ଜାହାଜ ଚଳାଚଳ ମନ୍ତ୍ରଣାଳୟ
କୋଲକାତା ପୋର୍ଟ ଟ୍ରଷ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ ଭାବେ ନାମକରଣକୁ କ୍ୟାବିନେଟ ମଞ୍ଜୁରି
Posted On:
03 JUN 2020 5:16PM by PIB Bhubaneshwar
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୋଲକାତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହାର ନୂତନ ନାମ ହେବ ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ ।
ଶ୍ୟାମା ପ୍ରସାଦ ମୁଖାର୍ଜୀ ଜଣେ ବହୁମୁଖୀ ବ୍ୟକ୍ତିତ୍ଵ ଥିଲେ । ସେ ଏକାଧାରରେ ଜଣେ ବିଖ୍ୟାତ ଶିକ୍ଷାବିତ, ଆଇନଜ୍ଞ, ଦାର୍ଶନିକ ଓ ନେତା ଥିଲେ । ଭାରତର ବିକାଶରେ ତାଙ୍କର ଗୁରୁତ୍ଵପୂର୍ଣ ଭୂମିକା ଥିଲା ଓ ଜାତୀୟ ସଂହତିକୁ ସୁଦୃଢ କରିବା ଲାଗି ସେ ସଦା ପ୍ରୟାସରତ ଥିଲେ । ଏହାକୁ ଦୃଷ୍ଟିରେ ରଖି କୋଲକାତା ପୋର୍ଟ ଟ୍ରଷ୍ଟ ଫେବୃଆରୀ 25, 2020 ରେ ଅନୁଷ୍ଠିତ ଏହାର ଟ୍ରଷ୍ଟି ବୋର୍ଡ ବୈଠକରେ କୋଲକାତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ କରି ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ କରିବା ପାଇଁ ସହମତି ପତ୍ର ପ୍ରକାଶ କରିଥିଲା ।
*********
(Release ID: 1629133)
Read this release in:
Punjabi
,
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Gujarati
,
Tamil
,
Telugu