ରେଳ ମନ୍ତ୍ରଣାଳୟ

ଦେଶର ଲଜିଷ୍ଟିକ୍ସ ଶିଳ୍ପର ପ୍ରମୁଖ କର୍ମକର୍ତ୍ତମାନଙ୍କ ସହ ମାଲ୍‌ ପରିବହନ କାର୍ଯ୍ୟରେ ବ୍ୟାପକତା ଆଣିବା ନେଇ ରେଳମନ୍ତ୍ରୀଙ୍କ ମାରାଥନ୍‌ ବୈଠକ

• ସମାଧାନ ପନ୍ଥା ଅଭିନବ, ଲାଭପ୍ରଦ ତଥା ଲଜିଷ୍ଟିକ୍ସ ମୂଲ୍ୟ କମ୍‌ ହେବା ବାଂଛନୀୟ: ଶ୍ରୀ ପୀୟୂଷ ଗୋୟଲ

Posted On: 01 MAY 2020 10:23PM by PIB Bhubaneshwar

ରେଳ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଦେଶର ଲଜିଷ୍ଟିକ୍ସ ଶିଳ୍ପର ପ୍ରମୁଖ କର୍ମକର୍ତ୍ତମାନଙ୍କ ସହ ମାଲ୍‌ ପରିବହନ କାର୍ଯ୍ୟରେ ବ୍ୟାପକତା ଆଣିବା ନେଇ  ଆଜି ରେଳମନ୍ତ୍ରୀ ମାରାଥନ୍‌ ବୈଠକ କରିଛନ୍ତି । ଭାରତୀୟ ରେଳବାଇର ମାଲ ପରିବହନ କାର୍ଯ୍ୟରେ କିଭଳି ଭାବେ ବ୍ୟାପକ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ଏବଂ ସେଥିପାଇଁ ଆବଶ୍ୟକ ସଂସ୍କାର , ଉପାୟ ଓ ସାଧନ ସଂପର୍କରେ ଏହି ବୈଠକରେ ଆାଲାଚନା କରାଯାଇଛି । ଏହି ବୈଠକ ଦୀର୍ଘ ତିନି ଘଣ୍ଟା ଧରି ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ବିଭିନ୍ନ ଶିଳ୍ପସଂସ୍ଥାଙ୍କ ପକ୍ଷରୁ ସରକାରଙ୍କୁ ଅନେକ ପ୍ରକାର ପରାମର୍ଶ ଦିଆଯାଇଛି । ରେଳବାଇର ମାଲ ପରିବହନ ବ୍ୟବସ୍ଥାକୁ ଅଧିକ ସକ୍ରିୟ ତଥା ଲାଭପ୍ରଦ କରିବା ନିମନ୍ତେ ସମ୍ଭାବ୍ୟ ନୀତିଗତ ପରିବର୍ତ୍ତନ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଦେଶରେ ଦେଖାଦେଇଥିବା କୋଭିଡ଼-19 ବୈଶ୍ୱିକ ମହାମାରୀ ସଂକଟ ମୁକାବିଲା ପରିପ୍ରେକ୍ଷୀରେ ରେଳବାଇ ଗ୍ରହଣ କରିଥିବା ପ୍ରମୁଖ ଭୂମିକା ଉପରେ ଗୁରୁତ୍ୱ ଆରୋପ କରି ରେଳମନ୍ତ୍ରୀ କହିଲେ ଯେ କୋଭିଡ଼-19 ପରିସ୍ଥିତିକୁ ଖାତିର ନକରି ରେଳବାଇ ତାର କାର୍ଯ୍ୟ ଜାରି ରଖିଛି । ଏହି ସମୟରେ ସମସ୍ତ ଆବେଗ ଓ ଉଦ୍‌ବେଗକୁ ପଛରେ ପକାଇ ଲୋକମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ରେଳବାଇର ଭୂମିକା ପ୍ରଶଂସନୀୟ । ରେଳବାଇ ଏହି ସମୟରେ ଦେଶର ଜୀବନ ରେଖା ଭଳି କାର୍ଯ୍ୟ କରି ସର୍ବତ୍ର ଏଭଳି ସାମଗ୍ରୀ ଯୋଗାଣ ଜାରି ରଖିଛି । କେବଳ ସେତିକି ନୁହେଁ, ‘ଆମେ ଦୀର୍ଘ ଦିନରୁ ସମାପ୍ତ ହେବାକୁ ଥିବା କେତେକ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ କରିପାରିଛୁ ଯାହାକି ମୁଖ୍ୟ ଲାଇନ୍‌ ସହ ସଂଯୋଗ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଛି । ସେହିଭଳି ଦୀର୍ଘ ଦିନରୁ ବାକିଥିବା ରକ୍ଷଣାବେକ୍ଷଣ କାର୍ଯ୍ୟ, ଭଙ୍ଗା କାର୍ଯ୍ୟ, ମରାମତି କାର୍ଯ୍ୟ, କ୍ଷତିଗ୍ରସ୍ତ ହୋଇଥିବା ବ୍ରିଜର ମରାମତି ଓ ବର୍ତ୍ତମାନ କାର୍ଯ୍ୟରତ ଥିବା ଭିତ୍ତିଭୂମି ସଂସାଧନର ମଧ୍ୟ ଉନ୍ନତିକରଣ କାର୍ଯ୍ୟ ସଂପାଦନ କରାଯାଇପାରିଛି ।

ସେହିଭଳି, ଆମେ ମାଲ ପରିବହନ ଏବଂ ଲଜିଷ୍ଟିକ୍ସ ବ୍ୟବସାୟରେ ଥିବା ପର୍ଯ୍ୟାପ୍ତ ସୁଯୋଗକୁ ଉପସ୍ଥାପନ ପୂର୍ବକ ଶ୍ରୀ ଗୋୟଲ କହିଲେ ଯେ ଆମେ ଆମର ସେବାକୁ ଅଧିକ ଉନ୍ନତ ନିକଟ ଭବିଷ୍ୟତରେ କରିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛୁ  ।

ଏହି ବୈଶକରେ ରେଳବାଇ ବୋର୍ଡ଼ର ଅଧ୍ୟକ୍ଷ ଏବଂ ଅନ୍ୟୃ ପ୍ରମୁଖ ଅଧିକାରୀ ତଥା ଲଜିଷ୍ଟିକ୍ସ ଶିଳ୍ପର ପ୍ରମୁଖ ସଂସ୍ଥାମାନଙ୍କର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ପକ୍ଷରୁ ଅନେକ ପ୍ରକାର ଗଠନମୂଳକ ପରାମର୍ଶ ମଧ୍ୟ ପ୍ରଦାନ କରାଯାଇଛି ଯାହାକୁ ମନ୍ତ୍ରୀ ଶ୍ରୀ ଗୋୟଲ ଗୁରୁତ୍ୱର ସହ ଗ୍ରହଣ କରି ତାହା ଉପରେ ମନ୍ତ୍ରଣାଳୟ ପକ୍ଷରୁ ବିଚାର କରାଯିବ ବୋଲି କହିଛନ୍ତି । ଅଭିନବତ୍ୱ ତଥା ଲାଭପ୍ରଦ ପରାମର୍ଶକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ ।

 

**********

 

 



(Release ID: 1620218) Visitor Counter : 175


Read this release in: English