ବୟନ ଶିଳ୍ପ ମନ୍ତ୍ରଣାଳୟ

ବୟନଶିଳ୍ପ କମିଟି ବିକାଶ କଲା ସଂପୂର୍ଣ୍ଣ ନିଜସ୍ୱ ଜ୍ଞାନକୌଶଳଯୁକ୍ତ ଡିଜାଇନ୍‌ ଓ ମେକ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ପିପିଇ ଟେଷ୍ଟିଂ ଉପକରଣ

• ବୟନଶିଳ୍ପ କମିଟି ପକ୍ଷରୁ ମୁମ୍ବାଇରେ ସ୍ୱୀକୃତ ପିପିଇ ଟେଷ୍ଟିଂ ବ୍ୟବସ୍ଥାର ଶୁଭାରମ୍ଭ ଦ୍ୱାରା ସରକାରଙ୍କୁ ମିଳିବ ଗୁଣବତ୍ତାର ପ୍ରତିଶ୍ରୁତି ।
• ସଂପୂର୍ଣ୍ଣ ଶରୀର ଆଚ୍ଛନ୍ନକ୍ଷମ ପିପିଇ ଉତ୍ପାଦନ କରିବେ ଉତ୍ପାଦନକାରୀ: ବୟନଶିଳ୍ପ କମିଟି ସଚିବ

Posted On: 21 MAY 2020 10:18PM by PIB Bhubaneshwar

ମୁମ୍ବାଇର ବୟନଶିଳ୍ପ କମିଟି ମଧ୍ୟ ଏବେ ପିପିଇ ଶରୀର ଆଚ୍ଛାଦନକାରୀ ଉପକରଣ ପରୀକ୍ଷଣ କରିବ ଏବଂ ଏହାକୁ ସାର୍ଟିଫିକେଟ୍‌ ପ୍ରଦାନ କରିବ । କୋଭିଡ଼-19 ବୈଶ୍ୱିକ ମହାମାରୀ ବିରୋଧରେ ଲଢ଼ୁଥିବା ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀମାନଙ୍କ ସକାଶେ ଏଭଳି ପିପିଇ ଶରୀର ଆଚ୍ଛାଦନକାରୀ ବସ୍ତ୍ର ଏକ ଜରୁରି ସାଧନ । ବୟନଶିଳ୍ପ କମିଟି ଏଭଳି ବ୍ୟବସ୍ଥାରେ ସାମିଲ ହେବାରେ ନବମ ପରୀକ୍ଷାଗାର ଯାହାକି ଉତ୍ପାଦିଦ ପିପିଇକୁ ପରୀକ୍ଷା କରିବା ସହ ସେସବୁକୁ ସାର୍ଟିଫିକେଟ ପ୍ରଦାନ କରିବ । କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ସନ୍ଧ୍ୟାରେ ଏହି ବିଷୟ ଘୋଷଣା କରାଯାଇଛି ।

ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରି ବୟନଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ବୟନଶିଳ୍ପ କମିଟିର ସଚିବ ତଥା ଅତିରିକ୍ତ ବୟନଶିଳ୍ପ କମିଶନର, ଅଜିତ ଚୌହାନ ବିସ୍ତାରିତ ଭାବେ ବୁଝାଇ ଦେଇଥିଲେ ଯେ କିଭଳି ଭାବେ କମିଟି ଉତ୍ପନ୍ନ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ଚାଲେଞ୍ଜର ସାମ୍ନା କରିଥିଲା । ପିପିଇ ଟେଷ୍ଟିଂ ଉପକରଣ ପ୍ରସ୍ତୁତ ପାଇଁ ନାମୀଦାମୀ ଘରୋଇ କମ୍ପାନୀମାନଙ୍କ ଅଭାବ ଏକ ସମସ୍ୟା ଭାବେ ଦେଖା ଦେଇଥିଲା । ସେ କହିଛନ୍ତି ଯେ ବୟନଶିଳ୍ପ କମିଟି ପାଇଁ ସ୍ୱଚ୍ଛତା, ଉଦ୍ଦେଶ୍ୟସାଧନ ଏବଂ ପେଶାଦାରୀ ସେବା ଯୋଗାଇ ଦେବା କିଛି ନୂଆ କଥା ନୁହେଁ । କମିଟିର ଉତ୍ସର୍ଗୀକୃତ କର୍ମଶକ୍ତି ପାଇଁ ଏହା ଆଉ ଏକ ନୂଆ ପ୍ରୟାସ ମାତ୍ର । ସେମାନେ ଉତ୍ପନ୍ନ ସ୍ଥିତି ତଥା ମହାମାରୀ ଜନିତ ଚାଲେଞ୍ଜର ମୁକାବିଲା ସକାଶେ କୋଭିଡ଼-19 ବିରୋଧରେ ସଂଗ୍ରାମ ପାଇଁ ନିଜକୁ ପ୍ରସ୍ତୁତ କରିପାରିଛନ୍ତି । ଦେଶରେ ଏହି କ୍ଷେତ୍ରରେ କୌଣସି ନାମୀଦାମୀ କମ୍ପାନୀ ନଥିବା ଏକ ଚାଲେଞ୍ଜ ସଦୃଶ ଥିଲା । ପୁଣି ଚୀନରୁ ସେଭଳି ଉପକରଣ ଆମଦାନି କରିବା ଯେତିକି ସମୟ ସାପେକ୍ଷ ତାହା ଦେଶରେ ପହଞ୍ଚିବା ପାଇଁ ସେତିକି ମାତ୍ରାରେ ସମସ୍ୟାପୂର୍ଣ୍ଣ ହୋଇଥିଲା । ଏହାର ମୂଲ୍ୟ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିଲା । ଚୀନ ଆମର ଆବଶ୍ୟକତାରୁ ଫାଇଦା ଉଠାଇଥିଲା । କାରଣ ବିଶ୍ୱବ୍ୟାପୀ ଏଭଳି ଉପକରଣର ବେଶ୍‌ ଚାହିଦା ରହିଛି । ତେଣୁ ଆମେ ସ୍ଥିର କଲୁ ଯେ ନିଜସ୍ୱ ଜ୍ଞାନକୌଶଳ ଉପଯୋଗ କରି ଗୁଣବତ୍ତାଯୁକ୍ତ ପିପିଇ ଦେଶରେ ହିଁ ପ୍ରସ୍ତୁତ କରିବୁ । ତେଣୁ ଆମେ ଏଥିପାଇଁ ଆବଶ୍ୟକ ମେସିନର ପରିକଳ୍ପନା ପ୍ରଥମେ କଲୁ । ତାହା ସଂପୂର୍ଣ୍ଣ ଭାବେ ଆମ ନିଜଦ୍ୱାରା ପ୍ରସ୍ତୁତ । ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ, ସିନ୍ଥେଟିକ୍‌ ବ୍ଲଡ଼୍‌ ପେନେଟ୍ରେସେନ୍‌ ଟେଷ୍ଟିଂ  ଉପକରଣ ପ୍ରସ୍ତୁତ ହୋଇ ସାରିବା ପରେ ତାହାର ସୁରକ୍ଷା କବଚ ଭାବେ ଏକ ପୋଷାକ ଉପକରଣ ଆବଶ୍ୟକ ଯାହାକି ଏହାର ପ୍ରତିରୋଧ ଶକ୍ତିକୁ ନିଦ୍ଧାରଣ କରିପାରିବ । ତାହା ଭିତର ଦେଇ କୌଣସି ପ୍ରକାର ରକ୍ତ କିମ୍ବା ଶରୀରର ଅନ୍ୟାନ୍ୟ ଲାଳ ପ୍ରବେଶ ନକରିପାରିବ ତାହା ମଧ୍ୟ ସୁନିଶ୍ଚିତ କରାଯାଇଥିଲା ।

