ଔଦ୍ୟୋଗିକ ବ୍ୟାପାର ମନ୍ତ୍ରଣାଳୟ
ଆଇସିଏଆଇ ଇଣ୍ଡିଆ ଏବଂ ସିପିଏ ପପୁଆ ନିଉଗିନି ମଧ୍ୟରେ ହୋଇଥିବା ବୁଝାମଣାପତ୍ରକୁ କ୍ୟାବିନେଟ ମଞ୍ଜୁରି
Posted On:
21 OCT 2020 3:26PM by PIB Bhubaneshwar
ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟସ ଅଫ ଇଣ୍ଡିଆ (ଆଇସିଏଆଇ) ଏବଂ ସାର୍ଟିଫାଏଡ ପ୍ରାକଟାଇଜିଙ୍ଗ ଆକାଉଟାଣ୍ଟସ ପପୁଆ ନିଉଗିନି (ସିପିଏପିଏନଜି) ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ହୋଇଥିବା ଏହି ଅନୁମୋଦନ ଯୋଗୁଁ ପପୁଆ ନିଉଗିନିରେ ଆକାଉଣ୍ଟିଂ ଓ ଅଡିଟିଂ କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି ହୋଇପାରିବ ।
ତ୍ଵରାନ୍ଵିତ ରଣନୀତି ଓ ଲକ୍ଷ୍ୟ
ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହେବା ଫଳରେ ଆଇସିଏଆଇ ଏବଂ ସିପିଏପିଏନଜି ନିମ୍ନଲିଖିତ ବିଷୟ ଉପରେ ମିଳିମିଶି କାର୍ଯ୍ୟ କରିବେ ।
କ) ବୈଷୟିକ କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଓ ସମ୍ମିଳନୀ ଇତ୍ୟାଦି ପପୁଆ ନିଉଗିନିରେ ଆୟୋଜନ କରାଯିବ ।
ଖ) ବାଣିଜ୍ୟିକ ପ୍ରଶାସନ, ବୈଷୟିକ ଗବେଷଣା ଓ ପରାମର୍ଶ, କ୍ଵାଲିଟି ଆସୁରାନ୍ସ, ଫୋରେନସିକ ଆକାଉଣ୍ଟିଂ, ବୃତ୍ତିଗତ ବିକାଶ ଓ ଉଭୟ ଦେଶର ସ୍ଵାର୍ଥ ସମ୍ବଳିତ ବିଷୟ ବସ୍ତୁ ଉପରେ ସମ୍ଭାବ୍ୟ ସହଯୋଗ ।
ଗ) ଭାରତ ଓ ନିଉଗିନିରେ ଆକାଉଣ୍ଟାଂସି କାର୍ଯ୍ୟରେ ଥିବା ବିଭିନ୍ନ ବିଷୟରେ ସହଯୋଗ, ସିପିଏପିଏନଜି ପରୀକ୍ଷା ପାଇଁ ବିଭିନ୍ନ ନିୟମାବଳୀ ପ୍ରସ୍ତୁତି ।
ଘ) ବିଦ୍ୟାର୍ଥୀ ଓ ଶିକ୍ଷକ ବିନିମୟ କାର୍ଯ୍ୟକ୍ରମ ।
ଉଁ) ପପୁଆ ନିଉଗିନିରେ ଆକାଉଣ୍ଟିଂ, ଫାଇନାନ୍ସ ଏବଂ ଅଡିଟ କ୍ଷେତ୍ର ନିମନ୍ତେ ସ୍ୱଳ୍ପ ମିଆଦି ବୃତ୍ତିଗତ ପାଠ୍ୟକ୍ରମ ।
ମୁଖ୍ୟ ପ୍ରଭାବ
ଭାରତୀୟ ଚାଟାର୍ଡ଼ ଆକାଉଣ୍ଟାସ ଗୋଷ୍ଠୀ ସ୍ଥାନୀୟ ବ୍ୟବସାୟୀ ଓ ଅଂଶିଦାରମାନଙ୍କୁ ଫାଇନାନ୍ସିଆଲ ରିପୋର୍ଟିଂ ସମ୍ପର୍କରେ ସାହାଯ୍ୟ କରି ବେଶ ସୁନାମ ଅର୍ଜନ କରିଛନ୍ତି । ଏହି ପ୍ରସ୍ତାବିତ ବୁଝାମଣାପତ୍ର ଯୋଗୁଁ ଭାରତୀୟ ଚାଟାର୍ଡ଼ ଆକାଉଣ୍ଟାଣ୍ଟମାନଙ୍କ ସୁନାମ ପପୁଆ ନିଉଗିନିରେ ଅଧିକ ବୃଦ୍ଧି ପାଇବ । ଆଇସିଏଆଇର ଅଷ୍ଟ୍ରେଲିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ 3 ହଜାରରୁ ଅଧିକ ସଦସ୍ୟ ଅଛନ୍ତି । ଏହି ବୁଝାମଣାପତ୍ର କାର୍ଯ୍ୟକାରୀ ହେଲେ ଏହା ସିପିଏପିଏନଜିକୁ ସହାୟତା କରିବା ସହ ଆଇସିଏଆଇ ସଦସ୍ୟମାନଙ୍କ ସ୍ଥିତିକୁ ମଜବୁତ କରିବ ।
ପୃଷ୍ଠଭୂମି
ଆଇସିଏଆଇ ଏକ ବୈଧାନିକ ସଂସ୍ଥା ଯାହାକି ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଆକ୍ଟ 1949 ବଳରେ ପ୍ରତିଷ୍ଠା କରାଯାଇଛି । ଏହା ଭାରତରେ କାର୍ଯ୍ୟରତ ଚାଟାର୍ଡ଼ ଆକାଉଣ୍ଟାଣ୍ଟମାନଙ୍କ ବୃତ୍ତିକୁ ନିୟନ୍ତ୍ରଣ କରିଥାଏ । ସିପିଏପିଏନଜି ଏକ ବୃତ୍ତିଗତ ସଂସ୍ଥା ଯାହାକି ଦି ଆକାଉଣ୍ଟାଣ୍ଟସ ଆକ୍ଟ 1996 ବଳରେ ଗଠିତ ହୋଇଛି । ଏହା ଅଡିଟର ମାନ ଓ ପପୁଆ ନିଉଗିନିରେ ଆକାଉଣ୍ଟାଣ୍ଟସ ବୃତ୍ତିର ନିୟନ୍ତ୍ରଣ କରିଥାଏ ।
***********
(Release ID: 1666602)
Visitor Counter : 119
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Telugu
,
Kannada