ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
Posted On:
06 AUG 2020 2:13PM by PIB Bhubaneshwar
ଶ୍ରୀଲଙ୍କା ସଂସଦ ନିର୍ବାଚନର ସଫଳ ପରିଚାଳନା ପାଇଁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କୋଭିଡ-19 ମହାମାରୀର ପ୍ରତିବନ୍ଧକ ସତ୍ଵେ ନିର୍ବାଚନକୁ ସଫଳତାର ସହ ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ସରକାର ଏବଂ ନିର୍ବାଚନ ଅନୁଷ୍ଠାନକୁ ପ୍ରଶଂସା କରିଛନ୍ତି । ନିର୍ବାଚନରେ ଉତ୍ସାହର ସହ ଅଂଶଗ୍ରହଣ କରିଥିବାରୁ ସେ ଶ୍ରୀଲଙ୍କାବାସୀଙ୍କୁ ପ୍ରଶଂସା କରିବା ସହ ଏହା ଉଭୟ ଦେଶ ବାଣ୍ଟିଥିବା ଦୃଢ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତିଫଳିତ କରିଛି ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ନିର୍ବାଚନରୁ ଆସୁଥିବା ଫଳାଫଳ ଶ୍ରୀଲଙ୍କା ପୋଡୁଜାନା ପେରୁମୁନା (ଏସଏଲପିପି) ପାର୍ଟିର ଏକ ପ୍ରଭାବଶାଳୀ ନିର୍ବାଚନୀ ପ୍ରଦର୍ଶନକୁ ସୂଚିତ କରୁଛି ଏବଂ ଏହି ପରିପ୍ରେକ୍ଷୀରେ ଶ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ।
ସେମାନଙ୍କ ଆନ୍ତରିକ ସମ୍ପର୍କକୁ ସ୍ମରଣ କରି ଦୁଇ ନେତା ପୁରୁଣା ତଥା ବହୁମୁଖୀ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ଦୃଢ କରିବା ପାଇଁ ଉଭୟଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସେମାନେ ଦ୍ୱିପାକ୍ଷିକ ସହଯୋଗର ସମସ୍ତ କ୍ଷେତ୍ରରେ ପ୍ରଗତିର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଭାରତର ବୌଦ୍ଧ ତୀର୍ଥଯାତ୍ରା ସହର କୁଶୀନଗରଠାରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ସମ୍ପର୍କରେ ଶ୍ରୀ ରାଜପକ୍ଷଙ୍କୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶ୍ରୀଲଙ୍କା ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାକୁ ଏହି ସହର ଅପେକ୍ଷା କରିଛି ।
ଦୁଇ ଦେଶ କୋଭିଡ-19 ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଆହ୍ଵାନକୁ ସାମନା କରୁଥିବାରୁ ନେତାମାନେ ଏନେଇ ନିବିଡ ସମ୍ପର୍କରେ ରହିବାକୁ ସହମତ ହୋଇଥିଲେ ଏବଂ ଆଗାମୀ ଦିନରେ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ଶିଖରରେ ପହଞ୍ଚାଇବାକୁ ସ୍ଥିର କରିଥିଲେ ।
**********
(Release ID: 1644352)
Visitor Counter : 190