ଟେକ୍ସଟାଇଲ୍‌ କମିଟିର ଏହି ଦଳ ମାତ୍ର 45 ଦିନ ଅକ୍ଳାନ୍ତ ଶ୍ରମ ସ୍ୱୀକାର କରି ଏହି କାର୍ଯ୍ୟକୁ ସାକାର କରିପାରିଛନ୍ତି । ଜାତୀୟ ସ୍ୱୀକୃତି ପ୍ରଦାନକାରୀ ସଂସ୍ଥା ଏନଏବିଏଲ (ନ୍ୟାସନାଲ ଆକ୍ରିଡ଼ିଟେସନ୍‌ ବୋର୍ଡ଼ ଫର୍‌ ଟେଷ୍ଟିଂ ଏଣ୍ଡ କାଲିବ୍ରେସନ୍‌ ଲାବେରାଟୋରିଜ୍‌‌) ଏହି ପରୀକ୍ଷାଗାର ବ୍ୟବସ୍ଥାକୁ ଅଡ଼ିଟ୍‌ କରି ତାହାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏଥିରେ ତିନିପ୍ରକାର ଟେଷ୍ଟ ଷ୍ଟାଣ୍ଡାର୍ଡ଼ ପାଇଁ ଅନୁମତି ମିଳିଛି । ସେଗୁଡ଼ିକ ହେଲା : ASTM F1670/ 16an70M:17a, ISO 16603: 2004 & IS 16546: 2016  

ବୟନଶିଳ୍ପ କମିଟି ସଚିବ ଆହୁରି ବିସ୍ତୃତ ଭାବେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତିଯେ ଟେଷ୍ଟିଂ ଉପକରଣ କରୋନା ମହାମାରୀ ଭଳି ବିପତ୍ତି ବେଳେ ଦେଶ ପାଇଁ ସହାୟକ ହୋଇପାରିବ । ତାଙ୍କ ମତରେ ଏଭଳି ଉପକରଣ ପ୍ରସ୍ତୁତି ଦ୍ୱାରା ଏବଂ ଆବଶ୍ୟକତା ଅନୁସାରେ ଆହୁରି କେତେକ  ଉପକରଣ ପ୍ରସ୍ତୁତ କରାଯାଇ ଆମେ କେବଳ ଦେଶର ପରିମାଣାତ୍ମକ ଆବଶ୍ୟକତା ନୁହେଁ, ଗୁଣାତ୍ମକ ମାନ ମଧ୍ୟ ବଜାୟ ରଖିପାରିବୁ । ଏହି ଟେଷ୍ଟିଂ ବଡ଼ି ଓଭରଅଲ୍‌କୁ ଯେଉଁ ଛାମୁଆ କରୋନା ଯୋଦ୍ଧାମାନେ ଓ ସ୍ୱାସ୍ଥ୍ୟକର୍ମୀମାନେ ପିନ୍ଧୁଛନ୍ତି ସେମାନେ ଏହା ଦ୍ୱାରା ସଂପୂର୍ଣ୍ଣ ସୁରକ୍ଷିତ ରହିପାରିବେ ।

ଶ୍ରୀ ଚୌହାନ ନିର୍ଭର ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଏକ ଦାୟିତ୍ୱସମ୍ପନ୍ନ ତଥା ପେଶାଦାରୀ ଟେଷ୍ଟିଂ ସଂସ୍ଥାନ ଭାବେ ଆମେ ସଦାବେଳେ ଆମର ଗୁଣବତ୍ତା ରକ୍ଷାର ଦାୟିତ୍ୱ ପାଳନ କରିଆସିଛୁ । ତେଣୁ ଆମେ ଏବେ ଅତିରିକ୍ତ ସମୟ କାର୍ଯ୍ୟ କରି ବୟନଶିଳ୍ପ ମନ୍ତ୍ରଣାଳୟର ଗୁଣବତ୍ତା ନିର୍ଦ୍ଦେଶକୁ ଅନୁପାଳନ କରିବୁ ଏବଂ ଏହି କାର୍ଯ୍ୟରେ ଆମର ନିଜସ୍ୱ ପ୍ରୟାସ ବଳରେ ଏହାକୁ ଅଧିକ ସୁଦୃଢ଼ କରିବୁ ।

