ୍ଟ୍ରୋଲ ଏବଂ ଶିକ୍ଷା ଆଦି ମାମଲା ପରିଚାଳନାରେ ତାଙ୍କର ବିଶେଷ ଅଭିଜ୍ଞତା ଓ ଦକ୍ଷତା ରହିଛି । 2006 ଜୁଲାଇ 7ରେ ସେ ଆହ୍ଲାବାଦ ହାଇକୋର୍ଟର ଅତିରିକ୍ତ ବିଚାରପତିଭାବେ ନିଯୁକ୍ତି ପାଇଥିଲେ ଏବଂ 2008 ଜୁଲାଇ 2ରେ ତାଙ୍କୁ ସ୍ଥାୟୀ ବିଚାରପତି କରାଯାଇଥିଲା ।

ବିଚାରପତି ଶ୍ରୀ ସଞ୍ଜୀବ ବାନାର୍ଜୀ ସମ୍ମାନ ସହ ବିଏସ୍‍ସିରେ ଡିଗ୍ରୀ ହାସଲ କରିବା ପରେ ଏଲଏଲବି କରିଥିଲେ । 1961 ନଭେମ୍ବର 2ରେ ତାଙ୍କର ଜନ୍ମ । 1990 ନଭେମ୍ବର 21ରେ ଜଣେ ଆଡଭୋକେଟଭାବେ ସେ ପଞ୍ଜୀକୃତ ହୋଇଥିଲେ ଏବଂ ତା ପରେ ସୁପ୍ରିମକୋର୍ଟ ଓ କଲକାତା ହାଇକୋର୍ଟରେ ମାମଲା ପରିଚାଳନା କରିଥିଲେ । ଦେୱାନି, କଂପାନୀ, ଆର୍ବିଟ୍ରେସନ ଏବଂ ସାମ୍ବିଧାନିକ ମାମଲାଗୁଡିକ ସେ ପରିଚାଳନା କରୁଥଲେ ହେଁ କଂପାନୀ ବ୍ୟାପାର, ବୌଦ୍ଧିକ ସ୍ୱତ୍ୱାଧିକାର ଏବଂ ଆର୍ବିଟ୍ରେସନ ଆଇନରେ ତାଙ୍କର ବିଶେଷତ୍ୱ ଥିଲା ।  କଲକାତା ହାଇକୋର୍ଟର ଜଣେ ସ୍ଥାୟୀ ବିଚାରପତିଭାବେ 2006 ଜୁନ୍‍ 22ରେ ସେ ନିଯୁକ୍ତି ପାଇଥିଲେ ।

 

**********

Monika/TP



(Release ID: 1685244) Visitor Counter : 198


Read this release in: English , Urdu , Hindi