କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା

प्रविष्टि तिथि: 04 MAY 2020 3:29PM by PIB Bhubaneshwar

ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସମାପ୍ତ ହେବା ପରେ ଆଜି କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ଏକ ସମୀକ୍ଷା ବୈଠକର ଆୟୋଜନ କରିଥିଲାତୃତୀୟ ପର୍ଯ୍ୟାୟ ଲକଡାଉନକୁ ଦୃଷ୍ଟିରେ ରଖି ଉଭୟ ପରୀକ୍ଷା ସାକ୍ଷାତକାରର ଆୟୋଜନ ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଥିଲାସେଥିପାଇଁ ମେ 31, 2020ରେ ହେବାକୁ ଥିବା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛିଯେହେତୁ ଏହି ପରୀକ୍ଷା ଇଣ୍ଡିଆନ ଫରେଷ୍ଟ ସିର୍ଭିସ ପରୀକ୍ଷା ପାଇଁ ମଧ୍ୟ ଏକ ସ୍କ୍ରିନିଂ ପରୀକ୍ଷା ସେଥିପାଇଁ ତାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛିମେ 20, 2020 ପରେ ପରିସ୍ଥିତିକୁ ପୁନଃ ସମୀକ୍ଷା କରାଯିବ ଏବଂ ଏହି ପରୀକ୍ଷାର ତାରିଖ ନିର୍ଦ୍ଧାରିତ ହେବଆୟୋଗ ପୂର୍ବରୁ ସିଭିଲ ସର୍ଭିସ ପରୀକ୍ଷା2019ର ବଳକା ଛାତ୍ରଙ୍କ ସାକ୍ଷାତକାର, ଇଣ୍ଡିଆନ ଇକୋନମିକ୍ସ ସର୍ଭିସ ଏବଂ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସ2020ର ବିଜ୍ଞପ୍ତି, କମ୍ବାଇନ ମେଡିକାଲ ସର୍ଭିସ ପରୀକ୍ଷା -2020ର ବିଜ୍ଞପ୍ତି, ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ ପରୀକ୍ଷା -2020ର ବିଜ୍ଞପ୍ତି ଏବଂ ଏନଡିଏ ନାଭାଲ ଏକାଡେମୀ ପରୀକ୍ଷା -2020କୁ ଘୁଞ୍ଚାଇ ସାରିଛନ୍ତିପରୀକ୍ଷା ହେବାର 30 ଦିନ ପୂର୍ବରୁ ପରୀକ୍ଷାର୍ଥୀମାନଙ୍କୁ ନୂତନ ତାରିଖ ସମ୍ପର୍କରେ ସୂଚୀତ କରିଦିଆଯିବ

 

****************


(रिलीज़ आईडी: 1620905) आगंतुक पटल : 284
इस विज्ञप्ति को इन भाषाओं में पढ़ें: English