ଶ୍ରୀମତୀ ସ୍ମୃତି ଜୁବିନ୍‌ ଇରାନୀଙ୍କ ନେତୃତ୍ୱରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟ ପିପିଇ କଭରଅଲ୍‌ ପ୍ରସ୍ତୁତିରେ ଉଭୟ ଗୁଣାତ୍ମକ ତଥା ପରିମାଣାତ୍ମକ ଉତ୍ପାଦନ ଜାରି ରଖିବ । ଖୁବ୍‌ କମ୍‌ ସମୟ ମଧ୍ୟରେ, ଅର୍ଥାତ୍‌ ମାତ୍ର ଦୁଇ ମାସ ଭିତରେ ଆମର ଆବଶ୍ୟକତାକୁ ପୂରଣ ସକାଶେ ଆମେ ସକ୍ଷମ ହୋଇପାରିଛୁ । ଏହାଦ୍ୱାରା ଭାରତ ଏବେ ସାରା ବିଶ୍ୱରେ ଶରୀର ଆଚ୍ଛାଦନକାରୀ ପୋଷାକ ପ୍ରସ୍ତୁତିରେ ଦ୍ୱିତୀୟ ବୃହତ୍ତର ଉତ୍ପାଦନକାରୀ ରାଷ୍ଟ୍ର ଭାବେ ମୁଣ୍ଡ ଟେକିଛି । ଚୀନ ପରକୁ ଭାରତର ସ୍ଥାନ ରହିଛି । ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ଯେ କେବଳ ସ୍ୱୀକୃତିପ୍ରାପ୍ତ ପ୍ରସ୍ତୁତ କର୍ତ୍ତାମାନେ ସମଗ୍ର ଯୋଗାଣ ଚେନରେ ଏଭଳି ସାମଗ୍ରୀ ପ୍ରସ୍ତୁତ କରିବା ତଥା ସରକାରଙ୍କୁ ଯୋଗାଇବାକୁ ସକ୍ଷମ ହେବେ । ଏଥିପାଇଁ ଅନେକ ଅଧିକାରୀଙ୍କୁ ବିଭିନ୍ନ କ୍ଷେତ୍ରରେ ଅବସ୍ଥାପନ କରାଯାଇଛି ଏବଂ ସେମାନେ ସେଠାରେ ଥିବା ବ୍ୟବସ୍ଥାକୁ ପରିଚାଳନା କରୁଛନ୍ତି । ସରକାରୀ ଯୋଗାଣ ପାଇଁ ଏହାର ଗୁଣବତ୍ତାକୁ ସେମାନେ ସୁନିଶ୍ଚିତ କରୁଛନ୍ତି ଏବଂ ଉତ୍ପାଦନକାରୀମାନେ ଯେଭଳି ସଂପୂର୍ଣ୍ଣ ରୂପେ ଗୁଣବତ୍ତା ରକ୍ଷା କରନ୍ତି ତାହା ମଧ୍ୟ ସୁନିଶ୍ଚିତ କରୁଛନ୍ତି । ପ୍ରତ୍ୟେକ ମଂଜୁର/ କ୍ଲିଅର୍ଡ଼ ପ୍ରୋଟୋଟାଇପ୍‌ ସାମ୍ପଲ୍‌ ପାଇଁ ଏକ ୟୁନିକ୍‌ ସାର୍ଟିଫିକେସନ୍‌ କୋଡ଼ (ୟୁସିସି) ପ୍ରଦାନ କରାଯାଉଛି । ଏହା ଉତ୍ପାଦିତ ପ୍ରତ୍ୟେକ କଭରଅଲନ୍‌ ଉପରେ ଛପାଯାଉଛି ଯେଉଁଥିରେ ନିର୍ମାତାଙ୍କ ନାମ, ଉତ୍ପାଦନ ତାରିଖ ଏବଂ କ୍ଲାଏଣ୍ଟଙ୍କ ନାମ ଉଲ୍ଲେଖ ରହୁଛି । ମେସର୍ସ ଏଚଏଲଏଲ ଲାଇଫକେୟାର ଲିମିଟେଡ଼ଙ୍କ ଦ୍ୱାରା ସଂଗ୍ରହ ବେଳେ ଏହି ବିଧିବିଧାନକୁ ସଂପୂର୍ଣ୍ଣ ରୂପେ ପ୍ରବର୍ତ୍ତନ କରାଯାଉଛି । ଏହି ସଂସ୍ଥା ହେଉଛି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟଙ୍କ ପାଇଁ ହସପିଟାଲ ଓ ସ୍ୱାସ୍ଥ୍ୟସେବା ସଂସ୍ଥାମାନଙ୍କ ନିମନ୍ତେ ସାମଗ୍ରୀ ସଂଗ୍ରହକାରୀ ଏଜେନ୍ସି । ପିପିଇ କଭରଅଲ୍‌ ଉତ୍ପାଦନକାରୀ ସଂସ୍ଥାମାନଙ୍କୁ ଏଭଳି ସାମଗ୍ରୀ ଯୋଗାଇ ନିମନ୍ତେ ସେମାନଙ୍କ ସାମ୍ପଲ, କମ୍ପାନୀ ପଞ୍ଜିକରଣ ନମ୍ବର, ଉଦ୍ୟୋଗ ଆଧାର ନମ୍ବର କିମ୍ପା ଡ଼ିଆଇସି ପଞ୍ଜିକରଣ ନମ୍ବର ଓ ଅନ୍ୟାନ୍ୟ ଆବଶ୍ୟକ ଦଲିଲ ସମେତ ଏକ ଆଫିଡ଼େଭିଟ ପୈଠ କରିବାକୁ ପଡ଼ିବ । ସେମାନଙ୍କୁ ଘୋଷଣା କରିବାକୁ ପଡ଼ିବଯେ ସେମାନେ ବୟନସାମଗ୍ରୀ ଉତ୍ପାଦନକାରୀ ଏବଂ ବ୍ୟବସାୟୀ ନୁହନ୍ତି । ଏହି ଆଫିଡେଭିଟ୍‌ ୟୁସିସି ସାର୍ଟିଫିକେଟର ଅଂଶବିଶେଷ ଭାବେ ପରିଗଣିତ ହେବ ।

