PIB Headquarters

2020-21 ରବି ଋତୁ ପାଇଁ ଡାଲି, ତୈଳବୀଜ ଓ ଗହମ ସଂଗ୍ରହ ଦ୍ରୁତ ଗତିରେ ଜାରି

• 2682 କୋଟି ଟଙ୍କାର ଡାଲି ଓ ତୈଳବୀଜ କ୍ରୟ, 3.25 ଲକ୍ଷରୁ ଅଧିକ କୃଷକ ଉପକୃତ
• ଗ୍ରୀଷ୍ମକାଳୀନ ଫସଲ ବୁଣା କ୍ଷେତ୍ର କଭରେଜରେ ଉଲ୍ଲେଖନୀୟ ବୃଦ୍ଧି

Posted On: 05 MAY 2020 8:53PM by PIB Bhubaneshwar

2020-21 ରବି ଋତୁରେ 02.05.2020 ସୁଦ୍ଧା 2,682 କୋଟି ଟଙ୍କାର ଏମଏସପି ମୂଲ୍ୟରେ 2,61,565 ମେଟ୍ରିକ ଟନ ଡାଲି 3,17,473 ମେଟ୍ରିକ ଟନ ତୈଳବୀଜ କ୍ରୟ କରାଯାଇଛି ଏଥିଯୋଗୁଁ 3,25,565 କୃଷକ ଉପକୃତ ହୋଇଛନ୍ତି ଏଥିମଧ୍ୟରୁ 14,859 ମେଟ୍ରିକ ଟନ ଡାଲି 6,706 ମେଟ୍ରିକ ଟନ ତୈଳ ବୀଜ 1 ଓ 2 ମେ, 2020ରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ଉତ୍ତରପ୍ରଦେଶ ହରିୟାଣା ଭଳି 6 ରାଜ୍ୟରୁ କ୍ରୟ କରାଯାଇଛି ଏହାବ୍ୟତୀତ 2020-21 ରବି ବିପଣନ ଋତୁରେ ଏଫସିଆଇରେ ମୋଟ 1,87,97,767 ମେଟ୍ରିକ ଟନ ଗହମ ସଂଗୃହିତ ହୋଇଛି, ଏଥିମଧ୍ୟରରୁ 1,81,36,180 ମେଟ୍ରିକ ଟନ ଗହମ କ୍ରୟ କରାଯାଇଛି

ଗତବର୍ଷର ଏହି ଅବଧିରେ 25.26 ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ 34.80 ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି

ସେହିପରି ଗତବର୍ଷ ଏହି ଅବଧିରେ ମୋଟ 5.44 ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ ପାଖାପାଖି 8.77 ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ କରାଯାଇଛି

ଗତବର୍ଷ ଏହି ଅବଧିରେ 5.49 ଲକ୍ଷ ହେକ୍ଟର ଜମିରେ ମୋଟା ଶସ୍ୟ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ 9.12 ହେକ୍ଟର ଜମିରେ ଏହି ଚାଷ କରାଯାଇଛି

ସେହିପରି ଗତବର୍ଷ ଏହି ସମୟରେ 7 ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଚାଷ ହୋଇଥିବା ବେଳେ ଚଳିତ ବର୍ଷ ପାଖାପାଖି 8.87 ଲକ୍ଷ ହେକ୍ଟର ଜମିରେ ଏହି ଚାଷ କରାଯାଇଛି

କୋଭିଡ-19 ମହାମାରୀ ସମୟରେ କୃଷକ କୃଷିଜନିତ କାର୍ଯ୍ୟକଳାପକୁ ସୁବିଧାଜନକ କରିବା ଲାଗି କୃଷି, ସମବାୟ ଏବଂ କୃଷକ କଲ୍ୟାଣ ବିଭାଗ, ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ଲକଡାଉନ ଅବଧି ଅର୍ଥାତ 24.03.2020 ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପିଏମ କିଷାନ ଯୋଜନା ଅନ୍ତର୍ଗତ 9.06 କୋଟି କୃଷକ ପରିବାରକୁ 18,134 କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି

 

********



(Release ID: 1621310) Visitor Counter : 139


Read this release in: English