ୟୁସିସି ସାର୍ଟିଫିକେଟ ସଂପର୍କୀତ ବିସ୍ତୃତ ବିବରଣୀ ଡ଼ିଆରଡ଼ିଓ, ଓଏଫବି (ଅର୍ଡ଼ନାନ୍ସ ଫ୍ୟାକ୍ଟ୍ରି ବୋର୍ଡ଼) ଏବଂ ସିଟ୍ରାର ଅଫିସିଆଲ୍‌ ୱେବସାଇଟ୍‌ରେ ଜନସାଧାରଣଙ୍କ ତନଖି ନିମନ୍ତେ ଉପଲବ୍ଧ ।

ଦେଶରେ ଏବେ କାର୍ଯ୍ୟ କରୁଥିବା ଆଠଟି ପରୀକ୍ଷାଗାର ହେଲା : (1) ସାଉଥ୍‌ ଇଣ୍ଡିଆ ଟେକ୍ସଟାଇଲ୍ସ ରିସର୍ଚ୍ଚ ଆସୋସିଏସନ୍‌ (ସିଟ୍ରା),କୋଏମ୍ବାଟୁର, ତାମିଲ ନାଡ଼ୁ, (2) ଡ଼ିଆରଡ଼ିଓ- ଆଇଏନଏମଏମଏସ, ନୂଆଦିଲ୍ଲୀ, (3) ହେଭୀ ଭେହିକଲ୍‌ ଫ୍ୟାକ୍‌ଟ୍ରି, ଅଭଡ଼ି, ଚେନ୍ନାଇ, (4) ସ୍ମଲ୍‌ ଆର୍ମସ୍‌ ଫ୍ୟାକ୍ଟ୍ରି, କାନପୁର, ଉତ୍ତର ପ୍ରଦେଶ, (5) ଅର୍ଡ଼ନାନ୍ସ ଫ୍ୟାକ୍ଟ୍ରି, କାନପୁର, ଉତ୍ତର ପ୍ରଦେଶ, (6) ଅର୍ଡ଼ନାନ୍ସ ଫ୍ୟାକ୍ଟ୍ରି, ମୋରାଦାବାଦ, ଉତ୍ତର ପ୍ରଦେଶ, (7) ଅର୍ଡ଼ନାନ୍ସ ଫ୍ୟାକ୍ଟ୍ରି, ଆମ୍ବେରନାଥ, ମହାରାଷ୍ଟ୍ର ଏବଂ (8) ମେଟାଲ ଏଣ୍ଡ ଷ୍ଟୀଲ୍‌ ଫ୍ୟକ୍ଟ୍ରି, ଇଚ୍ଛାପୁର, ପଶ୍ଚିମ ବଙ୍ଗ । ଏହି ସମସ୍ତ ଫ୍ୟାକ୍ଟ୍ରିମାନଙ୍କୁ ଏନଏବିଲଏ ସ୍ୱୀକୃତି ମିଳିଛି ।

ବୟନଶିଳ୍ପ କମିଟି ସଂପର୍କୀତ ସୂଚନା

ବୟନଶିଳ୍ପ କମିଟି ଏକ ସ୍ଥାନୀୟ ସଂସ୍ଥା ଯାହା 1963ରେ ସ୍ଥାପନ କରାଯାଥିଲା । ସଂସଦର ଏକ ଆଇନ ଅନୁସାରେ ତାହା ଗଠିତ ଏବଂ ଏହା ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟଙ୍କ ଅଧୀନରେ ପରିଚାଳିତ । ବୟନଶିଳ୍ପ ତଥା ବୟନଶିଳ୍ପ ମେସିନାରୀ ଯାହାକି ଦେଶର ଚାହିଦା ପୂରଣ ପାଇଁ ଓ ରପ୍ତାନୀ ଉଦ୍ଦେଶ୍ୟରେ ନିର୍ମିତ ସେସବୁର ଗୁଣବତ୍ତା ସୁନିଶ୍ଚିତ କରିବା ଏହି କମିଟିର କାର୍ଯ୍ୟ । ତେଣୁ ବୟନ ସାମଗ୍ରୀ ଉତ୍ପାଦ ତଥା ବୟନଶିଳ୍ପ ପାଇଁ ଆବଶ୍ୟକ ଯନ୍ତ୍ରପାତି ଟେଷ୍ଟିଂ ସକାଶେ ଏଭଳି ପରୀକ୍ଷାଗାରମାନ ସ୍ଥାପନ କରାଯାଇଛି । କମିଟି ସେଭଳି ଉତ୍ପାଦନକାରୀ ସଂସ୍ଥାମାନଙ୍କୁ ନିୟମିତ ଭାବେ ପରିଦର୍ଶନ କରି ସେମାନଙ୍କର ଉତ୍ପାଦର ଗୁଣବତ୍ତା ପରୀକ୍ଷା କରିଥାନ୍ତି ଏବଂ ସେସବୁ ଉତ୍ପାଦ ଓ ଯନ୍ତ୍ରପାତିର ଗୁଣବତ୍ତାକୁ ସୁନିଶ୍ଚିତ କରିଆସୁଛନ୍ତି ।

 

**********

 



(Release ID: 1625922) Visitor Counter : 320


Read this release in: English